Thursday 28th March 2024
ଗୁପଚୁପ ଖାଇବା ପାଇଁ ଦରକାର ପଡ଼େ ଆଧାରକାର୍ଡ ,ଜାଣନ୍ତୁ କାହିଁକି ?

ଗୁପଚୁପ ଖାଇବା ପାଇଁ ଦରକାର ପଡ଼େ ଆଧାରକାର୍ଡ ,ଜାଣନ୍ତୁ କାହିଁକି ?

ସରକାରୀ କିମ୍ବା ବେସରକାରୀ ସ୍ଥାନରେ ଆମକୁ ପରିଚୟ ପତ୍ର ଦେଖାଇବାକୁ ପଡିଥାଏ । ଏହା ସବୁ ଜିନିଷର ସ୍ୟୁକ୍ୟୁରିଟିକୁ ଧ୍ୟାନରେ ରଖି କରାଯାଏ । କିନ୍ତୁ ଯଦି ଆପଣକୁ କୁହାଯାଏ ଆପଣ ମାର୍କେଟ ଖାଇବାକୁ ଗଲେ ବି ଆପଣଙ୍କୁ ଆଧାରକାର୍ଡ ବା ନିଜର କିଛି ପରିଚୟପତ୍ର ଦେଖାଇବାକୁ ପଡିବ ତାହାଲେ କଣ ଆପଣ ବିଶ୍ୱାସ କରିବେ ? ହଁ ଏମିତି ଜିନିଷ କାହିଁକି ବା ହେବ,ଖାଇବା ଜିନିଷ ପାଇଁ ଲୋକେ କଣ ଆଧାରକାର୍ଡ ଦେଖାଇବାର କଷ୍ଟ କରିବେ ।

ଆପଣ ନିଶ୍ଚିତ ଭାବରେ ଅନେକ ସ୍ଥାନରେ ଗୁପଚୁପ ଖାଇଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଗୁପଚୁପ ବିକ୍ରେତାଙ୍କ ବାବଦରେ କହିବୁ, ଯେଉଁଠାରେ କେବଳ ଟଙ୍କା ଖର୍ଚ୍ଚ କରି ଆପଣ ଗୁପଚୁପ ଖାଇପାରିବେ ନାହିଁ ବରଂ ଗୁପଚୁପ ଖାଇବା ପାଇଁ ଆପଣଙ୍କୁ ଆଧାର କାର୍ଡ ଦେଖାଇବାକୁ ପଡିବ | କେବଳ ଏତିକି ନୁହେଁ ଶିଶୁ, ଗର୍ଭବତୀ ମହିଳା ଏବଂ ବୃଦ୍ଧମାନଙ୍କୁ ଏଠାରେ ଗୁପଚୁପ ଖାଇବାକୁ ଦିଆଯାଇନଥାଏ | ଏହାର କାରଣ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ | ମଧ୍ୟପ୍ରଦେଶର ଗ୍ୱାଲିଅରରେ ଭଗବତ ଜୀ ଗୁପଚୁପ ସେଣ୍ଟର ନାମରେ ଦୋକାନଟିଏ ରହିଛି | ଏହି ଦୋକାନର ସଂଚାଳକ ଛୋଟେ ଲାଲ ବାଘେଲ ୨୦ ବର୍ଷରୁ ଅଧିକ ସମୟ ହେଲା ଲୋକମାନଙ୍କୁ ଗୁପଚୁପ ଖୁଆଉଛନ୍ତି | ଆଉ ଗୁପଚୁପ ଖାଇ ଲୋକମାନେ ଏତେ ଭଲ ପାଆନ୍ତି ଯେ ବାରମ୍ବାର ତାଙ୍କ ଦୋକାନଙ୍କୁ ଆସନ୍ତି |

ବଡ କଥା ଯେ ତାଙ୍କ ଗୁପଚୁପକୁ ଲୋକ ଏତେ ପସନ୍ଦ କରନ୍ତି ଯେ ଦୂରଦୂରାନ୍ତରରୁ ମଧ୍ୟ ଲୋକମାନେ ତାଙ୍କ ଗୁପଚୁପ ଖାଇବାକୁ ଆସନ୍ତି | ଗ୍ୱାଲିଅର୍-ଭିଣ୍ଡ ରାସ୍ତାରେ ଥିବା ଏହି ଷ୍ଟଲରେ କିନ୍ତୁ ଏକ ନିୟମ ରହିଛି | ଏଠାକାର ନିୟମ ମୁତାବକ ଗୁପଚୁପପ୍ରେମୀଙ୍କ ପାଇଁ ଆଧାର କାର୍ଡ ଆଣିବା ବାଧ୍ୟତାମୂଳକ । ଏହାର କାରଣ ହେଉଛି ଏଠାରେ ଗୁପଚୁପ କେବଳ ୧୮ ରୁ ୫୦ ବର୍ଷ ବୟସର ଲୋକଙ୍କୁ ଖାଇବାକୁ ଦିଆଯାଏ | ଏହା ବ୍ୟତୀତ ଏଠାରେ ଶିଶୁ, ଗର୍ଭବତୀ ମହିଳା ଏବଂ ବୃଦ୍ଧଙ୍କୁ ଗୁପଚୁପ ଖାଇବାକୁ ଦିଆଯାଇନଥାଏ। ଛୋଟେ ଲାଲ କହିଛନ୍ତି ଯେ ତାଙ୍କ ଦ୍ୱାରା ପ୍ରସ୍ତୁତ ମସାଲା ଆବଶ୍ୟକତାଠାରୁ ଅଧିକ ରାଗ ହୋଇଥିବାରୁ ଏହି କାରଣରୁ ସେ ଗର୍ଭବତୀ ମହିଳା ଏବଂ ପିଲାମାନଙ୍କୁ ଗୁପଚୁପ ଖାଇବାକୁ ଦିଅନ୍ତି ନାହିଁ | ଯାହା ଦ୍ୱାରା ସେମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି। ଉଲ୍ଲେଖ ଥାଉ କି ଭଗବତ ଜୀଙ୍କର ଗୁପଚୁପ ବହୁତ ପ୍ରସିଦ୍ଧ | ଏହି କାରଣରୁ ଦେଶର ଅନ୍ୟ ସହରର ଲୋକମାନେ ମଧ୍ୟ ଗୁପଚୁପ ଖାଇବାକୁ ଆସନ୍ତି |

CATEGORIES
TAGS
Share This

COMMENTS

Wordpress (0)
Disqus (0 )