Friday 26th April 2024
ନଗ୍ନ ହୋଇ ନାଚିଲେ ହୋଇପାରିବ ରାଜାଙ୍କର ରାଣୀ!

ନଗ୍ନ ହୋଇ ନାଚିଲେ ହୋଇପାରିବ ରାଜାଙ୍କର ରାଣୀ!

ବିଶ୍ୱର ଅଧିକାଂଶ ଦେଶରେ ଲୋକତନ୍ତ୍ର ଚାଲୁଥିବା ବେଳେ ଏବେ ବି ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ରାଜତନ୍ତ୍ର ଚାଲୁଛି । ରାଜା ନିଜ ମନ ଇଛା ଶାସନ କରୁଥିବା ବେଳେ ତାଙ୍କ ଉପରେ କୌଣସି କଟକଣା ନଥିବା ମଧ୍ୟ ଦେଖିବାକୁ ମିଳିଥାଏ । ଯେଉଁଠି ରାଜା କରିଥାନ୍ତି ପ୍ରତିବର୍ଷ କୁଆଁରୀ ଝିଅଙ୍କୁ ବିବାହ । ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିନ୍ତ । ହେଲେ ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ ।King Mswati III of Eswatini - THE AFRICAN ROYAL FAMILIESପରମ୍ପରା ଏମିତି ଯେ ଶୁଣି ଆଶ୍ଚର୍ଯ୍ୟ ଲାଗିବ । ଏଠାକାର ପରମ୍ପରା ଏଭଳି ରହିଛି କି ରାଜା ପ୍ରତିବର୍ଷ ନୂଆ ନୂଆ କୁଆଁରୀ ଝିଅଙ୍କୁ ବିବାହ କରିଥାନ୍ତି। ବିବାହ ପୂର୍ବରୁ କୁଆଁରୀ ଝିଅମାନେ ନାଚିଥାନ୍ତି । ଶେଷରେ ମନ ପସନ୍ଦର ଝିଅକୁ ବିବାହ କରନ୍ତି ରାଜା । ଆଉ ରାଜାଙ୍କ ପତ୍ନୀଙ୍କ ସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ରାଜାଙ୍କର ରହିଛନ୍ତି ୧୫ଜଣ ରାଣୀ। ଏହି ଦେଶଟିର ନା’ ହେଉଛି ଆଫ୍ରିକା ମହାଦୀପର ସ୍ୱିଜିଲ୍ୟାଣ୍ଡ । ତେବେ ୨୦୧୮ ମସିହାରେ ଦେଶର ସ୍ୱାଧିନତାକୁ ୫୦ ବର୍ଷ ପୂରଣ ହୋଇଥିବା ବେଳେ ଦେଶର ନାମକୁ ବଦଳେଇ ଦେଇଛନ୍ତି ରାଜା । ଏବେ ଏହି ଦେଶର ନାମ ରହିଛି “ଦ କିଙ୍ଗ ଡମ ଅଫ୍ ୱାତିନି”। ଗରିବ ଦେଶ ଭାବେ ପରିଚିତ ଥିବା ଏହି ଦେଶର ରାଜା କିନ୍ତୁ ବିଳାସମୟ ଜୀବନଯାପନ କରିଥାନ୍ତି । ରାଜାଙ୍କ ପାଖରେ ଗାଡ଼ିଠାରୁ ଆରମ୍ଭ କରି ଫ୍ଲାଇଟ ରହିଛି । ଏପରିକି ରାଜାଙ୍କ ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ପ୍ରତିବର୍ଷ ବିବାହକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୁଏ । ତେବେ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ଏହି ଦେଶରେ ମହାରାଣୀଙ୍କ ମାଙ୍କ ଗାଁ ଲୁତଜିଜିନରେ ଉମଲିଙ୍ଗା ସେରିମନି ପାଳନ ହୋଇଥାଏ । ଯେଉଁଥିରେ ୧୦ ହଜାରରୁ ଅଧିକ କୁଆଁରୀ ଝିଅମାନେ ଭାଗ ନେଇଥାନ୍ତି।ଏହି ପର୍ବରେ ରାଜାଙ୍କ ସାମ୍ନାରେ ଝିଅମାନେ ନାଚିଥାନ୍ତି । ଏହି ଝିଅମାନଙ୍କ ମଧ୍ୟରୁ ରାଜା ନିଜର ରାଣୀ ବାଛିଥାନ୍ତି। ସବୁଠାରୁ ବଡ଼ କଥା ହେଉଛି କି ଝିଅମାନେ ସବୁ ପ୍ରଜାଙ୍କ ସାମ୍ନାରେ ନାଚିଥାନ୍ତି । କିନ୍ତୁ ୨୦୨୦ରେ କିଛି ଝିଅ ଏହି ପ୍ରଥାକୁ ବିରୋଧ କରିଥିଲେ। ରାଜା ଏହି ଖବର ପାଇବା ପରେ ସେମାନଙ୍କ ପରିବାରକୁ ଜରିମାନା ଲଗାଇଥିଲେ । ଆଉ ପରବର୍ତ୍ତୀ ସମୟରେ କେହି ଏହାକୁ ବିରୋଧ କରିନଥିବା ମଧ୍ୟ କୁହାଯାଉଛି ।

ତେବେ ଆପଣଙ୍କୁ ଆମର ଗୋଟିଏ ପ୍ରଶ୍ନ ରହିଛି । ଆପଣଙ୍କୁ କଣ ଲାଗୁଛି ଏହି କୁଆଁରୀ ଝିଅ ମାନଙ୍କର ଜୀବନ ଏଠାରେ ବିପଦରେ ଅଛି କି ଆମକୁ ନିଶ୍ଚୟ ଜଣାଇବେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )