Tuesday 19th March 2024
ଅଦାନୀ ଗ୍ରୁପରେ ୩.୪ ଲକ୍ଷ କୋଟିର କ୍ଷତି !

ଅଦାନୀ ଗ୍ରୁପରେ ୩.୪ ଲକ୍ଷ କୋଟିର କ୍ଷତି !

ଆଦାନି ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ଗୌତମ ଆଦାନୀ ଦୁଇ ଦିନ ମଧ୍ୟରେ ତାଙ୍କ ସମ୍ପତ୍ତି ୪୮ ବିଲିୟନ ଡଲାରରୁ (୪,୧୭,୮୨୪.୭୯ କୋଟି) ହ୍ରାସ ପାଇବା ଶୁକ୍ରବାର ଦିନ ଦେଖିଛନ୍ତି । ବଡ ଧନୀଙ୍କୁ ଲାଗିଛି ବଡ ଝଟକା । ଶୁକ୍ରବାର ଦିନ ୩ ଟା ସମୟରେ, ତାଲିକାଭୁକ୍ତ ୯ ଟି ଆଦାନୀ ଗ୍ରୁପ୍ ଷ୍ଟକ୍ ମଧ୍ୟରୁ ୪ ଟି ଲୋୟର ସର୍କିଟକୁ ଝଟକା ଲାଗିଥିଲା । ଗୋଟିଏ ପରେ ଗୋଟିଏ ଝଟକା ଲାଗିଚାଲିଛି ଅଦାନୀ ଗ୍ରୁପକୁ ।  ଏକ ରିପୋର୍ଟ ଅନୁସାରେ ଅଦାନୀ ଗ୍ରୁପରେ ୩.୪ ଲକ୍ଷ କୋଟିର କ୍ଷତି ହୋଇଛି । ଅଦାନୀ ପୋର୍ଟରେ ସେୟାର -୧୭.୭ ପ୍ରତିଶତ ଥିବା ବେଳେ ଅମ୍ବୁଜା ସିମେଣ୍ଟର ସେୟାର-୧୭.୩ ପ୍ରତିଶତ, ଏସିସି ସିମେଣ୍ଟର ସେୟାର ମୂଲ୍ୟ -୧୪.୩ ପ୍ରତିଶତ ତଳକୁ ଖସିଆସିଛି ।

ହିଣ୍ଡନବର୍ଗର ରିପୋର୍ଟ ପରେ ବୁଧବାର ୮ ପ୍ରତିଶତ କ୍ଷତିର ସାମ୍ନା କରିଛି ଅଦାନୀ ଗ୍ରୁପ । ଅଦାନୀ ଗ୍ରୁପର ୯ଟି ତାଲିକାଭୁକ୍ତ କମ୍ପାନୀର ସେୟାର ହ୍ରାସ ପାଇବାରେ ଲାଗିଛି । ଶୁକ୍ରବାର ଅପରାହ୍ନ ସୁଦ୍ଧା ପାଖପାଖି ୩.୪ ଲକ୍ଷ କୋଟିର କ୍ଷତି ସହିସାରିଲାଣି କମ୍ପାନୀ ।  ଶୁକ୍ରବାର ସେୟାରରେ ବଡ କ୍ଷତିର ସାମ୍ନା କରିଛି ଅଦାନୀ ଗ୍ରୁପ । ତେବେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ, ହିଣ୍ଡନବର୍ଗ ରିସର୍ଚ୍ଚ ବିରୋଧରେ କମ୍ପାନୀ ମକଦ୍ଦମା ରୁଜୁ କରିବ । କମ୍ପାନୀର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରିପୋର୍ଟ ପ୍ରସ୍ତୁତ କାରଣରୁ ଏହି ସ୍ଥିତି ସୃଷ୍ଟି ହୋଇଛି ।

ମଙ୍ଗଳବାର ବଜାର ସମାପନ ପରଠାରୁ ଅଦାନୀ ସମୂହର ପୁଞ୍ଜିରେ ୪.୨ ଲକ୍ଷ କୋଟିର ହ୍ରାସ ଦେଖିବାକୁ ମିଳିସାରିଛି । ଶୁକ୍ରବାର ଅପରାହ୍ନ ୩ଟା ସୁଦ୍ଧା ଅଦାନୀ ସମୂହର ୯ଟି ସୂଚୀତ କମ୍ପାନୀର ସେୟାରରେ ହ୍ରାସ ଘଟିଛି । ଶୁକ୍ରବାର ପୂରା ବଜାରରେ ଥିବା ପୁଞ୍ଜିରେ ୧୮.୫ ପ୍ରତିଶତର ହ୍ରାସ ହୋଇଛି ।  ସେହିଭଳି ଅଦାନୀ ଟ୍ରାନସମିଶନ, ଅଦାନୀ ଏବଂ ଅଦାନୀ ଟୋଟାଲ ଗ୍ୟାସର ସେୟାର ୨୦-୨୦ ପ୍ରତିଶତ ତଳକୁ ଖସିଛି । ଅଦାନୀ ଗ୍ରୀନ ଏନର୍ଜି ଏବଂ ଅଦାନୀ ଏଣ୍ଟରପ୍ରାଇଜେସରେ ଏହାର ସ୍ଥିତି ୧୯.୯ ଏବଂ ୧୯.୩ ପ୍ରତିଶତ ତଳକୁ ଖସିଆସିଛି ।

ଅଦାନୀ ପାୱାର ଏବଂ ଅଦାନୀ ୱିଲମରର ସେୟାରରେ ମଧ୍ୟ ବ୍ୟାପକ କ୍ଷତି ଦେଖିବାକୁ ମିଳିଛି । ଉଭୟ କମ୍ପାନୀରେ ୫ ପ୍ରତିଶତର କ୍ଷତି ଦେଖିବାକୁ ମିଳିଛି ।

 ତେବେ ଆଇନଗତ ଧମକର ଜବାବ ରଖିଛି ହିଣ୍ଡନବର୍ଗ ରିସର୍ଚ୍ଚ । ଅଦାନୀ ଗ୍ରୁପ ପକ୍ଷରୁ କୁହାଯାଇଛି ଯେ ଆମେ ହିଣ୍ଡନବର୍ଗ ରିସର୍ଚ୍ଚ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବୁ । ଉଭୟ ଆମେରିକା ଏବଂ ଭାରତୀୟ ଆଇନ ଅନୁସାରେ ପଦକ୍ଷେପ ନେବା ପାଇଁ ଚିନ୍ତା କରୁଛୁ ।

ଆଦାନୀ ଟୋଟାଲ ଗ୍ୟାସର ବଜାର ମୂଲ୍ୟ ୧,୦୪,୫୮୦.୯୩ କୋଟି ଟଙ୍କା ହ୍ରାସ ପାଇଥିବାବେଳେ ଆଦାନୀ ଟ୍ରାନ୍ସମିସନର ମୂଲ୍ୟ ୮୩,୨୬୫.୯୫ କୋଟି ଟଙ୍କା ହ୍ରାସ ପାଇଛି । ଏହାର ଜବାବରେ ଆଦାନୀ ଗ୍ରୁପ୍ ହିଣ୍ଡେନ୍ବର୍ଗ ରିପୋର୍ଟକୁ ଭିତ୍ତିହୀନ ବୋଲି ଖାରଜ କରିଦେଇଛି ଏବଂ ନ୍ୟୁୟର୍କ ସ୍ଥିତ ଫାର୍ମ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ତାହା ବିଚାର କରୁଛି ବୋଲି କହିଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )