Tuesday 23rd April 2024
ଜାଣନ୍ତୁ ଗାଡ଼ିରେ କାହିଁକି ବ୍ୟବହାର କରାଯାଏ fastag?

ଜାଣନ୍ତୁ ଗାଡ଼ିରେ କାହିଁକି ବ୍ୟବହାର କରାଯାଏ fastag?

Fastag ନିୟମ ଆରମ୍ଭ ହୋଇଥିଲା ୧୬ ଫେବୃଆରୀ ୨୦୨୧ରେ । ଏହି ବିଷୟରେ କିନ୍ତୁ ଲୋକ ମାନଙ୍କ ପାଖରେ ପହଞ୍ଚାଯାଇଥିଲା ୪ନଭେମ୍ବର ୨୦୧୪ ମସିହାରେ । Fastag ସରକାରଙ୍କର ଗୋଟିଏ ଏପରି ପ୍ରୟାସ ଯାହା ସାହାର୍ଯ୍ୟରେ ଗାଡ଼ି ଚଲାଉଥିବା ବ୍ୟକ୍ତି ବିନା କୌଣସି ଟୋଲ୍ ଗେଟ୍‌ରେ ରହି ପୁରା ଭାରତର ଯାତ୍ରା କରିପାରିବ । ସେଥିପାଇଁ ନା ତାକୁ କୌଣସି ଟୋଲ୍ ପ୍ଲାଜାରେ ଅପେକ୍ଷା କରିବାକୁ ପଡ଼ିବ ଆଉ ନା ହିଁ କୌଣସି ଦେୟ ଦେବାକୁ ପଡ଼ିବ । ତେବେ ଆଜି ବି ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ କି ଏହି fastag କଣ? କାମ କଣ ଥାଏ ଏହାର? ଲାଭ କଣ? ଏମିତି ଅନେକ କିଛି । ତେବେ ଆସନ୍ତୁ ଜାଣିବା fastag କଣ? ଏବଂ ତା ସମ୍ବନ୍ଧରେ ଅଧିକ କିଛି ।How to Recharge Your FASTag Using Google Pay App | Gadgets 360() ୨୦୨୧ ଫେବୃଆରୀ ମାସ ପୂର୍ବରୁ ଭାରତର କୌଣସି ବି ଯାଗାକୁ ଗଲେ ଟୋଲ୍ ଗେଟ୍ ବା ଟୋଲ୍ ପ୍ଲାଜା ଦେଇକି ଯିବାକୁ ହେଉଥିଲା ଏବଂ ସେଠାରେ ଅପେକ୍ଷା କରି ଦେୟ କାଟିବାକୁ ପଡ଼ୁଥିଲା । ମାତ୍ର ୧୬ ଫେବୃଆରୀ ୨୦୨୧ ପରଠାରୁ ସେହି ପକ୍ରିୟାକୁ ଅନ୍‌ଲାଇନ୍ ମାଧ୍ୟମରେ ପରିଣତ କରିଦିଆଯାଇଛି । ଯାହା ଫଳରେ ଗାଡ଼ି ଚାଳକଙ୍କୁ ବହୁ ପରିମାଣରେ ସୁବିଧା ହେଉଛି । ଆଉ ଏହି ନିୟମକୁ ପରିବର୍ତ୍ତନ କରିଛି National Highways Authority Of India (NHAI) । ଏହି ନିୟମକୁ ଆରମ୍ଭ କରିବା ଫଳରେ ଟୋଲ୍ ପ୍ଲାଜାରେ ହେଉଥିବା ଟ୍ରାଫିକ୍ ସମସ୍ୟା ଆଉ ଦେଖାଯାଉନି, ଯାହାଠାରୁ ସରକାରଙ୍କୁ ମୁକ୍ତି ମିଳିଛି । ଏଠାରୁ ଏକାଠି ହେଉଥିବା ଟୋଲ୍ ପ୍ଲାଜା କଲେକ୍ସନକୁ “electronic complex” କୁହାଯାଏ ।FASTag Deadline Extended Again To 15th February 2021Fastagକଣ?:
Fastagହେଉଛି ଏକ ଇଲେକ୍ଟ୍ରୋନିକ ପ୍ରକ୍ରିୟା ଯାହା ଦ୍ୱାରା ଟୋଲପ୍ଲାଜାର ଦେୟ ଅନଲାଇନରେ ହିଁ ହୋଇଯାଇଥାଏ । ଯାହାଫଳରେ ଗାଡ଼ିକୁ ଆଉ ଟୋଲ୍ ପ୍ଲାଜା ନିକଟରେ ରଖିବାକୁ ପଡ଼େ ନାହିଁ । Fastag କୁ ଆପଣ ନିଜ ବ୍ୟାଙ୍କରେ ମଧ୍ୟ ଲିଙ୍କ କରିପାରିବେ, ନଚେତ ଏଥିରେ ଆପଣଙ୍କୁ ରିଚାର୍ଜ କରିବାକୁ ପଡ଼ିଥାଏ । National Highways Authority Of India (NHAI) ଅନୁସାରେ fastag କୁ ଆଗକୁ ବଢ଼େଇବା ପାଇଁ ଲୋକଙ୍କ ପାଖରେ ଅଧିକରୁ ଅଧିକ ପହଞ୍ଚିବା ପାଇଁ ୭.୫% ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଅଫର ବି ଦିଆଯାଇଛି ।Which banks sell FASTags and how to recharge? All you need to know -  BusinessToday

Fastag କାମ କେମିତି କରେ?:
ପୂର୍ବରୁ ଗାଡ଼ି ଚାଳକଙ୍କୁ ଟୋଲ୍ ପ୍ଲାଜା ନିକଟରେ ନିଜ ଗାଡ଼ିକୁ ରଖିକି ଚାଲାଣ କାଟିବାକୁ ପଡ଼ୁଥିଲା । ମାତ୍ର ବର୍ତ୍ତମାନ fastagକୁ କାର୍‌ର wind screen ରେ ଲଗାଇବାକୁ ହୋଇଥାଏ ଏବଂ adio frequency identification tag ବା (RFID) ର ସାହାର୍ଯ୍ୟ ଦ୍ୱାରା ତାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିମ୍ବା ୱଲେଟରୁ ଚାଲାଣ କାଟିଦେଇଥାଏ । ଯେତେବେଳେ ୱଲେଟ୍ ରେ ଟଙ୍କା ସରିଯାଏ, ସେତେବେଳେ ଆପଣଙ୍କୁ fastag ରେ ରିଚାର୍ଜ କରିବାକୁ ପଡ଼ିଥାଏ । ଯେତେବେଳେ ଆପଣ ଆପଣଙ୍କ ଗାଡ଼ିକୁ ଟୋଲ୍ ପ୍ଲାଜା ତଳେ ନେଇକି ଯାଇଥାନ୍ତି ସେତେବେଳେ ସେଠାରେ ଲାଗିଥିବା ଏକ ସ୍କାନର ଆପଣଙ୍କ ଗାଡ଼ିର wind screen ରେ ଲାଗିଥିବା fastag କୁ ସ୍କାନ କରିଥାଏ RFID ଦ୍ୱାରା । ଯାହା ଫଳରେ ଆପଣଙ୍କର ବହୁତ ସମୟ ବଞ୍ଚିଥାଏ । ଆପଣଙ୍କ fastag ର ଲାଗୁ ହେବା ଦିନଠାରୁ ୫ବର୍ଷ ପର୍ଯ୍ୟନ୍ତ ଅବଧି ରହିଥାଏ । ୫ ବର୍ଷ ପୁରା ହେବା ପରେ ନୂଆ fastag ପାଇଁ ଆବେଦନ କରିବାକୁ ପଡ଼ିଥାଏ ଓ ପୁଣି ତାକୁ ବି ଆପଣଙ୍କୁ wind screen ରେ ଲଗାଇ ରିଚାର୍ଜ କରି ଚଲାଇବାକୁ ପଡ଼ିଥାଏ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )