Thursday 25th April 2024
Job Updates ପାଇବା ପାଇଁ ଚାହୁଁଛନ୍ତି କି ? ଫୋନ୍‌ରେ ରଖନ୍ତୁ ଏହି ଆପ୍ଲିକେସନ୍ !

Job Updates ପାଇବା ପାଇଁ ଚାହୁଁଛନ୍ତି କି ? ଫୋନ୍‌ରେ ରଖନ୍ତୁ ଏହି ଆପ୍ଲିକେସନ୍ !

ବର୍ତ୍ତମାନ ସମୟରେ କିଛି ବ୍ୟକ୍ତି ଚାକିରୀ ଖଣ୍ତେ ପାଇଁ କେତେ ହନ୍ତ ସନ୍ତ ହେଉଛନ୍ତି । ଚାକିରୀ ଗୋଟିଏ କରିବା ବା ଚାକିରୀ ପାଇବା କେତେ କଷ୍ଟ ତାହା ପ୍ରତିଦିନ ଚାକିରୀ ଖୋଜୁଥିବା ଚାକିରୀ ଆଶାୟୀ ଙ୍କୁ ଭଲଭାବେ ଜଣା । ଭଲ ବିଶ୍ୱବିଦ୍ୟାଳୟ କିମ୍ବା ବଡ କଲେଜରେ ପାଠ ପଢି ଭଲ ନମ୍ବର ରଖି ମଧ୍ୟ ଆଜି ଭାରତରେ ଅନେକ ଯୁବକ ଯୁବତୀ ବେକାର ହୋଇ ବସି ରହିଛନ୍ତି । କାରଣ ଚାକିରୀ ର ବିଜ୍ଞପ୍ତି ବିଷୟରେ ଅନେକ ଲୋକ ଜାଣିପାରୁ ନାହାନ୍ତି । ଖବର କାଗଜରେ କେତେବେଳେ ନିଯୁକ୍ତି ବିଜ୍ଞପ୍ତି ବାହାରି ସରିଯାଉଛି , ତାହା ଚାକିରୀ ଆଶାୟୀ ଜାଣିପାରୁନାହାନ୍ତି । କେଉଁ ଚାକିରୀ ପାଇଁ କଣ ଯୋଗ୍ୟତା ଆବଶ୍ୟକ ତାହା ଅନେକ ବ୍ୟକ୍ତି ବୁଝି ପାରୁନାହାନ୍ତି । କୌଣସି ଯାଗାରେ Part – Time job କିମ୍ବା Full– Time job ଖୋଜି ଖୋଜି ନିରାଶ ହେଇ ଗଲେଣି । ଅନ୍ୟ କିଛି ସ୍ଥାନରେ ବା ରାସ୍ତା କଡରେ fake job ର ପୋଷ୍ଟର  ମଧ୍ୟ ଦେଖିବାକୁ ମିଳୁଛି । ତେଣୁ ଏସବୁ ପାଇଁ ମନରେ ସବୁବେଳେ ଦ୍ୱନ୍ଦ ସୃଷ୍ଟି ହୁଏ ।

କିଛି ବ୍ୟକ୍ତି website ରୁ ନିଯୁକ୍ତି ଖବର ଖୋଜିଥାନ୍ତି । ବିଭିନ୍ନ ତଥ୍ୟ ପାଇଁ ଅଛି , ବିଭିନ୍ନ ପ୍ରକାରର website । ଅନେକ ଗୁଡିଏ  genuine website ଅଛି, ଯେଉଁଥିରେ ଆପଣ ପାଇପାରିବେ ସଠିକ ତଥ୍ୟ । ଚାକିରୀକୁ ନେଇ ବା ଚାକିରୀ ବିଷୟରେ ପାଇପାରିବେ ସଠିକ ତଥ୍ୟ । କିନ୍ତୁ ଅନେକ ବ୍ୟକ୍ତି ନିଜ କ୍ୟାରିୟର ପ୍ରତି କୌଣସି ସ୍ଥାନରେ କାମ କରୁଥିବା ହେତୁ କିମ୍ବା କୌଣସି କାରଣରୁ ସମୟ ଦେଇପାରନ୍ତି ନାହିଁ । ପାଖରେ ସମୟର ଅଭାବ ହେଲେବି ସବୁବେଳେ ଚାକିରୀ ସଂନ୍ଧାନରେ ଥାନ୍ତି ଚାକିରୀ ଆଶାୟୀ । ବୟସ ବଢିବା ସଂଙ୍ଗେ ସଂଙ୍ଗେ ଚାକିରୀ କରିବାର ବୟସ ମଧ୍ୟ ଢଳିଯାଏ । ତେଣୁ ବୟସ ବଢିବା ସହ ବଢିଥାଏ ମନର ବ୍ୟାକୁଳତା । ତେବେ ଏପରି ପରିସ୍ଥିତିରେ ଆବଶ୍ୟକ ହୁଏ ଏମିତି ଜଣେ ବ୍ୟକ୍ତି ର , ଯିଏ କି ଆପଣଙ୍କୁ ପ୍ରତିଟି ନିଯୁକ୍ତି ଖବର ବିଷୟରେ ପ୍ରତିଥର ଅବଗତ କରେଇବ । କିନ୍ତୁ ଏବେ କାହାରି ପାଖରେ ସମୟ ନାହିଁ । ଆଉ ଯାହାପାଖରେ ସମୟ ଅଛି , ତା ପାଖରେ ନିଯୁକ୍ତି ବିଜ୍ଞପ୍ତି ବିଷୟରେ କୌଣସି ସୂଚନା ନାହିଁ ।

ବର୍ତ୍ତମାନ ସମୟରେ ସମସ୍ତଙ୍କର ହାତରେ ଅଛି ସ୍ମାର୍ଟ ଫୋନ୍ । କାହିଁକିନା ବର୍ତ୍ତମାନ ଡିଜିଟାଲ୍ ଯୁଗ ଚାଲିଛି । ସବୁକିଛି ହେଉଛି ଏଇ ହାତରେ ଥିବା ମୋବାଇଲ୍ ଫୋନ୍ ଦ୍ୱାରା । ଇଣ୍ଟରନେଟ୍ ଯୁଗରେ ଖାଦ୍ୟ ଡେଲିଭରି ରୁ ଆରମ୍ଭ କରି ଅନ୍-ଲାଇନ୍ ଡ୍ରେସ ଡେଲିଭରି ପର୍ଯ୍ୟନ୍ତ ସବୁକିଛି ସମ୍ଭବ ହେଇପାରିଛି  । ଇଣ୍ଟରନେଟ୍ ଯୁଗରେ ସବୁକିଛି ସହଜ ହେଇପାରିଛି । ବିଭିନ୍ନ ପ୍ରକାରର କାମ ଇଣ୍ଟରନେଟ୍ ଦ୍ୱାରା ହେଇପାରୁଛି । ଅନେକ ଚାକିରୀ ଆଶାୟୀ ଏବଂ  Job preparation  କରୁଥିବା ଛାତ୍ରଛାତ୍ରୀ ମାନେ website କୁ ଅଧିକ ଗୁରୁତ୍ୱ ଦିଅନ୍ତି । କିନ୍ତୁ ଆପଣ ବ୍ୟସ୍ତତା ମଧ୍ୟରେ ଅନେକ ସମୟରେ ନିଯୁକ୍ତି ଖବର ବା ବିଜ୍ଞପ୍ତି ବିଷୟରେ Update ହେଇପାରିନଥାନ୍ତି । ଆଉ ସେହି ଖବର ବିଷୟରେ ଯେତେବେଳେ ଜାଣିଥାଉ ସେତେବେଳେ ବହୁତ ଡେରି ହେଇଯାଇଥାଏ । ଚାକିରୀ ପାଇଁ ଆବେଦନ ର ଶେଷ ତାରିଖ ଶେଷ ହୋଇଯାଇଥାଏ । ଯୋଗ୍ୟତା ଥାଇ ମଧ୍ୟ ଆବେଦନ ପ୍ରକ୍ରିୟାରୁ ବଞ୍ଚିତ ହେବାକୁ ପଡେ । ତେବେ ଆପଣ ଏସବୁ କଥାକୁ ଏଡାଇ ପାରିବେ । କାହିଁକିନା ଆପଣଙ୍କ ହାତରେ ଅଛି ସ୍ମାର୍ଟ ଫୋନ୍ । ସ୍ମାର୍ଟ ଫୋନ୍ ଦ୍ୱାରା ଆପଣ ବି ରହିପାରିବେ Job Update । ଆପଣଙ୍କ ଫୋନ୍ ଆପଣଙ୍କୁ ରଖିବ Job ବିଷୟରେ Update ।  ବିଭିନ୍ନ Website ରେ ବାରମ୍ବାର Job Search କରିବାକୁ ପଡିବ ନାହିଁ । 

ଏମିତି କିଛି ମୋବାଇଲ୍ ଆପ୍ଲିକେସନ୍ ଅଛି । ଯେଉଁଥିରେ ଆପଣ ସବୁବେଳେ ରହିପାରିବେ Job Update । ଏହି ମୋବାଇଲ ଆପ୍ଲିକେସନ୍ ଗୁଡିକୁ ମୋବାଇଲ ରେ install କଲେ ଆପଣଙ୍କ ପାଖରେ ପହଞ୍ଚିଯିବ ସବୁ  Job Update । 

ମୋବାଇଲ୍ ଆପ୍ଲିକେସନ୍ ଗୁଡିକହେଲା –

 

୧ ) Apna Job  –

ଏହି ଆପ୍ଲିକେସନ୍ ଏକ ବୃତ୍ତିଗତ ପ୍ଲାଟଫର୍ମ । ଯାହାକି ଆପଣଙ୍କୁ ଚାକିରୀ ଖୋଜୁଥିବା ଲୋକଙ୍କୁ ନିଯୁକ୍ତିଦାତା ସହିତ ସଂଯୋଗ କରାଏ । ଏହା ଚାକିରି ଖୋଜୁଥିବା ଲୋକଙ୍କୁ  ଚାକିରି ପାଇଁ ଆବେଦନ କରିବାକୁ ଏବଂ କମ୍ପାନୀର ସହ ସଂପୃକ୍ତ HR ସହିତ ସିଧାସଳଖ କଥାବାର୍ତ୍ତା କରିବାରେ ସାହାଯ୍ୟ କରେ । ଗୋଟିଏ ଆପ୍ଲିକେସନ୍ କିନ୍ତୁ କାମ ଅନେକ । ଏହି ଆପ୍ଲିକେସନରେ ଆପଣ ବିଭିନ୍ନ ପ୍ରକାର ର ଚାକିରୀ ବିଷୟରେ ସଂମ୍ପୁର୍ଣ୍ଣ ତଥ୍ୟ ପାଇ ପାରିବେ । ଏହି ଆପ୍ଲିକେସନରେ work from home jobs , freshers’ jobs , part-time jobs , women jobs ଏବଂ  night shift jobs ମିଳିଥାଏ ।

women jobs ପାଇଁ ଏହି ଆପ୍ଲିକେସନରେ ଏକ ସ୍ପେସିଆଲ୍ ଫିଚର ଦିଆଯାଇଛି । ତେଣୁ ଆପଣ ଏହି ଆପ୍ଲିକେସନ ମାଧ୍ୟମରେ ଅନେକ ଚାକିରୀ ଏବଂ କମ୍ପାନୀ ର ଭ୍ୟାକେନ୍ସି ବିଷୟରେ Update ରହିବେ । 

୨ ) LinkedIn

LinkedIn ରେ ପ୍ରୋଫାଇଲ୍ ରହିବା ଦ୍ୱାରା ଆପଣଙ୍କୁ ନିଜର ଏକ ବ୍ୟକ୍ତିଗତ ବ୍ରାଣ୍ଡ ସୃଷ୍ଟି କରିବାକୁ ଅନୁମତି ଦିଏ । ଆପଣ ନିଜର ଦକ୍ଷତା ବିଷୟରେ ଅବଗତ ଥାଇ ପାରନ୍ତି କିନ୍ତୁ ଅନ୍ୟମାନେ ନାହାନ୍ତି । ତେଣୁ LinkedIn ରେ ପ୍ରୋଫାଇଲ୍ ରହିବା ଦ୍ୱାରା ଆପଣଙ୍କ ଦକ୍ଷତା ଅନ୍ୟମାନଙ୍କ ପାଖରେ highlight ହୁଏ । ଯାହା ଦ୍ୱାରା ଆପଣଙ୍କ ପ୍ରତିଭା ଏବଂ ଦକ୍ଷତା ଅନୁସାରେ ଆପଣଙ୍କୁ ଚାକିରୀ ମିଳିବାରେ ସହଜ ହୁଏ । LinkedIn  ଏମିତି ଏକ social media platform ଯାହାକି କେବଳ ଆପଣଙ୍କ କ୍ୟାରିୟର ପାଇଁ କାମ କରେ । ଚାକିରୀ ଏବଂ company  ସମ୍ବନ୍ଧିତ ଅନେକ ତଥ୍ୟ ମିଳିଥାଏ ଏହି platform ରେ ।  ବିଭିନ୍ନ ବର୍ଗରେ ଚାକିରୀ କରୁଥିବା ବ୍ୟକ୍ତି ବିଶେଷ ଏବଂ ବ୍ୟକ୍ତିତ୍ୱ ମାନଙ୍କ ସହ ଅତି ସହଜରେ Digital format  ରେ ଯୋଡିହେବାକୁ ସୁଯୋଗ ପ୍ରଦାନ କରେ LinkedIn ।Professional Success ପାଇଁ ଅନେକ ଗୁଡିଏ company LinkedIn ଜରିଆରେ ତାଙ୍କର Promotion କରାନ୍ତି ଏବଂ company ପାଇଁ  Employee ଖୋଜିଥାନ୍ତି । 

LinkedIn ରେ ସାଧାରଣତ ବେସରକାରୀ ଚାକିରୀ ଏବଂ Big Company Jobs ବିଷୟରେ ଅଧିକ ଜାଣିବାକୁ ମିଳିଥାଏ । LinkedIn Profile  ଆପଣଙ୍କ Work experience ର ବିବରଣୀ ଭଳି ମଧ୍ୟ କାମ କରିଥାଏ । ଯାହାକି ଆପଣଙ୍କୁ ଚାକିରୀ ଖୋଜିବାରେ ସହାୟକ ହୋଇଥାଏ । ଯଦି ଆପଣ ନିଜ ପ୍ରୋଫାଇଲରେ ନୋଟିଫିକେସନ୍ ଏବଂ Job ଆଲର୍ଟ ଅପସନ୍ ଟିକୁ ଚୟନ କରିଥିବେ ତେବେ ବାହାରୁ ଥିବା ପ୍ରତ୍ୟେକଟି ବିଜ୍ଞପ୍ତି ର ନୋଟିଫିକେସନ୍ ଆପଣଙ୍କ ହାତ ପାହାନ୍ତାରେ ଥିବ । ଆପଣ ଯେତେବେଳ ଚାହିଁବେ ସେତେବେଳେ ଯେକୌଣସି ସ୍ଥାନରେ ଥାଇ ଚାକିରୀ ପାଇଁ ଆବେଦନ କରିପାରିବେ । 

୩ ) Glassdoor

ଏହି ଆପ୍ଲିକେସନ୍  ଟି କେବଳ ଭାରତରେ ନୁହଁ ବରଂ ଦେଶ ବିଦେଶରେ ମଧ୍ୟ ବହୁଳ ମାତ୍ରାରେ ବ୍ୟବହାର କରାଯାଏ । ଏହି ଆପ୍ଲିକେସନ୍ ଚାକିରୀ ପାଇଁ ଦେଇଥାଏ ନୋଟିଫିକେସନ୍  । ଚାକିରୀ ପାଇଁ ଚର୍ଚ୍ଚିତ ଆପ୍ଲିକେସନ ହେଉଛି Glassdoor । ଏଥିରେ ଆପଣ ବିଭିନ୍ନ ପ୍ରକାରର ଚାକିରୀ ଖୋଜିପାରିବେ । ଯେପରିକି Full-time , Regular / Permanent , Fresher, Internship , Temporary । ଏଥିରେ ଆପଣ ପ୍ରତ୍ୟେକ Company ର ପଦବୀ ଅନୁସାରେ ଦରମା ଜାଣିପାରିବେ ।

ଆପ୍ଲିକେସନ୍ ରେ Company ର Review ଦେଖି Company ର status ବିଷୟରେ ଜାଣିପାରିବେ । ଯାହାକି ଆପଣଙ୍କୁ ଆପଣଙ୍କ ଚାକିରୀ ଚୟନ କରିବାରେ ସାହାଯ୍ୟ କରିବ । ଆପଣ ଯଦି ନିଜ ପ୍ରୋଫାଇଲରେ ନୋଟିଫିକେସନ୍ ଏବଂ Job ଆଲର୍ଟ ଅପସନ୍ ଟିକୁ ଚୟନ କରିଥିବେ ତେବେ ବାହାରୁଥିବା ପ୍ରତ୍ୟେକଟି ବିଜ୍ଞପ୍ତି ର ନୋଟିଫିକେସନ୍ ଆପଣଙ୍କ ହାତ ପାହାନ୍ତାରେ ଥିବ । 

୪ ) Timesjob.com –

Timesjob.com ଆପ୍ଲିକେସନ୍ ରେ ମଧ୍ୟ ବିଭିନ୍ନ ପ୍ରକାର ର ଚାକିରୀ ପୋଷ୍ଟ ହୁଏ । ଏହି ଆପ୍ଲିକେସନ୍ ଚାକିରୀ ପୋଷ୍ଟ ସହ Job search Tips , Interview Tips ଏବଂ ଚାକିରୀ ସଂମ୍ୱନ୍ଧିତ ଅନେକ କିଛି ପୋଷ୍ଟ କରିଥାଏ  ।  ଚାକିରୀ ସଂମ୍ୱନ୍ଧିତ ଅନେକ blog ଆପଣ ଏଠାରେ ପଢିପାରିବେ । ଯାହାକି ଆପଣଙ୍କ ଜ୍ଞାନ ବଢାଇବା ସହ Interview ଏବଂ ଚାକିରୀରେ ସାହାଯ୍ୟ କରିବ । ଆପଣ ଚାହିଁଲେ Location  ଅନୁସାରେ ଚାକିରୀ ଖୋଜିପାରିବେ ଏହି ଆପ୍ଲିକେସନ୍ ରେ । 

୫ ) Naukri.com –

Part -Time ହେଉ କିମ୍ବା Full – Time ସବୁ ପ୍ରକାରର ଚାକିରୀ ଏହି ଆପ୍ଲିକେସନ୍ ରେ ଦେଖିବାକୁ ମିଳେ । Naukri.com ଆପ୍ଲିକେସନ୍ ରେ ବିଭିନ୍ନ ପ୍ରକାର ର job ପୋଷ୍ଟ ହୁଏ । ତେଣୁ ଏହି ଆପ୍ଲିକେସନରେ ଅଧିକ ଚାକିରୀ ଆଶାୟୀ ନିଜ ମନ ପସନ୍ଦର ଚାକିରୀ ଖୋଜିଥାନ୍ତି । ଏହି ଆପ୍ଲିକେସନ୍ ଚାକିରୀ ଖୋଜିବା ପାଇଁ ଏକ ଭଲ ଆପ୍ଲିକେସନ୍ । ଆପଣ ଚାହିଁଲେ ଏହାକୁ ନିଜ ମୋବାଇଲ୍ ରେ ଡାଉନଲୋଡ କରିପାରିବେ । ଆପଣଙ୍କୁ ଆପଣଙ୍କ ଯୋଗ୍ୟତା ଅନୁସାରେ ଚାକିରୀ ବିଜ୍ଞପ୍ତି ହାତ ପାହାନ୍ତାରେ ମିଳିଯିବ । 

୬ ) Hirect App –

ଏହି ଆପ୍ଲିକେସନ Direct Hiring App ନାଁ ରେ ସବୁଆଡେ ପରିଚିତ । ଏହି ଆପ୍ଲିକେସନ୍ high-growth startups ଏବଂ ଛୋଟ ବଡ କମ୍ପାନୀ ର ଅନେକ ବିଜ୍ଞପ୍ତି  ନୋଟିଫିକେସନ ଦ୍ୱାରା ପଠାଇଥାଏ । ତେଣୁ ଏହାକୁ ମୋବାଇଲରେ ଡାଉନଲୋଡ୍ କଲେ ଆପଣ ବିଭିନ୍ନ ପ୍ରକାର ର ନିଯୁକ୍ତି ସଂମ୍ପର୍କରେ ଥିବା ତଥ୍ୟ ହାତ ପାହାନ୍ତାରେ ପାଇପାରିବେ ।  

ଦରମା ରୁ ଆରମ୍ଭକରି ଚାକିରୀ ସମ୍ବନ୍ଧୀୟ ଅନେକ କଥା ସିଧାସଳଖ Hiring managers ସହ ଆପଣ କଥା ହେଇପାରିବେ । ଏହି ଆପ୍ଲିକେସନକୁ ଡାଉନଲୋଡ କଲେ ଏହି ଫିଚର୍ ଆପଣ ପାଇପାରିବେ । 

୭ ) Shine Job –

ଏହି ଆପ୍ଲିକେସନରେ ଏକ ସ୍ୱତନ୍ତ୍ର ଫିଚର୍ ଅଛି । ଯେଉଁଥିରେ ଆପଣ କ୍ୟାରିୟର ସଂମ୍ବନ୍ଧରେ ଅନେକ ତଥ୍ୟ ପାଇପାରିବେ । ଚାକିରୀ କରୁଥିଲେ ମଧ୍ୟ ଏହି ଆପ୍ଲିକେସନରେ ବିଭିନ୍ନ ପ୍ରକାରର ପ୍ରୋଫେସନାଲ କଥା ଜାଣିବାକୁ ପାଇବେ । କିପରି ଛୁଟି ଦରଖାସ୍ତ ଲେଖିବେ ତାହା ର ଏକ ଫର୍ମାଟ ପାଇପାରିବେ । କେଉଁ ଚାକିରୀ ପାଇଁ କିପରି ଇଣ୍ଟରଭ୍ୟୁ ପ୍ରସ୍ତୁତି କରିବେ । କେଉଁ ଚାକିରୀ ପାଇଁ ଆପଣଙ୍କ ନିକଟସ୍ଥ ଅଞ୍ଚଳ ରେ ବିଜ୍ଞପ୍ତି ବାହାରିଛି ତାହାର ନୋଟିଫିକେସନ୍ ଆପଣଙ୍କ ପାଖକୁ ଯିବ ।

ଯଦି ଆପଣ ଏହି ଆପ୍ଲିକେସନ ଗୁଡିକୁ ଆପଣଙ୍କ ଫୋନରେ ରଖିବେ । ତେବେ କୌଣସି ଓ୍ୱେବସାଇଟରେ ଖୋଜିବା ର ଆବଶ୍ୟକତା ପଡିବନି । ଗୋଟେ ଟଚ୍ ରେ ଚାକିରୀ ସଂମ୍ବନ୍ଧିତ ସମସ୍ତ ତଥ୍ୟ ଆପଣଙ୍କ ହାତ ପାହାନ୍ତାରେ ପହଞ୍ଚିଯିବ । 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )