Wednesday 24th April 2024
ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏଭଳି ଉପାୟ, ହେବନି ଗ୍ୟାସ୍‌ କି ଛାତି ଜଳାପୋଡା

ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ ଆପଣାନ୍ତୁ ଏଭଳି ଉପାୟ, ହେବନି ଗ୍ୟାସ୍‌ କି ଛାତି ଜଳାପୋଡା

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ମଣିଷମାନଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖା ଦେଉଛି । ଠିକ୍ ସମୟରେ ନ ଖାଇବା ଏବଂ ଠିକ୍ ସମୟରେ ନ ଶୋଉଥିବାରୁ ଗ୍ୟାସଷ୍ଟ୍ରିକ୍ ସମସ୍ୟା ଅତି ସାଧାରଣ ହୋଇ ଗଲାଣି । ସମସ୍ତଙ୍କ ପାଖରେ ଏଭଳି ସମସ୍ୟା ଦେଖା ଯାଉଥିବା ବେଳେ ଲୋକେ ସମସ୍ୟାର କାରଣ ନ ଜାଣି ଔଷଧ ଖାଇବାରେ ଲାଗିଛନ୍ତି । ଆଜି ଆମେ ଗ୍ୟାସଷ୍ଟ୍ରିକ୍ ସମସ୍ୟା କାରଣ ବିଷୟରେ ଜଣାଇବୁ । ଯାହାକୁ ପ୍ରତିଦିନର ଖାଦ୍ୟରୁ ହଟାଇବା ନିହାତି ଦରକାର ।

ଏହିସବୁ ଖାଦ୍ୟ ଖାଇବା ଛାଡନ୍ତୁ

୧. ଯେଉଁ ଲୋକମାନଙ୍କର ଗ୍ୟାସଷ୍ଟ୍ରିକ୍ ସମସ୍ୟା ରହିଛି । ସେମାନେ ରାତି ସମୟରେ ଆଳୁ ଏବଂ ପିଆଜରେ ତିଆରି ହୋଇଥିବା ଜିନିଷ ଖାଇବା ଉଚିତ୍ ନୁହେଁ । କାରଣ ଆଳୁ ଏବଂ ପିଆଜରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ପରିମାଣରେ ରହିଥାଏ । ଯାହା ଦ୍ୱାରା ପେଟରେ ଗ୍ୟାସ ଭରି ଯାଇଥାଏ।

୨. ଗ୍ୟାସ୍ ସମସ୍ୟା ଥିଲେ ଫାଷ୍ଟଫୁଡ୍ ଜମା ବି ଖାଆନ୍ତୁ ନାହିଁ । କାରଣ ଫାଷ୍ଟଫୁଡକୁ ତିଆରି କରିବାରେ ଅନେକ ମସଲାର ବ୍ୟବହାର କରାଯାଇଥାଏ। ଯାହାଦ୍ୱାରା ପେଟ ଗରମ ହେବା, ଜଳିବା ଏବଂ ବଦହଜମି ଭଳି ସମସ୍ୟା ଦେଖା ଯାଇଥାଏ ।

୩. ପତ୍ରକୋବି ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ପେଟରେ ଗ୍ୟାସ୍ ସୃଷ୍ଟି କରିଥାଏ । କାରଣ ପତ୍ରକୋବିକୁ ହଜମ ହେବାରେ ସମୟ ଲାଗିଥାଏ । ରାତି ସମୟରେ ଏହାକୁ ଖାଇବା ଦ୍ୱାରା ଏହା ହଜମ ନ ହୋଇ ପାରି, ପେଟରେ ଗ୍ୟାସ୍ ସୃଷ୍ଟି କରିଥାଏ ।ଭାରତର ଅଧିକାଂଶ ଅଞ୍ଚଳରେ ମସଲାଦାର ଏବଂ ଅଧିକ ତେଲରେ ପ୍ରସ୍ତୁତ ଖାଦ୍ୟ ଖିଆ ଯାଇଥାଏ, ଯେଉଁ କାରଣରୁ ଏଠାକାର ଲୋକମାନଙ୍କର ପେଟ ଯନ୍ତ୍ରଣା, ଗ୍ୟାସ୍, ଏସିଡିଟି, ଆମ୍ବିଳା ହାକୁଟି ଭଳି ସମସ୍ୟା ଲାଗି ରହିଥାଏ। ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟ ଏହି ରୋଗର ମୂଳ କାରଣ ପାଲଟୁଛି। ତେଣୁ ଆଜି ଆମେ ଆପଣଙ୍କୁ ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ଖାଦ୍ୟ ଜିନିଷ ଖାଇବା ଦରକାର, ସେ ବିଷୟରେ କହିବୁ। ବୟସ ବଢ଼ିବା ସହିତ ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ବଢ଼ି ଚାଲିଥାଏ। କାହିଁକି ନା, ପାଚନ ତନ୍ତ୍ର ପୂର୍ବ ଅପେକ୍ଷା ଦୁର୍ବଳ ହେବାକୁ ଲାଗିଥାଏ। ବିଶେଷଜ୍ଞଙ୍କ ମୁତାବକ, ଯଦି ଆପଣ ନିଜ ଖାଦ୍ୟରେ ଏହି ୪ ପ୍ରାକୃତିକ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବେ, ତ ଏମିତି ସମସ୍ୟାରୁ ମୁକ୍ତି ପାଇ ପାରିବେ। ପେଟରେ ଜ୍ୱଳନ ଏସିଡ ରିଫ୍ଲକ୍ସ କାରଣରୁ ଏହା ହୋଇଥାଏ । ଏହା ଅର୍ଥ ପେଟରେ ଥିବା ଏସିଡ ଖାଦ୍ୟନଳୀରେ ଫେରିକି ଆସୁଥିବା କାରଣରୁ ଏହା ହୋଇଥାଏ । ଏହାଦ୍ୱାରା ଯାହା ବି ଖାଦ୍ୟ ଗ୍ରହଣ କଲେ ଏହା ଏସିଡିଟି ହୋଇଯାଏ । ପେଟରେ ଜ୍ୱଳନ ସମସ୍ୟା ଦେଖାଯାଏ । ଏହା ମୋଟାପଣ, ମଦ ପାନ, ଧୂମ୍ରପାନ, ହାର୍ନିଆ ଓ ପେଟରେ ଅଲସର ଜିନତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଗ୍ରହଣ କରୁଥିବା ଔଷଧ ପାଇଁ ହୋଇଥାଏ। ତେବେ ଏଥିରେ ମୁକ୍ତି ପାଇବା ପାଇଁ ଜାଣନ୍ତୁ କିଛି ଘରୋଇ ଟିପ୍ସ ।

ଅଲସର ସମସ୍ୟାର କିଛି ଘରୋଇ ଟିପ୍ସ

– ଯଦି ପେଟରେ ଜ୍ୱଳନ ସମସ୍ୟା ଦେଖାଯାଏ ତେବେ ଖାଇବା ପରେ କିଛି ଗୁଡ଼ ଖାଆନ୍ତୁ । ଏହାଦ୍ୱାରା ପାଚନ ପ୍ରକ୍ରିୟା ଠିକ ରୂପେ କାର୍ଯ୍ୟ କରିଥାଏ ।

– ଦହି ସେବନ କରିବା ଦ୍ୱାରା ପେଟରେ ଜ୍ୱଳନ ସମସ୍ୟା କମିଥାଏ । ଏଥିରେ ଥିବା ଏଣ୍ଟାସିଡ ଗୁଣ ପେଟରେ ଜ୍ୱଳନ ସମସ୍ୟାକୁ କମ କରିଥାଏ ।

– ଅଦା ରସରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ , ଯାହା ପେଟରେ ଥିବା ହାନିକାରକ ବ୍ୟାକ୍ଟେରିଆକୂ ମାରିଥାଏ । ଲେମ୍ବୁ ଓ ଅଦା ସହ ମହୁ ମିଶାଇ ଖାଆନ୍ତୁ । ଏହା ଜ୍ୱଳନ ସମସ୍ୟାରୁ ମୁକ୍ତିି ଦେବ ।

– ଏହାସହ ଆପଣ ପାନମହୁରୀ ପାଣି, ଆଲୋବେରା ଜୁସ ସେବନ କରିବା ସହ ତୈଳ ଓ ମସଲା ଯୁକ୍ତ ଖାଦ୍ୟଠୁ ଦୂରେଇ ରହନ୍ତୁ । ତମ୍ବାଖୁ ବର୍ଜନ ସହ ରାତିରେ ଶୋଇବାର ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ ।

ଅଦା: ଥଣ୍ଡା, ସର୍ଦ୍ଦି ହେଲେ ପ୍ରାୟତଃ ଆମେ ଅଦା ଖାଇଥାଉ, କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ଏଥିରୁ ମିଳୁଥିବା ଜିଞ୍ଜରୋଲ ଏବଂ ଅନ୍ୟାନ୍ୟ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ପେଟ ଜନିତ ସମସ୍ୟାକୁ ଦୂର କରିପାରେ। ଅଦାକୁ ଗରମ ପାଣିରେ ଫୁଟାଇ ଏହାର ଚା’ ପିଇଲେ, ପେଟ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ।

କମଳା: କମଳା ଏମିତି ଏକ ଫଳ, ଯେଉଁଥିରୁ ଭରପୂର ମାତ୍ରାରେ ଫାଇବର ମିଳିଥାଏ। ତେଣୁ ଏହାର ଜୁସ୍‌ ପିଇବା ପରିବର୍ତ୍ତେ ଏହାକୁ ପୂରା ଖାଆନ୍ତୁ। ଏଥିରେ ଥିବା ଲେକ୍ସେଟିଭ୍ ପେଟ ସଫା କରିବାରେ ସାହାଯ୍ୟ କରିଥାଏ, ଯଦ୍ଦ୍ଵାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ। ଏମିତିରେ ଏହାର ଜୁସ୍‌ ପିଇଲେ ବି ପେଟ ସମସ୍ୟା ଶୀଘ୍ର ଭଲ ହୋଇଯାଏ।

ସୋରିଷ ମଞ୍ଜି: ସୋରିଷ ମଞ୍ଜିରେ ଫାଇବର ଅଧିକ ମାତ୍ରାରେ ରହିଥାଏ, ଯାହାକୁ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇଥାଏ। ଏହା ଗ୍ୟାସ୍ ଏବଂ ପେଟ ଯନ୍ତ୍ରଣାକୁ ମଧ୍ୟ ଭଲ କରିଥାଏ।

ଲେମ୍ବୁ: ଲେମ୍ବୁ ଅନେକ ରୋଗର ଉପଶମ ବୋଲି କୁହାଯାଏ। ଆପଣ ଲେମ୍ବୁ ପାଣି କିମ୍ବା ଏହାର ରସକୁ ସାଲାଡରେ ଚିପୁଡ଼ି ଖାଇ ପାରିବେ। ଏଥିରେ କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍ ମିଳିଥାଏ। ଏଥି ସହିତ ପେଟ ସମସ୍ୟାକୁ ଦୂର କଲା ଭଳି ପେକ୍ଟିନ୍‌ ଫାଇବର ମଧ୍ୟ ଏଥିରୁ ମିଳିଥାଏ।

ଅଧିକ କିମ୍ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆପଣଙ୍କ ଡାଏଟକୁ ପ୍ରଭାବିତ କରିଥାଏ। ଏହି କାରଣରୁ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଏହି ସମୟରେ କୋଷ୍ଠକାଠିନ୍ୟ, ବ୍ଲୋଟିଂ, ଗ୍ୟାସ ଏବଂ ଛାତି ଜଳାପୋଡା ଭଳି ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ଆଜିକାଲି ଛାତିରେ ଜଳାପୋଡା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ମଧ୍ୟ ଏମିତି ହୋଇଯାଇଥାଏ। ଯଦି ବାରମ୍ବାର ଆପଣଙ୍କ ସହିତ ଏମିତି ହେଉଥାଏ ତେବେ ଏହା ଚିନ୍ତାର କାରଣ ହୋଇପାରେ। ପେଟରେ କିଛି ସଂକ୍ରମଣ ହୋଇଥିଲେ ବି ସକାଳୁ ସକାଳୁ ପେଟ ଫୁଲିବା ପରି ସମସ୍ୟା ଦେଖାଯାଏ । କେବେ କେବେ ପେଟରେ ଏଚ୍ ଫାଇଲୋରୀ ନାମକ ବ୍ୟାକ୍ଟେରିଆ ବଢିଯାନ୍ତି, ଫଳରେ ପେଟରେ ଗ୍ୟାସ ସୃଷ୍ଟି ହୁଏ । ଏନେଇ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଏହାବ୍ୟତୀତ କିଛି ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମଧ୍ୟ ପେଟରେ ପ୍ରବଳ ଗ୍ୟାସ ସୃଷ୍ଟି ହୁଏ ବିଶେଷ କରି ସକାଳୁ ସକାଳୁ ନିତ୍ୟ କର୍ମ ସାରିବା ପରେ ବି ପେଟରେ ଗ୍ୟାସ ହୋଇଯାଏ । ଯେପରିକି ହାଇବର୍ଟିକ୍ୟୁଲାଇଟିସ୍, ଅଲ୍ସରେଟିଭ୍ କୋଲାଇଟିସ୍, କ୍ରୋହନ୍ସ ଡିଜିଜ୍, ଇରିଟେବଲ ବାଉଲ ସିଣ୍ଡ୍ରୋାମ୍, ମଧୁମେହ. ଥାଇରଏଡ୍ , ଓ ଇଣ୍ଟେଷ୍ଟାଇନ୍ ବ୍ଲକେଜ୍ ହେଲେ ମଧ୍ୟ ଭୋର ସମୟରେ ପେଟରେ ପ୍ରବଳ ଗ୍ୟାସ ହୁଏ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ତେଣୁ ଏସବୁକୁ ଅବହେଳା ନକରି ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ପାଚନତନ୍ତ୍ରର ଇମ୍ୟୁନିଟି ବଢାଇବାର ସହଜ ଉପାୟ

ଏକ ସୁସ୍ଥ ପାଚନତନ୍ତ୍ର ଇମ୍ୟୁନିଟି ବଢାଇବାରେ ସହାୟକ ହୋଇଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ପାଇଁ କିଛି ଖାଦ୍ୟକୁ ନିଜ ଡାଏଟରେ ସାମିଲ କରିପାରିବେ। ଏହାଛଡା ଏକ ସୁସ୍ଥ ଜୀବନଶୈଳୀ ମଧ୍ୟ ପାଳନ କରିପାରିବେ। ତେବେ କେତେକ ଘରୋଇ ଜିନିଷ ରହିଛି ଯାହା ଆପଣଙ୍କ ପାଚନ ତନ୍ତ୍ରକୁ ବେଶ ମଜଭୁତ କରିଥାଏ। ଏହିସବୁ ଜିନିଷ ଆପଣଙ୍କ ହାତମୁଠାରେ ବହୁତ ସହଜରେ ମିଳିପାରେ। ତେବେ ଜାଣନ୍ତୁ କ’ଣ ସବୁ ଏହି ଜିନିଷ..

ଜୁଆଣି ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ରୋଗ ଯେପରି ପେଟ ଯନ୍ତ୍ରଣା, ଗ୍ୟାସ୍‌, ବାନ୍ତି, ଅପଚ ଏବଂ ଏସିଡିଟି ସହିତ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ। ଏହା ଫାଇବରରେ ଭରପୂର ରହିଥାଏ। ଯଦି ଆପଣ ଅପଚ ସମସ୍ୟାରେ ଗତି କରୁଛନ୍ତି, ତେବେ ଜୁଆଣି ସହିତ କଳା ଲୁଣ ଏବଂ ଅଦା ପକାଇ ଏକାସଙ୍ଗେ ଗୁଣ୍ଡ କରି ଖାଇବା ପରେ ଖାଇଲେ, ସମସ୍ୟାରୁ ମୁକ୍ତି ମିଳେ। ଯଦି ଆପଣ ପେଟଜନିତ ସମସ୍ୟାରେ ଗତି କରୁଥାନ୍ତି, ତେବେ ପୁଦିନା ଚା’ ପିଇପାରିବେ। ପୁଦିନାରେ ଅନେକ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟିସେପ୍ଟିକ ଗୁଣ ରହିଥାଏ, ଯାହା ଆପଣଙ୍କ ପାଚନ ତନ୍ତ୍ରରେ ମାଂସପେଶୀକୁ ଆରାମ ଦେଇଥାଏ। ପେଟ ସମ୍ବନ୍ଧୀୟ ସମସ୍ୟା ଯେପରି କୋଷ୍ଠକାଠିନ୍ୟକୁ ଠିକ୍‌ କରିଥାଏ। ଦହି ଖାଇଲେ ମଧ୍ୟ ଏହିସବୁ ସମସ୍ୟାରୁ ଆରାମ ମିଳିଥାଏ। ଦହିରେ ପ୍ରୋବାୟୋଟିକ୍ସର ଏକ ସ୍ରୋତ ରହିଥାଏ। ଏହାକୁ ଖାଇଲେ ପେଟ ସମସ୍ୟା କମ୍‌ ହୋଇଥାଏ। ତେଣୁ ଆପଣ ନିଜ ଖାଦ୍ୟରେ ସବୁବେଳେ ଦହି ସାମିଲ କରନ୍ତୁ।

କ୍ଷୀରରେ କ୍ୟାଲସିୟମର ଅଧିକ ମାତ୍ରା ହାଇଡ୍ରୋକ୍ଲୋରିକ ଏସିଡକୁ ନିୟନ୍ତ୍ରିତ କରିଥାଏ। ତେଣୁ ଥଣ୍ଡା କ୍ଷୀର ପିଇବା ଦ୍ୱାରା ପେଟରେ ଏସିଡ ଅବଶୋଷିତ ହୋଇଯାଏ। ଏହା ପେଟରେ ହେଉଥିବା ଜ୍ୱଳନକୁ ତୁରନ୍ତ ଭଲ କରିଥାଏ। ତରଭୁଜରେ ହାଇଡ୍ରେଟିଂ, ଆଣ୍ଟିବ୍ୟାକ୍ଟେରିଆଲ ଗୁଣ, ଭିଟାମିନ ଏବଂ ମିନେରାଏ ରହିଥାଏ, ଯାହା ପେଟ ସମସ୍ୟାକୁ ଦୂର କରିଥାଏ।କେବେ ବି ଖାଇବା ପରେ ପରେ ଆରାମ କରନ୍ତୁ ନାହିଁ। ଏମିତି କଲେ ଆପଣଙ୍କ ଓଜନ ବଢିଥାଏ। ତେଣୁ ଯଦି ଆପଣ ନିଜ ପାଚନ ତନ୍ତ୍ରକୁ ମଜଭୁତ କରିବାକୁ ଚାହୁଁଛନ୍ତି, ତେବେ ଖାଇବା ପରେ ଟିକେ ଚଲାବୁଲା କରନ୍ତୁ। କିନ୍ତୁ କେବେ ବି ଖାଇବା ପରେ ଦୌଡିବା କିମ୍ବା ଜଗିଂ, ବ୍ୟାୟାମ କରନ୍ତୁ ନାହିଁ। କେବଳ ୧୫ ମିନିଟ ଏପଟସେପଟ ହେବା ପରେ ଆପଣ ସୁସ୍ଥ ଅନୁଭବ କରିପାରିବେ।

CATEGORIES
TAGS
Share This

COMMENTS

Wordpress (0)
Disqus ( )