Friday 19th April 2024
କେଉଁ Website ରେ କରିବେ job search ଏବଂ କେଉଁଠି ପାଇବେ ଚାକିରୀ ସଂମ୍ବନ୍ଧିତ ସମସ୍ତ ତଥ୍ୟ ?

କେଉଁ Website ରେ କରିବେ job search ଏବଂ କେଉଁଠି ପାଇବେ ଚାକିରୀ ସଂମ୍ବନ୍ଧିତ ସମସ୍ତ ତଥ୍ୟ ?

ସବୁବେଳେ ଚାକିରୀ ସଂନ୍ଧାନରେ ଥାନ୍ତି ଚାକିରୀ ଆଶାୟୀ । ବୟସ ବଢିବା ସଂଙ୍ଗେ ସଂଙ୍ଗେ ଚାକିରୀ କରିବାର ବୟସ ମଧ୍ୟ ଢଳିଯାଏ । ତେଣୁ ବୟସ ବଢିବା ସହ ବଢିଥାଏ ମନର ବ୍ୟାକୁଳତା । ସରକାରୀ ହେଉ କିମ୍ବା ବେସରକାରୀ ସବୁଥିରେ ଥାଏ ବୟସ ସୀମା । ତେବେ Internet ଯୁଗରେ ସବୁକିଛି ସହଜରେ ହେଇପାରୁଛି । ଅନେକ କିଛି ତଥ୍ୟ Internet ରୁ ସହଜରେ ଉପଲବ୍ଧ ହେଇପାରୁଛି । ବିଭିନ୍ନ ତଥ୍ୟ ପାଇଁ ଅଛି , ବିଭିନ୍ନ ପ୍ରକାରର website । ସବୁ website ରେ ସବୁ ତଥ୍ୟ ଠିକ ଢଙ୍ଗରେ ନଥାଏ କିମ୍ୱା କିଛି website ରେ ମିଥ୍ୟା ତଥ୍ୟ ମଧ୍ୟ ଥାଏ । ତେଣୁ ସବୁ website ର ତଥ୍ୟକୁ ସଠିକ ମାନିନେବା ଠିକ ନୁହଁ । ଏପରି କଲେ ଆପଣ ବର୍ତ୍ତମାନ ହଇରାଣରେ ପଡିବା ସହ ଭବିଷ୍ୟତରେ ମଧ୍ୟ ହଇରାଣରେ ପଡିପାରନ୍ତି । ସଠିକ ତଥ୍ୟ କେବଳ genuine website ରୁ ହଁ ମିଳେ । ଏମିତି ଅନେକ ଗୁଡିଏ website ଅଛି , ଯେଉଁଥିରେ ରହିଥାଏ ମିଥ୍ୟା ଅପପ୍ରଚାର । ଅଧିକ website visit ପାଇବା ପାଇଁ ଚାକିରୀକୁ ନେଇ ଅନେକ website ଅନେକ ଗୁଡିଏ ଲୋଭନୀୟ ତଥ୍ୟ ଦେଇଥାନ୍ତି । ତେବେ ଅନେକ ଗୁଡିଏ  genuine website ଅଛି, ଯେଉଁଥିରେ ଆପଣ ପାଇପାରିବେ ସଠିକ ତଥ୍ୟ । ଚାକିରୀକୁ ନେଇ ବା ଚାକିରୀ ବିଷୟରେ ପାଇପାରିବେ ସଠିକ ତଥ୍ୟ ।

କିଛି ଏମିତି ବି website ଅଛି, ଯେଉଁ website  ରେ ଚାକିରୀ ପାଇଁ ଆବଶ୍ୟକ ଥିବା ଯୋଗ୍ୟତା ଏବଂ ଚାକିରୀ ପାଇଁ କଣ କରିବାକୁ ପଡିବ ତାହା ଭଲଭାବରେ ଦିଆଯାଇଥାଏ ।  ବର୍ତ୍ତମାନ ସମୟରେ YouTube ଏକ global online video sharing ଏବଂ social media platform ଭାବରେ ଜଣାଶୁଣା । YouTube ରେ ମିଳିଥାଏ ଅନେକ ପ୍ରକାରର video  । video content  ରେ ଭରପୁର ଥିବା media platform YouTube ରେ ଚାକିରୀ ସମ୍ବନ୍ଧିତ video content ଥାଏ । ତେବେ YouTube ରେ ଅନେକ Skippable video  advertisement  ଏବଂ Non-skippable video advertisement ଆସେ । ଯେଉଁଥିପାଇଁ ଅନେକ ସମୟରେ ୧୦ ରୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ ସମୟ ନଷ୍ଟ ହୋଇଥାଏ । ଗୋଟେ ଛୋଟ Notification ପାଇଁ YouTube ରେ ୧୦ ରୁ ୩୦ ମିନିଟ୍ ପର୍ଯ୍ୟନ୍ତ ସମୟ ସରିଯାଏ । YouTube ରେ video କୁ pause କରି screenshot ନେବାରେ ଅସୁବିଧା ହୁଏ ।  Internet slow ହେଲେ ମଧ୍ୟ YouTube ରେ video play ହେବାରେ ଅସୁବିଧା ହୁଏ ଏବଂ Video ଦେଖିଲେ  Internet data ଅଧିକ ସରିଯାଏ । ତେଣୁ ଅନେକ ଚାକିରୀ ଆଶାୟୀ ଏବଂ  Job preparation  କରୁଥିବା ଛାତ୍ରଛାତ୍ରୀ ମାନେ website କୁ ଅଧିକ ଗୁରୁତ୍ୱ ଦିଅନ୍ତି । website ରେ କମ୍ Internet data ଖର୍ଚ୍ଚ ହେବା ସହ କମ ସମୟରେ ମିଳିଥାଏ ଅନେକ ତଥ୍ୟ । website ରେ ଚାକିରୀ ସମ୍ବନ୍ଧିତ ଅନେକ ଗୁଡିଏ ତାଲିକା ଏକାଥରକେ ମିଳିଯାଏ ।

ତେବେ ଆସନ୍ତୁ ଜାଣିବା ସେହି  website ଗୁଡିକ କଣ ?

୧ ) LinkedIn

LinkedIn ଏକ website  ଏବଂ ଏକ ପ୍ରକାରର social media platform ମଧ୍ୟ ବୋଲି କହିହେବ । ତେବେ LinkedIn  ଏମିତି ଏକ social media platform ଯାହାକି କେବଳ ଆପଣଙ୍କ କ୍ୟାରିୟର ପାଇଁ କାମ କରେ । ଚାକିରୀ ଏବଂ company  ସମ୍ବନ୍ଧିତ ଅନେକ ତଥ୍ୟ ମିଳିଥାଏ ଏହି platform ରେ ।  ବିଭିନ୍ନ ବର୍ଗରେ ଚାକିରୀ କରୁଥିବା ବ୍ୟକ୍ତି ବିଶେଷ ଏବଂ ବ୍ୟକ୍ତିତ୍ୱ ମାନଙ୍କ ସହ ଅତି ସହଜରେ Digital format  ରେ ଯୋଡିହେବାକୁ ସୁଯୋଗ ପ୍ରଦାନ କରେ LinkedInProfessional Success ପାଇଁ ଅନେକ ଗୁଡିଏ company LinkedIn ଜରିଆରେ ତାଙ୍କର Promotion କରାନ୍ତି ଏବଂ company ପାଇଁ  Employee ଖୋଜିଥାନ୍ତି । 

LinkedIn ଏକ genuine platform , ଯେଉଁଥିରେ ଆପଣ Professional  ବ୍ୟକ୍ତିବିଶେଷ ମାନଙ୍କୁ ଅତି ସହଜରେ ପାଇ ପାରିବେ ଏବଂ ତାଙ୍କ ସହ connection ରେ ରହିପାରିବେ । LinkedIn ରେ ସାଧାରଣତ ବେସରକାରୀ ଚାକିରୀ ଏବଂ Big Company Jobs ବିଷୟରେ ଅଧିକ ଜାଣିବାକୁ ମିଳିଥାଏ । LinkedIn Profile  ଆପଣଙ୍କ Work experience ର ବିବରଣୀ ଭଳି ମଧ୍ୟ କାମ କରିଥାଏ । ଯାହାକି ଆପଣଙ୍କୁ ଚାକିରୀ ଖୋଜିବାରେ ସହାୟକ ହୋଇଥାଏ ।

 

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – 

https://www.linkedin.com/pulse/topics/home/?trk=guest_homepage-basic_guest_nav_menu_discover

 

୨ ) Indeed –

Indeed ମଧ୍ୟ ଏକ job platform । ଯେଉଁଥିରେ ଆପଣ ଅନେକ ଗୁଡିଏ ଚାକିରୀ ବିଷୟରେ ତଥ୍ୟ ପାଇପାରିବେ ।Indeed ରେ ବିଭିନ୍ନ ପ୍ରକାରର ଚାକିରୀ ବିଷୟରେ ବିଜ୍ଞାପନ ବାହାରେ ଏବଂ ବିଶେଷକରି ବେସରକାରୀ ଚାକିରୀ ଅଧିକ ମିଳେ । ଏହି website ରେ Location ଅନୁସାରେ ମଧ୍ୟ ଚାକିରୀ ଖୋଜି ହୁଏ । ଗୋଟେ Click ରେ ଆଖପାଖ ଅଞ୍ଚଳର କିମ୍ବା ଆପଣ ଥିବା ସ୍ଥାନ ର ଖୁବ୍ ନିକଟ ବର୍ତ୍ତି ଅଞ୍ଚଳରେ ବାହାରୁଥିବା ଚାକିରୀର ବିଜ୍ଞପ୍ତି ଆପଣ ପାଇପାରିବେ । ଯଦି ଆପଣ ନିଜର Resume Indeed ରେ Uplode କରନ୍ତି , ତେବେ Company କିମ୍ବା Hiring manager ପାଖରୁ ଆପଣଙ୍କ ପାଖକୁ Interview ପାଇଁ call ଆସିବାର ସଂମ୍ଭାବନା ଅଧିକ । ଏହି website କମ୍ପାନୀଗୁଡିକ ର ଦରମା ଏବଂ reviews ବିଷୟରେ ସୂଚନା ପ୍ରଦାନ କରିଥାଏ । ଯାହା ଚାକିରୀ ଆଶାୟୀ ମାନଙ୍କୁ ସେମାନଙ୍କର ଚାକିରି ସନ୍ଧାନ କରିବାରେ ସାହାର୍ଯ୍ୟ କରେ । 

 

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – 

https://in.indeed.com/companies?from=gnav-compui

 

୩ ) FreejobAlert –

FreejobAlert ଏକ ବଢିଆ website । ଯେଉଁଥିରେ ଆପଣ ପାଇପାରିବେ ବିଭିନ୍ନ ବର୍ଗ ର ବିଭିନ୍ନ ପ୍ରକାର ର ଚାକିରୀ । ସରକାରୀ ହେଉ କିମ୍ବା ବେସରକାରୀ ଚାକିରୀ , ପ୍ରତିଦିନ ବାହାରୁଥିବା ଚାକିରୀ ବିଷୟରେ ସୂଚନା ଆପଣ ପାଇ ପାରିବେ । ଏହି website ରେ ଆପଣ ରାଜ୍ୟ ଅନୁସାରେ ଚାକିରୀ ଖୋଜି ପାରିବେ । କେଉଁ ରାଜ୍ୟରେ କଣ ଚାକିରୀ ବାହାରିଲା ତାହା ଆପଣ ଅତି ସହଜରେ ଜାଣିପାରିବେ । ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ବାହାରୁଥିବା ଚାକିରୀ ବିଷୟରେ ଅନେକ ତଥ୍ୟ ଏହି website ରେ ମିଳେ । ଚାକିରୀ ପାଇଁ ହେଉଥିବା ପରୀକ୍ଷା ଏବଂ Interview ର Result ଏହି website ରେ ମିଳିଥାଏ । ଯେଉଁ ଚାକିରୀ ପାଇଁ ଆପଣ form ଭରିଥିବେ , ସେହି ପରୀକ୍ଷାର  Admit Card  ବା Hall Ticket  ର download link  ମଧ୍ୟ ଏଠାରେ ଉପଲବ୍ଧ ହୋଇଥାଏ ।

 

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – 

https://www.freejobalert.com/

 

୪ ) Glassdoor

ଚାକିରୀ ପାଇଁ ଚର୍ଚ୍ଚିତ website ହେଉଛି Glassdoor । ଏହି website ଟି କେବଳ ଭାରତରେ ନୁହଁ ବରଂ ଦେଶ ବିଦେଶରେ ମଧ୍ୟ ବହୁଳ ମାତ୍ରାରେ ବ୍ୟବହାର କରାଯାଏ । ଏହି website ଚାକିରୀ ପାଇଁ genuine website  । ଏଥିରେ ଆପଣ ବିଭିନ୍ନ ପ୍ରକାରର ଚାକିରୀ ପାଇପାରିବେ । ଯେପରିକି Full-time , Regular / Permanent , Fresher, Internship , Temporary । ଏଥିରେ ଆପଣ ପ୍ରତ୍ୟେକ Company ର ପଦବୀ ଅନୁସାରେ ଦରମା ଜାଣିପାରିବେ ।website ରେ Company ର Review ଦେଖି Company ର status ବିଷୟରେ ଜାଣିପାରିବେ । ଯାହାକି ଆପଣଙ୍କୁ ଆପଣଙ୍କ ଚାକିରୀ ଚୟନ କରିବାରେ ସାହାର୍ଯ୍ୟ କରିବ । 

 

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – 

https://www.glassdoor.com/about/

 

୫ ) Naukri.com –

ଏହା ମଧ୍ୟ ଏକ website , ଯେଉଁଥିରେ ଚାକିରୀ ଅଧିକ ପୋଷ୍ଟ ହୁଏ ଏବଂ ଭାରତରେ ଅଧିକ ମାତ୍ରାରେ ବ୍ୟବହାର ହୁଏ । Naukri.com ଦ୍ୱାରା ଅନେକ ଚାକିରୀ ପାଇ ଏବେ ଚାକିରୀ କରୁଛନ୍ତି । Part -Time ହେଉ କିମ୍ବା Full – Time  ସବୁ ପ୍ରକାରର ଚାକିରୀ ଏଠାରେ ଦେଖିବାକୁ ମିଳେ । Naukri.com  ରେ ଅନେକ fake Company ଚାକିରୀ ଦେବା ଆଳରେ ଟଙ୍କା ମାଗିଥାନ୍ତି ।  ଟଙ୍କା ଦେଲେ ଆପଣଙ୍କର Registration ହେବ ଏବଂ ବିନା  interview  ରେ ଆପଣ ଚାକିରୀ ପାଇବେ ବୋଲି କହିଥାନ୍ତି । ତେଣୁ ଏଥିପ୍ରତି ଧ୍ୟାନ ଦେଇ ଆପଣ Company ର Review ନିହାତି ଦେଖନ୍ତୁ ଏବଂ କୌଣସି ଟଙ୍କା ଦିଅନ୍ତୁ ନାହିଁ । ବିନା ପରୀକ୍ଷା ଏବଂ interview ରେ କୌଣସି ଚାକିରୀ ମିଳେ ନାହିଁ । ତେଣୁ ଏଥିପ୍ରତି ଧ୍ୟାନ ରଖନ୍ତୁ ।  Naukri.com  ରେ ବିଭିନ୍ନ ପ୍ରକାର ର job ପୋଷ୍ଟ ହୁଏ । ତେଣୁ Naukri.com  ରେ ଅଧିକ ଚାକିରୀ ଆଶାୟୀ ନିଜ ମନ ପସନ୍ଦର ଚାକିରୀ ଖୋଜିଥାନ୍ତି । କିଛି ଖଳ ପ୍ରକୃତିର ଲୋକ fake Company  ର ID ବନାଇ JOB ପୋଷ୍ଟ କରନ୍ତି । ଏଥି ପ୍ରତି ଟିକେ ଧ୍ୟାନ ଦେଲେ କୌଣସି ଅସୁବିଧା ନାହିଁ  । Naukri.com  ଗୋଟିଏ genuine website  । 

 

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – 

https://www.naukri.com/

 

୬ ) Timesjob.com –

Timesjob.com website ରେ ମଧ୍ୟ ବିଭିନ୍ନ ପ୍ରକାର ର ଚାକିରୀ ପୋଷ୍ଟ ହୁଏ । ଏହି website ଚାକିରୀ ପୋଷ୍ଟ ସହ Job search Tips , Interview Tips ଏବଂ ଚାକିରୀ ସଂମ୍ୱନ୍ଧିତ ଅନେକ କିଛି ପୋଷ୍ଟ କରିଥାଏ । ଚାକିରୀ ସଂମ୍ୱନ୍ଧିତ ଅନେକ blog ଆପଣ ଏଠାରେ ପଢିପାରିବେ । ଯାହାକି ଆପଣଙ୍କ ଜ୍ଞାନ ବଢାଇବା ସହ Interview ଏବଂ ଚାକିରୀରେ ସାହାର୍ଯ୍ୟ କରିବ । ଆପଣ ଚାହିଁଲେ Location  ଅନୁସାରେ ଚାକିରୀ ଖୋଜିପାରିବେ ଏହି website ରେ । 

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – 

https://www.timesjobs.com/

   

୭ ) freshersworld.com –

freshersworld.com ରେ ଆପଣ ପାଇପାରିବେ Job – related ଅନେକ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ । ବିଭିନ୍ନ ବର୍ଗର ଚାକିରୀ ବିଷୟରେ ବିଜ୍ଞପ୍ତି ଏଠାରେ ମିଳେ ।  

ଯେପରିକି –

  1. IT / Software
  2. Core Technical
  3. Govt. Sector
  4. MBA Jobs
  5. Internship 
  6. Diploma Jobs
  7. Research Jobs
  8. BPO Jobs
  9. Part Time Jobs
  10. 1 to 3 Yr Exp Jobs
  11. Tech Support Jobs
  12. Health Care Jobs
  13. Hospitality Jobs
  14. Retail Jobs
  15. Sports Jobs
  16. Finance Jobs
  17. Bank Jobs
  18. Walk-ins 
  19. Teaching Jobs
  20. Pharma Jobs
  21. Defence Jobs

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – 

https://www.freshersworld.com/

 

 ୮ ) ଭାରତ ସରକାରଙ୍କ website – 

ଭାରତ ସରକାରଙ୍କ ଅନେକ ଗୁଡିଏ ବିଭାଗ ଅଛି । ସେହି ବିଭାଗରେ ବିଭିନ୍ନ ପଦବୀରେ ପ୍ରତିବର୍ଷ ନିଯୁକ୍ତି ପ୍ରକ୍ରିୟା ଚାଲେ । ତେବେ ଭାରତ ସରକାରଙ୍କ website  ଗୁଡିକ ନିମ୍ନ ରେ ଦିଆଯାଇଛି ।

1) Staff Selection Commission (SSC) –

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – https://ssc.nic.in/

2 ) Union Public Service Commission (UPSC) –

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ –  

https://www.upsc.gov.in/

 

୯ ) ଓଡିଶା ସରକାରଙ୍କ website –

ଭାରତ ସରକାରଙ୍କ ପରି ଓଡିଶା ସରକାରଙ୍କ ମଧ୍ୟ ବିଭିନ୍ନ ବିଭାଗର website ଅଛି । Group-A post  ହେଉ କିମ୍ବା Group-B post  ସବୁ କିଛି ଏହି website ଗୁଡିକରେ ଉପଲବ୍ଧ ରହୁଛି । ତେବେ ଓଡିଶା ସରକାରଙ୍କ  website  ଗୁଡିକ ନିମ୍ନ ରେ ଦିଆଯାଇଛି ।

1 ) Odisha Staff Selection Commission (OSSC) –

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – 

https://www.ossc.gov.in/Public/OSSC/Default.aspx

 

2 ) Odisha Sub- Ordinate Staff Selection Commission (OSSSC) –

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – 

https://www.osssc.gov.in/Public/OSSSC/Default.aspx

 

3 ) Odisha Public Service Commission (OPSC) – 

ଏହି  LINK ରେ CLICK କଲେ ସିଧାସଳଖ website VISIT କରିପାରିବେ – 

https://www.opsc.gov.in/Public/OPSC/Default.aspx

ଉପରେ ଦିଆଯାଇଥିବା website ଗୁଡିକରେ ଆପଣ ନିଜର ଯୋଗ୍ୟତା ଏବଂ ସ୍ଥାନ ଅନୁସାରେ ଚାକିରୀ ଖୋଜିପାରିବେ । 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )