Tuesday 19th March 2024
ଏହି ସବୁ ଷ୍ଟ୍ରାଟେଜୀ ଆପଣାନ୍ତୁ, ଗଢ଼ି ପାରିବେ ଗୋଟିଏ ସଫଳ ବିଜନେସ୍‌

ଏହି ସବୁ ଷ୍ଟ୍ରାଟେଜୀ ଆପଣାନ୍ତୁ, ଗଢ଼ି ପାରିବେ ଗୋଟିଏ ସଫଳ ବିଜନେସ୍‌

ଚାକିରୀ ଠାରୁ ଅଧିକ ଆଜିର ସମୟରେ ଲୋକ ବିଜନେସ୍ କରିବାକୁ ପସନ୍ଦ କରୁଛନ୍ତି । ଯେଉଁଠାରୁ ଚାକିରୀ କରି ମାସକୁ ସେ ଯେତେ ଟଙ୍କା ରୋଜଗାର କରୁଥିଲେ ତା ଠାରୁ ଅଧିକ ଆୟ କରିପାରୁଛନ୍ତି । ତେଣୁ ଆଜିର ଡିଜିଟାଲ ଦୁନିଆରେ ଲୋକ ମାନେ ଅନଲାଇନ୍‌ରେ ବିଜନେସ୍ କରିବା ଆରମ୍ଭ କରିଦେଇଛନ୍ତି । ଯେଉଁଠାରୁ ସେ ଲକ୍ଷାଧିକ ଟଙ୍କା ଆୟ କରିି ପାରୁଛନ୍ତି । କିନ୍ତୁ ଏ ମଧ୍ୟରେ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ବିଜନେସ୍ କରିବାକୁ ତ ଚାହାନ୍ତି ମାତ୍ର ଜାଣି ପାରନ୍ତି ନାହିଁ କେଉଁ ଡିଜିଟାଲ ବିଜନେସ୍ କରିବା ଦ୍ୱାରା ସେମାନେ ଲାଭରେ ରହିବେ, କିମ୍ବା କେଉଁ ଷ୍ଟ୍ରାଟେଜୀ ବା ରଣନୀତି ଅପଣାଇବା ତାଙ୍କ ବିଜନେସ ପାଇଁ ଉଚିତ ରହିବ । ତେଣୁ ଆଜି ଆମେ ଆପଣଙ୍କୁ ସେହି ଭଳି କିଛି ଡିଜିଟାଲ ବିଜନେସର ମଡେଲ ଏବଂ ତାର ଷ୍ଟ୍ରାଟେଜୀ ସମ୍ବନ୍ଧରେ ଜଣାଇବୁ ଯାହା କି ଆପଣଙ୍କୁ ଡିଜିଟାଲ ବିଜନେସ ଗଢ଼ିବାରେ ସାହାର୍ଯ୍ୟ କରିବ ।5 Ways Digital Business Owners Can Find Success

ଡିଜିଟାଲ ବିଜନେସ୍ କଣ?

ନିଜ ଅଫଲାଇନ୍ ପ୍ରଡକ୍ଟକୁ ଅନଲାଇନ୍ କୁ ଆଣି ଲୋକ ମାନଙ୍କୁ ବିକିବା ହେଉଛି ଡିଜିଟାଲ ବିଜନେସ୍ । ଆଜିର ସମୟରେ ପ୍ରତ୍ୟେକ ଟି ବ୍ୟକ୍ତି ଇଣ୍ଟରନେଟ୍‌ର ବ୍ୟବହାର କରୁଛନ୍ତି । ଯେଉଁ କାରଣରୁ ପ୍ରତ୍ୟେକ ଟି ବ୍ୟକ୍ତିଙ୍କୁ ନିଜ ପାଖରେ ସବୁ ଜିନିଷ ଦରକାର ହୋଇଥାଏ । ସେଥିପାଇଁ ଉଦାହରଣ ଭାବେ ଲୋକଙ୍କୁ ଭୋକ ଲାଗିଲେ ସେ ଜୋମାଟୋ କିମ୍ବା ସ୍ୱିଗିର ବ୍ୟବହାର କରୁଛନ୍ତି । ସେହିଭଳି ଦୂରକୁ ଯିବାର ଥିଲେ ଓଲା କିମ୍ବା ଉବେର ବ୍ୟବହାର କରୁଛନ୍ତି । ନିଜର ସ୍କିଲକୁ ଲୋକଙ୍କ ସାମ୍ନାରେ ଲୋକଙ୍କ ହିତ ପାଇଁ ଅନଲାଇନ୍‌କୁ ଆଣିବା ହେଉଛି ଡିଜିଟାଲ ବିଜନେସ୍ ।

ଡିଜିଟାଲ ବିଜନେସ୍ ମଡେଲ କଣ?

ଆଜିର ସମୟରେ ସବୁଠାରୁ ସଫଳ ବିଜନେସ୍ ବ୍ରାଣ୍ଡ ଗୁଡ଼ିକ ନୂଆ ନୂଆ ଟୋକ୍ନୋଲୋଜି ଆପଣାଉଛନ୍ତି । ଯାହା ଦ୍ୱାରା ସେମାନେ କମ୍ପାନୀର ଦରକାର ମୁତାବକ କାର୍ଯ୍ୟକରି ବିଜନେସ୍ କରିଥାନ୍ତି । ଡିଜିଟାଲ ବିଜନେସ୍ ମଡେଲ ହେଉଛି ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର କରି ଗ୍ରାହକଙ୍କ ଲାଭକୁ ବୃଦ୍ଧି କରିବା ଏବଂ ଏହାର ମୂଳ ଲକ୍ଷ ହେଉଛି ଡିଜିଟାଲି କିଛି ସମାଧାନ କରିବା ଯାହାକି ଗ୍ରାହକଙ୍କ ପାଇଁ ସୁବିଧା ହେବ । ଡିଜିଟାଲାଇଜେସନ୍ ଏବଂ ଡିଜିଟାଲି କ୍ଷତି ସହୁଥିବା କମ୍ପାନୀ ମାନଙ୍କ ପାଇଁ ଡିଜିଟାଲ ବିଜନେସ୍ ମଡେଲ ଗୁଡ଼ିକର ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଡିଜିଟାଲ ଉପାଦାନ ଦ୍ୱାରା ଗୋଟିଏ ବିଜନେସ୍ ମଡେଲ୍ ବିସ୍ତାର କରିବା, ପ୍ରାଥମିକ ପର୍ଯ୍ୟାୟରୁ ଗୋଟିଏ ସ୍ୱାଧୀନ ଡିଜିଟାଲ ବିଜନେସ୍ ମଡେଲ୍ ନୁହେଁ । ଅନ୍ୟ ପକ୍ଷେ AI (Artificial Intelligence) ଗ୍ରାହକଙ୍କ ପାଇଁ ପରିବର୍ତ୍ତନର ସ୍ୱର ହୋଇପାରୁଛି । ଯେଉଁ ଲୋକ ମାନେ AI ଥିବା ଆପ୍ଲିକେସନ ଯେମିତି କି chatboats ର ପେଜ୍‌କୁ ଯାଉଛନ୍ତି । ସେଠି ସେମାନେ ତାଙ୍କ ଦରକାର ମୁତାବକ ସବୁ ପ୍ରଶ୍ନର ଉତ୍ତର ପାଇ ପାରୁଛନ୍ତି । ଏହା ବ୍ୟତୀତ ଇଓ ଆପଣଙ୍କର ଗୋଟିଏ ପ୍ରଶ୍ନର ଅନେକ ଉତ୍ତର ମଧ୍ୟ ଦେଇଥାଏ, ଯାହାର ସଠିକ୍ ଉତ୍ତର ଆପଣଙ୍କୁ ଜାଣିବା ସହଜ ହୋଇଥାଏ ।
ଲୋକପ୍ରିୟ ଡିଜିଟାଲ ବିଜନେସ୍ ମଡେଲ:

ପ୍ରଥମେ ଜାଣିବା ଦରକାର କି ଆପଣଙ୍କ ଗ୍ରାହକଙ୍କୁ କେଉଁ ପ୍ରକାରର ପ୍ରଡକ୍ଟ ପସନ୍ଦ ଆସୁଛି । ଯାହା ପରେ ଆପଣ ଆପଣଙ୍କ ବିଜନେସ୍ ପାଇଁ ଗୋଟିଏ ଭଲ ଟେକ୍ନୋଲୋଜି ବାଛି ପାରିବେ । ଗୋଟିଏ ଡିଜିଟାଲ ଟ୍ରାନ୍ସଫର୍ମେସନ ପାଇଁ ୧୧ଟି ଡିଜିଟାଲ ବିଜନେସ୍ ମଡେଲ ରହିଛି, ଯେମିତି କି:୧. ମାଗଣା ମଡେଲ (ବିଜ୍ଞାପନ ସମର୍ଥିତ) (Free-Model (ad-supported))

ଗୋଟିଏ ମାଗଣା ବିଜନେସ୍ ମଡେଲ ହେଉଛି ଯାହା ଗୁଗଲ , ଫେସବୁକ୍ ଭଳି ଅନେକ ପ୍ଲାଟଫର୍ମରେ ବିଜ୍ଞାପନ ଦ୍ୱାରା ବ୍ୟବହୃତ ଓ ସମର୍ଥିତ । ଏହି ଆଇଡିଆର ମୂଳ ଲକ୍ଷ ହେଉଛି ଉପଭୋକ୍ତାଙ୍କୁ ମାଗଣା ସେବା ଯୋଗାଇବା । ଯେହେତୁ ଅନ୍‌ଲାଇନ୍ ଉପଭୋକ୍ତା ମାନେ ମୂଲ୍ୟବାନ ସୂଚନା ଦେଇଥାନ୍ତି ତେଣୁ କମ୍ପାନୀକୁ ବିଜ୍ଞପ୍ତି ଉପରେ ଲକ୍ଷ ରଖିବାକୁ ସହଜ ହୋଇଥାଏ ।

୨. ଫ୍ରିମିୟମ୍ ମଡେଲ (Freemium Model):

ଏହି ମଡେଲ ପ୍ରାୟେ ସମସ୍ତେ ବ୍ୟବହାର କରିଥାନ୍ତି । ଏହାଦ୍ୱାରା ଉପଭୋକ୍ତା ମାନଙ୍କୁ ଅନୁମତି ମିଳେ ସାଧାରଣ ପ୍ରଡକ୍ଟ ବ୍ୟବହାର କରିବାକୁ । ଯେଉଁଥିରେ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଉଥାଏ । ଯଦି କେହି ବିଜ୍ଞପ୍ତି ଦେଖିବାକୁ ଚାହୁଁ ନଥିବେ ସେମାନେ ଏହାର ପ୍ରିମିୟମ ମଡେଲ ମଧ୍ୟ କିଣିପାରିବେ କିମ୍ବା କିଛି ମାସର ସବ୍ସସ୍କ୍ରିପ୍ସନ କିଣି ପାରିବେ ଯାହାଦ୍ୱାରା ସେମାନେ ପ୍ରଡକ୍ଟ ଟିକୁ ଉପଭୋଗ କରିପାରିବେ । ଉଦାହରଣ ଭାବେ ଆମେ Spotify କୁ ନେଇ ପାରିବା । ଯାହାକୁ ଆପଣ ମାଗଣା ବ୍ୟବହାର କରି ପାରିବେ, ଏହା ପରେ ଯଦି ଆପଣଙ୍କୁ ଭଲ କ୍ୱାଲିଟି ଏବଂ ବିନା ବିଜ୍ଞପ୍ତିରେ ଶୁଣିବାକୁ ଇଚ୍ଛା ଅଛି ତେବେ ଆପଣ ଏହାର ମାସିକିଆ ସବ୍ସକ୍ରିପ୍ସନ ମଧ୍ୟ ନେଇ ପାରିବେ ।

୩. ଅନ୍ ଡିମାଣ୍ଡ ମଡେଲ (On-Demand Model):

ଏହି ମଡେଲରେ ଆପଣ ଭର୍ଚୁଆଲ ପ୍ରଡକ୍ଟ ଦେଖିପାରିବେ ଯେମିତି କି ଆମାଜନ୍ ପ୍ରାଇମ୍ , ନେଟ୍‌ଫ୍ଲିକ୍ସ କିମ୍ବା ଆପଲ ଟିଭି ଇତ୍ୟାଦି । ଯେଉଁଠି ଆପଣ ଗୋଟିଏ ନିଦ୍ଧିଷ୍ଟ ସମୟ ପାଇଁ ଭିଡିଓ ଟି ଦେଖି ପାରିବେ । ଏହି ମଡେଲର ଅନ୍ୟ ଏକ ଉଦାହରଣ ହେଉଛି ଫ୍ରିଲାନ୍ସ ଏବଂ ଗିଗ୍ ଇକୋନୋମି ପ୍ଲାଟଫର୍ମ ଫିଭର, ଯେଉଁଥିରେ ଆପଣ ଜଣେ ବ୍ୟକ୍ତିଙ୍କୁ ବୁକ୍ କରନ୍ତି ଏବଂ ପ୍ରୋଜେକ୍ଟ ଉପରେ ଆଧାର କରି ଚାର୍ଜ କରନ୍ତି ।

୪. ଇ-କମର୍ସ ମଡେଲ (eCommerce Model):

ଆମାଜନ୍ ହେଉଛି ପ୍ରଥମ ସଫଳତା ହାସଲ କରିଥିବ କମ୍ପାନୀ ଯିଏ କି ଡିଜିଟାଲ ବିଜନେସ୍‌କୁ ଆପଣାଇ ଥିଲା । ଯାହା କି ଫିଜିକାଲି ବିକ୍ରି ହେଉଥିବା ଜିନିଷକୁ ଅନଲାଇନ୍‌ରେ ପହଞ୍ଚାଇ ବିକ୍ରି କରେଇଲା । ଆଜିର ସମୟରେ ଇକମର୍ସ ହେଉଛି ଅନ୍‌ଲାଇନ୍‌ରେ ସବୁଠାରୁ ଭଲ ବିଜନେସ୍ ।

୫. ମାର୍କେଟପ୍ଲେସ ମଡେଲ (Marketplace Model):

ଏହି ମଡେଲ ଆପଣଙ୍କ ପାଇଁ ଦ୍ୱିପାକ୍ଷିକ ସେବାକୁ ବୁଝାଏ । ଯେଉଁଥିରେ ବିକ୍ରେତା ଓ କ୍ରେତା ବିକିବା ପାଇଁ ଏବଂ କିଣିବା ପାଇଁ ଗୋଟିଏ ତୃତୀୟ ପକ୍ଷ ପ୍ଲାଟଫର୍ମକୁ ବାଛିଥାନ୍ତି । ଏହାର ସବୁଠାରୁ ଭଲ ଉଦାହରଣ ହେଉଛି ସେବା ଯୋଗାଉଥିବା ଉବେର ଓ ଉତ୍ପାଦ ଆଧାର ଇବେ ଓ ଇଟ୍ସି ।

୬. ଡିଜିଟାଲ ଇକୋସିଷ୍ଟ ମଡେଲ (Digital Ecosystem Model):

ଡିଜିଟାଲ ଇକୋସିଷ୍ଟମ ମଡେଲ ବର୍ତ୍ତମାନର ସବୁଠାରୁ ଦୃଢ଼ ବ୍ୟବସାୟ ମାନଙ୍କ ମଧ୍ୟରୁ ଗୋଟିଏ । ଆଲିବାବା, ଆପଲ, ଆମାଜନ, ଗୁଗଲ ଓ ଟେସଲା ଭଳି ଅନାନ୍ୟ ଇକୋସିଷ୍ଟମ ଆର୍କେଷ୍ଟେରର ମାନେ ବିଭିନ୍ନ ପ୍ଲାଟଫର୍ମରେ ବିଭିନ୍ନ ସେବା ସହିତ ଗ୍ରାହକ ମାନଙ୍କୁ ଶୋଷଣ କରନ୍ତି । ତେଣୁ ବିକ୍ରେତା ଲକ୍‌-ଇନ୍ ମାଧ୍ୟମରେ ସେମାନଙ୍କ ଇକୋସିଷ୍ଟମ ଉପରେ ପ୍ରଭାବ ପକାଇଥାଏ । ନିଜର ଡାଟା ଏବଂ କୌଶଳ ମାଧ୍ୟମରେ ସେମାନେ କିଛି ଲୋକଙ୍କୁ ବିକ୍ରି କରି ପାରନ୍ତି ଏବଂ ନୂଆ ଲୋକଙ୍କୁ ଆକର୍ଷିତ କରେଇଥାନ୍ତି ।

୭. ସେୟାରିଂ ମଡେଲ / ଆକ୍ସେସ ଓଭର ମାଲିକାନା ମଡେଲ (Sharing Model/ Access Over Ownership Model):

ବୃତ୍ତି ଭାବରେ କହିବାକୁ ଗଲେ ଏହି ମଡେଲ ଏକ ଅଂଶୀଦାର । ଏହି ପଦ୍ଧତି ଆପଣଙ୍କୁ ଏକ ଉତ୍ପାଦ, ସେବା କିମ୍ବା ନିର୍ଦ୍ଧିଷ୍ଟ ସମୟ ପାଇଁ ଅଫର ଦେୟ ଦେବାକୁ କହିଥାଏ । ଉଦାହରଣ ଭାବେ କାର, ଆପାର୍ଟମେଣ୍ଟ । ମାଲିକାନା ଉପରେ ଏହାର ପ୍ରଭାବ ଓ ଫଳାଫଳରୁ ଆପଣ ଏହାର ଉତ୍ପାଦନ କରିପାରନ୍ତି । ଅନ୍ୟକୌଣସି ଖର୍ଚ୍ଚ କରିବା ପରିବର୍ତ୍ତେ, ଅଟୋମୋବାଇଲ ଟଙ୍କା ଆସିବାର ଗୋଟିଏ ମାଧ୍ୟମ ହୋଇପାରେ ।

୮. ମଡେଲ ଅଫ୍ ଅଭିଜ୍ଞତା (Model of Experience):

ଆଇଟମ ଗୁଡ଼ିକର ମୂଲ୍ୟ ଯୋଗ କରିବା, ଡିଜିଟାଲ ଟେକ୍ନୋଲୋଜି ବ୍ୟବହାର ନକରି ସମ୍ଭବ ନୂହେଁ । ଉଦାହରଣ ଭାବେ ଟେସଲା ଅଟୋମୋବାଇଲ କ୍ଷେତ୍ରରେ ଡିଜିଟାଲ ସେବା ଏବଂ ଏକ ଡିଜିଟାଲ ଇକୋସିଷ୍ଟମ ନିଜ ଗାଡ଼ିରେ ଅନ୍ତର୍ଭୁକ୍ତ କରି ବିକ୍ଷୋଭ କରିଥିଲା । ଯାହା ବର୍ତ୍ତମାନ ଏହାର ବ୍ୟବସାୟ ମଡେଲ ପାଇଁ ଏକ ପ୍ରାଥମିକ ଇଞ୍ଜିନ ଅଟେ ।

୯. ମଡେଲ ଅଫ୍ ସଦସ୍ୟତା (Model of Subscription):

ଆମେ ସମସ୍ତେ ସାଧାରଣତଃ ନେଟ୍‌ଫ୍ଲିକ୍ସ ଓ ୩୬୫ସହ ପରିଚିତ । ଏଗୁଡ଼ିକ ପାରମ୍ପାରିକ ସଦସ୍ୟତାର ଗୋଟିଏ ଭଲ ଉଦାହରଣ । ଯେଉଁଥିରେ ଉପଭୋକ୍ତା ମାସିକ କିମ୍ବା ବାର୍ଷିକ ଭିତ୍ତିରେ ସଦ୍ୟସତା ନେଇଥାନ୍ତି । ସଦସ୍ୟତା ଖାସ କରି କଣ୍ଟେଣ୍ଟ, ସଫ୍ଟୱେୟାର ଓ ମେମ୍ବରସିପ୍ ପାଇଁ ବେସ୍ ଜଣାଶୁଣା ।

୧୦. ମଡେଲ ଅଫ୍ ଓପନ୍ ସୋର୍ସ (Model of Open-Source):

ସବୁଠାରୁ ସଫଳ ଓ ମୁକ୍ତ ଉତ୍ସ ମଧ୍ୟରୁ ଗୋଟିଏ ହେଉଛି ଫାୟାରକ୍ସ । ଏହି ସଫ୍ଟୱେୟାର ଦ୍ୱାରା ଡାଉନ୍‌ଲୋଡ, ବ୍ୟବହାର ଏବଂ ବିଶ୍ୱସମ୍ପ୍ରଦାୟକୁ ଦାନ ପାଇଁ ଏହା ଉପଲବ୍ଧ । କାରଣ ଏହା ମାଗଣା ଯାହା ଦ୍ୱାରା ଏଥିରେ ଅନେକ ଲୋକ ଯୋଗଦାନ କରନ୍ତି । ସେଫ୍‌ଟୱେୟାର ଉନ୍ନତି ପାଇଁ ଏହା ଅନେକ ଉତ୍ସକୁ ଆକର୍ଷିତ କରିଥାଏ ।

୧୧. ମଡେଲ ଫର୍ ଜେନେରେଟିଂ ହିଡେନ୍ ରେଭେନ୍ୟୁ (Model for Generating Hidden Revenue):

Revenue generat ହେଉଛି ନା ନାହିଁ ତାହା ଗ୍ରାହକ ସବୁବେଳେ ଦେଖିବାକୁ ସକ୍ଷମ ନଥାନ୍ତି । ତେଣୁ ସେ ତଥ୍ୟ ସଂଗ୍ରହ କରିବା ଓ ଆନାଲାଇଜ୍ କରି ଏକ ଅନ୍ୟ ମୂଲ୍ୟ ଷ୍ଟ୍ରିମ ବାହାର କରାଯାଇଥାଏ । ସମସ୍ତେ ଜାଣନ୍ତି କି ପ୍ଲାଟଫର୍ମ ଓ ଡିଜିଟାଲ ସର୍ଭିସେସ୍ ମଧ୍ୟରେ କିଛି ଗୋପନୀୟ ମଡେଲ ଥାଇପାରେ । ଉଦାହରଣ ଭାବେ ଜଣାପଡ଼ିଛି କି open-source browser ଅନ୍ୟ ସର୍ଚ୍ଚ ଇଞ୍ଜିନ ମାନଙ୍କୁ ଏକାଠି କରିବା ପାଇଁ ଲାଇସେନ୍ସରୁ ଟଙ୍କା ରୋଜଗାର କରିଥାଏ ।

ଡିଜିଟାଲ ବିଜନେସ୍‌ର ଷ୍ଟ୍ରାଟେଜୀ କଣ?

କୌଣସି ବି ବିଜନେସ୍ ଭଲ ଚାଲୁ କି ନାହିଁ, କିନ୍ତୁ ନିଜ ବିଜନେସ୍ ପାଇଁ ଗୋଟିଏ ଭଲ ରଣନୀତି ପ୍ରସ୍ତୁତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଯେତେବେଳେ ଗୋଟିଏ ବିଜନେସ୍‌କୁ ଆଗକୁ ବଢ଼େଇବା ପାଇଁ କମ୍ପାନୀ କୌଣସି ଟେକ୍ନୋଲୋଜିର ବ୍ୟବହାର କରେ ତାକୁ ଡିଜିଟାଲ ରୁପାନ୍ତର ବୋଲି କୁହାଯାଏ । ଏହି କ୍ଷେତ୍ରରେ ଆଜିର ସମୟରେ ଅନେକ ନୂଆ ଏବଂ ରୋମାଞ୍ଚକର ପ୍ରଯୁକ୍ତିବିଦ୍ୟା ଉତ୍ପନ୍ନ ହେବାରେ ଲାଗିଛି ଡିଜିଟାଲ ବିଜନେସ୍ ମଡେଲ, ଯାହାକି ଆପଣଙ୍କ ଡିଜିଟାଲ ବିଜନେସ୍ ଷ୍ଟ୍ରାଟେଜୀ ପାଇଁ ଦରକାର ହୋଇଥାଏ । ଏନେଇ ପ୍ରତ୍ୟେକ ଶିଳ୍ପ ଓ ସଂସ୍ଥାଙ୍କୁ ଆଗାମୀ କିଛି ବର୍ଷ ମଧ୍ୟରେ ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିବ ।

୫ଟି ଜିନିଷ ଯାହାକି ଆପଣଙ୍କର ରଣନୀତିକୁ ବିକାଶ କରିବ:

୧. ଗୋଟିଏ ଭଲ ବିଜନେସ୍ ପ୍ଲାନ ପ୍ରସ୍ତୁତ କରନ୍ତୁ (Prepare a Detailed Business Plan)-

ସ୍ଥିର କରନ୍ତୁ ଆପଣ କେଉଁ ବିଜନେସ୍ କରିବେ, ଆପଣଙ୍କର ଲକ୍ଷ କଣ ଏବଂ କେମିତି ଏହାକୁ ହାସଲ କରିବେ ।

୨. ଆପଣଙ୍କର ଟାର୍ଗେଟ ଅଡିଏନ୍ସ କିଏ ଜାଣନ୍ତୁ (Identify Your Target Audience)-

କେଉଁ ବ୍ୟକ୍ତି ମାନେ ଆପଣଙ୍କ ପ୍ରଡକ୍ଟ କିଣିବାକୁ ଚାହୁଁଛନ୍ତି ଜାଣନ୍ତୁ ତେବେ ଯାଇ ଆପଣ ଜାଣିପାରିବେ ଆପଣଙ୍କ ଟାର୍ଗେଟ ଅଡିଏନ୍ସ କିଏ ।

୩. ଏକ ଶକ୍ତିଶାଳୀ ମୂଲ୍ୟ ପ୍ରସ୍ତାବ ବିକାଶ କରନ୍ତୁ (Develop a Strong Value Proposition)-

ପ୍ରତିଯୋଗିତାରେ ଆପଣଙ୍କ କମ୍ପାନୀ କେମିତି ଛିଡ଼ା ହେବ? ଯାହା ଆପଣଙ୍କୁ ସବୁଠାରୁ ଅଲଗା କରିବା ତାହା ଉପରେ ଧ୍ୟାନ ଦିଅନ୍ତୁ ।

୪. ପ୍ରମୁଖ ବିଜନେସ୍ ପାର୍ଟନର ସ୍ଥିର କରନ୍ତୁ (Determine Key Business Partners)-

ପ୍ରମୁଖ ଅଂଶୀଦାର ଓ ରଣନୀତିକ ସହଯୋଗ ଗୁଡ଼ିକୁ ବାଛନ୍ତୁ ଯାହାକି ଆପଣଙ୍କ ଗ୍ରାହକଙ୍କ ସେବା ପାଇଁ ସହାୟକ ହେବ ।

୫. ଇନୋଭେସନ୍ ପାଇଁ ରୁମ୍ ଅନୁମତି (Allow Room For Innovation)-

ବିଜନେସ୍ ମଡେଲ ବିକାଶ କରିବା ବେଳେ ଭବିଷ୍ୟତ ପାଇଁ କିଛି ସ୍ଥାନ ଛାଡ଼ି ଦିଅନ୍ତୁ । ଏହା ସ୍ଥିର କରିବା ଜରୁରୀ ହୋଇଥାଏ ଯେ ଆପଣଙ୍କର ଯୋଜନା ଆପଣଙ୍କ ଗ୍ରାହକଙ୍କ ଆବଶ୍ୟକ ପୂରଣ କରିପାରୁଛି ।

ଏଭଳି ବିଜନେସ୍ ସମ୍ବନ୍ଧିତ ଆର୍ଟିକିଲ ପଢ଼ିବାକୁ ଚାହୁଁଥିଲେ ଆପଣ ଆମ ୱେବସାଇଟ୍ ସହ ଯୋଡ଼ି ହୋଇପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )