Thursday 25th April 2024
ମନ୍ଦିରକୁ ନେଇପାରିବେନି ମୋବାଇଲ୍ ,କାହିଁକି ହେଲା ଏମିତି ନିୟମ

ମନ୍ଦିରକୁ ନେଇପାରିବେନି ମୋବାଇଲ୍ ,କାହିଁକି ହେଲା ଏମିତି ନିୟମ

ମନ୍ଦିରରେ ଦେବାଦେବୀଙ୍କର ପୂଜା ହେଉଛି । ଆମ ହିନ୍ଦୁଧର୍ମରେ ଏହିଭଳି ଅନେକ ମନ୍ଦିର ରହିଛି ଯାହା ଖୁବ୍ ପ୍ରତ୍ୟକ୍ଷ । ଆଉ କିଛି ମନ୍ଦିର ରହିଛି ଯାହା ଦେବାଦେବୀଙ୍କ ମୂର୍ତ୍ତୀକୁ ନେଇ ପ୍ରତିଷ୍ଠା କରାଯାଏ । ଆମ ଭାରତରେ ତ କୋଟି କୋଟି ହିନ୍ଦୁ ମନ୍ଦିର ରହିଛି । ଆଉ ସବୁ ମନ୍ଦିରର ନିୟମ ଗୁଡିକ ବି ଭିନ୍ନ ଭିନ୍ନ । କିନ୍ତୁ ବର୍ତ୍ତମାନ ସରକାର ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନୂଆ ନିୟମ ଆଣିଛନ୍ତି । ଏହି ନିୟମ ଅନୁସାରେ ଶ୍ରଦ୍ଧାଳୁ ମାନେ ଆଉ ନିଜ ମୋବାଇଲ ମନ୍ଦିର ଭିତରକୁ ନେଇ ଯାଇପାରିବେ ନାହିଁ । ଆପଣ ତ ଓଡିଶାରେ ବି ଅନେକ ଖବର ଶୁଣୁଥିବେ କେମିତି ଶ୍ରୀମନ୍ଦିରରେ ପ୍ରଭୁଙ୍କ ଫୋଟଚିତ୍ର ସମୟ ସମୟରେ ଭାଇରଲ୍ ହେଉଛି । ତେବେ ବର୍ତ୍ତମାନ ଏହିଭଳି କିଛି ଘଟଣା ପାଇଁ ହାଇକୋର୍ଟ ଏକ ନୂଆ ନିୟମ ଆରମ୍ଭ କରିଛନ୍ତି । ତାମିଲନାଡୁର ସବୁ ମନ୍ଦିରରେ ମୋବାଇଲ ବ୍ୟାନ ।

ଏହି କଡା କଟକଣା ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ । ଏହି କଡ଼ା କଟକଣା ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ । ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ମୋବାଇଲ ବ୍ୟାନ କରାଯାଇଥିବା ମାଡ୍ରାସ୍ ହାଇକୋର୍ଟ କହିଛନ୍ତି । ଯେପରି ଏହା କଡ଼ାକଡ଼ି ପାଳନ କରାଯାଏ, ସେଥିପାଇଁ ସୁରକ୍ଷାକର୍ମୀ ନିଯୁକ୍ତ କରିବାକୁ କହିଛନ୍ତି କୋର୍ଟ । ଲୋକଙ୍କ ସୁବିଧା ପାଇଁ ମନ୍ଦିର ପାଖରେ ମୋବାଇଲ ରଖିବାର ସ୍ଥାନ କରାଯିବା ଉଚିତ ବୋଲି କହିଛନ୍ତି କୋର୍ଟ ।

ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ ମୋବାଇଲ ବ୍ୟାନ କରିବାକୁ ହାଇକୋର୍ଟରେ ଆବେଦନ ହୋଇଇଥିଲା । ମନ୍ଦିର ଭିତରକୁ ମୋବାଇଲ ନେବା ଦ୍ୱାରା ଭକ୍ତଙ୍କ ଏକାଗ୍ରତା ରହେ ନାହିଁ, ସେମାନେ ଭକ୍ତି ବଦଳରେ ଫଟୋ ଉଠାଇବାରେ ବ୍ୟସ୍ତ ରୁହନ୍ତି, ଦେବାଦେବୀଙ୍କ ଫଟୋ ଉଠାଇବା ମଧ୍ୟ ଆଇନର ଉଲ୍ଲଂଘନ ଅଟେ । ସର୍ବୋପରି ଏହା ଦ୍ୱାରା ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ଆବେଦନକାରୀ କହିଥିଲେ । ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରେସ୍ କୋଡ୍ କରିବାକୁ ମଧ୍ୟ ଆବେଦନକାରୀ ପିଟିସନ କରିଥିଲେ । ଏହି ଆବେଦନର ଶୁଣାଣୀ କରି ମାଦ୍ରାସ ହାଇକୋର୍ଟ ମନ୍ଦିରକୁ ମୋବାଇଲ ବ୍ୟାନ୍‌ କରିବାର ନିର୍ଦ୍ଦେଶ ଦେଇଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )