Friday 19th April 2024
ଜ୍ୱରରେ କମ୍ପୁଛନ୍ତି ଜଗନ୍ନାଥ ! ଜଗତର ନାଥ ଜଗନ୍ନାଥଙ୍କ ଚାଲିଛି ଗୁପ୍ତ ସେବା !

ଜ୍ୱରରେ କମ୍ପୁଛନ୍ତି ଜଗନ୍ନାଥ ! ଜଗତର ନାଥ ଜଗନ୍ନାଥଙ୍କ ଚାଲିଛି ଗୁପ୍ତ ସେବା !

ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଜଗନ୍ନାଥ ହେଉଛନ୍ତି ଜଗତର ନାଥ । ଜଗନ୍ନାଥ ଙ୍କ ର ଅନେକ ନୀତି କାନ୍ତି ରହିଛି । ଭକ୍ତର ଭାବରେ ବନ୍ଧା ଶ୍ରୀ ଜୀଉ ।  ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଆସିଛି ଜ୍ୱର । ଅତ୍ୟଧିକ ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଜଗତର ନାଥ ଜଗନ୍ନାଥ । ଶ୍ରୀଜିଉ ଙ୍କର ଅନବସର ଘରେ ଚାଲିଛି ଗୁପ୍ତ ଉପଚାର। ଶ୍ରୀମନ୍ଦିରରେ ତିନିବାଡ଼ରେ ପୂଜା ପାଉଛନ୍ତି ପିଟିଦିଅଁ । ସେପଟେ ଜଗନ୍ନାଥଙ୍କୁ ଦର୍ଶନ ନପାଇ ଏବେ ବ୍ରହ୍ମଗିରି ମୁହାଁ ଭକ୍ତ । ସେଠି ଅଲାରନାଥଙ୍କୁ ଦର୍ଶନ ସହ କ୍ଷୀରି ଭୋଗ ପ୍ରାପ୍ତ କରିବା ଭାଗ୍ୟର କଥା । ବାହୁଡ଼ା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଛି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଦଇତାପତି ସେବକମାନେ ଭଣ୍ଡାର ମେକାପଙ୍କ ଜିମା ଦେଇଛନ୍ତି। ଶ୍ରୀଜିଉଙ୍କ ଅଣସର ନୀତି ୧୪ ଦିନ ଧରି ଚାଲିବ। ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ। ଏହି ସମୟରେ ଅଲାରନାଥ ପୀଠରେ ଚତୁର୍ଭୁଜ ନାରାୟଣଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ବର୍ଷକରେ ୩୬୫ ଦିନ ଭିତରେ ଜଗନ୍ନାଥଙ୍କୁ ଦର୍ଶନ କରିବା ଅନବସର ସମୟରେ ୧୪ ଦିନ ଭିତରେ ଅଲାରନାଥଙ୍କୁ ଦର୍ଶନ କରିବା ସହ ସମାନ ବୋଲି ଭକ୍ତି ମନରେ ବିଶ୍ୱାସ ଅଛି । ତେଣୁ ଏହି ବିଶ୍ୱାସକୁ ନେଇ ଭକ୍ତ ଛୁଟି ଆସୁଛନ୍ତି ଅଲାରନାଥ ପୀଠକୁ ।

ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ-କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ। ଗୁପ୍ତ ନୀତି ଆରମ୍ଭ ହୋଇସାରିଛି। ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟିବା ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଅଣସରର ଗୁପ୍ତନୀତି ପାଇଁ ପ୍ରତିଦିନ ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଶ୍ରୀମନ୍ଦିରରେ ଆଉ ଶୁଭୁନାହିଁ କୋଳାହଳ। ଅଣସର ଘରେ ଜ୍ୱରରେ କଂପୁଛନ୍ତି ଚତୁର୍ଦ୍ଧା ମୂରତି। ଗତକାଲି ୧୦୮ କୁମ୍ଭ ଜଳରେ ସ୍ନାନ ପରେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ବଡ଼ଠାକୁର  ବଳଭଦ୍ର,  ମହାପ୍ରଭୁ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନ। ଉପଚାର ଲାଗି ଗୁପ୍ତ ସେବାରେ ଲାଗିଛନ୍ତି ଦଇତାପତି ସେବାୟକ। ଗତକାଲି ବିଳମ୍ବିତ ରାତ୍ରିରେ ମହାପ୍ରଭୁଙ୍କ ସୁବର୍ଣ୍ଣ ଚିତା ଓ ରାହୁରେଖା ଓଲାଗି କରାଯାଇଥିଲା। ତେଣେ ଶ୍ରୀମନ୍ଦିରରେ ପ୍ରିୟ କାଳିଆ ଠାକୁରଙ୍କୁ ଦର୍ଶନ ନପାଇ ଭକ୍ତ ବ୍ୟାକୁଳ। ଧାଇଁଛି ବ୍ରହ୍ମଗିରିର ଅଲାରନାଥ ପୀଠକୁ। ବିଶ୍ୱାସ ରହିଛି ମହାପ୍ରଭୁଙ୍କ ଅନବସରର ସମୟରେ ଏଠି ଚତୁର୍ଭୁଜ ନାରାୟଣ ରୂପୀ ଅଲାରନାଥଙ୍କୁ ଦର୍ଶନ କଲେ ସମାନ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ। ଆଜି ଭୋରରୁ ଚାରିଟାରୁ ଅଲାରନାଥଙ୍କ ଦ୍ୱାରଫିଟା ନୀତି ସହ ଅନ୍ୟ ନୀତି ବଢ଼ିବା ପରଠୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଚାଲିଛି। ମହାପ୍ରଭୁ ଜଗନ୍ନାଥ ଜ୍ୱରରୁ ସୁସ୍ଥ ହୋଇ ନେତ୍ରୋତ୍ସବରେ ଭକ୍ତଙ୍କୁ ଦର୍ଶନ ନଦେବା ଯାଏଁ ଅଲାରନାଥ ପୀଠରେ ଲାଗି ରହିବ ଏମିତି ଗହଳି । ତେବେ ଅପେକ୍ଷା ରହିଲା ରଥଯାତ୍ରା କୁ , ଯେଉଁଠି ପ୍ରଭୁ ଶ୍ରୀ ଜଗନ୍ନାଥ ଭକ୍ତ ଗହଣକୁ ଆସିବେ । 

 

 

 

ଓଡିଶାର ପରମ୍ପରା ତଥା ପର୍ବପର୍ବାଣୀ ବିଷୟରେ ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ । 

CATEGORIES
TAGS
Share This

COMMENTS

Wordpress (0)
Disqus ( )