Wednesday 24th April 2024
ଆଜି ମାଘ ସପ୍ତମୀ : ଜାଣନ୍ତୁ ମାଘ ସପ୍ତମୀ ସମ୍ବନ୍ଧିତ କିଛି ଖାସ୍ କଥା

ଆଜି ମାଘ ସପ୍ତମୀ : ଜାଣନ୍ତୁ ମାଘ ସପ୍ତମୀ ସମ୍ବନ୍ଧିତ କିଛି ଖାସ୍ କଥା

ଓଡିଆ ଜାତିର ଶିଳ୍ପ ନୈପୁଣ୍ୟର ଗୌରବ ଗାଥା ସୂର୍ଯ୍ୟ ମନ୍ଦିର କୋଣାର୍କରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ସେଥିପାଇଁ ବିଶ୍ୱ ଦରବାରରେ ଓଡିଆ ଜାତି ଆଜି ସୁପରିଚିତ । କୋଣାର୍କଟାରୁ ଅନତିଦୂରରେ ପୁଣ୍ୟତୋୟା ପୁରାଣ ପ୍ରସିଦ୍ଧ ଉତ୍କଳର ପବିତ୍ର ତୀର୍ଥଭୂମି ଚନ୍ଦ୍ରଭାଗା ଅବସ୍ଥିତ । ଶାମ୍ବପୁରାଣ,ଭବିଷ୍ୟପୁରାଣ ଓ ମତ୍ସ୍ୟ ପୁରାଣମାନଙ୍କରେ ଏ ତିର୍ଥର ମହିମା ବହୁତ ଚର୍ଚ୍ଚିତ । ପବିତ୍ର ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ଦିନ ଦେଶ ବିଦେଶରୁ ବହୁ ଶ୍ରଦ୍ଧାଳୁ ଭକ୍ତ ସ୍ନାନ ନିମନ୍ତେ ଆସି ଉପସ୍ଥିତ ହୋଇଥାନ୍ତି । ଗୋଟିଏ ପକ୍ଷରେ ପବିତ୍ର ତୀର୍ଥ,ପବିତ୍ର ଦିନ ଓ ଅନ୍ୟ ପକ୍ଷରେ ମହୋଦୋଧୀରେ ପ୍ରାତଃକାଳିନ ସୂର୍ଯ୍ୟୋଦୟର ଦୃଶ୍ୟ ଅତ୍ୟନ୍ତ ଉପଭୋଗ୍ୟ । ସବୁଠୁ ବଡ ବିଶେଷତ୍ୟ ହେଉଛି ସ୍ନାନ ଓ ସୂର୍ଯ୍ୟ ଦର୍ଶନ । ଆଉ ପ୍ରାତଃକାଳ ସ୍ନାନ କରିବା ଦ୍ୱାରା ଅଲକ୍ଷ୍ମୀ, ଦୌଭାଗ୍ୟ,ଦୁଃସ୍ୱପ୍ନ ,ଆଳସ୍ୟ ,କୁଶ୍ଚିନ୍ତା,ପାପ ବିନାଶ ଘଟିଥାଏ । ବଳ,ତେଜ,ଓଜ,କାନ୍ତି ବଢିବା ସହିତ ମନରେ ଶାନ୍ତି ଓ ପ୍ରସନ୍ନତା ଆସିଥାଏ ଏବଂ ପବିତ୍ର ଭାବଜାତ ହୋଇଥାଏ ।

ଅନନ୍ତ ଶକ୍ତିର ଆଧାର ସୂର୍ଯ୍ୟଙ୍କୁ ନେଇ ବୈଜ୍ଞାନିକମାନେ ଶକ୍ତି ସାହାର୍ଯ୍ୟରେ ଆଲୋକ ଜଳାଇବା,ପାଣି ଗରମ କରିବା ,ଖାଦ୍ୟ ପଦାର୍ଥ ରାନ୍ଧିବା ଆଦି ବହୁ କାର୍ଯ୍ୟ କରୁଛନ୍ତି ।
ଆର‌୍ୟୁବେଦ,କ୍ରୋମୋପାଥୀ ଆଦିର ସୂର୍ଯ୍ୟସ୍ନାନ,ରଙ୍ଗ ଚିକିତ୍ସା ଦ୍ୱାରା ହୃଦୟରୋଗ,କାମଳ ରୋଗ,ରକ୍ତଚାପ ,କୁଷ୍ଠ ରୋଗ ଆଦି ଆରୋଗ୍ୟ ହୋଇପାରୁଛନ୍ତି । ବୈଜ୍ଞାନିକ ନିୟୁଟନଙ୍କ ସପ୍ତରଙ୍ଗ ଅନୁସାରେ –ଇତ୍ପିଗୋ,ବ୍ରାଉନ ଗ୍ରୀନ୍ ,ୟେଲୋ,ଅରେଂଚ ଏବଂ ରେଡ୍ ଆଦି ଦ୍ୱାରା ରଙ୍ଗ ଚିକିତ୍ସା ମାଧ୍ୟମରେ ବୋତଲରେ ପାଣିରଖୀ ସୁର୍ଯ୍ୟକିରଣରେ ରଖି ରୋଗୀର ବ୍ୟବହାରରେ ଲଗାଯାଏ ।

ଏହାଦ୍ୱାରା ବିଭିନ୍ନ ପ୍ରକାର ରୋଗର ଚିକିତ୍ସା କରାଯାଇଥାଏ । ଚିକିତ୍ସା ପ୍ରଣାଳୀ ହେଲା ସୂର୍ଯ୍ୟସ୍ନାନ । ସୂର୍ଯ୍ୟତାପ ସ୍ୱେଦକୁ ବଢାଇ ସମସ୍ତ ରୋଗକୁ ଦୂର କରେ,ବଳ ତଥା ଉତ୍ସାହ ଦେଇଥାଏ । ଏହାଦ୍ୱାରା ଯାଦୁ,କୁଷ୍ଠ,କାମଳ,ଶୋଥ ଜ୍ୱର ଅତସାର କଫ,ବାତ ଏବଂ ପିତ୍ତ ଆଦି ସମସ୍ତ ରୋଗ ଦୂର ହୋଇଥାଏ । ସୂର୍ଯ୍ୟଙ୍କ ପାଖେôର ଯେଉଁଭଳି ରୋଗନାଶକ ଶକ୍ତି ଅଛି ପୃଥିବୀରେ ଅନ୍ୟ କୌଣସି ଗ୍ରହ କିମ୍ବା ପଦାର୍ଥରେ ତାହା ନାହିଁ ।

ଆଜି ପବିତ୍ର ମାଘ ସପ୍ତମୀ। ଏହି ଅବସରରେ ଆଜି ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ତ୍ରିବେଣୀଶ୍ୱର,ଐଶାନେଶ୍ୱର ଓ ଦକ୍ଷିଣେଶ୍ୱରଙ୍କ ମହାସ୍ନାନ ପରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି। ଭୋର ୪ଟା ୪୦ରେ ବୁଡ଼ ପକାଇବା ପରେ ସେମାନେ ସୂର୍ଯ୍ୟୋଦୟ ଦର୍ଶନ କରିଛନ୍ତି। ଦୁଇ ବର୍ଷ ପରେ ଶ୍ରଦ୍ଧାଳୁମାନେ ବୁଡ଼ପକାଇବାର ସୌଭାଗ୍ୟ ଲାଭ କରିଥିବାରୁ ଖୁବ୍ ଉତ୍ସାହିତ ଥିବା ଜଣାଯାଇଛି। ଏଥିପାଇଁ ଗତକାଲିଠାରୁ ଚନ୍ଦ୍ରଭାଗା ବେଳାଭୂମିରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ଆଜି ମଧ୍ୟ ଭୋର ସୟରୁ ଚନ୍ଦ୍ରାଭାଗାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଦେଖିବାକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଚନ୍ଦ୍ରଭାଗାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏହି ସହିତ ଏନଡିଆରଏଫ୍, ଓଡ୍ରାଫ ଟିମ୍ ସହ ଅଗ୍ନିଶମ ବାହିନୀକୁ ମଧ୍ୟ ନିୟୋଜିତ କରାଯାଇଛି।

ସୂର୍ଯ୍ୟପୂଜାର ପରମ୍ପରାକୁ ଆଧାର କରି ଏହି ବୁଡ଼ ଅନୁଷ୍ଠିତ ହେଉଛି। ଗତକାଲି ଷଷ୍ଠୀ ତିଥିରେ ମେଳା ପଡ଼ିଆରେ ମହିଳାମାନେ ମାଟି ହାଣ୍ଡିରେ ଶୁଖୁଆ ଡାଲମା, ଭାତ ଓ ଖେଚେଡ଼ି ରାନ୍ଧୁଥିବାର ଦେଖାଯାଇଥିଲା। ଏହାର କିଛି ଅଂଶକୁ ସମର୍ପଣ କରି ପରିବାରର ସୁଖଶାନ୍ତି ସମୃଦ୍ଧି କାମନା କରିବା ପରେ ବଳାକା ଅଂଶକୁ ନିଜେ ଭୋଜନ କରିଥାନ୍ତି। ପରେ ଉକ୍ତ ହାଣ୍ଡିକୁ ନିକଟସ୍ଥ ହାଣ୍ଡିଭଙ୍ଗା ଗାଡ଼ିଆରେ ଭାଙ୍ଗି ମାଘ ସପ୍ତମୀ ପ୍ରତ୍ୟୁଷରୁ ତୀର୍ଥ ସ୍ନାନପରେ ସୂର୍ଯ୍ୟପୂଜା କରିଥାନ୍ତି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ଧରି ଚନ୍ଦ୍ରଭାଗା ମାଘମେଳା ବୁଡ଼ ବନ୍ଦ କରି ଦିଆଯାଇଥିଲା। ପୁରୀ ଜିଲ୍ଲା ପ୍ରଶାସନ ଏଥିରେ କଟକଣା ଲଗାଇଥିଲା।

CATEGORIES
TAGS
Share This

COMMENTS

Wordpress (0)
Disqus ( )