Thursday 25th April 2024
ପୋଷ୍ଟ ଅଫିସରେ ୪୦ହଜାର ପଦବୀ ବିଜ୍ଞପ୍ତି;ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ

ପୋଷ୍ଟ ଅଫିସରେ ୪୦ହଜାର ପଦବୀ ବିଜ୍ଞପ୍ତି;ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ

ଡାକ ବିଭାଗରେ ନିଯୁକ୍ତିର ସୁଯୋଗ । ପାଠ ପଢିବା ସମୟରେ ପିଲାମାନଙ୍କର ଗୋଟିଏ ଚିନ୍ତା ନିଶ୍ଚିତ ଥାଏ । ତାହା ହେଲା ଭଲ ଚାକିରୀ । ବହୁତ ସମୟରେ ସରକାରୀ ଚାକିରୀ ପାଇଁ ପାଠ ପଢୁଥିବା ପିଲାଙ୍କୁ ଭଲ ଚାକିରୀର ସୁଯୋଗ ମିଳିବାକୁ ବର୍ଷ ବର୍ଷର ସମୟ ଲାଗିଥାଏ । କିନ୍ତୁ ବର୍ତ୍ତମାନ ସମୟରେ ସରକାରୀ ଓ ବେସରକାରୀ ସ୍ତରରେ ଯାହା ବି ଚାକିରୀ ପାଇଁ ବିଜ୍ଞପ୍ତି ବାହାରୁଛି ତାହା ବିଷୟରେ ସହଜରେ ସୂଚନା ଅନଲାଇନ୍ ରେ ମିଳିଯାଉଛି । ତେଣୁକରି ବର୍ତ୍ତମାନ ଦଶମ ପାଶ୍ କରିଥିବା ପିଲାଙ୍କ ପାଇଁ ବି ଉପଯୁକ୍ତ ଚାକିରୀ ମିଳୁଛି । ୨୦୨୩ ମସିହା ଆରମ୍ଭରେ ସେହିଭଳି କିଛି ଖାସ୍ ଚାକିରୀ ସୁଯୋଗ ବାହାରିଛି ଯାହାକି ଦଶମ ପାଶ୍ କରିଥିବା ପିଲାଙ୍କ ପାଇଁ ବହୁତ ଲାଭଦାୟକ ହେବ ।

ଡାକବିଭାଗରେ ଦଶମ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ବେଷ୍ଟ ନିଯୁକ୍ତି ସୁଯୋଗ ବାହାରିଛି । ଦେଶର ବିଭିନ୍ନ ରାଜ୍ୟରେ ବ୍ରାଂଚ ପୋଷ୍ଟମାଷ୍ଟର,ଆସିଷ୍ଟାଣ୍ଟ ବ୍ରାଂଚ ପୋଷ୍ଟ ମାଷ୍ଟର ଓ ଡାକସେବକ ପଦବୀରେ ନିଯୁକ୍ତି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଈଛି । ଏଥିରେ ଓଡିଶା,ୟୁପି,ବିହାର,ଦିଲ୍ଲୀ,ରାଜସ୍ଥାନ,ମହାରାଷ୍ଟ୍ର,ଗୁଜୁରାଟ ସମେତ ଦେଶର ଅନେକ ରାଜ୍ୟ ଅନ୍ତର୍ଭୁକ୍ତ ରହିଛି । ବିଜ୍ଞପ୍ତି ଅନୁଯାୟୀ ମୋଟ ୪୦,୮୮୯ଟି ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ । ଦଶମ ପାଶ୍ ପ୍ରାର୍ଥୀ ମାନେ ଏହି ନିଯୁକ୍ତି ପାଇଁ ଆଜି ହିଁ ଆବେଦନ କରନ୍ତୁ । କେମିତି ଓ କେଉଁ ଲିଙ୍କରେ ଯାଇ ଆବେଦନ କରିବେ ତାହା ଏହି ତଳେ ଦିଆଯାଇଛି ।

For more details, check the–

 https://indiapostgdsonline.gov.in/

ଏଥିରେ କ୍ଲିକ୍ କରନ୍ତୁ ଆପଣଙ୍କୁ ସିଧାସଳଖ ସବୁ ତଥ୍ୟ ମିଳିଯିବ ।

ଆବେଦନ କରିବାର ଯୋଗ୍ୟତା-

ନିଯୁକ୍ତି ପ୍ରକ୍ରିୟା ପାଇଁ ବୟସ ସୀମା ୧୮ ରୁ ୪୦ ବର୍ଷ ମଧ୍ୟରେ ରଖାଯାଇଛି । ସର୍ବାଧିକ ବୟସ ସୀମା ମଧ୍ୟରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ମଧ୍ୟ ଆରାମ ପ୍ରଦାନ କରାଯିବ ।

ଆବେଦନ ତାରିଖ-

ଆବେଦନ କରିବାର ତାରିଖ ୨୭ ଜାନୁଆରୀ ୨୦୨୩ରୁ ଆରମ୍ଭ ହୋଇଛି । ଆଉ ଏହା ୧୬ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ରଖାଯାଇଛି । ଏହାପରେ,ଆପଣ ଆପଣଙ୍କର ଆବେଦନକୁ ଫେବୃଆରୀ ୧୭ ରୁ ୧୯ ତାରିଖ ମଧ୍ୟରେ ସଂଶୋଧନ କରିବାକୁ ସମର୍ଥ ହେବେ ।

ରେଜିଷ୍ଟ୍ରେସନ୍ ଫି-

ଜେନେରାଲ୍,ଓବିସି ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେଇ ଆବେଦନ ପତ୍ର ଦାଖଲ କରିବାକୁ ପଡିବ । କିନ୍ତୁ ମହିଳା,ଏସି,ଏସ୍ଟି,ପିଡବ୍ଲ୍ୟୁଡି ଏବଂ ଟ୍ରାନ୍ସ ଜେଣ୍ଡର କ୍ୟାଟେଗୋରୀ ମାନଙ୍କୁ କୌଣସୀ ଫି ଦେବାକୁ ପଡିବନି ।

ଚୟନ ପ୍ରକ୍ରିୟା-

ମେରିଟ୍ ଲିଷ୍ଟରେ ହିଁ ପ୍ରାର୍ଥୀ ଚୟନ କରାଯିବ । ଯାହା ଦଶମରୁ ମିଳିଥିବା ମାର୍କ ଆଧାରରେ ପ୍ରସ୍ତୁତ ହେବ । ମନୋନୀତ ପ୍ରାର୍ଥୀଙ୍କ ତାଲିକା ସରକାରୀ ପୋର୍ଟାଲ୍ରେ ସେୟାର କରାଯିବ । ଯେଉଁ ପାର୍ଥୀଙ୍କ ନାମ ମେରିଟ୍ ଲିଷ୍ଟରେ ଆସିବ ,ସେମାନଙ୍କୁ ଆଗାମୀ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଡକାଯିବ । ଯଦି ଆପଣଙ୍କୁ ଏହିସବୁ ଜିନିଷ ମାଧ୍ୟମରେ ଚାକିରୀ ପାଇଁ ଆବେଦନ କରିବାର ଅଛି । ତାହାଲେ ଏହିସବୁ ଆପଣଙ୍କ ପାଈଁ ନିହାତି ଲାଭଦାୟକ ହେବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )