Wednesday 24th April 2024
କାହିଁକି ପାଳନ କରାଯାଏ ସରସ୍ୱତୀ ପୂଜା ,ଜାଣନ୍ତୁ ପୌରାଣିକ କାହାଣୀ

କାହିଁକି ପାଳନ କରାଯାଏ ସରସ୍ୱତୀ ପୂଜା ,ଜାଣନ୍ତୁ ପୌରାଣିକ କାହାଣୀ

ଆଜି ମାଘମାସ ଶୁକ୍ଳ ପକ୍ଷ ପଞ୍ଚମୀ । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହାକୁ ବସନ୍ତ ପଞ୍ଚମୀ ବୋଲି ମଧ୍ୟ କୁହାଯାଏ । ଏହି ଅବସରରେ ଧରାବତରଣ କରିଛନ୍ତି ବାଗଦେବୀ ସରସ୍ବତୀ । ମା’ ବିଦ୍ୟାଦାୟିନୀ ହୋଇଥିବାରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଅତି ଭକ୍ତିର ସହ ପୂଜା ପାଳନ କରିଥାନ୍ତି । ମା’ ସରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ଶାରଦା, ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ । ସ୍ୱେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ଚଳିତ ବର୍ଷ କୋଭିଡ କଟକଣା ଭିତରେ ବିନା ଛାତ୍ରଛାତ୍ରୀରେ ସମସ୍ତ ଶିକ୍ଷାନୁଷ୍ଠାନରେ ପୂଜା ପାଉଛନ୍ତି ମା ସରସ୍ବତୀ ।

ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କ ଆଜ୍ଞା ଅନୁସାରେ ଯେତେବେଳେ ବ୍ରହ୍ମା ସୃଷ୍ଟିର ରଚନା କରିଥିଲେ ସେତେବେଳେ ପୃଥିବୀ ସମ୍ପୁର୍ଣ୍ଣ ରୁପେ ନିର୍ଜନ ଥିଲା । ଚାରିଆଡେ ଉଦାସୀନତାର ବାତାବରଣ ଥିଲା । ଏହି ଉଦାସୀନତାକୁ ଦୂର କରିବା ପାଇଁ ବ୍ରହ୍ମାଙ୍କ କମଣ୍ଡଳରୁ  ଜଳ କଣିକାରୁ ଚର୍ତୁଭୁଜା ଶକ୍ତି ପ୍ରକଟ ହେଲେ । ଏହି ଶକ୍ତିଙ୍କ ହସ୍ତରେ ବୀଣା , ପୁସ୍ତକ ତଥା ମାଳା ଥିଲା ।

ମା ବିଦ୍ୟାଦାୟିନୀଙ୍କୁ ବାଗଦେବୀ,ଭଗବତୀ,ଶାରଦା,ବୀଣାବାଦିନୀ ରୂପରେ ପୂଜା କରାଯାଏ । ବସନ୍ତ ଋତୁର ଆଗମନରେ ଧରା ପଲ୍ଲବିତ ହୁଏ ଆଉ ସ୍ୱେତ ମେଘଖଣ୍ଡ ଆକାଶରେ ଶୋଭାପାଏ । ହିନ୍ଦୁଧର୍ମର ୨ଗ୍ରନ୍ଥ ସରସ୍ୱତୀ ପୁରାଣ ଏବଂ ମସô୍ୟପୁରାଣରେ ସୃଷ୍ଟି ରଚୟିତା ବ୍ରହ୍ମାଙ୍କ ସହ ସରସ୍ୱତୀଙ୍କ ବିବାହ ହୋଇଥିବା କଥା ଉଲ୍ଲେଖ କରାଯାଇଛି । ଯାହାର ଫଳସ୍ୱରୂପ ଏହି ପୃଥିବୀରେ ପ୍ରଥମ ମାନବ ମନୁଙ୍କର ଜନ୍ମ ହୋଇଥିଲା । କିଛି ବିଦ୍ୱାନ ମନୁଙ୍କ ପତ୍ନୀ ସତରୂପାଙ୍କୁ ହିଁ ମାତା ସରସ୍ୱତୀ ମାନୁଛନ୍ତି । ବାଗିସ୍ୱରୀ,ଭଗବତୀ,ଶାରଦା,ବୀଣାବାନୀ,ବାଗଦେବୀ,ବୀଣାପାଣି ଆଦି ଅନେକ ନାଁରେ ମା ପୂଜା ପାଆନ୍ତି । ସଂଗୀତର ଉତ୍ପତ୍ତି କରିଥିବା କାରଣରୁ ମାଙ୍କୁ ସଂଗୀତର ଦେବୀ ମଧ୍ୟ କୁହାଯାଏ । ବସନ୍ତ ପଂଚମୀ ଦିବସଟିକୁ ମାଙ୍କ ଜନ୍ମଦିନ ରୂପେ ପାଳନ କରାଯାଏ । କେବଳ ସେତିକି ନୁହେଁ ଆମ ଓଡିଶାର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରଥମ ପର୍ବ ବି ଆରମ୍ଭ ହୁଏ । ଶ୍ରୀ ପଂଚମୀ ଅବସରରେ ରଥକାଠ ପୂଜା ନୀତି କରାଯାଏ । ଏଥି ସହିତ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହୁଏ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )