Friday 26th April 2024
ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ଚାକିରୀ କଣ ? ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ଏହି ଚାକିରୀ କରି କିପରି ରୋଜଗାରକ୍ଷମ ହୋଇଛନ୍ତି !

ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ଚାକିରୀ କଣ ? ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ଏହି ଚାକିରୀ କରି କିପରି ରୋଜଗାରକ୍ଷମ ହୋଇଛନ୍ତି !

ଟଙ୍କା ରୋଜଗାର କରିବା ଏବଂ ରୋଜଗାରକ୍ଷମ ହେବା ସମସ୍ତଙ୍କର ଲକ୍ଷ୍ୟ । କାରଣ ରୋଜଗାର କରିବା ଦ୍ୱାରା ମନୁଷ୍ୟ ଆତ୍ମନିର୍ଭରଶୀଳ ହୋଇଥାଏ । ଅନେକଙ୍କ ପାଇଁ ଟଙ୍କା ରୋଜଗାର କରିବା ଏକ ସ୍ୱାଭିମାନ ର  କଥା । ଟଙ୍କା ଜୀବନ ର ଅର୍ଥନୈତିକ ଅବସ୍ଥାକୁ ମଜଭୁତ୍ କରିଥାଏ ଏବଂ ଭବିଷ୍ୟତକୁ ମଧ୍ୟ ସୁରକ୍ଷିତ କରିରଖିଥାଏ । ଟଙ୍କା ରୋଜଗାର କରିବାର ଦୁଇଟି ପ୍ରମୁଖ ମାଧ୍ଯମ ଅଛି । ଗୋଟିଏ ହେଲା ଚାକିରୀ ଏବଂ ଅନ୍ୟଟି ହେଲା ବ୍ୟବସାୟ ବା ବିଜନେସ୍ । ବିଜନେସ୍ କରିବା ପାଇଁ ଅନେକଙ୍କ ପାଖରେ ପୁଞ୍ଜି ନଥାଏ । କାରଣ ଭାରତରେ ଅନେକ ଲୋକ ମିଡିଲ୍ କ୍ଲାସ୍ ଲାଇଫ୍ ବଞ୍ଚନ୍ତି । ଟଙ୍କା ରୋଜଗାର କରିବା ପାଇଁ ଅନେକ ଲୋକ ଚାକିରୀକୁ ଉତ୍ତମ ମାଧ୍ୟମ ବୋଲି ମନେକରିଥାନ୍ତି । ମାସ ଶେଷରେ ଦରମା ମିଳିଗଲେ ଚାକିରୀ କରୁଥିବା ଲୋକ ଏବଂ ତା ପରିବାର ର ଭରଣ ପୋଷଣ ହୋଇଥାଏ । ଚାକିରୀରେ ମାସ ଶେଷରେ ମିଳୁଥିବା ଦରମା କମ୍ ହୋଇଥାଇପାରେ , କିନ୍ତୁ ମାସ ଶେଷରେ ଦରମା ନିହାତି ମିଳିଥାଏ । ବିଜନେସ୍ ବା ବ୍ୟାବସାୟରେ ଅନେକ ଉଥାନ ପତନ ଥାଏ । ଲକ୍ଷ୍ୟାଧିକ ଟଙ୍କା ଲାଭ ହେଇପାରେ କିମ୍ବା ଗୋଟେ ସେକେଣ୍ତରେ ଲକ୍ଷ୍ୟାଧିକ ଟଙ୍କା କ୍ଷତି ମଧ୍ୟ ହୋଇପାରେ । ତେଣୁ ଅନେକ ଲୋକ ଚାକିରୀ ପାଇଁ ମନବଳାଇଥାନ୍ତି । କିନ୍ତୁ କିଛି ଲୋକ ମାନଙ୍କ ପାଇଁ ଚାକିରୀ ଗୋଟିଏ ସ୍ୱପ୍ନ । ବର୍ତ୍ତମାନ ଭାରତରେ ଜନସଂଖ୍ୟାର ବିଷ୍ପୋରଣ ଘଟିଛି । ଦିନକୁ ଦିନ ବଢିଚାଲିଛି ଭାରତର ଜନସଂଖ୍ୟା ଏବଂ ତା ସହ ବଢିଛି ବେକାରୀ ସମସ୍ୟା । ବେକାରୀ ସମସ୍ୟା ବଢିବାର ମୁଖ୍ୟକାରଣ ହେଉଛି ଭାରତରେ ଚାକିରୀର ଅଭାବ ।  ଅନେକ ଲୋକ ଚାକିରୀ ପାଇଁ ଏପଟେ ସେପଟେ ହେଉଛନ୍ତି । ଏତେ ଅସୁବିଧାରେ ମଧ୍ୟ କିଛି ଲୋକ ବହୁତ ଶୀଘ୍ର ଚାକିରୀ ପାଇଯାନ୍ତି ଏବଂ ଭଲ ଦରମା ମଧ୍ୟ ପାଇଥାନ୍ତି । କିଏ ବିଭିନ୍ନ ସ୍ଥାନରେ ଚାକିରୀ ଖୋଜି ଖୋଜି ଥକି ଗଲାଣି , ପୁଣି କିଏ ଚାକିରୀ ପାଇଁ ବିଜ୍ଞପ୍ତି କେଉଁ ସ୍ଥାନରେ ବାହାରୁଛି ଜାଣିପାରୁନାହିଁ । ତେବେ ଅନେକ ବ୍ୟକ୍ତି ବିଶେଷ ଚାକିରୀ ଅପେକ୍ଷା ବିଜନେସ୍ ଉପରେ ଗୁରୁତ୍ୱ ଦେଉଛନ୍ତି ନିଜେ ଋଣ ନେଇ ବା ବିଜନେସ୍ ପାର୍ଟନର ବନାଇ ନୁଆଁ ଷ୍ଟାର୍ଟଅଫ୍ କମ୍ପାନୀ ଆରମ୍ଭ କରୁଛନ୍ତିଯାହାଫଳରେ ବେସରକାରୀ ସ୍ତରରେ ସୃଷ୍ଟି ହେଉଛି ଅନେକ ପ୍ରକାର ର ନିଯୁକ୍ତି । ବିଭିନ୍ନ ପଦବୀରେ ଯୋଗ୍ୟତା ଅନୁସାରେ ଅନେକ ଲୋକ ଚାକିରୀ ପାଉଛନ୍ତି । ସରକାରୀ ସ୍ଥରରେ ଅଧିକ ଭ୍ୟାକେନ୍ସି ଖୁବ୍ କମ୍ ସମୟରେ ଆସେ । ଅନ୍ୟପକ୍ଷରେ  ବେସରକାରୀ ସ୍ତରରେ ପ୍ରତ୍ୟେକଦିନ ନିଯୁକ୍ତି ବାହାରେ । କାରଣ ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ଗଢିଉଠିଛି ଛୋଟ ବଡ ଷ୍ଟାର୍ଟଅଫ୍ । ବଡ କମ୍ପାନୀ ଗୁଡିକରେ ଅନେକଥର ଭ୍ୟାକେନ୍ସି ସୃଷ୍ଟି ହୁଏ ଏବଂ ସେଥିରେ ଅନେକ ଫ୍ରେସର ଚାକିରୀ ଆଶାୟୀ ମଧ୍ୟ ନିଜ ଦକ୍ଷତା ଓ ଯୋଗ୍ୟତା ବଳରେ ଚାକିରୀ ପାଇଥାନ୍ତି । 

ଆଗକାଳ ଅପେକ୍ଷା ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ର କ୍ୟାରିୟର ଅପସନ୍ ରହିଛି । ସମୟ ଅନୁସାରେ ଦୁନିଆ ବଦଳୁଛି ଏବଂ ତା ସହ ସୃଷ୍ଟି ନୁଆଁ ନୁଆଁ ଆବଶ୍ୟକତା । ସେହି ଆବଶ୍ୟକତାକୁ ପୂର୍ଣ୍ଣ କରିବାପାଇଁ ନୁଆଁ ପଦବୀ ସବୁ ସୃଷ୍ଟି ହେଉଛି । ତେବେ ଅନେକ ଚାକିରୀ ଆଶାୟୀ ଏହି ପଦବୀ ଗୁଡିକ ବିଷୟରେ ଏବେ ବି ଅଜଣା । ସେହି ପଦବୀ ଗୁଡିକ ମଧ୍ୟରୁ ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ମଧ୍ୟ ଗୋଟିଏ ପଦବୀ । ଯାହା ବିଷୟରେ ଅନେକ ଚାକିରୀ ଆଶାୟୀ ଜାଣିନାହାନ୍ତି । କିନ୍ତୁ ଏହି ପଦବୀରେ କାର୍ଯ୍ୟକରି ଅନେକ ବ୍ୟକ୍ତି ଲକ୍ଷ୍ଯାଧିକ ଟଙ୍କା ରୋଜଗାର କରୁଛନ୍ତି । ଓଡିଆ ଡେଲି ର ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ ଏବଂ ଜାଣନ୍ତୁ ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ରେ କଣ ସବୁ ରହିଛି କ୍ୟାରିୟର ଅପସନ୍ ।

 

୧) ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ପ୍ରକୃତରେ କଣ ?

ପରିଚାଳନା ପରାମର୍ଶଦାତା ବା ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍  କମ୍ପାନୀ ଗୁଡ଼ିକର ସମସ୍ୟାର ସମାଧାନ, ମୂଲ୍ୟ ସୃଷ୍ଟି ବା ଭ୍ୟାଲୁ କ୍ରିଏସନ୍  , ଗ୍ରୋତ୍ ସ୍ପିଡଅଫ୍  ଏବଂ ବ୍ୟବସାୟିକ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାନ୍ତି । ଅବଜେକ୍ଟିଭ୍ ପରାମର୍ଶ ଦେଇଥାନ୍ତି ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ । ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ କମ୍ପାନୀର ଗ୍ରୋତ୍ ଏବଂ ସମସ୍ୟାକୁ ସମୀକ୍ଷାକରି ନୁଆଁ ପ୍ଲାନ୍ ବନାଇଥାନ୍ତି । କମ୍ପାନୀ ନିଜର ଗ୍ରୋତ୍ କୁ ମେକ୍ସିମାଇଜ୍ କରିବା ପାଇଁ ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ କୁ ହାଇୟର କରିଥାନ୍ତି ।

 

୨) ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ର କାମ କଣ ?

What is a management consultant's job

ଯେକୌଣସି କମ୍ପାନୀରେ ସେଲ୍ସ ଡିପାର୍ଟମେଣ୍ଟ ନିହାତିଥାଏ । ସେଲ୍ସ ଡିପାର୍ଟମେଣ୍ଟ୍ ରେ ସେଲ୍ସ ଟିମ୍ କମ୍ପାନୀର ସେଲ୍ସ ବଢାଇବାରେ ଏବଂ ରେଭିନ୍ଯୁ ଜେନେରେସନ୍ କରିବାରେ ସାହାର୍ଯ୍ୟ କରିଥାନ୍ତି । ବର୍ତ୍ତମାନ ସମୟରେ ଅନେକ କମ୍ପାନୀ ସେଲ୍ସ ମ୍ୟାନେଜରଙ୍କ ନାଁକୁ ପ୍ରୋଫେସନାଲ୍ ଫ୍ୟାସନ୍ ଅନୁସାରେ ବିଜନେସ୍ ଡେଭେଲପମେଣ୍ଟ୍ ମ୍ଯାନେଜର ବୋଲି କହିଥାନ୍ତି । ଏହି ନାଁ ଟି ଏବେ ନୁଆଁ ଆସିଛି । କିନ୍ତୁ କାମ ସବୁ ସମାନ ଏବଂ ପଦବୀ ସହ ଦରମା ମଧ୍ୟ ସମାନ । ଅନେକ ବ୍ୟକ୍ତି ଭାବନ୍ତି ବିଜନେସ୍ ଡେଭେଲପମେଣ୍ଟ୍ ମ୍ଯାନେଜର ଏବଂ ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ର କାମ ସମାନ । କିନ୍ତୁ ପ୍ରକୃତରେ ଏହା ସେଲ୍ସ ଡିପାର୍ଟମେଣ୍ଟ୍ ରୁ ପୁରାପୁରି ଭିନ୍ନ । ସେଲ୍ସ ଟିମ୍ ପ୍ରତି ଦିନ କମ୍ପାନୀ ର ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ଅନୁସାରେ କାର୍ଯ୍ୟକରିଥାଏକିନ୍ତୁ ଜଣେ ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ପ୍ରତିଦିନ ଅନେକ କମ୍ପାନୀ ସହ କାର୍ଯ୍ୟକରି କମ୍ପାନୀର ସମସ୍ଯାକୁ ଅନୁସନ୍ଧାନ କରିଥାଏ । ସେଲ୍ସ ଟିମ୍ ଗୋଟିଏ ନିୟମରେ ବନ୍ଧା । କମ୍ପାନୀ ର ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ଅନୁସାରେ ଯେମିତି ନିୟମ ହେବ ସେମିତି ନିୟମକୁ ମାନି କାର୍ଯ୍ୟକରିଥାନ୍ତି ସେଲ୍ସ ଟିମ୍ । ସେଲ୍ସ ଟିମ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରେଭିନ୍ଯୁ ଜେନେରେସନ ବା କମ୍ପାନୀ ପାଇଁ ଲାଭ ଆଣିବା । ସେହି ଉଦ୍ଦେଶ୍ୟ ଯେତେବେଳେ କୌଣସି ସମସ୍ୟା ପାଇଁ ପରିପୂର୍ଣ୍ଣ ହୋଇନଥାଏ ସେତେବେଳେ ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ର ଆବଶ୍ୟକତା ପଡିଥାଏ । ଗୋଟିଏ କମ୍ପାନୀର ଡାଟା ଏବଂ ସେହି କମ୍ପାନୀ ର ପ୍ରତିଦ୍ୱନ୍ଦୀ କମ୍ପାନୀ ର ଡାଟା ସଂଗ୍ରହ କରି ତା ଉପରେ ଗବେଷଣା କରିବା ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ର କାମ । କେବଳ ଯେ ଗବେଷଣା କରିବା ତାହା ନୁହଁ , ଗବେଷଣା ସହ ତର୍ଯମା, ସମୀକ୍ଷା ଏବଂ ଅନୁସନ୍ଧାନ କରିବା ହେଉଛି ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ର କାମ । ଏହି କାମ ପାଇଁ ଅତ୍ୟନ୍ତ ଅନୁସନ୍ଧାନ ର ଆବଶ୍ୟକତା ପଡିଥାଏ । କାରଣ ଟିକିଏ ଭୁଲ୍ କମ୍ପାନୀର ସମ୍ପୁର୍ଣ୍ଣ ମ୍ୟାନେଜମେଣ୍ଟ୍ ଉପରେ ପ୍ରଭାବ ପକାଇ ପାରେ । କମ୍ପାନୀର ଗ୍ରୋତ୍ ରେ ଆସୁଥିବା ଜାଣତ କିମ୍ବା ଅଜାଣତ ସମସ୍ଯାର ସମାଧାନ ପାଇଁ ଚେଷ୍ଟା କରିଥାନ୍ତି ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ । ଗୋଟିଏ ସେଲ୍ସ ମ୍ଯାନେଜର ପାଖରେ କେବଳ ବିକ୍ରୟ ବଢେଇବା ବା ସେଲ୍ସ ଗ୍ରୋତ୍ କରେଇବା  ର କୌଶଳ ଜଣାଥାଏ । ସେଲ୍ସ ମ୍ଯାନେଜର ଇନ୍ ହାଉସ୍ ବା ଅଫିସ୍ ରେ ବସି କାର୍ଯ୍ୟ କରିପାରନ୍ତି । କିନ୍ତୁ ଜଣେ ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ କୁ ଫିଲ୍ଡ୍ କୁ ଯାଇ ଡାଟା ସଂଗ୍ରହ କରିବାକୁ ପଡିଥାଏ । ସମସ୍ଯାର ଗଭୀରତାକୁ ଯାଇ ସମସ୍ଯାର ମୂଳ କୁ ଖୋଜି ବାହାର କରିବାକୁ ପଡିଥାଏ । ଯାହା ଫଳରେ ଅସ୍ଥାୟୀ ରୂପରେ ନୁହଁ ବରଂ ସ୍ଥାୟୀ ରୂପରେ ସେହି ସମସ୍ଯାର ସମାଧାନ ଖୋଜି ବାହାର କରିଥାନ୍ତି ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ । ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ର ଅନେକ କମ୍ପାନୀ ସହ କାମ କରିବାର ଅଭିଜ୍ଞତା ଥାଏ । ଯେଉଁ ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ର ଯେତେ ଅଭିଜ୍ଞତା ଥିବ ସେହି ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ର ପରାମର୍ଶ କମ୍ପାନୀ ର ସେତିକି ଲାଭରେ ଆସିଥାଏ । କାରଣ ବିଜନେସ୍ ମାର୍କେଟ୍ ର ଅତୀତ ଏବଂ ବର୍ତ୍ତମାନକୁ ଦେଖି କମ୍ପାନୀ ର ଭବିଷ୍ୟତ ବିଷୟରେ ଆକଳନ କରିପାରିଥାନ୍ତି ଅଭିଜ୍ଞତା ଥିବା ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ । ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ମାନଙ୍କ ପାଖରେ ବିଭିନ୍ନ କମ୍ପାନୀ ର କିଛି କିଛି ଗୁପ୍ତ ତଥ୍ୟ ମଧ୍ୟ ଥାଏ । ଯାହାକି ଇଣ୍ଟରନେଟ୍ ରେ ମଧ୍ୟ ଉପଲବ୍ଧ ନଥାଏ । ଧରାଯାଉ ଗୋଟିଏ ଧୂପକାଠି କମ୍ପାନୀର ଭଲ ବ୍ୟବସାୟ ହେଉନି ଏବଂ ସେହି କମ୍ପାନୀର ପ୍ରଡକ୍ଟ ଗୁଡିକ ଭଲ । ସେଲ୍ସ ଟିମ୍ ର ଅନେକ ପ୍ରୟାସ ସତ୍ୱେ  ପ୍ରଡକ୍ଟ ଗୁଢିକ କୌଣସି କାରଣ ରୁ ବିକ୍ରି ହେଉନାହିଁ କିମ୍ବା କମ୍ ପରିମାଣରେ ବିକ୍ରି ହେଉଛି । ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ଏପରି ସମସ୍ଯାକୁ ସମାଧାନ କରିବା ପାଇଁ ପ୍ରଥମେ ନିଜେ ପ୍ରଡକ୍ଟ ର ମାନ କୁ ପରୀକ୍ଷା କରି ଦେଖିଥାନ୍ତି । ସେହି କମ୍ପାନୀ ପରି ଅନ୍ୟ କୌଣସି କମ୍ପାନୀ କମ୍ ମୂଲ୍ୟରେ ସମାନ ବାସ୍ନା ର ଧୂପକାଠି ବିକ୍ରି କରୁଛି କି ଦେଖିଥାନ୍ତି । ପରେ ପରେ ଅନ୍ୟ ଧୂପକାଠି ଗୁଡିକ କାହିଁକି ଅଧିକ ବିକ୍ରି ହେଉଛି ବୋଲି ଦୋକାନୀ କିମ୍ବା ଡିଷ୍ଟ୍ରିବ୍ଯୁଟର ଠାରୁ ଡାଟା ସଂଗ୍ରହ କରିଥାନ୍ତି । ଏହି ସବୁ ତଥ୍ୟ ସଂଗ୍ରହ କରି ଏମିତି କିଛି ପ୍ଲାନ୍ ବା ଷ୍ଟ୍ରାଟେଜି ପ୍ରସ୍ତୁତ କରିଥାନ୍ତି ଯାହାକି ସମସ୍ୟାର ସମାଧାନ କରିଥାଏ । ଗୋଟିଏ ଧୂପକାଠି ପ୍ୟାକେଟ୍ ସହ ଗୋଟିଏ ଦିଆସିଲି ବଦଳରେ ଆଉକିଛି ଧୂପକାଠି ମାଗଣା ଦିଆଯାଇପାରେ । ଯାହା ଫଳରେ ଗ୍ରାହକ ଅଧିକ ଧୂପକାଠି ଆଶାରେ ଅନ୍ୟ କୌଣସି ଧୂପକାଠି ନେବା ଅପେକ୍ଷା ନିର୍ଦ୍ଧିଷ୍ଟ ସେହି କମ୍ପାନୀର ଧୂପକାଠି ନେବାପାଇଁ ମନ ବଳାଇଥାଏ । ଏହି ପରି କିଛି ସମାଧାନ ବାହାର କରିଥାନ୍ତି ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ । 

 

୩) ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ରେ କ୍ୟାରିୟର କିପରି ଗଢିବେ ? 

ଅନେକ ବ୍ୟକ୍ତି ସେଲ୍ସ ମ୍ଯାନେଜର ରୁ ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ହେବାର ଉଦାହରଣ ରହିଛି । କାରଣ ସେଲ୍ସ ମ୍ଯାନେଜର ମାନଙ୍କର ପବ୍ଲିକ୍ ରିଲେସନ୍ ବା ଲୋକ ସଂମ୍ପର୍କ  ଅଧିକ ଥାଏ । ଆପଣ ଯେକୌଣସି ବେଗ୍ରାଉଣ୍ଡରୁ ଆସି ଏଥିରେ କ୍ଯାରିୟର ଗଢିପାରିବେ । ଯଦି ଆବଶ୍ୟକତା ଅଛି ତ କେବଳ ଦକ୍ଷତା ଏବଂ ମାର୍କେଟ୍ କୁ ନେଇ ଆବଶ୍ୟକ ଥିବା ଜ୍ଞାନ । ଏମବିଏ କିମ୍ବା ବିବିଏ କିମ୍ୱା ଇକୋନୋମିକ୍ସ ବେଗ୍ରାଉଣ୍ଡ ହେଇଥିଲେ ଭଲ । ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ପାଠ ପଢିଥିଲେ ଆପଣଙ୍କୁ ସମାଜକୁ ନେଇ ଏକ ସ୍ପଷ୍ଟ ଧାରଣାଥିବ । ତେବେ ଯଦି ପାରୁଛନ୍ତି ବଡ କମ୍ପାନୀରେ ସେଲ୍ସ ଡିପାର୍ଟମେଣ୍ଟ୍ ରେ ଇଣ୍ଟର୍ଣ୍ଣସିପ୍ କରନ୍ତୁ । ଯାହାକି ଆପଣଙ୍କ ରିଜ୍ଯୁମ୍ କୁ ଶକ୍ତିଶାଳୀ କରିବା ସହ ଆପଣଙ୍କ ଜ୍ଞାନ ବୃଦ୍ଧି କରିବ । ଇଣ୍ଟର୍ଣ୍ଣସିପ୍ କରିଲେ କାମ ର କୌଣସି ପ୍ରେସର ନଥାଏ , ଆପଣଙ୍କୁ ଶିକ୍ଷିବାର ଏକ ବଡ ସୁଯୋଗ ମିଳିବ । ପ୍ରତିଦିନ ବିଜନେସ୍ ଖବର କାଗଜ ଏବଂ ପ୍ରତି ସପ୍ତାହକୁ ବିଜନେସ୍ ସପ୍ତାହିକ ପଢିବା ଆରମ୍ଭ କରନ୍ତୁ । ବିଜନେସ୍ ମାର୍କେଟ୍ ରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଧ୍ୟାନ ଦିଅନ୍ତୁ ।

What is a management consultant's job

ବିଜନେସ୍ ପଲିଟିକ୍ସ ବିଷୟରେ ଅବଗତ ହୁଅନ୍ତୁ । ଘରେ ବସି ତାକୁ ଆନାଲିସିସ୍ କରି ରିପୋର୍ଟ ବନାନ୍ତୁ ଏବଂ ପରେ ଏହାକୁ କମ୍ପାନୀର ଲାଭ କିମ୍ବା କ୍ଷତି ସହ ମିଳାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜ୍ଞାନ ବୃଦ୍ଧି ହେବ ଏବଂ ତା ସହ ଅନୁସନ୍ଧାନ କରିବାର କୌଶଳ ଆପଣଙ୍କୁ ଜଣାପଡିଯିବ । ଯାହାକି ଏହି କ୍ଷେତ୍ରରେ ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ । ବର୍ତ୍ତମାନ ଅନେକ ବ୍ୟକ୍ତି ମ୍ୟାନେଜମେଣ୍ଟ୍ କନସଲଣ୍ଟାଟ୍ ହୋଇ ଅନେକ କମ୍ପାନୀ ରେ ଫ୍ରି ଲାନସିଂ କରି ଲକ୍ଷ୍ଯାଧିକ ଟଙ୍କା ରୋଜଗାର କରୁଛନ୍ତି । ଆପଣ ଚାହିଁଲେ ଫୁଲ୍ ଟାଇମ୍ କିମ୍ବା ପାର୍ଟ ଟାଇମ୍ କାମ କରି ରୋଜଗାରକ୍ଷମ ହୋଇପାରିବେ । ଏହି କ୍ଷେତ୍ରରେ ଚାକିରୀ କରିବା ପାଇଁ ହେଲେ କମ୍ପାନୀ ସମ୍ମୁଖରେ ନିଜର ମାର୍କେଟିଂ ନିଜେ କରିବାକୁ ପଡିବ ।

 

କେବଳ ଗୋଟିଏ କ୍ଲିକ୍ ରେ ଚାକିରୀ ଆବେଦନ ର ଶେଷ ତାରିଖ ସରିବା ଆଗରୁ ପାଆନ୍ତୁ  JOB UPDATES । ଛୋଟ ହେଉ କିମ୍ବା ବଡ, ପ୍ରତ୍ୟେକଟି ସରକାରୀ ଏବଂ ବେସରକାରୀ ଚାକିରୀ ର UPDATE ଏବେ ଆପଣଙ୍କ ହାତ ପାହାନ୍ତାରେ । 

ତେବେ ଡେରି ନକରି  ଓଡିଆ ଡେଲି     WhatsApp group    ରେ   join କରିବା ପାଇଁ

ନିମ୍ନଲିଖିତ ଲିଙ୍କ୍ ରେ Click କରନ୍ତୁ –

https://chat.whatsapp.com/HUmpBPQODkSJsHI1kC06MO

 

 

 

 

 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )