Tuesday 19th March 2024
୨୦୨୩ ବଜେଟ୍ ଉପସ୍ଥାପନା, କରାଯାଇଛି ଏହି ସବୁ ପରିବର୍ତ୍ତନ

୨୦୨୩ ବଜେଟ୍ ଉପସ୍ଥାପନା, କରାଯାଇଛି ଏହି ସବୁ ପରିବର୍ତ୍ତନ

ଆଜି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ବଜେଟ୍ ଉପସ୍ଥାପନା କରିଛନ୍ତି । ସାରା ଦେଶର ନଜର ରହିଥିଲା ଏହି ବଜେଟ୍ ପେଡ଼ି ଉପରେ । ଅନେକ ଲୋକଙ୍କର ଅନେକ ପ୍ରଶ୍ନ ମନରେ ରହିଥିଲା, ମଧ୍ୟବିତ୍ତ ଯେଉଁମାନେ ଟିକସ ଦେଇ ଦେଇ ନୟାନ୍ତ ହେଉଛନ୍ତି ସେମାନଙ୍କୁ ମିଳିବ କି ଆଶ୍ୱସ୍ତି? କାହାକୁ ମିଳିବ କେତେ ଫାଇଦା ଏପରି ଅନେକ କିଛି ପ୍ରଶ୍ନ ଚାଲିଥିବା ବେଳେ ଏହି ଅପେକ୍ଷାର ଅନ୍ତ ଘଟିଛି । ଅର୍ଥମନ୍ତ୍ରୀ ଉପସ୍ଥାପନା କରି କହିଲେ ଅମୃତ କାଳର ଏହା ପ୍ରଥମ ବଜେଟ୍ । ଏନେଇ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ଅନେକ ସୂଚନା ଦେଇଛନ୍ତି, ଚାଲନ୍ତୁ ସେ ସମ୍ବନ୍ଧରେ ଅଧିକ କିଛି ଜାଣିବା ।Budget 2023: Nirmala Sitharaman Meets President Ahead Of Budget Speech

ଳଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦,୭୦୦ କୋଟି
• ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା
• ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ
• ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ
• ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍
• ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରାଯିବ
• ମହିଳାଙ୍କୁ ସମୃଦ୍ଧ କରିବାକୁ ଆରମ୍ଭ ହେବ ମହିଳା ସମ୍ମାନ ବଚନ ପତ୍ର
• ୨ବର୍ଷ ପାଇଁ ଝିଅ ଓ ମହିଳାଙ୍କ ନା’ରେ ସ୍ଥାୟୀ ଜମା ରଖାଯାଇପାରିବ
• ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡୁ୍ୟଟି ହ୍ରାସ
• ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ
• ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି
• ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କଲେ ଅର୍ଥମନ୍ତ୍ରୀ
• ୩ ଲକ୍ଷ ପର୍ୟ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ
• ୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%
• ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%
• ୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%
• ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
• ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%
• ଆୟକର ସ୍ଲାବ୍ ସୀମା ୫ଲକ୍ଷରୁ ୭ଲକ୍ଷକୁ ବୃଦ୍ଧି
• ବର୍ଷେ ଯାଏଁ ମାଗଣା ଅନ୍ନ ଯୋଜନା
• ପଞ୍ଚାୟତ ଓ ୱାର୍ଡ ସ୍ତରରେ ଖୋଲିବ ଡିଜିଟାଲ ଲାଇବ୍ରେରୀ
• ଉହିଳା, ଦିବ୍ୟାଙ୍ଗ ଓ କୃଷକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
• ଏଳଲବ୍ୟ ମଡେଲ୍ ସ୍କୁଲ୍ ଖୋଲାଯିବ
• ସିଗାରେଟ୍, ସୁନା, ରୂପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି
• ୧୫୭ ନୂଆ ନର୍ସିଂ କଲେଜ ହେବ
• ଶସ୍ତା ହେଲା ମୋବାଇଲ କ୍ୟାମେରା ଲେନ୍ସ ଷ୍ଟିଲ୍, ଏଲ୍ଇଡି ଟିଭି, ସାଇକେଲ
• ରେଳପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା

CATEGORIES
TAGS
Share This

COMMENTS

Wordpress (0)
Disqus ( )