Thursday 28th March 2024
ଏବେ ଦୁନିଆ ଦେଖିବ ବିକ୍ରାନ୍ତର ପରାକ୍ରମ॥

ଏବେ ଦୁନିଆ ଦେଖିବ ବିକ୍ରାନ୍ତର ପରାକ୍ରମ॥

ଥରିବ ଶତ୍ରୁ, ବଢିବ ବଳ । ଜଳପଥକୁ ଜଗିବ ଭାରତର ବିଶାଳ ଯୁଦ୍ଧପୋତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଦଳାଇଲେ ଏକ ନୂଆ ଧାରା । ଚିରାଚରିତ ଡଙ୍ଗରେ ଚାଲିଆସୁଥିବା ସବୁ ନିୟମ ବଦଳିବାକୁ ଯାଉଛି । ଆମ ଦେଶ ଭାରତର ସଂସ୍କୃତିକୁ ଆଗାମୀ ଭବିଷ୍ୟତ ପାଈଁ ସାଇତି ରଖିବାର ନିଷ୍ପତ୍ତି ନେଉଛନ୍ତି ନରେନ୍ଦ୍ର ମୋଦୀ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନବାହୀ ଯୁଦ୍ଧପୋତ ଆଇଏନ୍‌ଏସ୍ ବିକ୍ରାନ୍ତକୁ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୌସେନାରେ ସାମିଲ କରିଛନ୍ତି । ଏହି ଯୁଦ୍ଧପୋତ ନିର୍ମାଣ ପାଇଁ ଭାରତର ଅନେକ ବୃହତ ଶିଳ୍ପସଂସ୍ଥା ସମେତ ୧୦୦ରୁ ଅଧିକ ଏମଏସଏମଇ ଯନ୍ତ୍ରାଂଶ ଯୋଗାଇଥିଲେ ।

କେରଳର କୋଚି ସିପୟାର୍ଡ ଏକ ସ୍ବତନ୍ତ୍ର ଉତ୍ସବରେ ଏହାକୁ ନୌସେନାରେ ସାମିଲ କରାଗଲା। ଏହି ଏୟାରକ୍ରାଫ୍ଟ କ୍ୟାରିୟରକୁ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଭାରତୀୟ ଶକ୍ତି ବୃଦ୍ଧି କରିବ। ଏହାକୁ ତିଆରି କରିବା ଲାଗି ୨୦ ହଜାର କୋଟି ଟଙ୍କା ବ୍ୟୟହୋଇଛି। ଆତ୍ମ ନିର୍ଭର ଭାରତର ଏହା ପ୍ରକୃଷ୍ଟ ଉଦାହରଣ ହେବ । ୧୯୭୧ରେ ଭାରତର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ଅନୁସାରେ ଏହି ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟରକୁ ନାମିତ କରାଯାଇଛି। ଏଥିସହିତ ପ୍ରଧାନମନ୍ତ୍ରୀ ନୌସେନାର ନୁଆ ନିସାନକୁ ମଧ୍ୟ ଉନ୍ମୋଚନ କରିଲେ । ସିବାଜି ମହାରାଜ ଙ୍କ ଅନୁସାରେ ଭାରତର ସମୃଦ୍ଧ ନୌଚଳାଚଳ ଐତିହ୍ୟକୁ ଏହି ନୂଆ ନିସାନର ପ୍ରତୀୟମାନ କରାଗଲା । ଯାହାକି ବ୍ରିଟିଶ ଅମଳର ନିସାନକୁ ଶେଷ କରିବ। ଭାରତୀୟ ନୌସେନାର ବଳ ଦୁଇଗୁଣା ବଢିବାକୁ ଯାଉଛି । ଏ ବିଶାଳ ଏୟାରକ୍ରାଫ୍ଟ କ୍ୟାରିଅର ଦେଖିବାକୁ ଯେମିତି, ତା କାମ ବି ଠିକ୍ ସେହିଭଳି । ସମୁଦ୍ରରେ ଶତ୍ରୁକୁ ନାଶ କରିବାର ଶକ୍ତି ରଖୁଥିବା ଏ ଯୁଦ୍ଧପୋତକୁ, ପାଖ ପଡୋଶୀ ଦେଖିଲେ ଭୟରେ ଥରିବେ । ୪ ହଜାର ଟନର ଏହି ସମୁଦ୍ରର ଶତ୍ରୁନାଶକ ।

ସମୁଦ୍ରରେ ରାଜ୍ କରିବ ଆଇଏନଏସ୍ ବିକ୍ରାନ୍ତ ପୁରା ତଥ୍ୟ ଜାଣନ୍ତୁ ?

୧- ଏହି ଜାହାଜର  ଓଜନ ୪୫ ହଜାର ଟନ। ଯୁଦ୍ଧ ଜାହାଜକୁ ତିଆରି ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାରେ ଘଣ୍ଟାପ୍ରତି ବେଗ ୫୨ କିମି।

୨- ଦୀର୍ଘ ୧ ବର୍ଷ ଧରି ସମୁଦ୍ର ମଧ୍ୟରେ ଏହା ଟ୍ରାଏଲ କରାଯିବା ପରେ ଏହାକୁ ନୌସେନାରେ ସାମିଲ କରାଯାଇଛି।

୩- ଏହାର ଲମ୍ବ ୨୬୨ ମିଟର, ଉଚ୍ଚତା ୫୯ ମିଟର ଓ ଚଉଡ଼ା ୬୨ ମିଟର। ଆଇଏନଏସ୍‌ ବିକ୍ରମାଦିତ୍ୟ ପରେ ଏହା ଦେଶରେ ନିର୍ମାଣ ହୋଇଥିବା ୨ୟ ଯୁଦ୍ଧ ଜାହାଜ।

୪- ଦୁଇଟି ଫୁଟବଲ ପଡ଼ିଆ ଯେତିକି ବଡ଼, ଏହି ଯୁଦ୍ଧ ଜାହାଜ ଏଣ୍ଡ ଟୁ ଏଣ୍ଡ ସେତିକି ବଡ଼। ଏହାର ଉଚ୍ଚତା ମଧ୍ୟ ୧୮ଟି ଫ୍ଲୋର ସହ ସମାନ।

୫- ଏହାର ହ୍ୟାଙ୍ଗରର ଆକାର ଠିକ୍‌  ଦୁଇଟି ଅଲିମ୍ପିକ୍ସ ପୁଲର ସାଇଜ ଭଳି।

୬- ପ୍ରାଥମିକ ଅବସ୍ଥାରେ ମିଗ୍‌ ଯୁଦ୍ଧ ବିମାନ ଓ ହେଲିକପ୍ଟରକୁ ଏହା ପରିବହନ କରିବ। ପରବର୍ତ୍ତୀ ଅବସ୍ଥାରେ ନୌସେନା ଆଭିଏସନ ଟ୍ରାଏଲ ଆରମ୍ଭ କରିବ।

୭- ଆଇଏନଏସ୍‌ ବିକ୍ରାନ୍ତ ୧୬ ଶହ କ୍ରୁ, ୩୦ଟି ଫାଇଟର ଜେଟ୍ ଓ ଏକାଧିକ ହେଲିକପ୍ଟରକୁ ପରବିହନ କରିବାର କ୍ଷମତା ରଖିଛି।

୮-ମିଗ୍-୨୯କେ, କାମୋଭ-୩୧ ଏବଂ ଏମ୍ଏଚ୍-୬୦ ଆର୍ ଭଳି ଯୁଦ୍ଧରେ ନିପୁଣ ଜେଟ ଏଥିରେ ମୁତୟନ ହେବେ।

୯- ଯୁଦ୍ଧ ଜାହାଜରେ ଥରେ ଇନ୍ଧନ ଭରିଲେ ଏହା ସମୁଦ୍ରରେ ସାଢେ ୭ ହଜାର ମାଇଲ୍ ଦୂରତା ଅତିକ୍ରମ କରିପାରିବ।

୧୦- ଜାହାଜରେ ଏମିତି ଏକ ମିସିନ ଲାଗିଛି, ଯେଉଁଥିରେ ଥରକେ ୩ ହଜାର ରୁଟି ବାହାରିବ।

୧୧- ଏହାକୁ ତିଆରି କରିବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଛି।

୧୨- ଜାହାଜରେ ୧୬ ବେଡ ବିଶିଷ୍ଟ ହସ୍ପିଟାଲ, ୨୫୦ ତୈଳ ଟ୍ୟାଙ୍କର ଓ ୨୪ ଶହ କମ୍ପାର୍ଟମେଣ୍ଟ ରହିଛି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ନୌସେନା ମୁଖ୍ୟ ମଧ୍ୟ ସାମିଲ ଥିଲେ ।ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସରକାର ନୌସେନା ପାଇଁ ବଜେଟ୍ ବୃଦ୍ଧି କରିଛନ୍ତି । ଅନେକ ନୂଆ ନୂଆ ଯୋଜନା ହାତକୁ ନିଆଯାଇଛି । ବିକ୍ରାନ୍ତ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି କରିବ । ସୁରକ୍ଷା ପାଇଁ ନିୟୋଜିତ ହେବ । ଏହା ଭାରତର ସଫଳତାର ଏକ ପରିଚୟ ହେବ । ଏହା ଦେଶର ସାମର୍ଥ୍ୟର ପ୍ରତୀକ ଅଟେ । ଆଜି ଇତିହାସ ବଦଳିବା ଭଳି କାମ କରାଯାଇଛି ।ଏହାସହ ସେ ନୌସେନାର ନୂଆ ଧ୍ୱଜ ମଧ୍ୟ ଅନାବରଣ କରିଛନ୍ତି । ଯାହା ଛତ୍ରପତି ଶିବାଜୀଙ୍କ ଦ୍ୱାରା ପ୍ରେରିତ ।

ସେ ଆହୁରି କହିଛନ୍ତି ଯେ, ଆଇଏନଏସ ଦେଶରେ ନୂଆ ବିଶ୍ୱାସ ସୃଷ୍ଟି କରିଛି । ସ୍ୱଦେଶ ଜ୍ଞାନକୌଶଲରେ ଏତେ ବଡ ଏୟାରକ୍ରାଫ୍ଟ କ୍ୟାରିଅର ନିର୍ମାଣ ହେବା ଗୈରବର କଥା । ଏହା ଆତ୍ମନିର୍ଭର ଭାରତର ମଧ୍ୟ ପ୍ରତୀକ ଅଟେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )