Thursday 28th March 2024
ଗାୟବ ହୋଇଯାଇଥିବା ବିମାନର ରହସ୍ୟ …

ଗାୟବ ହୋଇଯାଇଥିବା ବିମାନର ରହସ୍ୟ …

ମାର୍ଚ୍ଚ ୮ ତାରିଖ ୨୦୧୪ ମସିହା । ଏହି ତାରିଖ ବିମାନଉଡାଣ ଇତିହାସରେ ଏକ ରହସ୍ୟ ଛାଡିଯାଇଥିଲା । ଏହି ତାରିଖରେ ଏମିତି କିଛି ଘଟଣା ଘଟିଲା । ଯାହାର ପ୍ରକୃତ କାରଣ ଖୋଜିବାକୁ ବର୍ଷ ବର୍ଷ ସମୟ ଲାଗିଥିଲା । ବିମାନଉଡାଣକୁ ନେଇ ଅନେକ ରହସ୍ୟମୟୀ କାହାଣୀ ଆପଣ ଶୁଣିଥିବେ । କିନ୍ତୁ ୨୦୧୪ରେ ଘଟିଥିବା ଏହି ବିମାନ କାହିଁକି ଆଜିଯାଏଁ ଅବୁଝା ହୋଇ ରହିଛି ।

ରାତି ୧୨ ଟା ୪୨ ମାଲେସିୟା ଏୟାର ଲାଇନ୍ସର ବିମାନ ଏମ୍‌.ଏଚ୍‌.୩୭୦… କ୍ୱାଲାଲାମପୁର ରୁ ଟେକ୍ ଅଫ୍ କରିଲା ବିଜିଂ ଆଡକୁ । ଅନ୍ୟଦିନ ଭଳି ସେଦିନ ବି ସବୁକିଛି ଯାଂଚ କରିସାରିବା ପରେ ବିମାନ ଉଡାଣ ଭରିଥିଲା । ଏଥିରେ ୨୨୭ଜଣ ଯାତ୍ରୀ,୧୦ ଜଣ ବିମାନର କର୍ମଚାରୀ ଓ ୨ଜଣ ପାଇଲଟ୍ । ଜଣେ କ୍ୟାପଟେନ୍ ଥିଲେ ଜାହାରୀ ଅହମଦ୍ ଶାହା ଓ ଅନ୍ୟଜଣେ ଥିଲେ ଅଫିସର୍ ଫାରିକ୍ ହମିଦ୍ । ଜାହାରୀ ଅହମଦ୍ ଜଣେ ଅଭିଜ୍ଞ ପାଇଲଟ୍ ଥିଲେ ଯାହାଙ୍କର ବୟସ ପାଖାପାଖି ୫୩ ଥିଲା କିନ୍ତୁ ଫାରିକ୍ ଜଣେ ୨୬ ବର୍ଷୀୟ ଯୁବକ ଥିଲେ ଯିଏକି ସେଦିନ ନିଜର ଟ୍ରେନିଙ୍ଗ ପିରିୟଡ୍ ରେ ବିମାନ ଚଳାଉଥିଲେ । ପାଖାପାଖି ୧ .୧୫ ସମୟରେ ବିମାନ ସାଉଥ୍ ଚାଇନା ଆଡକୁ ଥିବା ସମଦ୍ରର ଉପରିଭାଗରେ ପାଖାପାଖି ୩୫ହଜାର ଫିଟ୍ ଉପରେ ଉଡୁଥିଲା । ସେହିସମୟରେ କ୍ୱାଲଲାମପୁର ଷ୍ଟେସନରୁ କମାଣ୍ଡ ଆସିଲା …”ବିମାନ ୩୭୦ ଆଗାମୀ ଭିଏତନାମ ଟ୍ରାଫିକ ଷ୍ଟେସନ ହୋଂ ଚି ମିନ୍ କୁ ଯୋଗାଯୋଗ କରନ୍ତୁ । ଶୁଭରାତ୍ରୀ । ଏହାଶୁଣି ପାଇଲଟ୍ ଜାହାରୀ ମଧ୍ୟ ଶୁଭରାତ୍ରୀ କହିଥିଲେ ।” ଏହାହିଁ ଥିଲା ତାଙ୍କର ଶେଷ ଶଦ୍ଧ ।

କାହିଁକି ନା ଠିକ୍ ଏତିକି ବେଳେ ବିମାନ ରେଡାର୍ ରେ ଆଉ ଦେଖିବାକୁ ମିଳିଲାନାହିଁ । ଅଚାନକ କୁଆଡେ ଗାଏବ ହୋଇଗଲା । ତାପରେ ନିଆଁ ଭଳି ଖବର ସବୁଆଡେ ବ୍ୟାପିଗଲା । ପ୍ରଥମେ ଭିଏତନାମ ଷ୍ଟେସନ ଓ କ୍ୱାଲାଲାମପୁର ଷ୍ଟେସନ ପରସ୍ପର ଭିତରେ ଏହି ଦ୍ୱନ୍ଦରେ ପଡିଗଲେ ଯେ ବିମାନ ଆମ ରେଡାର୍ ରେ ନାହିଁ ଯଦି କୁଆଡେ ଗଲା । ରାତି ୧୨.୪୨ ରେ ଉଡାଣ ଭରିଥିବା ବିମାନ ସକାଳ ୬.୩୨ରେ ବିଜିଂ ପହଂଚିଯିବା କଥା । ମନରେ ପ୍ରଶ୍ନ ଆସିବ ଯେ ଏହା କ୍ରାସ ହୋଇଯାଇଛି କିମ୍ବା କିଛି ଅଘଟଣ ଏହି ବିମାନ ସହ ଘଟିଛି । ସେଥିପାଇଁ ତୁରନ୍ତ ଅନୁସନ୍ଧାନ କାମ ଆରମ୍ଭ କରାଗଲା ।  ଅନୁସନ୍ଧାନକାରୀ ଟିମ୍ ସେହି ଜାଗାରେ ପହଂଚିଲା ଯେଉଁଠି ଶେଷଥର ପାଇଁ ପାଇଲଟଙ୍କର କଥା ଶୁଣିବାକୁ ମିଳିଥିଲା । ସେହି ସମୟରେ ୩୪ ଟି ଜାହାଜ ୨୮ ଟି ଏୟାରକ୍ରାଫ୍ଟ ବିଭିନ୍ନ ଦେଶରୁ ଆସି ସର୍ଚ କରିବାରେ ଲାଗିପଡିଲେ । କିନ୍ତୁ କିଛି ବି ସୁରାଗ ମିଳିଲାନାହିଁ । ୪ଦିନ ପରେ ଖବର ମିଳିଲା ଯେ ବିମାନ ସିଭିଲିୟାନ୍ ରେଡାର୍ ରୁ ସିନା ଗାୟବ ହୋଇଯାଇଥିଲା । କିନ୍ତୁ ମିଲିଟାରୀ ରେଡାରରେ ଏହାର ଗତି ରିପୋର୍ଟ କରାଯାଇଛି । ଆଉ ଏହି ରିପୋଟ ଅନୁସାରେ ବିମାନଟି ସାଉଥ୍ ଚାଇନାର ସମୁଦ୍ର ଉପରିଭାଗରେ ନଥିଲା ବରଂ ୨.୨୨ ମିନିଟରେ ଏହା ଆଣ୍ଡାମାନ ନିକୋବର ଆଡକୁ ଗତି କରୁଥିଲା । ମାନେ ବିଜିଂରୁ ପୁରାପୁରି ବିପରୀତ ଦିଗରେ ଯାଉଥିଲା ।

ଏହି ଖବର ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଆଉ ଭାବିଲେ ଯଦି ବିମାନ ଅନ୍ୟଦିଗକୁ ଯାଉଥିଲା ତାହାଲେ ଅଚାନକ ଗାଏବ କାହିଁକି ହେଇଗଲା ? କିଛି ଲୋକ କହିଲେ କଣ ଏହା ଭାରତ ଆଗକୁ ଯାଇ ହିମାଳୟରେ କ୍ରାସ କରିଯାଇଥିବ କି ? ତେଣୁକରି ସେବେଠାରୁ ଆରମ୍ଭ ହେଲା ଦୁନିଆର ସବୁଠୁ ମହଙ୍ଗା ସର୍ଚ ଅପରେସନ୍ । ୨୦୧୪ରୁ ୩ ବର୍ଷ କାଳ ୧୬୦ ମିଲିୟନ ଡଲାର୍ ଖର୍ଚ୍ଛ କରିବା ସତ୍ୱେ ବି କିଛି ସନ୍ଧାନ ମିଳିଲା ନାହିଁ । ଆଉ ଶେଷରେ ଏହି ସର୍ଚ ଅପରେଶନକୁ ବନ୍ଦ କରିଦିଆଗଲା । କିନ୍ତୁ ୨୦୧୮ରେ ଓସିଏନ୍ ଇନଫିନିଟି ନାମକ ଗୋଟିଏ ଆମେରିକୀୟ ସଂସ୍ଥା ମାଲେସିଆ ସରକାରଙ୍କୁ ଅନୁରୋଧ କଲେ ଯେ ‘’ଆମକୁ ଏହି ବିମାନ ଖୋଜିବାର ସୁଯୋଗ ଦିଆଯାଉ । ଯଦି ବି ଆମେ ଏଥିରେ ବିଫଳ ହେଲୁ ତାହାଲେ ଆମେ ଗୋଟିଏ ବି ଟଙ୍କା ନେବୁନାହୁଁ ।’’

 

ବିମାନ ସନ୍ଧାନ କରୁଥିବା ଆମେରିକୀୟ ଟିମ୍ ଓସିଏନ୍ ଇନଫିନିଟି ମଧ୍ୟ ହାର ମାନିଗଲା । କିନ୍ତୁ ୨୦୨୨ ଜଣେ ଏମିତି ବ୍ୟକ୍ତି ବିଶେଷଙ୍କ ମନ୍ତବ୍ୟ ଆସିଲା । ଯାହା ପୁଣିଥରେ ଏହି ରହସ୍ୟର ସତ୍ୟତା ଜାଣିବାର ଇଚ୍ଚାକୁ ବଢାଇଦେଉଛି । ରିଚାର୍ଡ ଗୋଫ୍ରୀ ନାମକ ଜଣେ ଏରୋସ୍ପେସ ଇଂଜିନିୟର ଦାବା କରିଛନ୍ତି ଯେ ଭାରତମହାସାଗରରେ ହିଁ ଏହି ବିମାନର ସନ୍ଧାନ ମିଳିବ । ରେଡିଓ େଓଭ୍ ଟେକନୋଲୋଜୀ ଅନୁସାରେ ସେ କିଛି ତଥ୍ୟ ବାହାର କରିଛନ୍ତି । ଯାହାଦ୍ୱାରା ସେ ବିମାନ ଦୁର୍ଘଟଣାର ପ୍ରକୃତ ସ୍ଥାନ କୋଉଠି ତାର ତଥ୍ୟ ବାହାର କରିଦେଖାଇଛନ୍ତି ।  ତେବେ ଏହାକୁ ନେଇ ରିଚାର୍ଡ କୁହନ୍ତି ଯେ ପାଣିର ପ୍ରବାହ ଅନୁସାରେ ହୁଏତ ବିମାନର ବିଭିନ୍ନ ଖଣ୍ଡ ଅନେକ ଦୂର ଦୂର ଜାଗାକୁ ବୋହିଯାଇଥିବ । କିନ୍ତୁ ସବୁକିଛି ଧୋଇହୋଇନଥିବ ଯାହା ସମୁଦ୍ରର ତଳଭାଗରେ ଦବିଯାଇ ରହିଥିବ । ତେଣୁକରି ହୁଏତ ସେତେବେଳେ ସେତେ ଭିତରକୁ ଖୋଜା ଖୋଜି କରାଯାଇନଥିବାରୁ ଏହି ଘଟଣାର ସନ୍ଧାନ ମିଳିପାରିନାହିଁ । ତେବେ ଏବେ ମାଲାସିୟା ସରକାର ଯାହା ବି ନିଷ୍ପତି ନେବେ ତାରି ଉପରେ ହିଁ ଏହି ବିମାନ ୩୭୦ ର ରହସ୍ୟମୟୀ କାହାଣୀ ନିର୍ଦ୍ଧାରିତ ହେବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )