Friday 19th April 2024
ଦୁନିଆର ଏକ ଅବୁଝା ରହସ୍ୟର ନାଁ-ବରମୁଡା ଟ୍ରାଏଙ୍ଗଲ

ଦୁନିଆର ଏକ ଅବୁଝା ରହସ୍ୟର ନାଁ-ବରମୁଡା ଟ୍ରାଏଙ୍ଗଲ

ଦୁନିଆର ଏକ ଏମିତି ଗଭୀରତମ ସ୍ଥାନ । ଯାହାର ନାଁ ଶୁଣିଲେ ଡରନ୍ତି ଅନେକ ଦେଶ । ଯାହାର ଖତରନାକ ଘଟଣାବଳୀ ଆଜି ବି ସମସ୍ତଙ୍କୁ ଭୟଭିତ କରାଏ । ଏ ଜାଗା ଇତିହାସରେ ଯେତିକି ଭୟାନକ ଘଟଣା ଘଟାଇଛି ସେ ବିଷୟରେ ଆଜି ବି ଚର୍ଚ୍ଚା ହୁଏ । ଏମିତି ଲାଗେ ସତେ ଯେମିତି ଜୀବନ ନେବା ପାଇଁ ହିଁ ଏହି ସ୍ଥାନର ସୃଷ୍ଟି । ହେଲେ କଣ ଏହି ଜାଗା ଓ କାହିଁକି ହୁଏ ସେଠାରେ ଏତେ ଅଘଟଣ । ଇତିହାସରେ ଏହି ଜାଗାକୁ ନେଇ ରହିଥିବା ସମସ୍ତ ରହସ୍ୟ ଉପରୁ  ପରଦା ହଟାଇବା ।

ଆଟଲାଣ୍ଟିକ ମହାସାଗର ର ଏକ ଅବୁଝା କାହାଣୀର ନାଁ ହେଉଛି ବରମୁଡା ଟ୍ରାଏଙ୍ଗଲ । ଏହି ନାଁ ଓ ଜାଗା ଦୁଇଟି ଯାକ ଲୋକମୁଖରେ ଖୁବ ପ୍ରସିଦ୍ଧ । କାରଣ ସମସ୍ତେ ଜାଣନ୍ତି ଅକାରଣରେ ନିଜ ଭିତରେ ବଡ ବଡ ଜାହାଜ,ବିମାନ ଗିଳିଯାଉଥିବା ଏକ ରହସ୍ୟମୟୀ ଜାଗାର ନାଁ ବରମୁଡା ଟ୍ରାଏଙ୍ଗଲ । କିନ୍ତୁ ଆଜିଯାଏଁ ଆମେ ବରମୁଡା ଟ୍ରାଏଙ୍ଗଲ ବିଷୟରେ ଯାହା ଶୁଣିଛୁ ଏକଥା କେତେଦୂର ସତ ହେଇଥିବ ? ଏହିଭଳି ପ୍ରଶ୍ନ ମନରେ ଅନେକ ଥର ଆସିଛି । ବରମୁଡା ଟ୍ରାଏଙ୍ଗଲ ବିଷୟରେ ଲୋକେ,ଡକୁମେଣ୍ଟାରୀ, ବଡ ବଡ ଚଳଚିତ୍ର ଆଦି ବି ବନେଇଛନ୍ତି । କିନ୍ତୁ ସବୁଥିରେ ବରମୁଡା ଟ୍ରାଏଙ୍ଗଲରେ ଘଟୁଥିବା ଭୟାନକ ଘଟଣା ବିଷୟରେ କୁହାଯାଇଛି । ହେଲେ ପ୍ରକୃତରେ ଏହା ପଛରେ କିଛି ଅଲୌକିକ ଶକ୍ତି ଅଛି ନା ଏସବୁ ମନଗଢା କାହାଣୀ ସେ ବିଷୟରେ ସଠିକ୍ ତଥ୍ୟ କେହି ପ୍ରକାଶ କରନ୍ତି ନାହିଁ ।

 

ଆମେରିକାର ମିଆମି,ପ୍ୟୁର୍ଟ ରିକୋ ଓ ବରମୁଡା ଏହି ୩ଟି ଜାଗାକୁ ଏକ ତ୍ରିଭୁଜାକାର ଆକାରରେ ମିଶାଇଲେ ବାହାରେ ଏକ ଖତରନାକ ସ୍ଥାନ ବରମୁଡା ଟ୍ରାଏଙ୍ଗଲ । ଟ୍ରାଏଙ୍ଗଲ ବା ତ୍ରିଭୁଜାକାର ଭଳି ଆକୃତିର ଜିନିଷ ପ୍ରାୟତଃ ରହସ୍ୟମୟୀ ହିଁ ଥାଏ । ଏଇ ଯେମିତି ପିରାମିଡର କଥା କହୁନାହାନ୍ତି । ପିରାମିଡର ରହସ୍ୟ ଆଜିର ଟେକୋନୋଲୋଜି ଥିବା ସମୟରେ ବି ବୁଝିବା କଷ୍ଟ ହୋଇପଡୁଛି । ୩ଲକ୍ଷ ସ୍କୁୟାର କିଲୋମିଟରରୁ ଉର୍ଦ୍ଧ ଯାଏଁ ବ୍ୟାପିଥିବା ଏହି ବରମୁଡା ଟ୍ରାଏଙ୍ଗଲ ଯେତିକି ବିଶାଳ ସେତିକି ଗଭୀର । ଆମେ ସିନା ଏହି ସ୍ଥାନକୁ ମାନଚିତ୍ର ଜରିଆରେ ତ୍ରିଭୁଜାକାର କରି ଦେଖୁଛୁ । କିନ୍ତୁ ପ୍ରକୃତରେ ସମୁଦ୍ରରେ ଏହିଭଳି କିଛି ବି ଆକୃତି ନାହିଁ । ହେଲେ ଏହି ତିନୋଟି କୋଣ ମାନାଯାଉଥିବା ଜାଗାରୁ ଯାହା ବି ଆକାଶ ମାର୍ଗରେ କିମ୍ବା ଜଳମାର୍ଗରେ ଆସେ ତାହା ଗାଏବ ହୋଇଯାଏ ।


ପ୍ରଥମଥରପାଇଁ ୧୪୯୮ରେ କ୍ରିଷ୍ଟୋଫର କଲୋମ୍ବସ ନିଜ ଜାହାଜରେ ଏହି ଜଳପଥ ଦେଇ ଯାଉଥିଲେ । ସେତେବେଳେ ଅଚାନକ ଝଡ ତୋଫାନ ହେବାକୁ ଲାଗିଲା ଓ ଜାହାଜର ସ୍ଥିତି ବିଗିଡିବାକୁ ଲାଗିଲା । କଲୋମ୍ବସ ନିଜ ଲିଖିତ ବହିରେ ବି ଏ ବିଷୟରେ କହିଯାଇଛନ୍ତି ଯେ,ତାଙ୍କ ପାଖରେ ଥିବା ଦିଗସୂଚକ ଯନ୍ତ୍ର ମଧ୍ୟ ସେ ସମୟରେ କାମ କରିଲା ନାହିଁ । କିନ୍ତୁ ବହୁତ କିଛି ଅସୁବିଧାର ସାମ୍ନା କରି ସେମାନେ ଅଳ୍ପକେ ବର୍ତ୍ତଯାଇଥିଲେ । କିଛି ଆମେରିକାର ଲେଖକ ବରମୁଡା ଟ୍ରାଏଙ୍ଗଲକୁ ‘ଡେଭିଲ୍ ସି’ ବୋଲି ବି କୁହନ୍ତି । କାରଣ ଏହି ସ୍ଥାନରେ ଜାହାଜର ଇଂଜିନ ବନ୍ଦ ହେଇଯାଏ,କିଛି ଏକ ଅଦୃଶ୍ୟ ଶକ୍ତି ଜାହାଜକୁ ନିଜ ଆଡକୁ ଆକର୍ଷିତ କରେ ,ଯଦି କେହି ପାଣିରେ ବି ପଡିଯାଏ ତାହାଲେ ସେ ପହଁରିବା ବି ମୁସକିଲ୍ ହେଇଯାଏ । ଏହିଭଳି ଅନେକ ଅପ୍ରିୟ ଘଟଣାକୁ ନେଇ ବରମୁଡା ଟ୍ରାଏଙ୍ଗଲ ବିଷୟରେ ଚର୍ଚ୍ଚା ହୁଏ । ଏମିତିରେ ଦେଖିବାକୁ ଗଲେ ବହୁତ ଅଘଟଣ ଘଟିଛି । କିନ୍ତୁ କିଛି ଚର୍ଚ୍ଚିତ ଘଟଣା ବିଷୟରେ ଯଦି କହିବା-ତାହାଲେ ଅଗଷ୍ଟ ୧୯୪୨ ରେ ଆମେରିକାର ବାୟୁସେନା ବରମୁଡା ଦେଇ ଯାଉଥିବା ସମୟରେ ଏହାର ରେଡିଓ ସିଗନାଲ ଅଚାନକ ବନ୍ଦ ହେଇଗଲା । ପାଇଲଟ କିଛି ମେସେଜ୍ ଦେବା ପୂର୍ବରୁ ଏହା ରାଡାରୁ ଗାଏବ ହେଇଗଲା ଓ କିଛି ବୁଝାପଡିବା ପୂର୍ବରୁ ବିମାନଟି ଉଭାନ ହେଇଗଲା । ଆମେରିକା ନିଜର ଏକ ରେସକ୍‌୍ୟୁ ଟିମ୍ ସେଠାକୁ ପଠାଇଲେ ଏହି ଅଘଟଣର ତର୍ଜମା କରିବା ପାଇଁ । କିନ୍ତୁ ତାଙ୍କ ସହ ବି ସମାନ ଘଟଣା ଘଟିଲା । ଏହିଭଳି ଆମେରିକା ଯାହାକୁ ପଠାଇଲା ତାହା ଗାଏବ ହେଇଗଲା ।

 

କିନ୍ତୁ ପ୍ରକୃତରେ ବରମୁଡା ଟ୍ରାଏଙ୍ଗଲରେ କଣ ହେଉଛି ସେ ବିଷୟରେ ୧୯୭୦ରେ ଜଣେ ପାଇଲଟ୍ ନିଜ ଅଭିଜ୍ଞତାରୁ କହିଥିଲେ । କାରଣ ସେ ଭୟାନକ ବିପଦରୁ ସେ ଅନେକ କଷ୍ଟରେ ବଂଚିପାରିଥିଲେ । ତାଙ୍କ ନାଁ ଥିଲା ବ୍ରୁସ ଗେରନନ୍ । ଗେରନନ୍ କହିଥିଲେ ଯେ ବିମାନ ଚଳାଇବା ସମୟରେ ଅଚାନକ କଳା ବାଦଲର ଘନ ଗୁମ୍ଫା ଦେଖିବାକୁ ମିଳିଲା । ଓ ସେହି ସମୟରେ ବିମାନର ରାଡାର କାମ କରିବା ବନ୍ଦ କରିଦେଲା ଓ ମାତ୍ର ୩ ମିନିଟରେ ୩ହଜାର କିମି ପ୍ରତି ଘଣ୍ଟା ବେଗରେ ବିମାନ ଗତି କଲା । ଏହିଭଳି କଥା ଶୁଣି ସମସ୍ତଙ୍କୁ ଅନୁଭବ ହେଉଥିଲା ଯେ ଏଠାରେ କିଛି ସୁପରନେଚୁରାଲ ଘଟଣା ଘଟୁଛି । କିନ୍ତୁ ବୈଜ୍ଞାନିକମାନେ ଏସବୁର କାରଣ କଣ କହିଲେ ?

ପ୍ରଥମକାରଣ-ପ୍ରକୃତରେ ବରମୁଡା ଟ୍ରାଏଙ୍ଗଲର ତଳଭାଗରେ ପାଣି ଭିତରେ ବଡ ବଡ ଜ୍ୱାଲାମୁଖୀ ରହିଛି । ଯାହା ବିସ୍ଫୋଟ ହୋଇ ବିଷାକ୍ତ ଗ୍ୟାସ ବାହାର କରେ । ମିଥେନ ଗ୍ୟାସ ଭଳି ବିଷାକ୍ତ ଗ୍ୟାସ ଯେତେବେଳେ ପାଣିରେ ମିଶେ ଏହା ପାଣିର ଘନତ୍ୱକୁ କମାଇଦିଏ ଓ ପାଣିର ଘନତ୍ୱ ଅନସାରେ ହିଁ ଜାହାଜ ତିଆରି ହୋଇଥାଏ । ସେଥିପାଇଁ ହିଁ ଜାହାଜ ପାଣିରେ ଭାସେ । କିନ୍ତୁ ଘନତ୍ୱ କମିଗଲେ ଏହା ଧସିବାକୁ ଲାଗେ ।

୨ୟ କାରଣ -ଏହି ଟ୍ରାଏଙ୍ଗଲ ପାଖରେ କିଛି ଛୋଟ ବଡ ପାହାଡ ମଧ୍ୟ ରହିଛି । ଯାହା ଭିତରେ ପବନର ବେଗ ଅନୁସାରେ ପ୍ରାୟ ସମୟରେ ଘୂର୍ଣ୍ଣଝଡ ସୃଷ୍ଟି ହୋଇଥାଏ । ସେଥିପାଇଁ ବାଦଲ ଓ ସମୁଦ୍ରର ଲହରୀ ଏକ ଭୟଙ୍କର ରୂପ ଧାରଣ କରନ୍ତି । ତେଣୁକରି ସେହିବାଟ ଦେଇ ବିମାନ ଯାଉଥିଲେ ଏହି ଭୟଙ୍କର ଝଡରେ ଫସିଯାଆନ୍ତି ।

୩ୟ କାରଣ -ପାଣି ଭିତରେ ବି ଅନେକ ସ୍ଥାନରେ ଛୋଟ ବଡ ପାହାଡ ରହିଥାଏ । ଯାହାକୁ ଅଧିକାଂଶ ସମୟରେ ଜାହାଜ ଚାଳକ ଅଣଦେଖା କରିଦିଅନ୍ତି । କିନ୍ତୁ ପ୍ରକୃତରେ ଟାଇଟନିକ ଭଳି ବିରାଟ ଜାହାଜ ବି ଏହିଭଳି ପାହାଡ ପାଇଁ ବୁଡି ଯାଇଥିଲା ।

 

୪ର୍ଥ କାରଣ ଟି ସବୁଠୁ ମହତ୍ୱପୂର୍ଣ୍ଣ – ଜାହାଜ ଗୁଡିକ ହଜିଯିବା ବା କୁଆଡେ ଉଭାନ ହେବାର ବଡ କାରଣ ହେଗ୍‌ଜାଗୋନାଲ୍ କ୍ଲାଉଡ୍ ବା ଷଡଭୂଜ ଆକୃତିର ଦେଖାଯାଉଥିବା ବାଦଲ । ଏହି ଭଳି ବାଦଲ ପ୍ରଥମଥର ପାଇଁ ଶନିଗ୍ରହରେ ବୈଜ୍ଞାନିକମାନେ ଦେଖିବାକୁ ପାଇଥିଲେ । ଆଉ ଏହି ବରମୁଡା ଟ୍ରାଏଙ୍ଗଲ ପାଖରେ ବି ଏମିତି ବାଦଲ ଦେଖିବାକୁ ମିଳେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ବାଦଲ ୫୦ କିମି ଏରିଆ କଭର କରିଥାଏ । ମାନେ ଏକ ଛୋଟ ଜିଲ୍ଲା ଭଳି ବାଦଲ ଆଉ ଏହା ଭିତରେ ୨୫୦ କିମି ପ୍ରତି ଘଣ୍ଟା ବେଗର ପବନ ବୋହୁଥାଏ । ସେଥିପାଇଁ ବିମାନ ଏହି ଝଡ ଭିତରେ ପଶିଲେ ତାହାକୁ ଭାଙ୍ଗି ଚୁରମାର କରିଦିଏ ଏହିଭଳି ସାଘାଂତିକ ତୁଫାନ । ତେବେ ଏସବୁ ଆଗସମୟରେ ଅଧିକାଂସ ଅଘଟଣ ଘଟୁଥିଲା । କାରଣ ସେ ସମୟରେ ଆମ ପାଖରେ ସୋନାର କି ରାଡାର ଟେକନୋଲୋଜୀ ନଥିଲା । ସେହିସମୟରେ ବିପଦକୁ ପୂର୍ବରୁ ଜାଣିବାର ସଂଙ୍କେତ ଦେଉଥିବା ଯନ୍ତ୍ର ଆମ ପାଖରେ ନଥିଲା । ତେଣୁକରି ଏହିଭଳି ଘଟଣା ସବୁ ଘଟୁଥିଲା । କିନ୍ତୁ ଏବେ ବରମୁଡା ଟ୍ରାଏଙ୍ଗଲ ଉପର ଦେଇ ବିମାନ ବି ଉଡୁଛି ଓ ସମୁଦ୍ରରେ ଜାହାଜ ବି ଚାଲୁଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )