Thursday 25th April 2024
ରହସ୍ୟମୟୀ ନଦୀ, ଯେଉଁଠି ପ୍ରକୃତି ଦେଖାଇଛି ନିଜ କଳାକାରୀ

ରହସ୍ୟମୟୀ ନଦୀ, ଯେଉଁଠି ପ୍ରକୃତି ଦେଖାଇଛି ନିଜ କଳାକାରୀ

() ଆମ ଦୁନିଆ ରହସ୍ୟର ଗନ୍ତାଘର, ଏଠି ଏଭଳି ରହସ୍ୟ ଲୁଚି ରହିଛି ଯାହା ଯେ କେହି ବି ଶୁଣି ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚିନ୍ତ । ଏଠି ଏତେ ନଦୀ, ହ୍ରଦ ଅଛି ଯାହାକି ପ୍ରକୃତିର ସୌନ୍ଦର୍ଯ୍ୟକୁ ଦୁଇଗୁଣ କରିଦେଇଥାଏ । ଆଉ ପ୍ରତ୍ୟେକ ଟି ଜଳସ୍ରୋତ ବା ଜଳାଶୟର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । କିନ୍ତୁ ଆପଣ କେବେ ଭାବିଛନ୍ତି କି, ଗୋଟିଏ ଏପରି ହ୍ରଦ ବିଷୟରେ ଯାହା ପ୍ରକୃତି ଦ୍ୱାରା ଚିତ୍ରିତ ଏବଂ ଯେଉଁଠି ସ୍ନାନ କରିବା ଦ୍ୱାରା ଆପଣଙ୍କ ଶରୀରରେ ଥିବା ଅନେକ ରୋଗ ଠିକ ହୋଇପାରିବ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ କାରଣ ଆମ ଦୁନିଆରେ ଏପରି ଏକ ହ୍ରଦ ଅଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।WORLDKINGS - Worldkings News - Lake Khiluk (Canada): World's most mineralized lake - Worldkings - World Records Union() ସାରା ବିଶ୍ୱରେ ଏମିତି କିଛି ନଦୀ, ହ୍ରଦ ତଥା ଜଳାଶୟ ଅଛି, ଯାହାର ରହିଛି କିଛି ସ୍ୱତନ୍ତ୍ରତା । କିନ୍ତୁ ଆଜି ଆମେ ଯେଉଁ ହ୍ରଦ ବିଷୟରେ କହିବାକୁ ଯାଉଛୁ ତାହା ସମ୍ପୂର୍ଣ୍ଣ ଅଦ୍ଭୁତ ଏହି ନଦୀ ହେଉଛି କାନାଡ଼ାର ‘ସ୍ପଟେଡ୍ ଲେକ୍’ ବା ଚିତ୍ରିତ ହ୍ରଦ । ବ୍ରିଟିଶ୍ କଲମ୍ବିଆର ଓକାନାଗାନ ଉପତ୍ୟକାର ଓସୋୟୋସର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏହି ହ୍ରଦ। ଏହି ହ୍ରଦରେ ମୋଟ ୩୬୫ ଟି ଖାଲ ରହିଛି । ଏଠାରେ ଗ୍ରୀଷ୍ମ ଋତୁରେ ଅଧିକାଂଶ ଜଳ ବାଷ୍ପୀଭୂତ ହୋଇଯାଏ ଓ ସୃଷ୍ଟି ହୁଏ ନୀଳ, ହଳଦୀ, ଓ ସବୁଜ ରଙ୍ଗର ଦାଗ ସହ, ଶହ ଶହ ବଡ଼ ପୋଖରୀ । ସେତେବେଳେ ଏକ ରଙ୍ଗୀନ କାନଭାସ୍ ଭଳି ତାହା ଦେଖିବାକୁ ମିଳେ। ଏହିଦୃଶ୍ୟ ବେଶ୍ ଅଲୌକିକ ମନେହୁଏ ।Magical Spotted Lake or Khiluk Lake » Geology Scienceତେବେ ଏଭଳି ପ୍ରାକୃତିକ ଚିତ୍ରିତ ହ୍ରଦରେ ଥିବା ରଙ୍ଗୀନ ଗର୍ତ୍ତ ଗୁଡ଼ିକର କାରଣ ହେଉଛି ଖଣିଜ ପଦାର୍ଥର ଏକତ୍ରୀକରଣ। କ୍ୟାଲ୍ସିୟମ୍, ସଲଫେଟ୍, ସୋଡିୟମ୍ ସଲଫେଟ୍, ମ୍ୟାଗ୍ନେସିୟମ୍ ସଲଫେଟ୍ ଏବଂ ସିଲଭର ଯାହା ବର୍ଷା ପାଣିରୁ ସଂଗୃହୀତ ହୋଇ ରହିଥାଏ। ତେଣୁ ଏହି ନଦୀରେ ପ୍ରତ୍ୟେକଟି ଖାଲର ରଙ୍ଗ ଭିନ୍ନ ହୋଇଥାଏ ।  ସବୁଠାରୁ ବଡ଼ କଥା ହେଉଛି ଏହି ହ୍ରଦକୁ କୌଣସି ଜଳ ଆସିପାରେ ନାହିଁ କି ଏହି ହ୍ରଦରେ ଥିବା ଜଳ କେଉଁଠାକୁ ମଧ୍ୟ ଯାଏ ନାହିଁ ।The Magical Spotted Lake Khiluk, Canada - Charismatic Planetକେବଳ ବର୍ଷା ପାଣି ଦ୍ୱାରା ଏହା ଏକତ୍ରିତ ହୋଇ ରହିଥାଏ । ବ୍ରିଟିଶ୍ କଲମ୍ବିଆ ପରିଦର୍ଶକ କେନ୍ଦ୍ର ଅନୁଯାୟୀ, ଓକାନାଗାନ୍ ଜାତିର ଆଦିବାସୀମାନେ ଅନେକ ଶତାବ୍ଦୀ ଧରି ଏହି ହ୍ରଦକୁ ଏକ ପବିତ୍ର ସ୍ଥାନ ଭାବରେ ବିବେଚନା କରିଆସୁଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ହ୍ରଦରେ ସୃଷ୍ଟି ହେଉଥିବା ପ୍ରତ୍ୟେକ ଖାଲର ବିଭିନ୍ନ ଆରୋଗ୍ୟ ଏବଂ ଔଷଧୀୟ ଗୁଣ ରହିଛି । କିନ୍ତୁ ଏହି ହ୍ରଦକୁ ଦେଖିବାକୁ ଚାହୁଁଥିବା ପର‌୍ୟ୍ୟଟକ ଅତି ନିକଟକୁ ଯାଇପାରିବେ ନାହିଁ ।Spotted Lake | Series 'The most surrealistic places of the Earth'ଏଭଳି ଅନେକ ରହସ୍ୟ ଆମ ଦୁନିଆରେ ଲୁଚି ରହିଛି, ଏବଂ ପ୍ରତ୍ୟେକ ଟି ରହସ୍ୟ ସମ୍ବନ୍ଧରେ ଆମ ମାନଙ୍କୁ ଜାଣିବାର ସମ୍ପୂର୍ଣ୍ଣ ଅଧିକାର ରହିଛି । କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏଭଳି ରହସ୍ୟମୟ ତଥ୍ୟ ବିଷୟରେ ଜାଣିବାକୁ ଚାହାଁନ୍ତି କିନ୍ତୁ ତାଙ୍କୁ ଉଚିତ ସାଇଡ୍ ମିଳିପାରେ ନାହିଁ । ତେବେ ଆପଣମାନେ ଆମ ୱେବସାଇଟ ସହ ଯୋଡ଼ି ହୋଇପାରିବେ ଓ ଏଭଳି ଅନେକ ରହସ୍ୟମୟ ତଥ୍ୟ ବିଷୟ ଜାଣିପାରିବେ ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )