Friday 19th April 2024
ଭାରତ ଆମେରିକାକୁ ପଠାଉଛି ଶାକାହାରୀ ମାଂସ..

ଭାରତ ଆମେରିକାକୁ ପଠାଉଛି ଶାକାହାରୀ ମାଂସ..

ଆମ ଭାରତରେ କିମ୍ବା ସାରା ବିଶ୍ୱରେ ଆମିଷ ଖାଦ୍ୟ ପ୍ରାୟତଃ ପ୍ରଚଳିତ ରହିଛି । କିନ୍ତୁ ଯଦି ସାଧାରଣତଃ ଆମ ଭାରତର ଇତିହାସକୁ ଲକ୍ଷ୍ୟ କରିବା ତାହାଲେ ଆମେ ମାଂସାଶୀ ଅପେକ୍ଷା ଅଧିକ ଶାକାହାରୀ ଥିଲୁ । ଶୁଦ୍ଧନିରାମିଷ ଖାଦ୍ୟ ସେବନ କରିବାକୁ ଭଲ ପାଉଥିଲୁ । କିନ୍ତୁ ସମୟ ଅନୁସାରେ ପିଢି ବଦଳେ ମଣିଷର ରୁଚି ବି ବଦଳେ ଆଉ ଆଜି ଆମେ ଜୀବଜନ୍ତୁ ପାଳିବା ସହ ଚାଷ ମଧ୍ୟ କରୁଛୁ । କାରଣ ଏହା ସମାଜର ଆବଶ୍ୟକତାକୁ ମେଣ୍ଟାଇବ । କିନ୍ତୁ ଆମ ଭାରତରେ ଏମିତି ବହୁତ ଜଣ ଅଛନ୍ତି ଯେଉଁମାନଙ୍କୁ ବର୍ତ୍ତମାନ ଜୀବହତ୍ୟା କରିବାକୁ ଭଲ ଲାଗୁନି । କିନ୍ତୁ ଯେ ହେତୁ ନନ୍ ଭେଜ୍ ରେ ବି ଲୋକଙ୍କୁ ବହୁତ ମାତ୍ରାରେ ପ୍ରୋଟିନର ଫାଇଦା ମିଳିଥାଏ । ସେଥିପାଇଁ ବହୁତ ଜଣ ବାଧ୍ୟ ବାଧକତାରେ ନନ୍ ଭେଜ୍ ଖାଇଥାଆନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଏସବୁ ଜିନିଷରୁ ମୁକ୍ତି ମିଳିବା ଆରମ୍ଭ ହୋଇଯାଇଛି ।

ଏବେ ଖାଦ୍ୟ ଭିତରେ ଏକ ନୂଆ ନାଁ ଯୋଡିହୋଇଯାଇଛି । ତାହାକୁ ପ୍ଲାଣ୍ଟ ବେଷ୍‌ଡ ଖାଦ୍ୟ ବା ଆପଣ ଭିଗନ୍ ବୋଲି ଇଂରାଜୀରେ କହିପାରିବେ । ଏଥିରେ ନିରାମିଷ ଆମିଷ ସବୁ କିଛି ପ୍ଲାଣ୍ଟରୁ ହିଁ ତିଆରି । ଆପଣଙ୍କୁ ବିନା ଚିକେନ୍ ମଟନ୍ ରେ ବି ମିଳିପାରିବ ଭରପୁର ପ୍ରୋଟିନ୍ । ତେବେ ଏହାକୁ ବିଶେଷ ରୂପେ ଏଇଥିପାଇଁ ତିଆରି କରାଯାଇଛି କାରଣ ବହୁଳ ମାତ୍ରାରେ ମାଂସ ,ଦୁଗ୍ଧ ଜାତୀୟ ଜିନିଷ,ଅଣ୍ଡା ଆଦିର ବ୍ୟବହାରକୁ କମ୍ କରାଯାଇପାରିବ । ଏହି ପ୍ଲାଣ୍ଟ ବେସଡ୍ ଖାଦ୍ୟରେ କିଛି ଜଣ ମହୁକୁ ବି ଖାଇବା ଛାଡିଦେଇପାରିବେ । ଆପଣ ଅଧିକରୁ ଅଧିକ ଫଳମୂଳ,ପନିପରିବା,କାଜୁ,ବିଭିନ୍ନ ପ୍ରକାରର ମଂଜି ସବୁକିଛି ଖାଇ ଆପଣ ସେଇ ସମାନ ମାତ୍ରାରେ ଭିଟାମିନ୍ ଓ ସ୍ୱାସ୍ଥ୍ୟକର ପ୍ରୋଟିନ ପାଇପାରିବେ । ତେବେ ଶାକାହାରୀ ମାଂସକୁ ଏବେ ଆମ ଦେଶ ଅନ୍ୟଦେଶକୁ ବି ରପ୍ତାନି କରିବ । ଏଥିରେ ଭାରତ ନିଜର କାମ ଆରମ୍ଭ କରିସାରିଲାଣି ।

ଆମେରିକାକୁ ଭାରତ ନିଜର ପ୍ରଥମ ‘ଶାକାହାରୀ ମାଂସ’ କନସାଇନମେଣ୍ଟ ଜାହାଜରେ ପଠାଇଛି । ନାମରୁ ହିଁ ଜାଣିପାରୁଥିବେ ଯେ ଏସବୁ ମାଂସ କୌଣସି ଜୀବକୁ ମାରି ସଂଗ୍ରହ କରାଯାଇନାହିଁ, ବରଂ ବିଭିନ୍ନ ପନିପରିବାରୁ ଓ ଉଦ୍ଭିଦଜାତ ପଦାର୍ଥରୁ ବୈଜ୍ଞାନିକ ଉପାୟରେ ପ୍ରକ୍ରିୟାକରଣ କରି ପ୍ରସ୍ତୁତ କରାଯାଇଛି ।ଭାରତର ବାଣିଜ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଗୁରୁବାରଦିନ ଗୁଜୁରାଟର ନାଡିଆଡରୁ  ଆମେରିକାର କାଲିଫର୍ଣ୍ଣିଆକୁ ଏପରି ଉଦ୍ଭିଦଜ ମାଂସର ପ୍ରଥମ କନସାଇନମେଣ୍ଟ୍ ପଠାଯାଇଛି । ଏ ଧରଣର ମାଂସ ସ୍ବାଦରେ ଅସଲି ମାଂସ ପରି ହୋଇଥିଲେ ବି ଏଗୁଡ଼ିକରେ କମ ଫ୍ୟାଟ ରହୁଥିବାରୁ କୋଲେଷ୍ଟରଲ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକମାନେ ଏହାକୁ ପସନ୍ଦ କରୁଛନ୍ତି । ଏହି କାରଣରୁ ସ୍ବାସ୍ଥ୍ୟ ସଚେତନ ପାଶ୍ଚାତ୍ୟ ଜଗତରେ ଏହାର ଚାହିଦା ବଢିଚାଲିଛି । ଅଧିକରୁ ଅଧିକ ଲୋକ ମାଂସ ବଦଳରେ ଶାହାହାରୀ ମାଂସ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି ।

ଏହି ଚାହିଦାକୁ ଦୃଷ୍ଟିରେ ରଖି ଭାରତ ସରକାର ସାରା ବିଶ୍ବକୁ ଏହାର ରପ୍ତାନି ପାଇଁ ଯୋଜନା କରୁଛନ୍ତି ।ସରକାର ରପ୍ତାନି ବଜାରରେ ଉଦ୍ଭିଦଜ ମାଂସକୁ ପ୍ରେତ୍ସାହିତ କରିବାକୁ ଉଦ୍ୟମ କରୁଛନ୍ତି ।ଆଗାମୀ ମାସଗୁଡ଼ିକରେ କେବଳ ଉଦ୍ଭିଦଜ ମାଂସ ନୁହେଁ, ଅନ୍ୟ ପ୍ରକାରର ଶାକାହାରୀ ଉଦ୍ଭିଦଜ ସାମଗ୍ରୀ ରପ୍ତାନି ପାଇଁ ଆପେଡା ଉଦ୍ୟମ କରୁଛି।

CATEGORIES
TAGS
Share This

COMMENTS

Wordpress (0)
Disqus (1 )