Sunday 28th April 2024
ରକ୍ତ କର୍କଟ କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ !

ରକ୍ତ କର୍କଟ କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ !

କର୍କଟ ଶବ୍ଦ ଟି ଶୁଣିଲେ ଅନେକ ଲୋକଙ୍କର ଲୋମ ଟାଙ୍କୁରି ଯାଏ । କର୍କଟ ରୋଗ ବା କ୍ୟାନସର ବିଷୟରେ ଶୁଣିଲେ ଅନେକ ଲୋକ ଭୟଭୀତ ହୋଇଥାନ୍ତି । ବିଭିନ୍ନ ପ୍ରକାର କର୍କଟ ରୋଗ ଅଛି । ସେଥିମଧ୍ୟରୁ ରକ୍ତ କର୍କଟ ମଧ୍ୟ ଅନ୍ୟତମ । ତେବେ ବର୍ତ୍ତମାନ ସମୟରେ କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରକ୍ତ କର୍କଟ ଶରୀରର  ଏକ ମାରାତ୍ମକ ଅବସ୍ଥା । ଶରୀରରେ କେଉଁ ଗ୍ରେଡ୍ ରେ କର୍କଟ ରୋଗ ଅଛି ତାହା ଡାକ୍ତର କିଛି ପରୀକ୍ଷା କଲାପରେ ହିଁ କହିପାରିବେ । କାରଣ କର୍କଟ ଏକ ଅଟୋଇମ୍ୟୁନ୍ ଡିଜିଜ୍ । ଏହା ଶରୀରରେ କିଛି ଅଂଶରେ ହିଁ ଆରମ୍ଭ ହୋଇଥାଏ । ଶରୀରରେ କିଛି କୋଷ ବା ସେଲ୍ ଶରୀରର ବିପରୀତ କାମ କଲେ ଏହା କ୍ୟାନସର ସେଲ୍ ନାମରେ ନାମିତ ହୋଇଥାଏ । ଏହି ସେଲ୍ ବା କୋଷ ଗୁଡିକ ବଢିବା ପରେ ବ୍ୟକ୍ତିକୁ କ୍ୟାନସର ହୋଇଥାଏ । କର୍କଟ ରୋଗ ବିଭିନ୍ନ ସ୍ଥାନରେ ହୋଇପାରେ । ଏହାର କୌଣସି ପ୍ରକାରର ଉପଯୁକ୍ତ ସ୍ଥାନ ନଥାଏ । ସମସ୍ତ କର୍କଟ ମଧ୍ୟରୁ ରକ୍ତ କର୍କଟ ଉପଚାର ବିରଳ । ରକ୍ତ କର୍କଟ ହେଇଥିବା ରୋଗୀ ଯେତେ ଶୀଘ୍ର ତାର ଉପଚାର ବା ଟ୍ରିଟମେଣ୍ଟ କରିବା ଆରମ୍ଭ କରିବ ସେତେ ଭଲ । ଟ୍ରିଟମେଣ୍ଟ୍ ଶୀଘ୍ର ଆରମ୍ଭକଲେ ତାର ଭଲ ହେବାର ସମ୍ଭାବନା ଅଧିକକ୍ୟାନସର ଏମିତି ଏକ ରୋଗ , ଯେଉଁଥିରେ ଟ୍ରିଟମେଣ୍ଟ ପାଇଁ ବ୍ୟବହୃତ ହେଉଥିବା ଔଷଧ ବିଷ ତୁଲ୍ୟ ।    

  • ରକ୍ତ କର୍କଟ ବା ବ୍ଲଡ କ୍ୟାନସର କାହିଁକି ହୁଏ ?
  • ରକ୍ତ କର୍କଟ ବା ବ୍ଲଡ କ୍ୟାନସର ର କଣ ରହିଛି ପ୍ରକୃତ କାରଣ ?
  • ରକ୍ତ କର୍କଟ ବା ବ୍ଲଡ କ୍ୟାନସର ନିରାକରଣ ?

ଏହି ସବୁ ବିଷୟରେ ଜାଣିବା ପାଇଁ ଏହି ଆର୍ଟିକିଲ୍ ଟିକୁ ଶେଷଯାଏ ପଢନ୍ତୁ । 

  • ରକ୍ତ କର୍କଟ ବା ବ୍ଲଡ କ୍ୟାନସର କାହିଁକି ହୁଏ ?

କର୍କଟ ରୋଗ ଏକ ଅଟୋ ଇମ୍ୟୁନ୍ ଡିଜିଜ୍ । ଏହି ରୋଗରେ  ଜୀବକୋଷମାନଙ୍କର ଅସ୍ୱାଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ । କର୍କଟ କାରଣରୁ ପ୍ରତିବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଲୋକଙ୍କୁ ଏହି ଭୟଙ୍କର ରୋଗରୁ ରକ୍ଷା କରିବା ପାଇଁ ସର୍ବଭାରତୀୟ ସ୍ତରରେ ବ୍ୟାପକ ଅଭିଯାନ ମଧ୍ୟ ଚାଲିଛି । ଏହା ସତ୍ତ୍ୱେ ପ୍ରତ୍ୟେକ ଲୋକଙ୍କୁ କର୍କଟ ରୋଗ ବିଷୟରେ ଅବଗତ କରାଇବା କଷ୍ଟକର ହୋଇପଡୁଛି । ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ଏହି ରୋଗର କାରଣ ବିଶେଷ ଢଙ୍ଗରେ କହିହେବ ନାହିଁ । କର୍କଟ ରୋଗ ଛୋଟ ପିଲାରୁ ଆରମ୍ଭ କରି ବଡ ଲୋକକୁ ହୋଇପାରେ । କାରଣ କର୍କଟ ରୋଗର କାରଣ ଗୁଡିକ ବର୍ତ୍ତମାନ ସମୟରେ ଦ୍ୱିଗୁଣିତ ହୋଇ ଯାଇଛି । ତେଣୁ ଏବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ଦେବାରେ ଡାକ୍ତରୀ ଦଳ ମାନେ ମଧ୍ୟ ଅସମର୍ଥ । କର୍କଟ ରୋଗ ବିଷୟରେ ଦେଶ ବିଦେଶରେ ଅନେକ ଗବେଷଣା ଚାଲିଛି । କର୍କଟ ବା କ୍ୟାନ୍ସର ଶବ୍ଦଟି ଲାଟିନ୍ ଭାଷା ‘କ୍ରାବ’ ରୁ ନିଆଯାଇଛି ଯାହାର ଅର୍ଥ ହେଉଛି କଙ୍କଡ଼ା । ପ୍ରାରମ୍ଭରେ, ଯେତେବେଳେ ଡାକ୍ତରମାନେ ଶରୀରର ମୁଖ୍ୟ ଅଙ୍ଗ ଏବଂ ଶିରରେ ଏହି ରୋଗ ଚିହ୍ନଟ କଲେ, ସେମାନେ ଏହାର ଆକୃତିକୁ ଏକ କଙ୍କଡ଼ା ସଦୃଶ ବୋଲି ସ୍ପଷ୍ଟ କରିଥିଲେ । ସେବେଠାରୁ ଏହି ରୋଗର ନାମ କର୍କଟ ବା କ୍ୟାନ୍ସର ନାମରେ ନାମିତ କରାଗଲା ।  କର୍କଟ ରୋଗର ପୁରାତନ ପ୍ରମାଣ ଇଜିପ୍ଟୀୟ ସଭ୍ୟତାରେ ମିଳିଥାଏ । ଖ୍ରୀଷ୍ଟପୂର୍ବ ୧୬୦୦ ଏଡବିନ୍ ସ୍ମିଥ୍ କାଗଜପତ୍ରରେ ଏହାର ପ୍ରମାଣ ମିଳିଛି । ଏହି ପ୍ରମାଣ ଅନୁଯାୟୀ, ଇଜିପ୍ଟୀୟମାନଙ୍କ ଠାରେ ପ୍ରଥମେ ସ୍ତନ କର୍କଟ ଚିହ୍ନଟ କରାଯାଇଥିଲା । ଯଦିଓ ସେବେ ଏହାର କୌଣସି ଚିକିତ୍ସା ନ ଥିଲା । କର୍କଟ ବିଶେଷଜ୍ଞମାନେ କହିଛନ୍ତି ଯେ, ସମସ୍ତ କର୍କଟ ପୀଡ଼ିତଙ୍କ ମଧ୍ୟରୁ ଅର୍ଦ୍ଧେକ କର୍କଟ ପୀଡିତ ରୋଗୀଙ୍କ ଚିକିତ୍ସା ସମ୍ଭବ। ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଭିନ୍ନ ଭିନ୍ନ ପ୍ରକାର କର୍କଟ ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ଏହି ମୃତ୍ୟୁଗୁଡିକର ୮୦ ପ୍ରତିଶତ ସ୍ୱଳ୍ପ କିମ୍ବା ମଧ୍ୟମ ଆୟ ଦେଶଗୁଡ଼ିକରେ ଦେଖିବାକୁ ମିଳିଥାଏ । କିଛି ଲୋକ କ୍ୟାନ୍ସରର ଅର୍ଥ କେବଳ ମୃତ୍ୟୁ ବୋଲି ଭାବିଥାନ୍ତି କିନ୍ତୁ ଏହା ସମ୍ପୂର୍ଣ୍ଣ ଠିକ୍ ନୁହେଁ । ଆନୁବଂଶିକ କ୍ୟାନ୍ସର ବ୍ୟତୀତ ଧୂମପାନ, ମଦ୍ୟପାନ, ମେଦ ବହୁଳତା, ଜୀବନ ଜାପନ କରିବାର ପ୍ରକ୍ରିୟା କ୍ୟାନ୍ସର ହେବାର ଆଶଙ୍କାକୁ ଅଧିକ ବଢାଇଥାଏ । ତେବେ ସୁସ୍ଥ ଜୀବନ ଯାପନ କରୁଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ଅଧିକ । କାରଣ ବର୍ତ୍ତମାନ ଦେଶ ବିଦେଶର ବିଭିନ୍ନ ଡାକ୍ତରୀ ଦଳ ଏକ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ , ଏମିତି କିଛି ଖାଦ୍ୟ ଅଛି ଯାହାକୁ ଖାଇଲେ କର୍କଟ ହେବାର ସମ୍ଭାବନା ଅଧିକ । କ୍ୟାନସର ସେଲ୍ ବା କର୍କଟ କୋଷ ଗୁଡିକ ବୃଦ୍ଧି ହୋଇପାରେ । ସେଥିମଧ୍ୟରୁ ରେଡ୍ ମିଟ୍ ବା ନାଲି ମାଂଶ ଗୋଟିଏ କାରଣ । 

ଅନେକ ଲୋକଙ୍କୁ ରେଡ୍ ମିଟ୍ ବା ନାଲି ମାଂସ ଭଲ ଲାଗେ । ରେଡ୍ ମିଟ୍ କହିଲେ ସାଧାରଣତ ବଡ ଜୀବ ମାନଙ୍କଠାରୁ ଆସୁଥିବା ମାଂସକୁ ବୁଝାଏ । ଯେପରିକି ଛେଳି ମାଂସ ଅନେକ ଲୋକ ଖାଆନ୍ତି । କାହାକୁ ଏହାର ସ୍ୱାଦ ଭଲ ଲାଗେ ତ ପୁଣି କାହାକୁ ଏହାର ବାସ୍ନା ଭଲ ଲାଗେ । ରେଡ୍ ମିଟ୍ ରେ ଆବଶ୍ୟକ ଥିବା ପୋଷକ ତତ୍ତ୍ୱ ଥାଏ । ଏହା ଶରୀର ପାଇଁ ଯେତିକି ଭଲ ସେତିକି ମନ୍ଦ ମଧ୍ୟ । କାରଣ ଏଥିରେ ଅଧିକ ପରିମାଣରେ କୋଲେଷ୍ଟ୍ରୋଲ୍ ଥାଏ । ଏମିତି ମଧ୍ୟ କିଛି ତତ୍ତ୍ୱ ଥାଏ , ଯାହା ଶରୀରରେ ବ୍ଲଡ୍ କ୍ୟାନସର ତଥା ଅନ୍ୟ ପ୍ରକାରର କର୍କଟ ରୋଗ ସୃଷ୍ଟି କରିବାରେ ସାହାର୍ଯ୍ୟ କରେ । ଯେଉଁମାନଙ୍କର ଜେନେଟିକ୍ସ ବା ଜିନ୍ ରେ କର୍କଟ ହେବାର ଆଶଙ୍କା ଥାଏ ,ତାକୁ ମଧ୍ୟ ଏହା ବଢାଇଥାଏ । 

ତେବେ ଅନ୍ୟ ପକ୍ଷରେ ନିଶା ଦ୍ରବ୍ୟ ସେବନ କର୍କଟ ରୋଗର ମୁଖ୍ୟ କାରଣ ବୋଲି ବୈଜ୍ଞାନିକ ଦଳ କହିଛନ୍ତି । ବର୍ତ୍ତମାନର ଯୁବପୀଢି ଅନେକ ମାଦକ ଦ୍ରବ୍ୟ ତଥା ନିଶାଦ୍ରବ୍ୟର ସେବନ କରୁଛନ୍ତି । କିଏ ଷ୍ଟ୍ରେସ୍ ରିଲିଫ୍ କରିବା ପାଇଁ ତ ପୁଣି କିଏ ଟିକେ ଷ୍ଟାଇଲ୍ ମାରିବା ପାଇଁ ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟର ସେବନ କରୁଛନ୍ତି । ଏହା ପ୍ରକୃତରେ ଶରୀର ପାଇଁ ମାରାତ୍ମକ । କାରଣ ଆଧୁନିକ ସମାଜରେ ବିଜ୍ଞାନର ଅଗ୍ରଗତି ହୋଇଛି ସତ କିନ୍ତୁ ସଚେତନତାରେ ଅଭାବ ଅଛି । ଯୁବା ଅବସ୍ଥାରେ ଅନେକ ଟିକେ ରିଲାକ୍ସ ଫିଲ୍ କରିବା ପାଇଁ ସାଙ୍ଗସାଥୀ ମେଳରେ ଧୁମ୍ରପାନ ତଥା ବିଭିନ୍ନ ପ୍ରକାର ର ଡ୍ରଗସ୍ ନିଜ ଦେହରେ ଇଞ୍ଜେକସନ୍ ଜରିଆରେ ନେଉଛନ୍ତି । ଯାହା ତାଙ୍କୁ କ୍ଷଣିକ ଆନନ୍ଦ ଦେଉଛି ସତ , କିନ୍ତୁ ଏହା ପରେ ଭୟଙ୍କର ରୂପ ନେବାର ସମ୍ଭାବନା କୁ ଏଡାଇ ଦେଇ ହେବନାହିଁ । ଅଫିସ୍ କାମରୁ ରିଲାକ୍ସ ହେବା ପାଇଁ କିଏ ପୁଡିଆ ଖାଉଛି , ତ ପୁଣି କିଏ ଧୁମ୍ରପାନ କରୁଛି । ଏହା ଶରୀରକୁ ଧିରେ ଧିରେ କ୍ୟାନସର ଆଡକୁ ନେଇ ଚାଲିଛି । ଯେତେବେଳେ ଏହାର ପରିଣାମ ଧୁମ୍ରପାନ କରୁଥିବା କିମ୍ବା ଅନ୍ୟ ମାଦକ ଦ୍ରବ୍ୟ ନେଉଥିବା ବ୍ୟକ୍ତି ପାଖକୁ ଆସିବ , ସେତେବେଳକୁ କର୍କଟ ରୋଗ ହେଇ ଆସିବ । ତେବେ ସୁସ୍ଥ ଜୀବନଚର୍ଯ୍ୟାରେ ମାଦକ ଦ୍ରବ୍ୟ ତଥା ଡ୍ରଗ୍ସ ର ସ୍ଥାନ ନାହିଁ ।

  • ରକ୍ତ କର୍କଟ ବା ବ୍ଲଡ କ୍ୟାନସର ର କଣ ରହିଛି ପ୍ରକୃତ କାରଣ ?

କର୍କଟ ରୋଗର ବାସ୍ତବିକତା ପଦୂଷଣ ସହ ଜଡିତ । ବର୍ତ୍ତମାନ ସମୟରେ ଅନେକ ଲୋକ ନିଶାଦ୍ରବ୍ୟ ସେବନ ବିନା କର୍କଟରେ ଆକ୍ରାନ୍ତ ହେଉଛନ୍ତି । ବିଭିନ୍ନ ପ୍ରକାରର କେମିକାଲ୍ ର ସଂସ୍ପର୍ଶରେ ବାରମ୍ବାର ଆସି ତାଙ୍କ ଶରୀରରେ କ୍ୟାନସର ପରି ସେଲ୍ ବିକଶିତ ହେଉଛି । ବ୍ଲଡ୍ କ୍ୟାନସର ବା ରକ୍ତ କର୍କଟ ର ମୁଖ୍ୟ କାରଣ ହେଲା ପ୍ରଦୂଷିତ ବାତାବରଣ , ନିଶାଦ୍ରବ୍ୟର ସେବନ, ଅସନ୍ତୁଳିତ ଜୀବନଶୈଳୀ ଏବଂ ବିଷାକ୍ତ ଖାଦ୍ୟ । ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଯେ , ସୁସ୍ଥ ଲୋକଟି କିପରି ବିଷାକ୍ତ ଖାଇବ । ମନରେ ନିଶ୍ଚୟ ପ୍ରଶ୍ନ ଉଠେ । ବର୍ତ୍ତମାନ ସମୟରେ ଅନେକ ଲୋକ ଅଧିକ ଲାଭ ଆଶାରେ ବିଭିନ୍ନ ପ୍ରକାର ର  ଇନସେକ୍ଟିସାଇଡ୍ ତଥା କେମିକାଲ ଖାଦ୍ୟରେ ମିଶ୍ରଣ କରୁଛନ୍ତି ।

ଆପଣ ଯେଉଁ ସତେଜ ପନିପରିବା ଦେଖୁଛନ୍ତି , ତାହା ସତେଜ ହୋଇନପାରେ । ତାହା ବହୁତ ଦିନ ସଂରକ୍ଷିତ କରି ରଖିବା ପାଇଁ ଅନେକ ବ୍ୟବସାୟୀ ବିଭିନ୍ନ ପ୍ରକାରର ମାରାତ୍ମକ ପ୍ରିଜରଭେଟିଭ୍ କେମିକାଲ୍ ଅତ୍ୟଧିକ ମାତ୍ରାରେ ବ୍ୟବହାର କରିଥାନ୍ତି । ତାହା ଆମ ଶରୀରକୁ ଯାଇଥାଏ । ଅନେକ ଅଛନ୍ତି ବଜାରରୁ ଫଳ କିଣି ନ ଧୋଇ କିମ୍ବା ଭଲ ଭାବରେ ନ ଧୋଇ ଖାଇଥାନ୍ତି । ଏହା ଶରୀର ପାଇଁ ଭଲ ନୁହଁ । ବର୍ତ୍ତମାନ ସମୟରେ କେମିକାଲ୍ ଗୁଡିକ ପିଇବା ପାଣିରେ ମଧ୍ୟ ମିଶିଲାଣି । ଗାଁ ହେଉ କିମ୍ବା ସହର , ପ୍ରାୟ ସବୁଠି ପ୍ରଦୂଷଣ ଭିନ୍ନ ଭିନ୍ନ ପ୍ରକାରର । 

  • ରକ୍ତ କର୍କଟ ବା ବ୍ଲଡ କ୍ୟାନସର ନିରାକରଣ ?

ରକ୍ତ କର୍କଟର ନିରାକରଣ କଷ୍ଟ ସାଧ୍ୟ । ତଥାପି ବେଳଥାଉ ଥାଉ ଏହାର ନିରାକରଣ କରିନେବା ଉଚିତ । କହିବାର ଅର୍ଥ ହେଲା ଯେ , ପ୍ରତିଦିନ ପ୍ରଦୂଷଣରୁ ନିଜକୁ ଦୁରେଇ ରଖିବାହିଁ ଏହାର ପ୍ରତିକାର । କାରଣ କଥାରେ ଅଛି ପ୍ରିଭେନସନ୍ ଇଜ୍ ବେଟର ଦେନ୍ କିଓର । ରକ୍ତ କର୍କଟ ର ବିଭିନ୍ନ ପ୍ରକାରର ଚିକିତ୍ସା ଅଛି ।

  • କେମୋ ଥେରାପି 
  • ରେଡିଏସନ୍ ଥେରାପି
  • ଷ୍ଟେମ୍ ସେଲ୍ ଟ୍ରାନ୍ସପ୍ଲାଟେସନ୍ 
  • ବାୟୋଲୋଜିକାଲ୍ ବା ଇମ୍ୟୁନ୍ ଥେପାରି
  • ଟାର୍ଗେଟେଡ୍ ଥେରାପି
  • ବୋନ୍ ମେରୋ ଟ୍ରାନ୍ସପ୍ଲାଣ୍ଟ

ତେବେ ବ୍ଲଡ୍ କ୍ୟାନସର ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଏହି ସବୁ କରନ୍ତୁ –

  • ରେଡ୍ ମିଟ୍ ବା ନାଲି ମାଂସ ଖାଇବା କମ୍ କରନ୍ତୁ । ଏହାକୁ ସଂମ୍ପୁର୍ଣ୍ଣ ରୂପେ ବର୍ଜନ କରିପାରିଲେ ଭଲ ।
  • ଅଧିକ ପରିମାଣରେ ଫାଷ୍ଟ ଫୁଡ୍ ଖାଆନ୍ତୁ ନାହିଁ । କାରଣ ଫାଷ୍ଟ ଫୁଡ୍ ରେ ବିଭିନ୍ନ ପ୍ରକାର ର ନକଲି ଟମାଟୋ ସସ୍ ପଡିଥାଇପାରେ କିମ୍ବା ସେଥିରେ ବ୍ୟବହୃତ ତେଲ ଗୁଡିକ ସ୍ୱାସ୍ଥ୍ୟ ପାଇଁ ହିତକର ନୁହଁ । 
  • ଷ୍ଟ୍ରିଟ୍ ଫୁଡ୍ ରେ ଅନେକ ଥର ପୋଡା ଯାଇଥିବା ଖାଦ୍ୟ ମିଳେ । ସେଥିରେ ବଟର ମରାଯାଇ ତାକୁ ପୋଡାଯାଇଥାଏ । ସେହି ପୋଡାଯାଇଥିବା ଅଂଶରେ କର୍କଟ ରୋଗ ସୃଷ୍ଟି କଲା ଭଳି ତତ୍ତ୍ୱ ଥାଇପାରେ । ତେଣୁ ଏହି ପ୍ରକାର ଖାଦ୍ୟରୁ ଦୁରେଇ ରହନ୍ତୁ ।
  • ଧୁମ୍ରପାନ ଖୋଳରେ ଲେଖା ଅଛି ଏବଂ ସେହିଭଳି ବିଭିନ୍ନ ମାଦକ ଦ୍ରବ୍ୟର ଖୋଳରେ ମଧ୍ୟ ଲେଖା ଅଛି , ଯେ ଏହାର ସେବନ କ୍ୟାନସର ର କାରଣ । ବାସ୍ ଏହାକୁ ମାନନ୍ତୁ ଏବଂ ନିଜକୁ କ୍ୟାନସର ଠାରୁ ଦୂରେଇ ରଖନ୍ତୁ । 
  • ଧୁମ୍ରପାନ କରୁଥିବା ସ୍ଥାନରେ ଆପଣ ରହନ୍ତୁ ନାହିଁ । କାରଣ ଏହାର ବିଷାକ୍ତ ଧୂଆଁ ଆପଣଙ୍କ ଶରୀରକୁ ମଧ୍ୟ କ୍ଷତି ପହଞ୍ଚାଇ ଥାଏ ।
  • ରେଡିଏସନ୍ ପୋଷ୍ଟର ଲାଗିଥିବା ସ୍ଥାନକୁ ଯାଆନ୍ତୁ ନାହିଁ । କାରଣ ଏହା ମଧ୍ୟ କ୍ୟାନସରର କାରଣ । 
  • ଟେକ୍ନୋଲୋଜି ଠାରୁ ନିଜକୁ ଟିକେ ଦୂରେଇ ରଖନ୍ତୁ । କାରଣ ଇଲୋକ୍ଟ୍ରୋମ୍ୟାଗ୍ନେଟିକ୍ ରେଡିଏସନ୍ ମଧ୍ୟ କ୍ୟାନସରର କାରଣ ।
  • ଦିନକୁ ୭ ଘଣ୍ଟା ରୁ ୮ ଘଣ୍ଟା ଶୁଅନ୍ତୁ । ବିଶ୍ରାମ ନେବା ସମୟରେ ଆପଣଙ୍କ ଶରୀରରେ ରିକୋଭରି ହୋଇଥାଏ ।
  • ଷ୍ଟ୍ରେସ୍ କମ ନିୟନ୍ତୁ । ଜୀବନ ରହିଲେ ଜୀବିକା ରେ ପରିବର୍ତ୍ତନ କରିପାରିବେ । ଷ୍ଟ୍ରେସ୍ ନିୟନ୍ତୁ ନାହିଁ , ଭଲ ଭାବରେ କର୍ମ କରନ୍ତୁ । ଚିନ୍ତା କଲେ ଶରୀରର କ୍ଷତି ଘଟିବ ଏବଂ ତା ସହ ଦେଖାଦେବ ନିଦ୍ରା ହୀନତା । ଏହା ମଧ୍ୟ କ୍ୟାନସର ଭଳି ରୋଗକୁ ଟ୍ରିଗର କରିବ ।
  • ବାଡିଆମାନଙ୍କ ଠାରୁ ପନିପରିବା କିଣି ଖାଆନ୍ତୁ । ବ୍ୟବସାୟୀ ହେଉ କିମ୍ବା ବାଡିଆ , ପନିପରିବା କିଣିଲା ବେଳେ ଭଲକରି ଦେଖନ୍ତୁ ପନିପରିବାରେ ପୋକ ଲାଗିଛି କି ନାହିଁଅଳ୍ପ କିଛି ପନିପରିବାରେ ପୋକ ଲାଗିଥିଲେ ଭଲ । ସବୁଥିରେ ପୋକ ଲାଗିଥିବାର କୌଣସି ଆବଶ୍ୟକତା ନାହିଁ । କାରଣ ଯେଉଁ ପନିପରିବାରେ ପୋକ ଲାଗିଥାଏ , ସେହି ପନିପରିବାରେ ଅଳ୍ପ ପରିମାଣରେ ଇନସେକ୍ଟିସାଇଡ୍ ବା ପେଷ୍ଟି ସାଇଡ୍ ବା କୀଟନାଶକ ବ୍ୟବହୃତ ହୋଇଥାଏ । 

 

 

 

Lifestyle-related ପ୍ରତ୍ୟେକଟି ତଥ୍ୟ ଜାଣିବା ପାଇଁ https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )