Friday 26th April 2024
କନଷ୍ଟେବଲ୍ ନିଯୁକ୍ତି ପାଇଁ ଆଜି ହିଁ କରନ୍ତୁ ଆବେଦନ

କନଷ୍ଟେବଲ୍ ନିଯୁକ୍ତି ପାଇଁ ଆଜି ହିଁ କରନ୍ତୁ ଆବେଦନ

ସରକାରୀ ଚାକିରୀଟିଏ କରିବା ପାଇଁ ସମସ୍ତେ ମନ ବଳେଇଥାନ୍ତି । ସେଥିପାଇଁ ଚେଷ୍ଟାମଧ୍ୟ କରିଥାନ୍ତି  ଓ ପରିଶ୍ରମ ମଧ୍ୟ । ତେବେ ଆପଣ ବି ଯଦି ପ୍ରସ୍ତୁତ ହେଉଥିଲେ SSC GD କନଷ୍ଟେବଲ ନିଯୁକ୍ତି ପାଇଁ ତେବେ ଏହି ଖବର ଟି ଆପଣଙ୍କ ପାଇଁ । କନଷ୍ଟେବଲ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଚାଲନ୍ତୁ ପୁରା ଖବର ଉପରେ ନଜର ପକାଇବା ।SSC GD 2021 Notification Released for recruitment for 25, 271 Constables on ssc.nic.in - check dates & details | Education News() SSC GD କନଷ୍ଟେବଲ୍ ନିଯୁକ୍ତିକୁ ନେଇ ଯେଉଁ ପ୍ରାର୍ଥୀମାନେ ଅପେକ୍ଷା କରିଥିଲେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ସୂଚନା ଅନୁସାରେ କର୍ମଚାରୀ ଚୟନ ଆୟୋଗ ବା SSC, ଅକ୍ଟୋବର ୨୭ରେ ଜିଡି କନଷ୍ଟେବଲ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ।  ଯେଉଁଥିରେ ବିଭିନ୍ନ ପ୍ରକାରର ସୁରକ୍ଷା ବାହିନୀର ପୋଷ୍ଟ ଯେପରି BSF, CRPF, ITBP ଭଳି ଅନେକ ପଦବୀ ସାମିଲ ରହିଛି । ଆଶାୟୀ ପ୍ରାର୍ଥୀ ମାନେ ଆୟୋଗର ଅଫିସିଆଲ ୱେବସାଇଟ୍ https://ssc.nic.in/ କୁ ଯାଇ ନିଯୁକ୍ତି ପାଇଁ ଆବେଦନ କରିବପାରିବେ ।ssc gd constable 2021, SSC GD 2021: టెన్ల్‌ క్లాస్‌తో పోలీస్‌ జాబ్స్‌.. 50,000కు పైగా ఖాళీలు..! ప్రిపరేషన్‌ ప్రారంభించండి - ssc gd constable 2021 recruitment notification will be released on ...ମୋଟ ପଦବୀ:

 ଏହି ନିଯୁକ୍ତି ପାଇଁ ମୋଟ ପଦବୀ ହେଉଛି ୨୪, ୩୬୯ଟି ।

  • BSF – ୧୦, ୪୯୭ ପୋଷ୍ଟ
  • CISF – ୧୦୦ ପୋଷ୍ଟ
  • CRPF – ୮୯୧୧ ପୋଷ୍ଟ
  • SSB – ୧୨୮୪ ପୋଷ୍ଟ
  • AR – ୧୬୯୭ ପୋଷ୍ଟ
  • ITBP – ୧୬୧୩ ପୋଷ୍ଟ
  • NCB – ୧୬୪ ପୋଷ୍ଟ
  • SSF – ୧୦୩ ପୋଷ୍ଟ

ପରୀକ୍ଷା ଏବଂ ଆବେଦନ:

  • ଆବେଦନ କରିବାର ତାରିଖ-ଆକ୍ଟୋବର ୨୭
  • ଆବେଦନ କରିବାର ଶେଷ ତାରିଖ-ଅଭେମ୍ବର ୩୦
  • ପରୀକ୍ଷା-ଜାନୁଆରୀ ୨୦୨୩

ଦରମା:

  • ମନୋନୀତ ପ୍ରାର୍ଥୀମାନେ ୨୧,୭୦୦ ରୁ ୬୯,୧୦୦ଟଙ୍କା ପାଇବେ ।
  • ଏନ୍‌ସିବି ପୋଷ୍ଟ ପାଇଁ ଏହା ୧୮,୦୦୦ ରୁ ୫୬,୯୦୦ ଟଙ୍କା ମଧ୍ୟରେ ରହିଛି ।

ବୟସ ସୀମା:

  • ଏହି ପଦବୀ ପାଇଁ ୧୮ରୁ ୨୩ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀ ଆବେଦନ କରିପାରିବେ ।
  • ବୟସ ଗଣନା କରାଯିବ ୧ଜାନୁୟାରୀ ୨୦୨୩ରୁ ।
  • ୫ବର୍ଷ କୋହଳ କରାଯିବ ସେହି ପ୍ରାର୍ଥୀଙ୍କ ପାଇଁ ଯେଉଁମାନେ ସଂରକ୍ଷିତ ବର୍ଗର ହୋଇଥିବେ ।

ଏହା ବ୍ୟତୀତ ନିଯୁକ୍ତି ସମ୍ବନ୍ଧିତ ଅନ୍ୟାନ୍ୟ ସୂଚନା ପାଇଁ https://www.careerpower.in/blog/ssc-gd-constable-notification-2022 ରେ କ୍ଲିକ୍ କରି ବିଜ୍ଞପ୍ତିକୁ ମଧ୍ୟ ଯାଞ୍ଚ କରିପାରିବେ।

ଏହିଭଳି Job ସମ୍ବନ୍ଧିତ ସୂଚନା ଚାହୁଁଥିଲେ ଆପଣ ଆମ ଓଡ଼ିଆ ଡେଲି ପେଜ୍କୁ ଫଲୋ କରନ୍ତୁ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )