Saturday 27th July 2024
ଜାଣନ୍ତୁ ଡିଜିଟାଲ ମାର୍କେଟିଙ୍ଗ(Digital Marketing) ଦ୍ୱାରା କିପରି ବୃଦ୍ଧି କରିପାରିବେ ବ୍ୟବସାୟ ?

ଜାଣନ୍ତୁ ଡିଜିଟାଲ ମାର୍କେଟିଙ୍ଗ(Digital Marketing) ଦ୍ୱାରା କିପରି ବୃଦ୍ଧି କରିପାରିବେ ବ୍ୟବସାୟ ?

ଦୁନିଆରେ କୋଟି କୋଟି ଲୋକ ଇଣ୍ଟରନେଟ(Internet)ର ବ୍ୟବହାର କରୁଛନ୍ତି | ବର୍ତମାନ ଏହାଦ୍ୱାରା ଜିନିଷ କିଣିବା ଏବଂ ବିକ୍ରୀକରିବା ମଧ୍ୟ ହେଉଛି | ପୂର୍ବଭଳି ଲୋକମାନେ ବାହାରକୁ ଯାଇ ଜିନିଷ  କିଣିବାକୁ ପସନ୍ଦ କରୁନାହାନ୍ତି | କାରଣ ଆପଣଙ୍କୁ ଇଣ୍ଟରନେଟରେ ବିଭିନ୍ନ ପ୍ରକାରର ଜିନିଷ ମିଳିଯାଇଛି । ଯଦି ଆପଣ ବାହାରକୁ ଯାଉଛନ୍ତି ତେବେ ଆପଣଙ୍କୁ ଗୋଟିଏ ଦୋକାନରେ ବିଭିନ୍ନ ଭେରାଇଟି ବା ବିଭିନ୍ନ ବ୍ରାଣ୍ଡର ଜିନିଷ ମିଳିପାରେ ନାହିଁ ଏବଂ ଆପଣଙ୍କୁ ବହୁତ ଦୋକାନ ଖୋଜିବାକୁ ପଡ଼ିବ । ଏହା ଦ୍ଵାରା ଆପଣ ସମୟ ମଧ୍ୟ ନଷ୍ଟ ହୋଇଥାଏ । ଇଣ୍ଟରନେଟରେ ଆପଣଙ୍କୁ ଛୋଟ ଛୋଟ ଜିନିଷ ଠାରୁ ଆରମ୍ଭ କରି ବଡ଼ବଡ଼ ଇଲେକ୍ଟ୍ରୋନିକ ଜିନିଷ ମଧ୍ୟ ମିଳିଥାଏ । ଏବଂ ଏହା ଦ୍ଵାରା ବିଭିନ୍ନ ପ୍ରକାର ଜିନିଷ ସହିତ କମ୍ ଦାମରେ ମିଳିଯାଏ । ଏହା ଦ୍ଵାରା ଖୋଲା ବଜାରରେ ଦୋକାନ କରିଥିବା ଲୋକମାନେ ବହୁ କ୍ଷତି ସହିବାକୁ ପଡୁଛି | ଡିଜିଟାଲ ମାର୍କେଟିଙ୍ଗ(Digital Marketing) ଦ୍ଵାରା ଆପଣ ଆପଣଙ୍କ ବ୍ୟବସାୟକୁ ବହୁ ଗୁଣରେ ବୃଦ୍ଧି କରିପାରିବେ ।

ଡିଜିଟାଲ ମାର୍କେଟିଙ୍ଗ(Digital Marketing) କ’ଣ ?

ଡିଜିଟାଲ ମାର୍କେଟିଙ୍ଗ(Digital Marketing) ହେଉଛି ଇଣ୍ଟରନେଟ୍ ଏବଂ କମ୍ପ୍ୟୁଟର ଦ୍ଵାରା କରାଯାଉଥିବା ମାର୍କେଟିଙ୍ଗ । ଏହା ଦ୍ଵାରା କୌଣସି ବି କମ୍ପାନୀ ନିଜର ପ୍ରଡକ୍ଟକୁ ବିକ୍ରି କରିପାରିବ ଓ କମ୍ ସମୟରେ ଅଧିକ ଲାଭ ଉଠାଇପରିବ । ଏହା ଦ୍ଵାରା ନିଜର ନିର୍ଦ୍ଧିଷ୍ଟ କଷ୍ଟମର ପାଖକୁ ପହଞ୍ଚିପରିବ । ଏହାକୁ ଅନଲାଇନ୍ ମାର୍କେଟିଂ ମଧ୍ୟ କୁହାଯାଏ | ଯେବେ କୌଣସି କମ୍ପାନୀ ନୂଆ ଉତ୍ପାଦକ ବାହାର କରିଥାଏ ସେତେବେଳେ ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜ୍ଞାପନ ଦେଇଥାଏ | ମାର୍କେଟିଙ୍ଗ ଅର୍ଥାତ୍ ଠିକ୍ ଟାଇମ୍ ଏବଂ ଠିକ୍ ସ୍ଥାନରେ ନିଜ ଗ୍ରାହକ ସହ ସମ୍ପର୍କ କରିବା । ବର୍ତ୍ତମାନ ଅଧିକାଂଶ ଲୋକ ଇଣ୍ଟରନେଟ ବ୍ୟବହାର କରୁଛନ୍ତି ଏବଂ ଧୀରେ ଧୀରେ ଏହାର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ଛୋଟ ବା ବଡ କମ୍ପାନୀ ନିଜର ମାର୍କେଟିଙ୍ଗ ପାଇଁ ଇଣ୍ଟରନେଟର ବ୍ୟବହାର କରିଥାଏ | କମ୍ପାନୀ ପୂର୍ବରୁ ଯେପରି ଟିଭି, ପତ୍ରିକା ଓ ବଡ ବଡ ବେନରର ବ୍ୟବହାର କରୁଥିଲା , ସେହିପରି ଡିଜିଟାଲ ମାର୍କେଟିଂରେ ମଧ୍ୟ ଏହିପରି ଭିଡ଼ିଓ, ପୋଷ୍ଟର ମାଧ୍ୟମରେ ବିଜ୍ଞାପନ କରିଥାଏ | ଇଣ୍ଟେର୍ନେଟ ଦ୍ୱାରା ମାର୍କେଟିଂରେ ଅଳ୍ପ ଖର୍ଚ୍ଚରେ ଅଧିକାଂଶ ଲୋକଙ୍କ ପାଖରେ ପହଂଚିପାରିବ |

ଡିଜିଟାଲ ମାର୍କେଟିଙ୍ଗ(Digital Marketing) ଦ୍ୱାରା କିପରି ବ୍ୟବସାୟ ବୃଦ୍ଧିକରିପାରିବେ ?

ଆପଣଙ୍କର ଛୋଟ କିମ୍ବା ବଡ ବ୍ୟବସାୟ ହୋଇଥାଉ ନ କାହିଁକି, ଏହା ଦ୍ୱାରା ଆଞ୍ଚଳିକ ଗ୍ରାହକ ସହ ଜାତୀୟ ଏବଂ ଆନ୍ତର୍ଜାତୀୟ ଗ୍ରାହକ ସହ ମଧ୍ୟ ସଂଯୋଗ କରିପାରିବେ |
  • ୱେବସାଇଟ ବା ବ୍ଲଗିଂ(Website or blogging): ଆପଣ ନିଜର ୱେବସାଇଟ ଦ୍ୱାରା ନିଜ ଗ୍ରାହକଙ୍କ ସହ ସମ୍ପର୍କ କରିପାରିବେ | ନିଜ ୱେବସାଇଟରେ ନିଜ ଉତ୍ପାଦକ ବିଷୟରେ ଉଲେଖ କରିପାରିବେ ଏବଂ ଏହା ଦ୍ୱାରା ଆପଣ ଅନଲାଇନ ବିକ୍ରି ମଧ୍ୟ କରିପାରିବେ |
  • କଣ୍ଟେଣ୍ଟ ବା ବିଷୟବସ୍ତୁ ମାର୍କେଟିଂ(Content Marketing): ଆକର୍ଷଣୀୟ କଣ୍ଟେଣ୍ଟ ଦ୍ୱାରା ନିଜ ଗ୍ରାହକଙ୍କୁ ଆକର୍ଷିତ କରିପାରିବେ | କଣ୍ଟେଣ୍ଟରେ ନିଜ ଉତ୍ପାଦକ ବିଷୟରେ ସମ୍ପୂର୍ଣ ବିବରଣୀ ଯଥା ଏହାର ଆବଶ୍ୟକତା , ଉପକରିତା ବିଷୟରେ ଉଲେଖ କରି ଗ୍ରାହକଙ୍କୁ ଅବଗତ କରିପାରିବେ |
  • ସର୍ଚ୍ଚ ଇଞ୍ଜିନ୍ ଅପ୍ଟିମାଇଜେସନ୍ (Search Engine Optimization): ଏହା ଦ୍ୱାରା ନିଜର ୱେବସାଇଟକୁ ସର୍ଚ୍ଚ ଇଞ୍ଜିନରେ ଉପରକୁ ଉଠାଇପାରିବେ ଯଦ୍ୱାରା ଆପଣଙ୍କ ଉତ୍ପାଦକ ବିବରଣୀ ଗ୍ରାହକମାନେ ସର୍ବ ପ୍ରଥମେ ଦେଖିପାରିବେ ଏବଂ ଆପଣଙ୍କ ବିକ୍ରି ବୃଦ୍ଧି ହୋଇପାରିବେ |
  • ସୋସିଆଲ୍ ମିଡିଆ ମାର୍କେଟିଂ (Social Media Marketing): ସୋସିଆଲ୍ ମିଡିଆ ଏକ ଭଲ ମାଧ୍ୟମ ଅଟେ | କାରଣ ଅଧିକାଂଶ ଲୋକ ସୋସିଆଲ୍ ମିଡିଆରେ ହିଁ ସକ୍ରିୟ ରହିଥାନ୍ତି | ଏହା ଦ୍ୱାରା ଆପଣ ଗ୍ରାହକଙ୍କ ସହ ସମ୍ପର୍କ ରଖିପାରିବେ ଏବଂ ଗ୍ରାହକଙ୍କ ଠାରୁ ନିଜର ଉତ୍ପାଦକ ବିଷୟରେ ମତାମତ ମଧ୍ୟ ନେଇପାରିବେ | ଏଥିରେ ବିନା ଦେୟରେ ମଧ୍ୟ ଆପଣ ନିଜ ଉତ୍ପାଦକର ପ୍ରଚାର କରିପାରିବେ |
  • ଗୁଗୁଲ୍ ଆଡୱାର୍ଡ (Google Adwords): ଏହା ଗୁଗୁଲ୍ କମ୍ପାନୀର ବିଜ୍ଞାପନ ପ୍ରଣାଳୀ ଅଟେ | ଏଠାରେ ବିଜ୍ଞାପନ ଦେବାପାଇଁ ଆପଣଙ୍କୁ କିଛି ଦେୟ ଦେବାକୁ ପଡିବ | କିନ୍ତୁ ଏହା ଅନ୍ୟ ଟିଭି ବିଜ୍ଞାପନ ଠାରୁ ବହୁତ ଶସ୍ତା ରହିବ ସହ ଅଧିକ ଗ୍ରାହକଙ୍କ ସହ ଯୋଡ଼ିପାରିବେ |
  • ଆପ୍ସ ମାର୍କେଟିଂ (App Marketing): ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ସ୍ମାର୍ଟଫୋନର ବ୍ୟବହାର କରିଥାନ୍ତି | ଆପ୍ସ ମାର୍କେଟିଂ ଦ୍ୱାରା ଆପଣ ବିଭିନ ଲୋକପ୍ରିୟ ଆପ୍ସରେ ନିଜର ବିଜ୍ଞାପନକୁ ଦେଇପାରିବେ | ଏବଂ ନିଜର ଆପ୍ସ ତିଆରି କରି ନିଜ ଉତ୍ପାଦକର ବିବରଣୀ ଦେଇପାରିବେ ଏବଂ ଗ୍ରାହକଙ୍କୁ ଆକର୍ଷିତ କରିପାରିବେ |
  • ୟୁଟ୍ୟୁବ୍ ଚ୍ୟାନେଲ୍ ମାର୍କେଟିଂ(YouTube Channel Marketing): ୟୁଟ୍ୟୁବ୍ ଏକ ଲୋକପ୍ରିୟ ଭିଡ଼ିଓ ସର୍ଚ୍ଚ ଇଞ୍ଜିନ୍ ଅଟେ | ଭିଡ଼ିଓ ମଧ୍ୟ ବିଜ୍ଞାପନ ପାଇଁ ଏକ ଭଲ ମାଧ୍ୟମ, ଏହା ଦ୍ୱାରା ନିଜର ଉତ୍ପାଦକ ବିଷୟରେ ଗ୍ରାହକଙ୍କୁ ବୁଝାଇ ପାରିବେ | ଏଥିରେ ନିଜର ଏକ ସ୍ୱତନ୍ତ୍ର ଚେନେଲ ତିଆରି କରନ୍ତୁ ଏବଂ ନିଜ ଉତ୍ପାଦକର ବିବରଣୀ ଭିଡ଼ିଓକୁ ଏହାଦ୍ୱାରା ଗ୍ରାହକଙ୍କୁ ପହଞ୍ଚାଇପାରିବେ | ଏହା ବିନାଦେୟରେ କରିପାରିବେ |
  • ଇମେଲ ମାର୍କେଟିଂ(Email marketing): ଏହା ଦ୍ୱାରା ଆପଣ ସିଧାସଳଖ ଗ୍ରାହକଙ୍କ ସହ ଯୋଡିପାରିବେ | ଇମେଲ ଦ୍ୱାରା ନିଜ ଗ୍ରାହକଙ୍କୁ ସିଧାସଳଖ ନିଜର ଉତ୍ପାଦକ ବିବରଣୀ ପଠାଇପାରିବେ ଏବଂ ଗ୍ରାହକଙ୍କୁ ଆକର୍ଷିତ କରିପାରିବେ |
 ଏହା ଦ୍ୱାରା ଆପଣଙ୍କ ବ୍ୟବସାୟ ଛୋଟ ହେଲେ ମଧ୍ୟ ଆପଣ ବିଜ୍ଞାପନ ଦେଇପାରିବେ | ଏହା ଆପଣଙ୍କ ବଜେଟ ହିସାବରେ ଖର୍ଚ କରିପାରିବେ |

CATEGORIES
TAGS
Share This

COMMENTS

Wordpress (0)
Disqus (0 )