Friday 19th April 2024
ଅଦାନୀ ଓ ଅମ୍ବାନୀଙ୍କ ମଧ୍ୟରେ କାହିଁକି ହେଲା ଏଭଳି ଚୁକ୍ତି?

ଅଦାନୀ ଓ ଅମ୍ବାନୀଙ୍କ ମଧ୍ୟରେ କାହିଁକି ହେଲା ଏଭଳି ଚୁକ୍ତି?

() ଆମ ଦେଶ ଭାରତର ସବୁଠାରୁ ଧନୀ ବ୍ୟକ୍ତି କିଏ ? ଯେତେବେଳେ ଏହିଭଳି ପ୍ରଶ୍ନ ଆସେ ମନକୁ ୨ ଜଣଙ୍କର ହିଁ ନା’ଆସେ । ସେ ହେଉଛନ୍ତି ରିଲାଏନ୍ସ କମ୍ପାନୀର ମୁଖ୍ୟ ମୁକେଶ ଅମ୍ବାନି ଓ ଅଦାନୀ ଗ୍ରୁଫର ମୁଖ୍ୟ ଗୌତମ ଅଦାନି । କାହାକୁ ବି ଅଛପା ନୁହେଁ କି ଏହି ଦୁଇ ବ୍ୟକ୍ତି ଦୁନିଆର ଧନୀ ବ୍ୟକ୍ତିଙ୍କ ଶ୍ରେଣୀରେ ଆସନ୍ତି । ତେବେ ବର୍ତ୍ତମାନ ଗୌତମ ଅଦାନୀ ଆମାଜନର ମୁଖ୍ୟା ଜେଫ ବେଜୋସଙ୍କୁ ପଛରେ ପକାଇ ଦୁନିଆର ଦ୍ୱିତୀୟ ସର୍ବଶ୍ରେଷ୍ଠ ଧନୀ ମଧ୍ୟ ହୋଇପାରିଛନ୍ତି । ଆଉ କିଛି ଦିନ ପରେ ହୁଏତ elon muskଙ୍କୁ ବି ପଛରେ ପକେଇ ଦେଇପାରନ୍ତି।Gautam Adani, Mukesh Ambani locked in tug-of-war for India's richest person tag() ଏବେ ଆମ ଦେଶର ଦୁଇ ବୃହତ ବ୍ୟବସାୟ କମ୍ପାନୀ ରିଲାଏନ୍ସ ଓ ଅଦାନୀଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତିନାମା ହୋଇଛି । ଏହି ଚୁକ୍ତିନାମର ନାମ ହେଉଛି “ନୋ ପୋଚିଂ ଚୁକ୍ତିନାମା”। ଏହା ଅଧିନରେ ଦୁଇ କମ୍ପାନୀର କର୍ମଚାରୀ ପରସ୍ପରଙ୍କ କମ୍ପାନୀରେ କାମ କରିପାରିବେ ନାହିଁ । ଏହି ଚୁକ୍ତିନାମା ଚଳିତ ବର୍ଷ ମେ ମାସରେ ଅଣାଯାଇଛି ଏବଂ ଏହି ଦୁଇ ଗୋଷ୍ଠୀର ସମସ୍ତ ବ୍ୟବସାୟ ପାଇଁ ଏହା ପ୍ରଯୁଜ୍ୟ ମଧ୍ୟ ହେବ। ଚୁକ୍ତି ପରେ, ବର୍ତ୍ତମାନ ଏହି ଦୁଇ କମ୍ପାନୀର କର୍ମଚାରୀମାନେ ପରସ୍ପର ସହିତ କାମ କରିବାକୁ ସକ୍ଷମ ହେବେ ନାହିଁ । ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା ସ୍ପଷ୍ଟ ଦେଖାଯାଉଛି। କାରଣ ରିଲାଏନ୍ସ ଗ୍ରୁଫ୍ ପୂର୍ବରୁ ଏକ ବଡ ନାମ ହୋଇଥିବାବେଳେ ଆଦାନୀ ଗ୍ରୁଫ୍ର ବ୍ୟବସାୟ ଦ୍ରୁତ ଗତିରେ ବଢ଼ି ଚାଲିଛି।ଦୁଇ ଗୋଷ୍ଠୀ ମଧ୍ୟରେ ଏହି ଚୁକ୍ତିନାମାର ଖବର ଏଭଳି ଏକ ସମୟରେ ଆସିଛି ଯେତେବେଳେ ଆଦାନୀ ଗ୍ରୁଫ ଗତ ବର୍ଷ ପେଟ୍ରୋକେମିକାଲ୍ସରେ ପ୍ରବେଶ କରିଛି। Adani Vs Ambani - The Battle For The Crown Of The Richest! ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ରିଲାଏନ୍ସର ବ୍ୟବସାୟ ଅଛି, କିନ୍ତୁ ଏବେ ଆଦାନୀ ପେଟ୍ରୋକେମିକାଲ୍ସ ଲିମିଟେଡ୍ ମଧ୍ୟ ଏହି କ୍ଷେତ୍ରରେ ପ୍ରବେଶ କରିଛି। ପେଟ୍ରୋକେମିକାଲ୍ସ ବ୍ୟତୀତ ୫ଜି ସ୍ପେକ୍ଟ୍ରମରୁ ଦୁଇ ବିଲିୟନେୟାର କମ୍ପାନୀ ମଧ୍ୟରେ ପ୍ରତିଯୋଗିତା ଅଛି। ହାଇ ସ୍ପିଡ୍ ଡାଟା ସେକ୍ଟରରେ ଆଦାନୀ ୫ଜି ସ୍ପେକ୍ଟ୍ରମ୍ ପାଇଁ ଟେଣ୍ଡର କରିଛନ୍ତି । ଏହି ବ୍ୟବସାୟରେ ମଧ୍ୟ ରିଲାଏନ୍ସ ଦେଶର ଏକ ବଡ଼ ନାମ ଅଟେ । ତେବେ ଏହି ଚୁକ୍ତିନାମା ଅନୁସାରେ କାହାରି କମ୍ପାନୀର କର୍ମଚାରୀ ଅନ୍ୟ କାହା ପାଖକୁ ବିନା ନୋଟିସ ରେ ଯାଇପାରିବେ ନାହିଁ ।  ଏହିଭଳି ନିୟମ ଆଣିବାର ଉଦେଶ୍ୟ କଣ ହେଇପାରେ ଆପଣ ଭାବୁଥିବେ ? ତେବେ ବର୍ତମାନ ଅଦାନି ଯେଉଁ ଭଳି ଦ୍ରୁତ ଗତିରେ ଧନୀ ହେଇଚାଲିଛନ୍ତି ସେଥିପାଇଁ ସେ ନିଶ୍ଚୟ ନିଜ କମ୍ପାନୀ ଭିତରେ ଦୃଢତା  ରଖିବା ପାଇଁ ଏହିଭଳି ଚୁକ୍ତି କରିବାକୁ ଚାହୁଁଥିବେ। ନହଲେ ନିଜ କର୍ମଚାରୀଙ୍କ କର୍ମ ଦକ୍ଷତାକୁ କେବଳ ନିଜ ଲାଭ ପାଇଁ ରଖିବାକୁ ଚାହୁଁଥିବେ ।AMBANI AND ADANI-EASY PREY FOR MOTIVATED CRITICS IN INDIA - Nepal24Hours.com - 'Integration Through Media' Nepal24Hours.com – 'Integration Through Media'

CATEGORIES
TAGS
Share This

COMMENTS

Wordpress (0)
Disqus (0 )