Thursday 25th April 2024
ପ୍ରତିଦିନ ଭାରତରେ ୮୦ରୁ ଅଧିକ Start-Up କୁ ମିଳୁଛି ମାନ୍ୟତା ….ଜାଣନ୍ତୁ କେମିତି ?

ପ୍ରତିଦିନ ଭାରତରେ ୮୦ରୁ ଅଧିକ Start-Up କୁ ମିଳୁଛି ମାନ୍ୟତା ….ଜାଣନ୍ତୁ କେମିତି ?

ଦେଶରେ ଚାକିରୀ କରିବା ଓ ବାଣିଜ୍ୟ କରିବା ଦୁଇଟି ଯାକ ଭିନ୍ନ ହୋଇପାରେ । କିନ୍ତୁ ଦୁହିଁଙ୍କର ମୂଳ ଉଦ୍ଧେଶ୍ୟ ହେଉଛି ଅର୍ଥନୀତିକୁ ସୃଦୃଢ କରିବା । କଣ କେବେ ଆପଣମାନେ ଭାବିଛନ୍ତି ଯେତେବେଳେ ଜଣେ ବ୍ୟକ୍ତି ଚାକିରୀ କରିବା କଥା ଚିନ୍ତାକରେ ସେ ତାର ନିଜ ମନବୁତାବକ ବୃତ୍ତି ଚୟନ କରି ତାକୁ ହାସିଲ କରିବାକୁ ଚେଷ୍ଟା କରେ । କିନ୍ତୁ ଯଦି ଜଣେ ନୂଆକରି କିଛି ବିଜନେସ୍ କରିବାକୁ ଚାହେଁ ତାହାଲେ ? ହଁ ତାହାଲେ ତାଙ୍କୁ କିଛି ନୂଆ ଷ୍ଟାର୍ଟ ଅପ୍ କରିବାକୁ ପଡେ । କିନ୍ତୁ ଏହି ଷ୍ଟାର୍ଟ ଅପ୍ ରେ କେତେ ଜଣ ସଫଳ ହୁଅନ୍ତି । ଜାଣିବାକୁ ଚାହାନ୍ତି ନୂଆ ଷ୍ଟାର୍ଟ ଅପ୍ ରେ ଆମ ଦେଶ କଣ ପାଇଛି ଓ କେଉଁଠି ପହଂଚିଛି ।

 

ସ୍ୱାଧୀନତା ପର ଠାରୁ ଦେଶ ଅନେକ ଦିଗରେ ଆଗକୁ ବଢିସାରିଛି । ଷ୍ଟାର୍ଟଅପ କ୍ଷେତ୍ରରେ ଭାରତ ଆଜି ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଦେଶରେ ବର୍ତ୍ତମାନ ସମୟରେ ୭୫,୦୦୦ ଷ୍ଟାର୍ଟଅପ ରହିଛି । ଡିପାର୍ଟମେଣ୍ଟ ଫର ପ୍ରୋମୋସନ ଅଫ ଇଣ୍ଡଷ୍ଟ୍ରୀ ଆଣ୍ଡ ଟ୍ରେଡ୍ (DPIIT) ଦେଶରେ ୭୫ ହଜାରରୁ ଅଧିକ ଷ୍ଟାର୍ଟଅପ ରେକର୍ଡ କରିଛି । ଏହି ସଂଖ୍ୟା ଏକ ମାଇଲ ଖୁଣ୍ଟ ସଦୃଶ୍ୟ।

 

୨୦୧୫ ଅଗଷ୍ଟ ୧୫ରେ ଲାଲ କିଲ୍ଲାରୁ ସ୍ୱାଧୀନତା ଦିବସ ଭାଷଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ଭାରତର କଳ୍ପନା କରିଥିଲେ, ଯାହା ଲୋକଙ୍କ ଉଦ୍ୟମଶୀଳତା କ୍ଷମତା (Entrepreneurial Potential) ଆଧାରରେ ଥିଲା । ୨୦୧୬ ଜାନୁଆରୀ ୧୬ରେ ଦେଶର ଏକ ଆକ୍ସନ ପ୍ଲାନର ମୂଳଦୁଆ ପକାଯାଇଥିଲା, ଏଥିରେ ଇନୋଭେସନ ଏବଂ ଷ୍ଟାର୍ଟଅପକୁ ବଳ ଦେବା ପାଇଁ ଏକ ମଜବୁତ ଇକୋସିଷ୍ଟମ କରାଯାଇଥିଲା । ଏହି କାରଣରୁ ଜାନୁଆରୀ ୧୬କୁ ରାଷ୍ଟ୍ରୀୟ ଷ୍ଟାର୍ଟଅପ ଦିବସ ଭାବେ ପାଳନ କରାଯାଇଥାଏ ।

 

ଏହାର ଛଅ ବର୍ଷ ପରେ ଦେଶ ଆଜି ଷ୍ଟାର୍ଟଅପରେ ଦୁନିଆରେ ନିଜ ଶକ୍ତି ଦେଖାଉଛି । ଦୁନିଆର ତୃତୀୟ ସବୁଠୁ ବଡ଼ ଇକୋସିଷ୍ଟମ ହେବାରେ ସଫଳ ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶର ପ୍ରଥମ ୧୦ ହଜାର ଷ୍ଟାର୍ଟଅପକୁ ୮୦୮ ଦିନରେ ଚିହ୍ନଟ କରାଯାଇଥିଲା, କିନ୍ତୁ ଶେଷ ୧୦ ହଜାର ଷ୍ଟାର୍ଟଅପ ମାତ୍ର ୧୫୬ ଦିନରେ ଠିଆ ହୋଇଛି । ଦେଶରେ ପ୍ରତିଦିନ ୮୦ରୁ ଅଧିକ ଷ୍ଟାର୍ଟଅପକୁ ମାନ୍ୟତା ଦିଆଯାଉଛି । ମୋଟ ମାନ୍ୟତା ହାସଲ କରିଥିବା ଷ୍ଟାର୍ଟଅପ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଆଟି ସର୍ଭିସେସ, ୯ ପ୍ରତିଶତ ହେଲ୍ଥ ଏବଂ ଲାଇଫ ସାଇନ୍ସ, ୭ ପ୍ରତିଶତ ଶିକ୍ଷା, ୫ ପ୍ରତିଶତ ବ୍ୟବସାୟିକ ଏବଂ ବାଣିଜ୍ୟିକ ସେବା ଏବଂ ୫ ପ୍ରତିଶତ କୃଷିରେ କାମ କରୁଛନ୍ତି । ଭାରତୀୟ ଷ୍ଟାର୍ଟଅପ ଇକୋସିଷ୍ଟମ ବର୍ତ୍ତମାନ ସୁଦ୍ଧା ୭.୪୬ ଲକ୍ଷ ନିଯୁକ୍ତି ସୃଷ୍ଟି କରିପାରିଛି, ଯାହା ଗତ ୬ ବର୍ଷ ତୁଳନାରେ ୧୧୦ ପ୍ରତିଶତ ବାର୍ଷିକ ବୃଦ୍ଧି ।

 

୨୦୨୧ ଏପ୍ରିଲ ୧ରେ ଭାରତ ସରକାରଙ୍କ ଦ୍ୱାରା ଏକ ଷ୍ଟାର୍ଟଅପ ଇଣ୍ଡିଆ ସିଡ୍ ଫଣ୍ଡ ସ୍କିମ(SISFS) ଆରମ୍ଭ କରାଯାଇଥିଲା। ଏହା ଅଧିନରେ DPIIT ଦ୍ୱାରା ମାନ୍ୟତା ପ୍ରାପ୍ତ ଷ୍ଟାର୍ଟଅପ ପାଇଁ ଯୋଗ୍ୟ ବିଭାଗକୁ ଆର୍ଥିକ ସହାୟତା ପ୍ରଦାନ କରିଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )