
ଏଣିକି ଲୋନ ପାଇଁ ଆବଶ୍ୟକ ନାହିଁ କୌଣସି ପ୍ରମାଣ
() ଲୋନ ନେବାରେ ଏବେ ହେବ ନାହିଁ କୌଣସି ପ୍ରତିବନ୍ଧକ । ଆରବିଆଇ ନେଇ ଆସିଛି ନୂଆ ନିୟମ । ଯାହା ଫଳରେ ବ୍ୟାଙ୍କ ଉପଭୋକ୍ତା ମାନେ ଆଶ୍ୱସନା ପାଇ ପାରିବେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବା ଆରବିଆଇର PCA ପ୍ରକ୍ରିୟା ମନିଟରିଂ ତାଲିକାରୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ହଟାଇ ଦେଇଛି। ଏହି ପ୍ରତିବନ୍ଧକ ଗୁଡିକ ହଟାଯିବା ପରେ ବ୍ୟାଙ୍କ କୌଣସି ପ୍ରତିବନ୍ଧକ ବିନା ଲୋନ ଦେଇ ପାରିବ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାକୁ PCA ଆଭିମୁଖ୍ୟରେ ରଖିବା ପାଇଁ, ଜୁନ୍ ୨୦୧୭ରେ ଆରବିଆଇ ନିଷ୍ପତ୍ତି ନେଇଥିଲା। ଏହାର କିଛି ବର୍ଷ ପରେ ଏହି ପ୍ରତିବନ୍ଧକ ହଟାଯାଇଥିଲା।
ପ୍ରତିବନ୍ଧକ ହଟାଇବାର କାରଣ କଣ ଥିଲା: ବ୍ୟାଙ୍କରେ ନେଟ୍ NPAର ଉଚ୍ଚ ସ୍ତର ଏବଂ ସମ୍ପତ୍ତି ଉପରେ କମ୍ ସୁଦ୍ଧହାର ହେତୁ ବ୍ୟାଙ୍କ PCA ତାଲିକାରେ ସ୍ଥାନିତ ହୋଇଥିଲା। ସେଣ୍ଟ୍ରାଲ ବ୍ୟାଙ୍କ ଛଡ଼ା IOB ଏବଂ UCO ବ୍ୟାଙ୍କକୁ PCA ଆଦର୍ଶର ଉଲ୍ଲଂଘନ ପାଇଁ ତାଲିକାରେ ରଖିଛି। କିନ୍ତୁ ପେରେ ସେପ୍ଟେମ୍ବର ୨୦୨୧ରେ ଅନ୍ୟ ଦୁଇଟି ବ୍ୟାଙ୍କ ତାଲିକାରୁ ବାହାର କରାଯାଇଥିଲା।
କେନ୍ଦ୍ରୀୟ ବ୍ୟାଙ୍କ କଣ କହିଛି: ଆରବିଆଇ କହିଛି ଯେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟ ଦକ୍ଷତାକୁ ସମୀକ୍ଷା କରିବା ପରେ ଏହାକୁ PCA frameworkରୁ ଦୂରେଇ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଆର୍ଥିକ ମନିଟରିଂ ବୋର୍ଡ, ଏହି ବ୍ୟାଙ୍କର କାର୍ଯ୍ୟ ଦକ୍ଷତା ସମୀକ୍ଷା କରିବା ବେଳେ ଜାଣିବାକୁ ପାଇଲା ଯେ ମାର୍ଚ୍ଚ ୨୦୨୨ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ଏହା PCA ନିୟମକୁ ଉଲ୍ଲଂଘନ କରି ନାହିଁ। ବିଭିନ୍ନ ପାରାମିଟରରେ ଏହାର କାର୍ଯ୍ୟଦକ୍ଷତା ବ୍ୟତୀତ ସର୍ବନିମ୍ନ ପୁଞ୍ଜି ନିୟମକୁ ପାଳନ କରିବା ବିଷୟରେ ବ୍ୟାଙ୍କ ଦେଇଥିବା ଲିଖିତ ନିଶ୍ଚିତତା ପରେ ବ୍ୟାଙ୍କକୁ PCAରୁ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ସମ୍ପତ୍ତି, ସର୍ବନିମ୍ନ ପୁଞ୍ଜି ରକ୍ଷଣା ବେକ୍ଷଣ ଏବଂ NPAର ପରିମାଣ ସମ୍ବନ୍ଧୀୟ ବ୍ୟାଙ୍କ ନିୟମାବଳୀକୁ ପାଳନ ନକରେ ତେବେ PCA ଫର୍ମାଟ୍ ପ୍ରୟୋଗ ହେବା ପରେ ସେହି ବ୍ୟାଙ୍କକୁ ଅନେକ ଉପାୟରେ ଖୋଲା ଲୋନ୍ ଦେବାକୁ ବାରଣ କରାଯାଇଛି ଏବଂ ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାର୍ଯ୍ୟ କରିବାକୁ ପଡିବ ।
ବ୍ୟାଙ୍କ ଆଣୁଥିବା ଅନେକ ନୂଆ ନୂଆ ନିୟମକୁ ସାଧାରଣ ଲୋକ ଜାଣି ପାରୁନାହାଁନ୍ତି, ଏଭଳି ବହୁତ ଲୋକ ଯେଉଁମାନେ ଖୋଜୁଛନ୍ତି ଏମିତି ଏକ ୱେବସାଇଟ ଯେଉଁଠି ସବୁ ନିୟମ ସମ୍ବନ୍ଧରେ ଅଧିକ କିଛି ତଥ୍ୟ ମିଳିପାରିବ ସେମାନେ ଆମ ୱେବସାଇଟରେ ଯୋଡ଼ି ହୋଇପାରିବେ।