Friday 26th April 2024
Chhello Showକୁ ଓସ୍କାର ପାଇଁ ପଠାଇବ ଭାରତ..

Chhello Showକୁ ଓସ୍କାର ପାଇଁ ପଠାଇବ ଭାରତ..

ଓସ୍କାରକୁ ଯିବ ଛେଲୋ ଶୋ

ଚଳିତ ବର୍ଷ ଅନେକ ହିଟ୍ ଫିଲ୍ମ ଆସିଲା । ବକ୍ସ ଅଫିସରେ ବି ଭଲ ଟଙ୍କା ଇନକମ୍ କଲା । ଭାରତର ଚଳିତ ବର୍ଷ ଅଧିକ ସଫଳତା ହାସିଲ କରିଥିଲା ସାଉଥ୍ ସିନେମା । ସାଉଥ୍ ସିନେମା ଯାହା ପ୍ୟାନ୍ ଇଣ୍ଡିଆ ତରଫରୁ ରିଲିଜ୍ କରାଯାଇଥିଲା । କିନ୍ତୁ ସବୁ ଧରଣର ଚଳଚିତ୍ର ଯେତେବେଳେ ସିନେମା ଘରେ ରିଲିଜ କରାଯାଏ । ତାକୁ ନେଇ ଫିଲ୍ମ ନିର୍ମାତା ମାନଙ୍କର ଅନେକ ଆଶା ରହିଥାଏ । ଯେମିତିକି ଫିଲ୍ମ ରେ ଯେତେ ଟଙ୍କା ଖର୍ଚ୍ଚ କରାଯାଇଛି ତାହା ଠୁ ଅଧିକ ଲାଭ ହେବା ଦରକାର । ଫିଲ୍ମ ଯଦି ସତରେ ନିଚ୍ଛକ କାହାଣୀ ଉପରେ ଥିବ ତାହାଲେ ତାହା ଓସ୍କାର ପର୍ଯ୍ୟନ୍ତ ଯାଇପାରୁଛି କି ନାହିଁ । ଏସବୁ ଉପରେ ଥାଏ ଫିଲ୍ମ ନିର୍ମାତଙ୍କର ଆଶା ।

କିନ୍ତୁ ଓସ୍କାର ରେସ୍ ରେ ଯିବା କଣ ଏତେ ସହଜ କଥା । ଏହି ଓସ୍କାର ଦୌଡରେ ଚଳିତ ବର୍ଷ ଭାରତ ତରଫରୁ ବିଭିନ୍ନ ଫିଲ୍ମ ଯିବ ବୋଲି ଚର୍ଚ୍ଚା ହେଉଥିଲା । ଭାରତର କେଉଁ ସିନେମା ଓସ୍କାରକୁ ଯିବ ତାହା ଉପରେ ଗତ କିଛି ଦିନରୁ ଲଗାତାର ଚର୍ଚ୍ଚା ଜାରି ରହିଛି । ବର୍ଷର ସବୁଠୁ ବଡ଼ ଫିଲ୍ମ ଦ କାଶ୍ମୀର ଫାଇଲ୍ସ ଏବଂ ଆରଆରଆର ମଧ୍ୟରେ କଡା ମୁକାବିଲା ହେବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଏବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବର୍ତ୍ତମାନ ଜଣାପଡିସାରିଛି ଯେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ କେଉଁ ଚଳଚିତ୍ରକୁ ଓସ୍କାର ପାଇଁ ପଠାଯିବ । ଦୁଇ ସିନେମାକୁ ପଛରେ ପକାଇ ଗୁଜରାଟୀ ସିନେମା ଛେଲୋ ଶୋ’ ବାଜି ମାରି ନେଇଛି । ଏବେ ଏହି ଫିଲ୍ମକୁ ଭାରତ ପକ୍ଷରୁ ଓସ୍କାରକୁ ପଠାଯିବ ।

ଓସ୍କାର ଏଣ୍ଡ୍ରି ପାଇଁ ଛେଲୋ ଶୋ’କୁ ଚୟନ କରାଯାଇଥିବା ମଙ୍ଗଳବାର ଦ ଫିଲ୍ମ ଫେଡରେଶନ ଅଫ୍ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି । ସାରା ଦୁନିଆର ଫିଲ୍ମ ସମୀକ୍ଷକ ଏହି ଗୁଜରାଟୀ ସିନେମାର ପ୍ରଶଂସା କରିଛନ୍ତି । ଏବେ ଏହାକୁ ଗୁଜରାଟ ଏବଂ ସାରା ଦେଶର ବଛାବଛା ସିନେମା ଘର ଗୁଡିକରେ ଅକ୍ଟୋବର ୧୪ ତାରିଖରେ ରିଲିଜ କରାଯିବ । ପ୍ୟାନ ନଲିନ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଭାବରୀ ରାୱରୀ, ଋତା ମୀଣା, ଦୀପେନ ରାୱଳ, ଭାବେଶ ଶ୍ରୀମାଳୀ ଏବଂ ପରେଶ ମେହତା ବଡ଼ ଭୂମିକାରେ ଅଭିନୟ କରିଛନ୍ତି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )