Sunday 4th June 2023
‘ଦିପାବଳୀରେ ସୁନାର ବର୍ଷା’ କଣ୍ଟେଷ୍ଟର ବିଜେତା ପାଇଲେ ସୁନା ମୁଦ୍ରା

‘ଦିପାବଳୀରେ ସୁନାର ବର୍ଷା’ କଣ୍ଟେଷ୍ଟର ବିଜେତା ପାଇଲେ ସୁନା ମୁଦ୍ରା

ପୂର୍ବରୁ ଆମେ ଏକ ଖବରରେ ପ୍ରକାଶ କରିଥିଲୁ, ଦୀପାବଳୀରେ ଜୀ ସାର୍ଥକରେ ପ୍ରଶାରିତ ସମସ୍ତ ଧାରାବାହିକ ମଧ୍ୟରେ ଦିଆଯାଉଥିବା ବିଜ୍ଞାପନରେ, ପଚରାଯାଇଥିବା ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଆପଣ ପାଇ ପାରିବେ ସୁନା । ତେବେ ବର୍ତ୍ତମାନ ଏହି ବିଜେତା ମାନଙ୍କୁ ମିଳିଛି ସୁନା ।ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ଦୀପାବଳୀ ଅବସରରେ ଆୟୋଜିତ ‘ଦୀପାବଳୀରେ ସୁନାର ବର୍ଷା’ ପ୍ରତିଯୋଗୀତାର ବିଜେତାମାନଙ୍କୁ ସ୍ଥାନୀୟ ଜୀ-ସାର୍ଥକର କର୍ପୋରେଟ ଅଫିସ ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୧ ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଜଗତସିଂହପୁରର ଶ୍ରୀମତୀ ଚପଳା ସ୍ଵାଇଁ  ୧୦ ଗ୍ରାମ ଓଜନର ସୁନା କଏନ୍ ପାଇ ଏହି କଣ୍ଟେଷ୍ଟର ମେଗା ବିଜୟିନୀ ହୋଇଛନ୍ତି।

ମନୋରଞ୍ଜନ ସହ ଏପରି ପ୍ରତିଯୋଗୀତାର ଆୟୋଜନ କରିବା ଦ୍ୱାରା ଜୀ-ସାର୍ଥକ ଦର୍ଶକମାନଙ୍କ ପାଇଁ  ଏକ ନୂଆ ପ୍ଲାଟଫର୍ମ ସୃଷ୍ଟି କରିବା ସହ ଆହୁରି ଅଧିକ ଆଦୃତ ହୋଇଛି ଏବଂ ଦର୍ଶକଙ୍କ ମନ ଜିଣିଛି ବୋଲି ବିଜେତାମାନେ ମତବ୍ଯକ୍ତ କରିଥିଲେ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଦୀପାବଳୀ ଅବସରରେ ଗତ ଅକ୍ଟୋବର ୧୪ ରୁ ୨୩ ଯାଏଁ ସନ୍ଧ୍ୟା ୫ ରୁ ରାତି ୧୦ ମଧ୍ୟରେ ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ଦିଦି ନମ୍ବର ୱାନ,  ବିଜୟିନୀ,  ଝିଲି,  ସୁନା ଝିଅ ସାଥିରେ,  ମା ଯାହାର ସାହା, ସର୍ବଜିତା ଅନୁ, ଭୋଳା ଓ ସାରେଗାମାପା ସ୍ଵରର ମହାମଞ୍ଚ ଆଦି ଧାରାବାହିକ ସମୟରେ ପ୍ରଶ୍ନଗୁଡିକ ପଚରା ଯାଇଥିଲା।

ମନୋରଞ୍ଜନର ନୂଆ ନୂଆ ରୂପ ସହ ଆଗାମୀ ଦିନରେ ଜୀ-ସାର୍ଥକ ଏପରି ଆହୁରି ଅନେକ ପ୍ରତିଯୋଗିତା ନେଇ ଆସିବ ବୋଲି ଜୀ-ସାର୍ଥକ ଟିମ୍ପକ୍ଷରୁ ସୂଚନା ଦିଆଯାଇଛି।

CATEGORIES
TAGS
Share This

COMMENTS

Wordpress (0)
Disqus ( )