Friday 19th July 2024
“ପ୍ରସ୍ଥାନମ୍” ଚଳଚ୍ଚିତ୍ର ମୁକ୍ତିଲାଭ କରିବ ଡ଼ିସେମ୍ବର ୧୬ରେ

“ପ୍ରସ୍ଥାନମ୍” ଚଳଚ୍ଚିତ୍ର ମୁକ୍ତିଲାଭ କରିବ ଡ଼ିସେମ୍ବର ୧୬ରେ

ରେନ୍ ଡ୍ରପ୍ ପିକ୍ଚରର୍ସ ଓ କ୍ରିଏଟିଭ୍ ଫିଲ୍ମସ୍  ପ୍ରଯୋଜିତ ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର  “ପ୍ରସ୍ଥାନମ୍” ଶୁଭ ମୁକ୍ତିଲାଭ କରିବାକୁ ଯାଉଛି ।  ଟ୍ରିଜର ଏବଂ ଅଡିଓ ରିଲିଜ ପରେ ପ୍ରଯୋଜନା ସଂସ୍ଥା ଅଣ୍ଟା ଭିଡିଛନ୍ତି ମୁକ୍ତିଲାଭ ପାଇଁ ।  ଏଥିରେ ସହଯୋଗୀ ଭାବେ ଡିଫିଲ୍ମସ୍ ଓ ସୃଜନ ଫିଲ୍ମସ୍ ଥିବା ବେଳେ ଚଳଚ୍ଚିତ୍ର ର ଗୀତ ଗୁଡିକ ଆମର ମ୍ୟୁଜିକ ୟୁଟ୍ୟୁବ ଚ୍ୟାନେଲରେ ବେଶ ଲୋକାଦୃତ ହୋଇସାରିଛି ।  ପ୍ରଥମ ଥର ପାଇଁ ଅମ୍ଲାନ ଓ ଶ୍ରଦ୍ଧାଙ୍କ ଯୋଡି ଓଡ଼ିଆ ଦର୍ଶକ ଦେଖିବାର ସୁଯୋଗ ପାଇବେ । କଲେଜ ଇଲେକ୍ସନରେ ଘଟୁଥିବା କିଛି ନିଚ୍ଛକ ସତ୍ୟ ଘଟଣାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି । ରେନଡ୍ରପ ପିକ୍ଚର ଓ ଏସ ଏସ କ୍ରିଏଟିଭ ଫିଲ୍ମ ମିଳିତ ସହଯୋଗରେ ନିର୍ମିତ ଏଇ ଚଳଚ୍ଚିତ୍ରରେ ସମ୍ପୂର୍ଣ୍ଣ ନିଆରା ଭୂମିକାରେ ଅଭିନେତା ପାର୍ଥସାରଥୀ  ଅଭିନୟ କରିଛନ୍ତି ।ୟଙ୍ଗ ସେନ୍ସେସନ୍ ତଥା ବହୁ ମ୍ୟୁଜିକ ଭିଡ଼ିଓ ର ନିର୍ଦ୍ଦେଶକ ରାଜା ଡି ଚଳଚ୍ଚିତ୍ର “ପ୍ରସ୍ଥାନମ୍” ର ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆସାଦ ନିଜାମ । ପ୍ରଯୋଜନା କରିଛନ୍ତି ରିଙ୍କୁ ରିନୁ ଜେନା ଏବଂ ଦେବେଶ ଚନ୍ଦ୍ର ଦାଶ ।  ଏହାର ସହ ପ୍ରଯୋଜନା ସୁଶୀଲ ବାରିକ କରିଥିବା ବେଳେ କାର‌୍ୟ୍ୟକାରୀ ପ୍ରଯୋଜନା ଭାର ଦୀପକ କୁମାର ଜେନା କାନ୍ଧେଇଛନ୍ତି । ଅଭିନୟ ରେ ସ୍ବର୍ଗତ ମିହିର ଦାସ, ମନୋଜ ମିଶ୍ର, ବଣ୍ଟି, ଉଷାସୀ ମିଶ୍ର, ଅମୀର ଏବଂ ରାଜସ୍ମିତା କର । ଚିତ୍ରତ୍ତୋଳନ ର ଭାର ଅକ୍ଷୟ କୁମାର ନାୟକ ନେଇଥିବା ବେଳେ ସମ୍ପାଦନା ଦାୟୀତ୍ୱ ରଞ୍ଜନ ଖଟେଇ ନେଇଛନ୍ତି । ପ୍ରଚାର ପ୍ରସାର ଦାୟୀତ୍ୱ ରେ ଅଛନ୍ତି ପ୍ରଣୟ ଜେଠୀ ।  ଚଳଚ୍ଚିତ୍ର ଟି ଏବର୍ଷର ନିଶ୍ଚୟ ଅନେକ ପ୍ରଶଂସା ସାଉଁଟିବା ସହିତ ଦର୍ଶକ ମାନଙ୍କ ମନକୁ ଛୁଇଁବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଆଶା ପ୍ରକାଶ କରାଯାଇଛି ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )