Thursday 25th April 2024
ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ମିଳିଲା ଅନୁମତି ବଢ଼ିବ ନିଯୁକ୍ତିର ସୁଯୋଗ

ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ମିଳିଲା ଅନୁମତି ବଢ଼ିବ ନିଯୁକ୍ତିର ସୁଯୋଗ

ଓଡ଼ିଶାରେ ରୋଜଗାର ପାଇଁ ସୁବିଧା ସୁଯୋଗ ନଥାଏ ବୋଲି ଅନେକ ସମୟରେ ଅଭିଯୋଗ ହୁଏ । ସାଧାରଣ ଲୋକ ନିଜ ପେଟପାଟଣା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତି । ତେବେ ଓଡ଼ିଶାରେ  କଣ ସତରେ ରୋଜଗାର କରିବାର ଉପାୟ ନାହିଁ, ନା ପ୍ରକୃତରେ ସଠିକ୍ ସୂଚନା ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ । ଆଜିର ସମୟରେ ଚାକିରି କରିବା ଏକ ବଡ଼ ସମସ୍ୟା କିନ୍ତୁ ତଥାପି ଆମ ରାଜ୍ୟ ଓଡ଼ିଶାରେ ସରକାର ଏହି ସମସ୍ୟା ର ଦୂରିକରଣ ପାଇଁ ବାହାର ରାଜ୍ୟ ସହିତ ବିଚାର ବିମର୍ଶ କରୁଛନ୍ତି । ଯାହାଫଳରେ ବିଦେଶୀ କମ୍ପାନୀ ଓ ଅନ୍ୟାନ୍ୟ ରାଜ୍ୟର ବଡ଼ ବଡ଼ ପ୍ରକଳ୍ପର କାମ ଆମ ରାଜ୍ୟକୁ ଆସୁଛି । ଏହା ଦ୍ୱାରା ଆମ ରାଜ୍ୟରେ ବି ଲୋକ ମାନେ ରୋଜଗାରକ୍ଷମ ହେଉଛନ୍ତି । ବର୍ତ୍ତମାନ ନୀତିଗତ ହିସାବରେ ପୁଣି ୧୦ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ତାହାଲେ ଚାଲନ୍ତୁ ନଜର ପକାଇବା କେଉଁ କେଉଁ ସେକ୍ଟରରେ ଆଗକୁ ବାହାରିବ ନିଯୁକ୍ତିର ସୁଯୋଗ ।() ୧୦ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୫୧୭୦ ଜଣଙ୍କ ନିମନ୍ତେ ପ୍ରତକ୍ଷ୍ୟ ନିଯୁକ୍ତି ସୃଷ୍ଟି ହେବା ସହ ୧୯୨୩.୬୦ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଲୋକସଭା ଭବନରୁ ଭିଡିଓ କନ୍‌ଫ୍ରେନ୍ସିଂରେ ଶୁକ୍ରବାର ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡ଼ିକର ବୈଷୟିକ ଓ ଆର୍ଥିକ ଦକ୍ଷତା ବିଷୟରେ କହିଥିଲେ ।Odisha Govt Approves Nine Investment Projects worth Rs.1411.58 Crore, to Create Job Opportunities for 2846 Persons – News Room Odisha

ଏହି ସେକ୍ଟର ଗୁଡ଼ିକରେ ମିଳିବ ନିଯୁକ୍ତି:

ପ୍ରକଳ୍ପ ଗୁଡ଼ିକ ମୁଖ୍ୟତଃ ଆଲୁମିନିୟମ ଓ ଷ୍ଟିଲ୍ ଡାଉନଷ୍ଟ୍ରିମ୍‌, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ତୈଳ ଓ ଗ୍ୟାସ, ଅଣପାରମ୍ପରିକ ଶକ୍ତି, କୃଷି ଉତ୍ପାଦନ ଓ ଖାଦ୍ୟ ପ୍ରକ୍ରିୟାକରଣ, ବୈଦୁତିକ ପଦାର୍ଥ ଉତ୍ପାଦନ, ପର୍ଯ୍ୟଟନ, ବୈଷୟିକ ବୟନ, ଭିତିଭୂମି, ରସାୟନ ଓ ମାନୁଫାକ୍‌ଚରିଂ ସେକ୍ଟର ଅନ୍ତର୍ଭୁକ୍ତ ।Central Bank of India SO Recruitment 2022: New vacancies announced for 19 posts at centralbankofindia.co.inଏହି ସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ଆର୍ଥିକ ପ୍ରଗତିରେ ମଧ୍ୟ ସହାୟକ ହେବ । ପ୍ରକଳ୍ପ ଗୁଡ଼ିକୁ ନୀତିଗତ ଅନୁବୋଦନ ଦେଇ ସେଗୁଡ଼ିକର ସମୟାନୁବନ୍ଧିତ କ୍ଷେତ୍ରାନ୍ୱୟର ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ ।  Steel and Food Processing are among the six industrial projects approved by the SLSWCA committee of the Government of Odisha | Global Prime News

CATEGORIES
TAGS
Share This

COMMENTS

Wordpress (0)
Disqus (0 )