Monday 18th March 2024
ବିଜନେସ୍ ଟ୍ରାନ୍ସଫରମେସନ କରି ଆପଣ ମଧ୍ୟ ପାଇ ପାରିବେ ଅନେକ ଲାଭ

ବିଜନେସ୍ ଟ୍ରାନ୍ସଫରମେସନ କରି ଆପଣ ମଧ୍ୟ ପାଇ ପାରିବେ ଅନେକ ଲାଭ

ଆଜିର ସମୟରେ ପ୍ରତ୍ୟେକ ଟି ବ୍ୟକ୍ତି ଇଣ୍ଟରନେଟ୍‌ର ବ୍ୟବହାର କରୁଛନ୍ତି । ଯେଉଁ କାରଣରୁ ପ୍ରତ୍ୟେକ ଟି ବ୍ୟକ୍ତିଙ୍କୁ ନିଜ ପାଖରେ ସବୁ ଜିନିଷ ଦରକାର ହୋଇଥାଏ । ସେଥିପାଇଁ ଉଦାହରଣ ଭାବେ ଲୋକଙ୍କୁ ଭୋକ ଲାଗିଲେ ସେ ଜୋମାଟୋ କିମ୍ବା ସ୍ୱିଗିର ବ୍ୟବହାର କରୁଛନ୍ତି । ସେହିଭଳି ଦୂରକୁ ଯିବାର ଥିଲେ ଓଲା କିମ୍ବା ଉବେର ବ୍ୟବହାର କରୁଛନ୍ତି । ପୂର୍ବ ଆର୍ଟିକିଲରୁ ଆପଣ ଜାଣି ପାରିଥିବେ କି ବିଜନେସ୍‌ରେ କେଉଁ ଷ୍ଟ୍ରାଟେଜୀ ଏବଂ କେଉଁ ମଡେଲ ଆପଣାଇ ଆପଣଙ୍କ ବିଜନେସ୍‌କୁ ଆଗକୁ ବଢ଼େଇ ପାରିବେ । ଆଜି ଆମେ ଏହି ଆର୍ଟିକିଲ୍ ମାଧ୍ୟମରେ ଆପଣଙ୍କୁ ଜଣାଇବୁ ଡିଜିଟାଲ ବିଜନେସ୍ ଟ୍ରାନ୍ସଫର୍ମେସନର କିଛି ଉଦାହରଣ ସମ୍ବନ୍ଧରେ ।Senior Executive Certificate in Business Transformation Strategies Batch-2 - XLRI -Xavier School of Management

ଡିଜିଟାଲ ବିଜନେସ୍ କଣ?

ନିଜର ସ୍କିଲକୁ ଲୋକଙ୍କ ସାମ୍ନାରେ ଲୋକଙ୍କ ହିତ ପାଇଁ ଅନଲାଇନ୍‌କୁ ଆଣିବା ହେଉଛି ଡିଜିଟାଲ ବିଜନେସ୍ । ନିଜ ଅଫଲାଇନ୍ ପ୍ରଡକ୍ଟକୁ ଅନଲାଇନ୍ କୁ ଆଣି ଲୋକ ମାନଙ୍କ ଆବଶ୍ୟକତା ଅନୁସାରେ ଲୋକମାନଙ୍କୁ ବିକିବାକୁ ମଧ୍ୟ ଡିଜିଟାଲ ବିଜନେସ୍ କୁହାଯିବ ।

ପ୍ରକୃତରେ କହିବାକୁ ଗଲେ କରୋନା ମହାମାରୀ ହିଁ ବ୍ୟବସାୟୀ ମାନଙ୍କୁ ଡିଜିଟାଲ ବିଜନେସ୍ କରିବାକୁ ପ୍ରେରଣା ଦେଇଛି । କାରଣ କରୋନା କାଳରେ ଯେତେବେଳେ ସବୁ ବିଜନେସ୍ ବନ୍ଦ ହୋଇଯାଇଥିଲା, ସେତେବେଳେ ଅନଲାଇନ୍‌ରେ ଲୋକ ବେଶୀ ଅକ୍ଟିଭ ରହୁଥିଲେ । ତେଣୁ ଅନ୍‌ଲାଇନ୍‌ରେ କୌଣସି ବି ଜିନିଷ ବିକ୍ରି କରିଲେ ଲୋକ ମାନେ କିଣୁଥିଲେ, ଯାହା ଦ୍ୱାରା ବ୍ୟବସାୟୀ ମାନେ ଗ୍ରାହକଙ୍କ ଆଗ୍ରହ ବିଷୟରେ ଜାଣିପାରୁଥିଲେ ଓ ଭଲ ଲାଭରେ ମଧ୍ୟ ରହୁଥିଲେ । Digital Transformation (DT) ଗୋଟିଏ ଏଭଳି ଜିନିଷ ଯେଉଁଥିରେ ଲୋକମାନେ ଦୂରରେ ଥାଇ ନିଜ ପ୍ରଡକ୍ଟ ବିଷୟରେ ସବୁ ତଥ୍ୟ ରଖିପାରିବେ ଏବଂ ଦେଖିପାରିବେ । ଯେଉଁ ପକ୍ରିୟାରୁ ଓହରି ଯିବା ନିଜ ବିଜନେସ୍ ପାଇଁ ଖରାପ ସାବ୍ୟସ୍ତ ହେବ । ଏହା ଦ୍ୱାରା ପ୍ରତ୍ୟେକଟି ଗ୍ରାହକ ଆପଣଙ୍କ ଉପରେ ସହଜରେ ବିଶ୍ୱାସ କରିପାରିବେ ।

ଆଜିର ସମୟରେ ଯେଉଁ କମ୍ପାନୀ ଅଫ୍‌ଲାଇନ୍ ବିଜନେସ୍ ଚଳାଉଛନ୍ତି ସେମାନଙ୍କ ତୁଳନାରେ ଡିଜିଟାଲି ନିଜ ବିଜନେସ୍ ଚଳାଉଥିବା ବ୍ୟକ୍ତି ୨୩% ଅଧିକ ଲାଭରେ ରହୁଛନ୍ତି । ଗୋଟିଏ ବିଜନେସ୍‌ରେ ପରିବର୍ତ୍ତନ କରିବା ଦ୍ୱାରା ତାହା ଡିଜିଟାଲ ଅର୍ଥନୀତିରେ ଭଲ ପ୍ରଦର୍ଶନ କରେ, ମାତ୍ର ତାହା ଏତେ ସହଜ କାମ ହୋଇନଥାଏ । ଏଥିପାଇଁ ଦରକାର ହୁଏ innovation, leadership, technology, and vision। ଏହା ଏକ ଟେକ୍ନିକାଲ ଖେଳ ହୋଇଥାଏ। ତେଣୁ ଯେଉଁ କମ୍ପାନୀ ଗୁଡ଼ିକ ଡିଜିଟାଲାଇଜେସନ୍ ଗ୍ରହଣ କରିଥାନ୍ତି ସେମାନେ ଯଥେଷ୍ଟ ସୁବିଧା ଯୋଗାଇଥାନ୍ତି ଏବଂ ଡିଜିଟାଲ ଟ୍ରାନ୍ସଫର୍ମେସନ୍ରେ ଏକ ଉଦାହରଣ ସୃଷ୍ଟି କରିଥାନ୍ତି ।

ଡିଜିଟାଲ ଟ୍ରାନ୍ସଫରମେସନ୍ କଣ?

ଲୋକ ମାନଙ୍କ ସୁବିଧା ପାଇଁ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାର କରି ବିଜନେସ୍‌ର କୌଣସି ପ୍ରକ୍ରିୟା, କୌଣସି ସଂଗଠନ କିମ୍ବା ଗ୍ରାହକଙ୍କ ଅଭିଜ୍ଞତାରେ କିଛି ନୂଆ ତିଆରି କରିବା କିମ୍ବା ଯାହା ଅଛି ସେଥିରେ କିଛି ପରିବର୍ତ୍ତନ କରି ଲୋକଙ୍କ ସାମ୍ନାକୁ ଆଣିବା ହେଉଛି ଡିଜିଟାଲ ଟ୍ରାନ୍ସଫର୍ମେସନ୍। ଡିଜିଟାଲ ଟ୍ରାନ୍ସଫର୍ମେସନ୍ କୁ ବିଜନେସ୍‌ର ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ଏକୀକରଣ ଭାବରେ ବାଖ୍ୟା କରାଯାଇଛି । ଏହା ବ୍ୟତିତ ଆପଣଙ୍କ କମ୍ପାନୀରେ ହେଉଥିବା କାମକୁ ଟେକ୍ନୋଲୋଜିର ବ୍ୟବହାର କରି ପରିବର୍ତ୍ତନ ଆଣୁଛନ୍ତି କିମ୍ବା ଗ୍ରାହକଙ୍କୁ ଆପଣ ଯେଉଁ ପ୍ରଡକ୍ଟ କିମ୍ବା ସର୍ଭିସ୍ ଯୋଗାଉଛନ୍ତି ସେଥିରେ କିଛି ପରିବର୍ତ୍ତ ଆଣୁଛନ୍ତି ତେବେ ଏହାକୁ ଡିଜିଟାଲ ଟ୍ରାନ୍ସଫର୍ମେସନ୍ କୁହାଯିବ । ଯେହେତୁ ଏହା ମଧ୍ୟରେ ଅନେକ କାରଣ ରହିଛି ଯାହାକି ଡିଜିଟାଲାଇଜେସନ୍‌କୁ ଚଳାଉଥାଏ ତେଣୁ ଏଥିରେ କିଛି ଜିନିଷ ଅନ୍ତଭୁକ୍ତ ରହିଛି ଯେମିତି କି:

• ଟେକ୍ନୋଲୋଜି- ଏହା କୌଣସି ବି ବ୍ୟବସାୟ ଉପରେ ପ୍ରଭାବ ପକାଇଥାଏ, ଯାହାଫଳରେ କମ୍ପାନୀର ଅନେକ ଲାଭ ହୋଇଥାଏ ।
• ଡିମାଣ୍ଡ- ଗ୍ରାହକ ମାନଙ୍କ ଡିମାଣ୍ଡ, ଏବଂ ସେମାନେ ଯେଉଁ ପ୍ରଡକ୍ଟ କିମ୍ବା ସର୍ଭିସ ଆପଣଙ୍କ ଠାରୁ ନେବାକୁ ଚାହୁଁଛନ୍ତି ତାହା ପୂରା କରିବା ଗୋଟିଏ ଭଲ କମ୍ପାନୀର କାମ ହେବା ଉଚିତ୍ ।
• ବ୍ୟବହାର- ଗ୍ରାହକ ମାନେ ଆପଣଙ୍କ ବ୍ୟବହାରରୁ ମଧ୍ୟ ଆକାର୍ଷିତ ହୋଇଥାନ୍ତି । ଯେତେବେଳେ ବି ଗୋଟିଏ ଗ୍ରାହକ ସପିଂ କରିବାକୁ ଆସେ ବ୍ୟବହାରକୁ ପ୍ରଥମେ ଦୃଷ୍ଟି ପକେଇଥାଏ ।

ଡିଜିଟାଲ ଟ୍ରାନ୍ସଫର୍ମେସନ୍ର ୫ଟି ମୂଖ୍ୟ ଉପାଦାନ କଣ?

ଡିଜିଟାଲ ଟ୍ରାନ୍ସଫର୍ମେସନ୍ ର ୫ଟି ମୂଖ୍ୟ ଉପାଦାନ ରହିଛି ଯାହା ଦ୍ୱାରା ବିଜନେସ୍ ଗଢ଼ିବାରେ ସହଜ ହୋଇଥ।।ଏ । ଯାହା କି:

୧. ଗୋଟିଏ ଡିଜିଟାଲ ବିଜନେସ୍ ଷ୍ଟ୍ରାଟେଜି ଯୋଜନା (Plan a Digital Business Strategy)
ଗୋଟିଏ ପ୍ରଭାବଶାଳୀ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଷ୍ଟ୍ରାଟେଜିକୁ ବର୍ଣ୍ଣନା କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଯାହା କି ଆପଣଙ୍କ ବିଜନେସ୍‌ର ଶେଷ ଲକ୍ଷ୍ୟକୁ ବର୍ଣ୍ଣନା କରେ ।

୨. ଉପଯୁକ୍ତ ଗ୍ରାହକ ଏନ୍‌ଗେଜମେ (Proper Customer Engagement)
ଆପଣଙ୍କ ବିଜନେସ୍‌ରେ ଗ୍ରାହକଙ୍କ ଆବଶ୍ୟକତାକୁ ବୁଝିବା ଏବଂ ସେମାନଙ୍କ ଆବଶ୍ୟକତା ଅନୁସାରେ ସେବା ଯୋଗାଇବା କାର୍ଯ୍ୟ ହେବା ଦରକାର ।

୩. ପ୍ରକ୍ରିୟାକୁ ବାଖ୍ୟା କରିବା( Define the Process)
ଗୋଟିଏ ସଫଳ ଡିଜିଟାଲ ଟ୍ରାନ୍ସଫର୍ମେସନ୍ ସୃଷ୍ଟି କରିବା ପ୍ରକ୍ରିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

୪. ସଠିକ୍ ଉପକରଣ ଓ ପ୍ରଯୁକ୍ତି ବିଦ୍ୟାକୁ କାର୍ଯ୍ୟକାରୀ (Implement the right tools & Technology)
ଗ୍ରାହାକ ମାନଙ୍କର ଭଲ ଅଭିଜ୍ଞତା ଚାହୁଁଥିଲେ ପ୍ରଥମେ ଆପଣଙ୍କୁ ବିଜନେସ୍ ଉପରେ ଆଧାର କରି ସଠିକ୍ ଉପକରଣ ଓ ପ୍ରଯୁକ୍ତି ବିଦ୍ୟାକୁ କାର୍ଯ୍ୟକାରୀ କରିବା ଉଚିତ୍ ।

୫. ତଥ୍ୟ ଚାଳିତ ନିଷ୍ପତି (Make Data-Driven Decisions)
ଡାଟା ଏବଂ ଆନାଲିଟିକ୍ସ ବ୍ୟବହାର କରିବା ଦ୍ୱାରା ଜ୍ଞାନ ସୃଷ୍ଟି ହୁଏ ଯାହାକି ପ୍ରମାଣ ଆଧାରିତ ନିଷ୍ପତି ନେବାରେ ସାହାର୍ଯ୍ୟ କରେ ।9 Key Digital Transformation Goals & Objectives (2023)

ଡିଜିଟାଲ ଟ୍ରାନ୍ସଫର୍ମେସନର ୪ଟି ସର୍ବୋତ୍ତମ ଉଦାହରଣ:

ଠିକ୍ ଟ୍ରାନ୍ସଫର୍ମେସନ୍ ହେଲେ ଡିଜିଟାଲ ପରିବର୍ତ୍ତନ ବିଜନେସ୍‌କୁ ଗୋଟିଏ ନୂଆ ସ୍ଥରକୁ ନେଇଯାଏ । ଯଦି ଆପଣଙ୍କ ପାଖରେ କୌଣସି ଡିଜିଟାଲ ଟ୍ରାନ୍ସଫର୍ମେସନର ଆଇଡିଆ ନାହିଁ ତେବେ ଆପଣ ଡିଜିଟାଲ ଟେକ୍ନୋଲୋଜିର କିଛି ଉଦାହରଣକୁ ଦେଖିପାରିବେ । ଗ୍ଲୋବାଲ ମାର୍କେଟରେ କେମିତି ପ୍ରତିଦ୍ୱନ୍ଦିତା କରିପାରିବେ ତା’ ଉପରେ ଆପଣଙ୍କୁ ନଜର ରଖିବାକୁ ପଡ଼ିବ । ଏଭଳି ଅନେକ କମ୍ପାନୀ ଅଛି ଯେଉଁ ଗୁଡ଼ିକ ଡିଜିଟାଲ ଟେକ୍ନୋଲୋଜିରେ ଗୋଟିଏ ଭଲ ଉଦାହରଣ ସୃଷ୍ଟି କରିପାରିଛନ୍ତି । ଡିଜିଟାଲ ଟ୍ରାନ୍ସଫର୍ମେସନ୍ ଆଇଡିଆ ସହିତ କମ୍ପାନୀ ଗୁଡି଼କ କେଉଁ ପ୍ରକ୍ରିୟାରେ ଆସିଛନ୍ତି ଓ କେମିତି ଫଳାଫଳ ହାସଲ କରିଛନ୍ତି ତାହା ଜାଣିବା ନିହାତି ଆବଶ୍ୟକ । ଏହାର ସବୁଠାରୁ ଭଲ ଟି ଉଦାହରଣ ହେଲେ:୧. BFSI –ବାଣିଜିକ ବ୍ୟାଙ୍କ ଅଫ୍ କୁଏତ (CBK) ଭିଡିଓ ଚାର୍ଟ ବ୍ୟବହାର (BFSI) – Commercial Bank Of Kuwait (CBK) Use Of Video Chat):

ବ୍ୟାଙ୍କିଙ୍ଗ୍‌, ଆର୍ଥିକ ସେବା ଓ ବୀମା (BFSI) କ୍ଷେତ୍ରଗୁଡ଼ିକ ପାଇଁ ଡିଜିଟାଲ ପରିବର୍ତ୍ତନ କରୁଛି । ଦୀର୍ଘ ଦିନର ବ୍ୟବସାୟୀକ ସମ୍ପର୍କ ଗଢ଼ିବା ପାଇଁ ସେମାନେ ଭିଡିଓ କୋଲାବ୍ରେସନ ଉପରେ ନିର୍ଭର କରନ୍ତି । Commercial Bank Of Kuwait (CBK) ଡିଜିଟାଲ ଟ୍ରାନ୍ସଫର୍ମେସନକୁ ନେଇ ଗୋଟିଏ ଭଲ ଉଦାହରଣ ଅଟେ । ଅନଲାଇନ୍ ବ୍ୟାଙ୍କିଙ୍ଗ ଅପରେସନ୍ ମାଧ୍ୟମରେ ଉପଭୋକ୍ତା ଯୋଗଦାନ ବୃଦ୍ଧି କରିବା ଏବଂ ଏକ ଉନ୍ନତ ଡିଜିଟାଲ ବ୍ୟାଙ୍କିଙ୍ଗ ଅଭିଜ୍ଞତାର ସୁଯୋଗ ଦେବା ସେମାନଙ୍କର ମୂଳ ଲକ୍ଷ୍ୟ ଅଟେ । ଏନେଇ ବ୍ୟାଙ୍କ ଅନଲାଇନ୍ ଯୋଗଦାନ ବୃଦ୍ଧି କରିଛି ଏବଂ ସମସ୍ୟାର ସମାଧାନ ପାଇଁ ଟଚ୍ ପଏଣ୍ଟ ସଂଖ୍ୟା ହ୍ରାସ କରିଛି ।
୨. ଭର୍ଚୁଆଲ୍ ସହଯୋଗ – CXର ଉନ୍ନତି ପାଇଁ କୋ-ବ୍ରାଉଜିଂ ବ୍ୟବହାର- Virtual Collaboration- Use co-browsing to improve CX:

ଉନ୍ନତ କୋ-ବ୍ରାଉଜିଂ ସମାଧାନ ବ୍ୟବହାର କରିବା ଦ୍ୱାରା ଏଜେଣ୍ଟ ମାନେ ଗ୍ରାହକ କଣ ଦେଖୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରୁଥାନ୍ତି । ଯାହାକି ଭୁଲ ଲିଙ୍କ୍‌?, ଭୁଲ୍ ଟ୍ୟାବ୍‌?କିମ୍ବା ଭୁଲ୍ ୱେବସାଇଟ୍‌? ସମ୍ପୂର୍ଣ୍ଣ ତଥ୍ୟ ଜାଣି ହୁଏ ।
co-browsing for mobile apps- ବିଶ୍ୱବ୍ୟାପୀ, ସମସ୍ତ ଇଣ୍ଟରନେଟ୍ ବ୍ୟବହାରର ୭୫% ମୋବାଇଲରୁ ହିଁ ହେଉଛି । କୋ ବ୍ରାଉଜିଂ ଟେକ୍ନୋଲୋଜି ନୂଆ ଲୋକଙ୍କ ଦ୍ୱାରା ଗ୍ରହଣ କରାଯାଉଛି । ଯେଉଁଠାରେ ମୋବାଇଲ୍ ଆପ୍‌ର ରିଅଲ୍ ସମୟ ଗ୍ରାହକଙ୍କ ସମର୍ଥନରେ ଦିଆଯାଉଛି ।

୩. ଖାଦ୍ୟ ଓ ପାନୀୟ- ଡୋମିନସ୍ ଚାର୍ଟବଟ୍ କାର୍ଯ୍ୟକାରିତା- Food & Beverage- Domino’s Chatbot Implementation:

Artificial Intelligence (AI) ସକ୍ଷମ ଚାଟ୍‌ବୋଟ୍ସ କମ୍ପାନୀ ମାନଙ୍କୁ ଖାଦ୍ୟ ନିରାପତ୍ତାର ଉଚ୍ଚ ସ୍ତରରେ ପହଞ୍ଚିବାରେ ସାହାର୍ଯ୍ୟ କରିଥାଏ । ଖାଦ୍ୟ ପ୍ରକ୍ରିୟା କରଣ ବିଭିନ୍ନ ପର୍ଯ୍ୟାୟରେ ଖର୍ଚ୍ଚ ହ୍ରାସ କରିଥାଏ । ଡିଜିଟାଲ ଟ୍ରାନ୍ସଫର୍ମେସନ ଏହାର ଲାଭକୁ ବ୍ୟବହାର କରି ଖାଦ୍ୟ ଏବଂ ପାନୀୟ ଶିଳ୍ପର ସର୍ବାଧିକ ଆଶାକୁ ବଢ଼େଇପାରେ । ଏହାର ଗୋଟିଏ ଭଲ ଉଦାହରଣ ହେଉଛି ଡୋମିନସ୍ । ଡୋମିନସ୍ ପିଜ୍ଜା ହେଉଛି ବିଶ୍ୱର ସବୁଠାରୁ ପସନ୍ଦର ପିଜ୍ଜା ତିଆରି କରୁଥିବା ବ୍ରାଣ୍ଡ ଯାହାକି, ଡିଜିଟାଲ ଟ୍ରାନ୍ସଫର୍ମେସନରେ ଏକ ଉଦାହରଣ ସୃଷ୍ଟି କରିଛି । ଏହାର ଲକ୍ଷ ଥିଲା ଗ୍ରାହକ ମାନଙ୍କୁ ସିଧାସଳଖ ଗରମ ଓ ସତେଜ ପିଜ୍ଜା ପଠେଇବା । ସେମାନେ Artificial Intelligence (AI) ଏବଂ ଚାର୍ଟବୋଟ୍ ଟେକ୍ନୋଲୋଜି ଦ୍ୱାରା ଯେକୌଣସି ସମୟରେ ଫେସ୍‌ବୁକ୍ ମେସେଞ୍ଜର ଓ କଥା ହୋଇ ପାରିବାର ସୁବିଧା ଯୋଗାଇଲେ । ଯାହା ଦ୍ୱାରା ଯେଉଁ ବ୍ୟକ୍ତିଙ୍କ ପାଖରେ ଡୋମିନସ୍ ପିଜ୍ଜାର ଆକାଉଣ୍ଟ ଅଛି ସେ ଫେସ୍‌ବୁକ୍ ମେସେଞ୍ଜର ସାହାର୍ଯ୍ୟରେ ପୂର୍ବରୁ କରିଥିବା ଅର୍ଡରକୁ ଆଉଥରେ ଅର୍ଡର କରି ପାରିବେ ନିଜ ଦରକାର ମୁତାବକ । ଏହା ବ୍ୟତୀତ ପିଜ୍ଜା ତିଆରି କରିବା ଠାରୁ ପହଞ୍ଚିବା ପର୍ଯ୍ୟନ୍ତ କୌଣସି ଲୋକ ଲୋକେସନ୍ ଟ୍ରାକ ମଧ୍ୟ କରିପାରିବେ ।

୪. ରିଟେଲ- ନାଇକ୍‌ର ଇକମର୍ସ ଷ୍ଟ୍ରାଟେଜି- Retail- Nike’s eCommerce Strategy:

ରିଟେଲ ଶିଳ୍ପ ଗୁଡ଼ିକରେ ଡିଜିଟାଲ ପରିବର୍ତ୍ତନ ଅର୍ଥ ନୂଆ ସେବା, ଟେକ୍ନୋଲୋଜି ବ୍ୟବହାର କରି ଉନ୍ନତ କାର୍ଯ୍ୟକାରିତା କରିବା । ଟେକ୍ନୋଲୋଜି ବ୍ୟବହାର କରି କିପରି ଭଲ ମାର୍ଜିନ ରଖିବ ଏବଂ କିପରି ଗ୍ରାହକଙ୍କୁ ନିଜ ପ୍ରଡକ୍ଟ ପାଖକୁ ଆକର୍ଷିତ କରିବ, ତାହା ହେୁଛି ଗୋଟିଏ ରିଟେଲର କାମ । ଡିଜିଟାଲ ଟ୍ରାନ୍ସଫର୍ମେସନର ଉଦାହରଣ ଭାବେ ଆମେ ନାଇକ୍‌କୁ ନେଇ ପାରିବା । ନାଇକ୍ ଗୋଟିଏ ଏଭଳି ବ୍ରାଣ୍ଡ ଯିଏକି ଯୋତା ଏବଂ କପଡ଼ା ତିଆରି କରେ । କିନ୍ତୁ ପ୍ରଥମରୁ ଏହି ବ୍ରାଣ୍ଡ ବହୁତ ଅଳସୁଆ ଥିଲା, ତେଣୁ ସେ ଡିଜିଟାଲ ଟ୍ରାନ୍ସଫର୍ମେସନର ସାହାର୍ଯ୍ୟ ନେଲା ଯାହା ଫଳରେ ନାଇକ୍‌ର ଗୋଟିଏ ଭଲ ବ୍ରାଣ୍ଡ ହୋଇପାରିଲା, ଭଲ ଗ୍ରାହକ ସୃଷ୍ଟି ହୋଇପାରିଲେ ଓ ସପ୍ଲାଏ ଚେନ୍ ମଧ୍ୟ ସୃଷ୍ଟି ହୋଇପାରିଲା । ଏହା ପରେ କମ୍ପାନୀ ଧ୍ୟାନ ଦେଲା ଇକମର୍ସ ଷ୍ଟ୍ରାଟେଜୀ ଉପରେ ଯାହା ଫଳରେ ସେ ଗୋଟିଏ ଭଲ ଡିଜିଟାଲ କମ୍ପାନୀ ଛିଡ଼ା କରି ପାରିଲା । ଯାହା ଦ୍ୱାରା ପରବର୍ତ୍ତୀ ସମୟରେ ନାଇକ୍ ନିଜର ଷ୍ଟୋର କରି ପାରିଲା ଏବଂ ନେକ ନୂଆ ଗ୍ରାହକ ଆଣି ପାରିଲା ଏବଂ ଅନେକ ଳୋକଙ୍କୁ ସୁଯୋଗ ମିଳି ପାରିଲା ସେହି କମ୍ପାନୀରେ କାମ କରିବାକୁ ଯାହା ଫଳରେ ଉଭୟ ଯାଗାରେ ଭଲ ଗ୍ରାହକ ସେ ସୃଷ୍ଟି କରି ପାରିଲା ।

CATEGORIES
TAGS
Share This

COMMENTS

Wordpress (0)
Disqus ( )