Thursday 25th April 2024
ହ୍ୱାଟସଆପକୁ ନିଜ ବିଜନେସ୍ ରେ କରନ୍ତୁ ଏହିଭଳି ବ୍ୟବହାର

ହ୍ୱାଟସଆପକୁ ନିଜ ବିଜନେସ୍ ରେ କରନ୍ତୁ ଏହିଭଳି ବ୍ୟବହାର

ହ୍ୱାଟସଆପ୍ ଏକ ମେସେଞ୍ଜର୍ ଆପଲିକେସନ୍ । ଯାହାର ଉପଯୋଗ ମେସେଜ୍,ଓଡିଓ କଲ୍,ଭିଡିଓ କଲ୍ ଆଦିରେ କରାଯାଏ । ଏହା ବ୍ୟତୀତ ଆମେ ହ୍ୱାଟସଆପ୍ ଜରିଆରେ ଫୋଟ, ଭିଡିଓ, ଡକ୍ୟୁମେଣ୍ଟ ଆଦି ବି ସେୟାର କରିପାରିବେ । ଏସବୁ ଜିନିଷ ଦ୍ୱାରା ଆମକୁ ସୋସିଆଲ ଜୀବନରେ ବହୁତ ସାହାର୍ଯ୍ୟ ମିଳେ । ଆମେ ସହଜରେ ଅନ୍ୟମାନଙ୍କ ସହ ଗୋଟିଏ ନୁହେଁ ଅସଂଖ୍ୟ ଜିନିଷ ସେୟାର କରିପାରୁଛୁ । କିନ୍ତୁ କଣ ଆପଣ ଜାଣନ୍ତି କି? ଏହି ହ୍ୱାଟସଆପ୍ ର ଫାଉଣ୍ଡର କିଏ ? ହ୍ୱାଟସଆପ୍ କୁ Brian Acton ଓ Jan Koum ମିଶି ବନାଇଥିଲେ । ଏହି ଆପଲିକେସନ୍ କୁ ୨୦୦୯ରେ ବନାଯାଇଥିଲା । ଆଉ ଆଜିର ସମୟରେ ଏହା ବହୁତ ହିଁ ପପୁଲାର୍ ।WhatsApp Business Vs WhatsApp: Differences explained - Gizbot News

ହ୍ୱାଟସଆପ୍ ବିଜନେସ୍ ଆପ୍ କଣ ?

ହ୍ୱାଟସଆପ୍ ବିଜନେସ୍ ଆପର ବ୍ୟବହାର ଛୋଟ ବିଜନେସ୍ ପାଇଁ କରାଯାଇଥାଏ । ଏହା ଏକ Android application। କିନ୍ତୁ ଏହା ସବୁ ପ୍ଲାଟଫର୍ମରେ ଉପଲବ୍ଧ । ହେଲେ ସବୁଠୁ ଭଲ କଥା ହେଲା-ବିଜନେସ୍ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ ତାହା ପୁଣି ସଂମ୍ଫର୍ଣ୍ଣ ମାଗଣାରେ । ଏଥିରେ କିଛି ଏମିତି ଫିଚର୍ସ ଅଛି ଯାହା ଗ୍ରାହକଙ୍କୁ ଆପେ ଆପେ ରିପ୍ଲାଏ କରିଦିଏ । ଆପଣଙ୍କୁ ମେସେଜ୍ କରୁଥିବା ଗ୍ରାହକଙ୍କୁ ରିପ୍ଲାଏ ଆପଣ ନ ଦେଖି ବି ଦେଇପାରିବ ଏହି ଆପ୍ ମାଧ୍ୟମରେ। କିନ୍ତୁ ଆପଣ ଭାବୁଥିବେ ଏସବୁ କେଉଂ କେଉଁ ଉପାୟରେ କରାଯାଉଥିବ ।

୧- Account Profile –ହ୍ୱାଟସଆପ୍ ବିଜନେସ୍ ଆପଲିକେସନ୍ ରେ ଆପଣ ନିଜ ବିଜନେସ୍ ର ପୁରା ପ୍ରୋଫାଇଲ୍ ତିଆରି କରିପାରିବେ । ପ୍ରୋଫାଇଲ୍ କରିବା ବହୁତ ହିଁ ସହଜ । ଆପଣ ସେଟିଙ୍ଗକୁ ଯାଆନ୍ତୁ ପ୍ରୋଫାଇଲ୍ ର ବିକଳ୍ପ ବାଛନ୍ତୁ ଓ ଏକ ଲେଖା ଷ୍ଟାଇଲ୍ ପ୍ରସ୍ତୁତ କରନ୍ତୁ । ଯାହା ଦ୍ୱାରା ସେହି ମେସେଜ୍ ଟି ଆପଣଙ୍କ ଗ୍ରାହକଙ୍କୁ ସିଧାସଳଖ ଯିବ । ଏହାଦ୍ୱାରା ଆପଣଙ୍କର ପ୍ରତ୍ୟେକ ଗ୍ରାହକଙ୍କୁ ନିଜ ବିଜନେସ୍ ସମ୍ବନ୍ଧିତ ମେସେଜ୍ ପଠାଇପାରିବେ ।

୨- Business Category –ଏହି ଫିଚର ଦ୍ୱାରା ଆପଣଙ୍କ ବିଜନେସ୍ ପ୍ରଫାଇଲ୍ କୁ ଯିଏ ବି ଦେଖିବ ତାକୁ ଜଣାପଡିଯିବ ଯେ ଆପଣଙ୍କ ବିଜନେସ୍ କେଉଁ ସମ୍ଭନ୍ଧିତ ରହିଛି । କାହିଁକି ନା ଏଥିରେ ଆପଣ ନିଜ ବିଜନେସ୍ ର କ୍ୟାଟାଗରୀ କୁ ଚୟନ କରିପାରିବେ । ଧରାଯାଉ ଆପଣଙ୍କର କିଛି ହେଲଥ୍ ବିଜନେସ୍ ଅଛି, ତାହାଲେ ଆପଣ କ୍ୟାଟାଗରୀ ହେଲଥ୍ ଚୟନ କରିପାରିବେ । ତେଣୁ ନିଜ ବିଜନେସ୍ ମୁତାବକ ହିଁ ଚୟନ କରନ୍ତୁ ।

୩- Description- ନିଜ ବିଜନେସ୍ ସମ୍ବନ୍ଧିତ ସୂଚନା ଦିଅନ୍ତୁ ଡେସକ୍ରିପସନରେ । ଅର୍ଥାତ ଯାହା ବି ଆପଣ ସର୍ଭିସ ଦେଉଛନ୍ତି ତାହାକୁ ସେଠାରେ ଲେଖନ୍ତୁ। ଏବଂ ଅଧିକ ନୁହେଁ କମ୍ ଶବ୍ଦରେ କାମିକା କଥା ଲେଖିବାକୁ ଚେଷ୍ଟା କରନ୍ତୁ ।

୪- Business Address –ବିଜନେସ୍ ଠିକଣା ଦେବା ନିହାତି ଜରୁରୀ । ଏଥିରେ ଆପଣ ଘରୁ ବିଜନେସ୍ କରୁଥିଲେ ଘର ଠିକଣା ଦେବା ଦରକାର ନାହିଁ। କିନ୍ତୁ ଯଦି ଆପଣଙ୍କର ଛୋଟ କି ବଡ ଅଫିସ୍ ଅଛି ତାହାଲେ ତାର ଠିକଣା ଦେଇପାରିବେ । ନହେଲେ ଏହାକୁ ବାଦ୍ କରିପାରନ୍ତି ।

୫- Email ID & Website–ଇମେଲ୍ ଆଇଡି ଓ ୱେବସାଇଟ୍ ପକାଇବାର ଅପସନ୍ ବି ଆପଣଙ୍କୁ ମିଳିବ । କାହିଁକି ନା ଆଜି କାଲି ସବୁ ବିଜନେସ୍ ୱେବସାଇଟ୍ କାମ ଦେଉଛି । ଏହା ବହୁତ ପ୍ରଫେସନାଲ୍ ହୋଇଥାଏ ।

୬- Product Catalog-ପ୍ରଡକ୍ଟ କ୍ୟାଟଲଗ୍ ଦ୍ୱାରା ଆପଣ ନିଜ ବିଜନେସର କ୍ୟାଟଲଗ୍ ବନାଇପାରିବେ ଓ ଯଦି ପ୍ରଡକ୍ଟ କ୍ୟାଟଲଗ୍ ର ଲିଙ୍କ ଅଛି ତାହାଲେ ଲିଙ୍କ ବି ପକାଇପାରିବେ ।

ହ୍ୱାଟସଆପ୍ ଓ ହ୍ୱାଟସଆପ୍ ବିଜନେସ୍ ରେ ଅନ୍ତର କଣ ଏହି ଆର୍ଟିକିଲରେ ବୁଝିପାରିଥିବେ । ଯଦି ହ୍ୱାଟସଆପ୍ ର କଥା ଦେଖିବା ତାହାଲେ ସେଥିରେ ବିଜନେସ୍ ଭଳି ଫିଚରର୍ସ ତ ନଥାଏ । କିନ୍ତୁ ନିଜ ବ୍ୟକ୍ତିଗତ ଲୋକଙ୍କ ସହ କଥା ହେବା ପାଇଁ ବେଷ୍ଟ ଥାଏ । ହେଲେ ହ୍ୱାଟସଆପ୍ ବିଜନେସ୍ ପ୍ରତ୍ୟେକ ବିଜନେସ୍ କରୁଥିବା ଲୋକଙ୍କୁ ଲାଭ ଦେବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )