Thursday 25th April 2024
ଜାମୁକୋଳିରେ ରହିଛି ବହୁତ ଫାଇଦା,ଭଲ ହେଇଯାଏ ଏହିସବୁ ରୋଗ .

ଜାମୁକୋଳିରେ ରହିଛି ବହୁତ ଫାଇଦା,ଭଲ ହେଇଯାଏ ଏହିସବୁ ରୋଗ .

ମଧୁମେହ ବା ଡାଇବେଟିକ୍ସ । ଏହା ଏମିତି ଏକ ରୋଗ ଯାହା ଛୋଟରୁ ବଡ ସମସ୍ତଙ୍କୁ ହେବାର ସମ୍ବାବନା ଥାଏ । ଆଉ ଆଜିକାଲି ଏହି ରୋଗର କେସ୍ ବି ସବୁଠୁ ଅଧିକ । କିନ୍ତୁ ପ୍ରଶ୍ନ ଏହା ଯେ ମଧୁମେହ ରୋଗ କଣ ବିନା ଔଷଧରେ ଦୂର ହେବନି ? କଣ ଏହାର କିଛି ଘରୋଇ ଉପଚାର ନାହିଁ ? ହଁ ଅଛି ,କେବଳ ମଧୁମେହ ନୁହେଁ ଜଣ୍ଡିସ,ଷ୍ଟୋନ୍ ଆଦି ରୋଗ ପାଇଁ ବି ଏକ ଏମିତି ଫଳ ଅଛି । ଯାହା ଠାରୁ ଏହି ସବୁ ରୋଗର ନିରାକରଣ ମିଳିପାରିବ । ମଧୁମେହ ପାଇଁ ଆପଣଙ୍କୁ ଏହି ଫଳ ସହଜରେ ମିଳିପାରିବ । ତେବେ ଚାଲନ୍ତୁ ଜାଣିବା କଣ ସେହି ଫଳ ଓ କେମିତି ସେଥିରୁ ମିଳିବ ଉପକାରିତା ।

ମଧୁମେହ (Diabetes) ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ଜାମୁ କୋଳି (Blackberry) ମଧୁମେହ (Diabetes) ରୋଗୀଙ୍କ ପାଇଁ ରାମବାଣ ସଦୃଶ ହେବ । ଜାମୁକୋଳି (Blackberry) ମଧୁମେହ (Diabetes) ରୋଗୀଙ୍କ ପାଇଁ ବହୁତ ଉପଯୋଗୀ । ପାଚନ ପ୍ରକ୍ରିୟା, ଦାନ୍ତ, ଆଖି, ପେଟ ଓ କିଡନୀ ପାଇଁ ଜାମୁକୋଳି ବହୁତ ଲାଭକାରୀ । ଏଥିରେ ପ୍ରୋଟିନ, ଫାଇବର, କାର୍ବୋହାଇଡ୍ରେଟ୍ସ, ଆଇରନ, କ୍ୟାଲସିୟମ ଭଳି ତତ୍ୱ ରହିଛି । ଜାମୁକୋଳି (Blackberry) ଦେଖିବାକୁ କଳା ଓ ଏହାର ଆକାର ଛୋଟ । ଖାଇବାରେ ମଧ୍ୟ ଏହା ସ୍ୱାଦିଷ୍ଟ । ଏହି ଛୋଟ ଫଳରେ ଅନେକ ଔଷଧୀୟ ଗୁଣ ଅଛି । ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଲାଭଦାୟକ ।


ଜଣ୍ଡିସ ପାଇଁ ଉପଯୋଗୀ ଜାମୁକୋଳି (Blackberry),ଜାଣନ୍ତୁ…

-ଜଣ୍ଡିସ ପାଇଁ ଜାମୁକୋଳି (Blackberry) ବହୁତ ଉପଯୋଗୀ । ୧୦ ରୁ ୧୫ ମିଳି ଜାମୁକୋଳି ରସରେ ୨ ଚାମଚ ମହୁ ମିଶାଇ ପିଇଲେ ଜଣ୍ଡିସର ପ୍ରଭାବ କମ ହୋଇଥାଏ । ଏହାଦ୍ୱାରା ରକ୍ତହୀନତା ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଷ୍ଟୋନ ଚିକିତ୍ସା ପାଇଁ ଉପଯୋଗୀ ଜାମୁକୋଳି (Blackberry ),ଜାଣନ୍ତୁ…

କିଡନୀରେ ଷ୍ଟୋନ (kidney stone) ଥିଲେ ଜାମୁକୋଳି ବ୍ୟବହାର କରିପାରିବେ । ଜାମୁକୋଳି ଖାଇବା ଦ୍ୱାରା ଛୋଟ ଆକାରର ଷ୍ଟୋନ ବାହାରି ଯାଇଥାଏ । ଏଥିପାଇଁ ୧୦ ମିଲି ଜାମୁ ରସରେ ୨୫୦ ମିଲିଗ୍ରାମ ସନ୍ଧବ ଲୁଣ ମିଶାଇ ଦିନକୁ ୨-୩ ଥର ପିଅନ୍ତୁ । ଷ୍ଟୋନ (stone)ତରଳି ପରିସ୍ରା ଦେଇ ବାହାରିଯିବ ।

ଜାମୁ କୋଳି  ପାଟିକୁ ଯେମିତି ସୁଆଦିଆ ଲାଗେ ଶରୀର ପାଇଁ ବି ସେତିକି ସ୍ୱାସ୍ଥ୍ୟକର । କେବଳ ଜାମୁ କୋଳି ନୁହେଁ, ଜାମୁର ମଞ୍ଜି ମଧ୍ୟ ଖୁବ୍ ପୃଷ୍ଟିକର । ଏଥିରେ କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ ଭଳି ପୁଷ୍ଟିକର ଉପାଦାନ ରହିଥାଏ । ଜାମୁ କୋଳି କେବଳ ଫଳ ଭାବରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ ।

ରକ୍ତଚାପ ବା ବ୍ଲଡ ପ୍ରେସର ନିୟନ୍ତ୍ରଣ କରେ ଜାମୁକୋଳି ଜାଣନ୍ତୁ…

ବର୍ତ୍ତମାନ ଅନେକ ଲୋକଙ୍କର ରକ୍ତଚାପ ସମସ୍ୟା ଦେଖାଦେଉଛି । ଏହାକୁ କମ କରିବା ଲୋକଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଥାଏ । ଏହି ସମୟରେ ଆପଣ ଜାମୁ  ମଞ୍ଜିର ପାଉଡରକୁ ପାଣି ସହିତ ଖାଇପାରିବେ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ଏହି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ହିଁ ନିହାତି ଜରୁରୀ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )