Friday 29th March 2024
ଖାଇବା ଛାଡନ୍ତୁ ଏସବୁ ଜିନିଷ…ତ୍ୱଚା ରହିବ ସବୁବେଳେ ସୁନ୍ଦର

ଖାଇବା ଛାଡନ୍ତୁ ଏସବୁ ଜିନିଷ…ତ୍ୱଚା ରହିବ ସବୁବେଳେ ସୁନ୍ଦର

ମଣିଷ କେବେ ଚାହେଁନି ଆୟୁଷ କମିବା । ଅର୍ଥାତ ମଣିଷର ବଂଚିବାର ଏକ ସମୟ ସୀମା ବୟସ ସୀମା ରହିଥାଏ । ହେଲେ ସେହି ବୟସ ଭିତରେ ବି ଆମେ ସବୁବେଳେ ଯୁବାବସ୍ଥାକୁ ବେଶି ଭଲପାଉ । ବାର୍ଦ୍ଧକ୍ୟକୁ କେବେ ବି ପସନ୍ଦ କରିନଥାଉ । ତେଣୁକରି ଆମେ ସୁସ୍ଥ ଓ ଯୁବାବସ୍ଥାରେ ରହିବା ପାଇଁ ଆମ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦେଉ । ଆପଣ ଏବେ ବୟସ ଅନୁସାରେ ନିଜ ତ୍ୱଚାକୁ ଧ୍ୟାନ ଦେବାକଥା ବେଶି ଭାବୁଥିବେ । କେମିତି ସବୁବେଳେ ଆମ ତ୍ୱଚା ସୁନ୍ଦର ଦେଖାଯାଉ ସେଥିପାଇଁ ବିଭିନ୍ନ ଧରଣର କ୍ରିମ,କସମେଟିକ୍ ବ୍ୟବହାର କରୁଥିବେ । ଏମିତିକି ଭିନ୍ନ ଭିନ୍ନ ଜିନିଷ ଖାଦ୍ୟ ରୂପେ ଗ୍ରହଣ କରୁଥିବେ । କିନ୍ତୁ କଣ ସମସ୍ତେ ଏସବୁ କରିପାରନ୍ତି । ତାହାଲେ ଚାଲନ୍ତୁ ଜାଣିବା କଣ ନଖାଇଲେ ଆମେ ଆମ ତ୍ୱଚାକୁ ସୁନ୍ଦର ରଖିପାରିବା ।

ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ ।

ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ ଆମ ଚର୍ମ ପାଇଁ ଧିମା ଜହର ଭାବେ କାର୍ଯ୍ୟ କରେ । ଏହାର ସିଧା ପ୍ରଭାବ ଆମ ଚର୍ମ ଉପରେ ପଡେ ।

 

ତୈଳାକ୍ତ ଖାଦ୍ୟ: ପାଟିକୁ ମସଲା ଯୁକ୍ତ ତଥା ତୈଳାକ୍ତ ଖାଦ୍ୟ ସୁଆଦିଆ ଲାଗିଲେ ବି ଚର୍ମ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । କେବେ କେବେ ଖାଇଦେଲେ ତାହା ଯଦିଓ ଚଳନୀୟ କିନ୍ତୁ ଅଧିକାଂଶ ସମୟରେ ତେଲ ଯୁକ୍ତ ଖାଦ୍ୟକୁ ନିଜ ଖାଦ୍ୟ ସାରଣୀରେ ମିଶାଇଲେ ଏହା ଚର୍ମରେ ଫାଇନ ଲାଇନ୍ସ ଓ ରିଙ୍କିଲ୍ସ ସୃଷ୍ଟି କରେ ।

ଚିନି: ଚିନିକୁ ଧଳା ଜହର ଆମ ଶରୀର ଉପରେ ବିଷ ଭାବେ କାର୍ଯ୍ୟ କରେ । ଅଧିକ ଚିନି ଗ୍ରହଣ ଦ୍ୱାରା ଧିରେ ଧିରେ ଚେହେରାର ଚମକ କମିଯାଏ ଓ ଶୁଷ୍କ ହୋଇ ଏଥିରେ ଫାଇନଲାଇନ୍ସ ଦେଖାଯାଏ । ତେଣୁ ଯଥାସମ୍ଭବ ଏହି ଧଳା ଜହରରୁ ବଞ୍ଚି ରୁହନ୍ତୁ ।

ଚେହେରାର ଚମକ ବଢାଇବାକୁ ଚାହୁଁଥିଲେ ନିଜ ଦୈନନ୍ଦିନ ଖାଦ୍ୟରେ ସିଝା ଖାଦ୍ୟ ଏବଂ ଖୁବ କମ୍ ତେଲ ବ୍ୟବହାର ହୋଇଥିବା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଏହାସହ ଅଢେଇରୁ ୩ ଲିଟର ପାଣି ପିଇବାକୁ ଚେଷ୍ଟା କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )