Tuesday 23rd April 2024
ଭାରତରେ ତିଆରି ହେବ ଆଇଫୋନ୍

ଭାରତରେ ତିଆରି ହେବ ଆଇଫୋନ୍

ଭାରତରେ ତିଆରି ହେବ ଆଇଫୋନ୍ । ଭାରତରେ ହେବ ଏବେ ଆଇଫୋନ୍ ପ୍ଲାଣ୍ଟ । ଶସ୍ତା ରେ ମିଳିପାରେ ଆଇଫୋନ୍ । କାହିଁକି ନା ଟାଟା ଗ୍ରୁପ୍ ଖୁବ୍ ଶୀଘ୍ର ଭାରତରେ ଆଇଫୋନ୍ ଉତ୍ପାଦନ କରିବ । ଖବର ଅନୁଯାୟୀ ଦେଶର ବୃହତ୍ତମ ତଥା ପୁରାତନ ଶିଳ୍ପସଂସ୍ଥା ଟାଟା ଗ୍ରୁପ୍ ମଧ୍ୟ ଆଇଫୋନ୍ ନିର୍ମାତାମାନଙ୍କ ତାଲିକାରେ ସାମିଲ ହେବ । ଆଇଫୋନ୍ ଉତ୍ପାଦନ କରିବାରେ ଟାଟା ଗ୍ରୁପ୍ ପ୍ରଥମ ଭାରତୀୟ କମ୍ପାନୀ ହେବ ।

ବର୍ତ୍ତମାନ ଆଇଫୋନ୍ ଉତ୍ପାଦନରେ ଚୀନ୍ ସବୁଠାରୁ ଅଧିକ ପ୍ରାଧାନ୍ୟ ବିସ୍ତାର କରିଛି । କିନ୍ତୁ ଟାଟା ଗ୍ରୁପ୍ ଦକ୍ଷିଣ ଭାରତରେ ଥିବା ତାଇୱାନର ୱିଷ୍ଟ୍ରନ୍ ଗ୍ରୁପ୍ ପ୍ଲାଣ୍ଟ କିଣିବା ପାଇିଁ ଯୋଜନା କରୁଛି । ମିଳିତ ଉଦ୍ୟମରେ ଟାଟା ଗୋଷ୍ଠୀର ସବୁଠାରୁ ବଡ ଅଂଶ ରହିବ । ସୂଚନା ମୁତାବକ ଟାଟା ଗ୍ରୁପ୍ ୱିଷ୍ଟ୍ରନ୍ ସହିତ ମିଳିତ ଭାବେ ଭାରତରେ ଆଇଫୋନ୍ ତିଆରି କରିବ ।  ଆପଲର ଆଇଫୋନ୍ ଆସେମ୍ବଲ କରିବା କାମ ତାଇୱାନ ର ୱିଷ୍ଟ୍ରନ୍ ଏବଂ ଫକ୍ସକନ୍ ଟେକ୍ନୋଲୋଜି ଗ୍ରୁପ୍ ଦ୍ୱାରା ପରିଚାଳିତ ହେବ ।

ରିପୋର୍ଟ ଅନୁଯାୟୀ, ୱିଷ୍ଟ୍ରନ୍ ସହିତ ଟାଟା ଗ୍ରୁପର ଚୁକ୍ତି ମାର୍ଚ୍ଚ ୨୦୨୩ ପୂର୍ବରୁ ଶେଷ ହେବ । ଆଇଫୋନର ୮୫ ପ୍ରତିଶତ ଏବେ ଚାଇନାରେ ନିର୍ମିତ ହେଉଛି । ତେଣୁ ଆପଲ୍ ଆଇଫୋନ୍ ତିଆରି ପାଇଁ ଚୀନ୍ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଚାହୁଁଛି ।  ଯାହା ପରେ ଟାଟା ଗ୍ରୁପ୍ ୱିଷ୍ଟ୍ରନର ସ୍ଥାନ ନେବ । ସୂଚନା ମୁତାବକ ଗ୍ରୁପ କ୍ରମାଗତ ଭାବରେ ଆପଲ୍ ସହିତ ସହଭାଗିତା କରୁଛି । ଟାଟା ପ୍ରାୟ ୧୦୦ ଆପଲ୍ ଷ୍ଟୋର ଖୋଲିବାକୁ ଯାଉଛି ଏବଂ ପ୍ରଥମ ଷ୍ଟୋର ମୁମ୍ବାଇରେ ଖୋଲିବ |

CATEGORIES
TAGS
Share This

COMMENTS

Wordpress (0)
Disqus (0 )