Tuesday 16th April 2024
ଜାଣନ୍ତୁ ଡାର୍କ ଚକୋଲେଟର ଲାଭଦାୟକ ଗୁଣ…

ଜାଣନ୍ତୁ ଡାର୍କ ଚକୋଲେଟର ଲାଭଦାୟକ ଗୁଣ…

ପିଲାଙ୍କୁ ଚକୋଲେଟ୍ ଦେଲେ ମା’ମାନେ ଭାରି ବିରକ୍ତ ହୁଅନ୍ତି। ଦାନ୍ତ ପୋକ ଖାଇବ, ପେଟରେ କୃମି ହେବ, ଏମିତି କେତେ ଭୟ ମା’ମାନଙ୍କ ମନରେ ଥାଏ। ବିଶେଷଜ୍ଞଦଳ ବି ସମାନ ମତ ଦେଇଛନ୍ତି। ଅଧିକ ପରିମାଣର ଚକୋଲେଟ୍ ଖାଇବା ଦେହ ପାଇଁ ଆଦୌ ଭଲ ନୁହେଁ। ହେଲେ, ବଜାରରେ ମିଳୁଥିବା ଏଇ ଡାର୍କ ଚକୋଲେଟ୍ ସମସ୍ତେ ଖାଇପାରିବେ। ବେଶୀ ନୁହେଁ, ସପ୍ତାହରେ ଥରେ କିମ୍ବା ଦୁଇଥର ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ। ଡାର୍କ ଚକୋଲେଟ୍ ଅନ୍ୟ ଚକୋଲେଟ୍ ତୁଳନାରେ ସାମାନ୍ୟ ମହଙ୍ଗା। ଏଥିରେ ଅଧିକ ପରିମାଣରେ ସାଚୁରେଟେଡ୍ ଫ୍ୟାଟ୍ ରହୁଛି। ଏ ଦିଗରେ ଖାଦ୍ୟ ବିଶେଷଜ୍ଞଙ୍କ କହିଛନ୍ତି, ଡାର୍କ ଚକୋଲେଟ୍‌ରେ ଷ୍ଟିରିକ୍ ଏସିଡ୍ ନାମକ ସାଚୁରେଟେଡ୍ ଫ୍ୟାଟ୍ ରହିଛି। ଡାର୍କ ଚକୋଲେଟ୍‌ର ଛୋଟ ଖଣ୍ଡ ଖାଇଲେ ତାହା ଶରୀରରେ ଭଲ କୋଲେଷ୍ଟରଲର ସ୍ତର ବଢ଼ାଏ, ଯାହା ହୃଦ୍‌‌ଘାତର ଆଶଙ୍କା କମ୍ କରେ। ପିରିୟଡସ୍ ସମୟରେ ଝିଅମାନଙ୍କୁ ଡାର୍କ ଚକଲେଟ୍ ଖାଇବାର ପରାମର୍ଶ ଦିଅନ୍ତି ଡାକ୍ତର । ଡାକ୍ତରଙ୍କ କହିବା ଅନୁସାରେ ଡାର୍କଚକଲେଟ୍ ପେଟ କାଟିବାରୁ ମୁକ୍ତି ଦେଇଥାଏ ଓ ଶରୀରକୁ ଅଧିକ ଏନର୍ଜି ପ୍ରଦାନ କରିଥାଏ ।

  • ଚର୍ମ ପାଇଁ ଲାଭଦାୟକ ଚକୋଲେଟ୍ । ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୁର ଡାର୍କ ଚକୋଲେଟ୍ । ଯାହା ଆମର ଚର୍ମରେ ଚମକ ଆଣେ ।
  • କୋଲେଷ୍ଟ୍ରଲ୍ କମାଇଥାଏ ଚକୋଲେଟ୍ । ଅଳ୍ପ ମାତ୍ରାରେ ଚକୋଲେଟ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ପରିମାଣ କମିଥାଏ । ଏହା ଶରୀରରେ ଥିବା ବ୍ୟାଡ୍ କୋଲେଷ୍ଟ୍ରୋଲକୁ ହ୍ରାସ କରିବା ସହିତ ଗୁଡ୍ କୋଲେଷ୍ଟ୍ରଲ ତିଆରି କରିବାରେ ସାହାଯ୍ୟ କରିଥାଏ ।
  • ନିମ୍ନ ରକ୍ତଚାପ ପାଇଁ ଚକୋଲେଟ ଖାଇବା ଆବଶ୍ୟକ । ନିମ୍ନ ରକ୍ତଚାପରେ ଡାର୍କ ଚକୋଲେଟ୍ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି ନିମ୍ନ ରକ୍ତଚାପ ଥିବା ବ୍ୟକ୍ତିଙ୍କର ରକ୍ତଚାପକୁ ଏହା ନିୟନ୍ତ୍ରିତ କରିଥାଏ ।
  • ହୃତପିଣ୍ଡ ପାଇଁ ଲାଭଦାୟକ ଚକୋଲେଟ୍ । ଚକୋଲେଟ୍ ହୃଦୟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ । ଡାର୍କ ଚକୋଲେଟ୍ ହୃଦଘାତର ଆଶଙ୍କା ୫୦ ପ୍ରତିଶତ ହ୍ରାସ କରିଥାଏ । ତେଣୁ ଅଳ୍ପ ପରିମାଣର ଚକୋଲେଟ୍ ଖାଇବା ଦ୍ୱାରା ଶରୀରର କୈଣସୀ କ୍ଷତି ହୋଇନଥାଏ ।
  • ଡିପ୍ରେସନ୍ କମ୍ କରିଥାଏ ଚକୋଲେଟ୍ । ଚକୋଲେଟରେ ସେରୋଟୋନିନ୍ ରହିଥାଏ ଯାହା ଏହା ଆମ ମନକୁ ସତେଜ ରଖିବା ସହିତ ଚାପକୁ ଦୂର କରିଥାଏ ।


ଡାର୍କ ଚକୋଲେଟ୍ ଖାଇଲେ ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ସ୍ତର ବଢ଼େ। ଆମ ବଲିଉଡ ସିନେଅଭିନେତ୍ରୀମାନେ ସେମାନଙ୍କ ଖାଦ୍ୟ ତାଲିକାରେ ଏଇ ଚକୋଲେଟ୍‌କୁ ସ୍ଥାନ ଦେଇଥାନ୍ତି। ଯାହା ଖାଇଲେ, ତ୍ବଚାରେ ଚମକ ଆସେ। ଉଚ୍ଚରକ୍ତଚାପ ରୋଗୀ ଡାକ୍ତରଙ୍କ ପରାମର୍ଶରେ ଏ ଚକୋଲେଟ୍ ଖାଇବା ଭଲ। କେତେକ ଲୋକ ଡାର୍କ ଚକୋଲେଟ୍ ଖାଇବା ପରେ ସେମାନଙ୍କ ଓଜନ ବଢ଼ୁଥିବା କହିଥିଲେ। ଏ ବାବଦରେ ବିଶେଷଜ୍ଞଙ୍କ ମତ ହେଲା, ଅଳ୍ପ ପରିମାଣର ଖାଇବା ଶରୀର ପାଇଁ ଭଲ। କୌଣସି ପ୍ରକାର ଖାଦ୍ୟପାନୀୟ ଅଧିକ ପରିମାଣରେ ଖାଇଲେ ତାହା କାରଣରୁ ଅନ୍ୟାନ୍ୟ ଅସୁବିଧା ଉପୁଜିଥାଏ।

CATEGORIES
TAGS
Share This

COMMENTS

Wordpress (0)
Disqus ( )