Tuesday 19th March 2024
କଣ କାମ କରନ୍ତି Graphic Designer ? କାମ ହିସାବରେ କେତେ ମିଳେ ଦରମା ?

କଣ କାମ କରନ୍ତି Graphic Designer ? କାମ ହିସାବରେ କେତେ ମିଳେ ଦରମା ?

ଜାଣନ୍ତୁ ଗ୍ରାଫିକ୍ସ ଡିଜାଇନର ହେବାର ସମସ୍ତ ତଥ୍ୟ ଓ ସୂଚନା

‘ଗ୍ରାଫିକ୍ସ ଡିଜାଇନର୍‌’ ଏହି ବୃତ୍ତିରେ ଅନେକ ଲୋକ ଆମ ଦେଶରେ କାମ କରୁଛନ୍ତି । ହେଲେ ଆଜି ବି ଏହି ଚାକିରୀ ବିଷୟରେ ବହୁତ ଲୋକଙ୍କୁ ଜଣାନାହିଁ । ପ୍ରାୟତଃ ଅଧିକାଂଶ ଯୁବପିଢୀ ଏହି ବୃତ୍ତିକୁ ଆପଣାଇ ନିଜ ଭବିଷ୍ୟତ ଗଢିବା କଥା ଜାଣିନାହାନ୍ତି । ଆଜି ଆମ ଦେଶରେ ବେକାରୀ ସମସ୍ୟା ୭.୮୦ ପ୍ରତିଶତ ରହିଛି । କିନ୍ତୁ ଏହା ବି ସତ ଯେ ପ୍ରତ୍ୟେକ ଲୋକ କେବଳ ସରକାରୀ ଚାକିରୀ କରି ଦେଶ କିମ୍ବା ନିଜର ଉନ୍ନତି କରିପାରିବେ ନାହିଁ । ଆମ ଦେଶରେ ସବୁ ବର୍ଗର ଲୋକ ସବୁ ଧରଣର କାମ କରିଲେ ହିଁ ପ୍ରତ୍ୟେକ କ୍ଷେତ୍ରରେ ଅର୍ଥନୈତିକ ପରିବର୍ତ୍ତନ ଦେଖାଯିବ ।

ତେବେ ଚାଲନ୍ତୁ ଆଜି ଜାଣିବା ଗ୍ରାଫିକ୍ସ ଡିଜାଇନର୍ କେମିତି ହେଇପାରିବେ ଆମ ଦେଶର ଯୁବପିଢି ଓ ସେଥିପାଇଁ କଣ କଣ କରିବାକୁ ପଡିବ ?

 

କିଛି ନୂଆ ଚିନ୍ତାଧାରାକୁ ଗୋଟିଏ ଭିନ୍ନ ଓ ଅଭିନବ ଉପାୟରେ ଚିତ୍ର,ଫୋଟ,ଭିଡିଓ,ଲେଖା ଆଦି ମାଧ୍ୟମରେ ପ୍ରକାଶ କରିବାକୁ ଗ୍ରାଫିକ୍ସ ଡିଜାଇନ୍ କହନ୍ତି । ଏହିଭଳି କାମ ସବୁ କ୍ଷେତ୍ରରେ ହିଁ ଆବଶ୍ୟକ- ଯେମିତିକି ଟିଭି,ପେପର,ବାଣିଜ୍ୟ,କିଛି ପ୍ରଡକ୍ଟର ପ୍ରମୋସନ,କିଛି େଓବସାଇଟ୍ ଆଦିରେ ଏହି ଡିଜାଇନର୍ ମାନଙ୍କର ଆବଶ୍ୟକତା ରହିଛି ।

 

ଗ୍ରାଫିକ୍ସ ଡିଜାଇନରଙ୍କ କାମ କଣ?
-ଗୋଟିଏ ଗ୍ରାହକ ଯିଏ ନିଜ କାମର ଡିଜାଇନ ପ୍ରସ୍ତୁତ କରିବାକୁ ଚାହାନ୍ତି । ତାଙ୍କର ଚିନ୍ତାଧାରା କଣ ରହିଛି ସେ ବିଷୟରେ ଜାଣି ତାକୁ ଆକୃତି ଦେବା ଜଣେ ଗ୍ରାଫିକ୍ସ ଡିଜାଇନର୍ ର କାମ ।
-ଗ୍ରାହକଙ୍କ ମନ ମୁତାବକ ପ୍ରଡକ୍ଟର ମନମୁତାବକ ଡିଜାଇନ କରିବା ପାଇଁ ବିଭିନ୍ନ ସଫ୍ଟେଓର୍‌,ଚିତ୍ରନାଟ୍ୟ,ଫୋଟ ଏଡିଟିଙ୍ଗ,ଲୋଗୋ ବନାଇବା,ଭିଜୁଆଲ ଆଦି ପ୍ରସ୍ତୁତ କରିବା ହେଉଛି ଗ୍ରାଫିକ୍ସ ଡିଜାଇନର୍ ର କାମ ।
-ଯେଉଁ ବି କମ୍ପାନୀର କାମ ଜଣେ ଡିଜାଇନର କରନ୍ତି ତାହା ହିଁ ସେହି କମ୍ପାନୀର ପରିଚୟ ହୋଇଥାଏ ।
-ସେଥିପାଇଁ ଖୁବ୍ କୁଶଳୀ ଢଙ୍ଗରେ ନିଜର କାମ କରି ଗ୍ରାହକଙ୍କୁ ଡିଜାଇନ୍ ଦେଖାଇଥାନ୍ତି ଗ୍ରାଫିକ୍ସ ଡିଜାଇନର୍ । ଯଦି ସେଥିରେ କିଛି ପରିବର୍ତ୍ତନ କରିବାକୁ ଥାଏ ତାହାଲେ ବି ଗ୍ରାହକଙ୍କ ହିସାବରେ ଡିଜାଇନ୍ କରିବାକୁ ପଡିଥାଏ ।


ଗ୍ରାଫିକ୍ସ ଡିଜାଇନରଙ୍କ ଦରମା କେତେ ?
-ଜଣେ ଗ୍ରାଫିକ୍ସ ଡିଜାଇନରର ଦରମା ତାର କାମର କୁଶଳୀ ଡଙ୍ଗ ଉପରେ ନିର୍ଭର କରେ । ଯେଉଁଭଳି ଧରଣର ସେ କାମ ପରିବେଶଣ କରିଥିବେ ସେହିଭଳି ଦରମା ସେ ଡିମାଣ୍ଡ କରିପାରିବେ ।
– ଅନେକ ଲୋକ ନିଜ ପାଇଁ କାମ କରନ୍ତି ଓ ଅନେକ ଲୋକ ଅନ୍ୟାନ୍ୟ କମ୍ପାନୀ ପାଇଁ କାମ କରନ୍ତି । ତେଣୁ ଯେଉଁ ଭଳି କାମ ଥିବ ସେହିଭଳି ଦରମା ରହିଥାଏ ।
-କିନ୍ତୁ ଏହି ଲାଇନରେ ଆରମ୍ଭରୁ ହିଁ ଦରମା ୨୦ ହଜାର ଉପରକୁ ରହିଥାଏ । ଯଦି ଆପଣ ଓଡିଶା ବାହାରେ କାମ କରୁଛନ୍ତି ତାହାଲେ ଏହା ୩୦ ରୁ ୪୦ ହଜାର ଉପରେ ରହିପାରେ ।
-ନିଜ ରାଜ୍ୟ ଓ ରାଜ୍ୟ ବାହାରେ ଗ୍ରାଫିକ୍ସ ଡିଜାଇନ କରିବାର ଶୌଳୀ ଅଲଗା ରହିଥାଏ । କିନ୍ତୁ ଯଦି ଆପଣ ବାହାରକୁ ଯାଇ ଚାକିରୀ କରୁଛନ୍ତି ତାହାଲେ ଆପଣଙ୍କ ଦରମା ଅଧିକ ରହିବ ।
-ଅନେକ ଚର୍ଚ୍ଚିତ ଗ୍ରାଫିକ୍ସ ଡିଜାଇନର୍ କେବଳ ଗୋଟିଏ ଲୋଗୋ ବନାଇବା ପାଇଁ ବି ୧କୋଟି ଭଳି ଟଙ୍କା ନିଅନ୍ତି । କିନ୍ତୁ ସେଇ ସ୍ତରକୁ ପହଂଚିବାକୁ ହେଲେ କାମ କରି ଅନେକ ଅନୁଭୂତି ସଂଗ୍ରହ କରିବା ଦରକାର ।


ଗ୍ରାଫିକ୍ସ ଡିଜାଇନର ହେବା ପାଇଁ କଣ ପାଠ ପଢିବା ଦରକାର ?
-ଆପଣ ନିଜ ସ୍କୁଲ ଓ କଲେଜ ପାଠ ପଢା ପରେ ଗ୍ରାଫିକ୍ସ ଡିଜାଇନର ର ଏକ ନିର୍ଦ୍ଧିଷ୍ଟ କୋର୍ସ କରିପାରିବେ ।
-ଅଥବା ଆପଣ ଦଶମ ପାସ୍ କରି ପ୍ରଥମରୁ ଗ୍ରାଫିକ୍ସ ଡିଜାଇନର୍ ହିସାବରେ ୫ବର୍ଷର କୋର୍ସ ନେଇପାରିବେ ।
-ଆପଣ କଲେଜରେ ଯେଉଁ ବି ଷ୍ଟ୍ରିମରେ ପାଠ ପଢନ୍ତୁ ନା କାହିଁକି ଆପଣଙ୍କୁ ଗ୍ରାଫିକ୍ସ ଡିଜାଇନର ଏକ କୋର୍ସ କରିବାକୁ ପଡିବ ଓ ତାର ପୁରା ଟ୍ରେନିଙ୍ଗ ନେବାକୁ ପଡିବ ।
-ଏହି କୋର୍ସରେ ଆପଣ ଡିଗ୍ରୀ ନେବା ପାଇଁ ଚାହୁଁଥିଲେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ପାଠ ପଢିପାରିବେ ।
-କୋର୍ସର ଏକ ସଠିକ୍ ସାର୍ଟିଫିକେଟ୍ ବିନା ଆପଣଙ୍କୁ ଚାକିରୀ ମିଳିବା ସମ୍ଭବ ନୁହେଁ ।

ଗ୍ରାଫିକ୍ସ ଡିଜାଇନର୍ ହେବା ପରେ କଣ ?
-ଯଦି ଆପଣ ଏହି ପାଠରେ ସଫଳ ହୋଇ ଚାକିରୀ କରୁଛନ୍ତି । ତାହାଲେ ମନେରଖିବେ ଆପଣଙ୍କୁ ପ୍ରତ୍ୟେକଦିନ ନୂଆ ଧରଣର କାମ କରିବାକୁ ପଡିବ ।
-ସେଥିପାଇଁ ନିଜକୁ ନୂଆ ଟେକନିକ୍ ସହ ସବୁବେଳେ ଅପଡେଟ୍ ରଖିବେ ।
-ଆପଣଙ୍କୁ ସବୁବେଳେ ସମାନଧରଣର କ୍ଲାଇଣ୍ଟ ମିଳିବେ ନାହିଁ । ତେଣୁ ନିଜକୁ ଯଦି ଆପଣ ଅପଡେଟ୍ ନ ରଖିବେ ତାହାଲେ ହୁଏତ ଆପଣ ଆଡଭାନ୍ସ ଡିଜାଇନ୍ କରିବାରେ ଅସମର୍ଥ ରହିବେ ।
-ଏଥିରେ ଆପଣ ଫୁଲ୍ ଟାଇମ୍ କିମ୍ବା ହାଫ୍ ଟାଇମ୍ ସବୁଧରଣର ଚାକିରୀ କରିପାରିବେ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )