Thursday 28th March 2024
ଫେବୃଆରୀର ୧ମ ସପ୍ତାହରେ ବାହା ହେବେ କି ସିଦ୍ଧାର୍ଥ ଓ କିଆରା!

ଫେବୃଆରୀର ୧ମ ସପ୍ତାହରେ ବାହା ହେବେ କି ସିଦ୍ଧାର୍ଥ ଓ କିଆରା!

ବଲିଉଡ୍ ହେଉ କି ଓଲିଉଡ୍ ସବୁବେଳେ ସବୁ କଳାକାର ମାନେ ଲାଇମ୍ ଲାଇଟ୍ ଏବଂ ଦର୍ଶକଙ୍କ ଆପଣାର ହୋଇ ରହିବାକୁ ଚାହାଁନ୍ତି । ସେଥିମଧ୍ୟରୁ ଆଜିକାଲି ବେସ୍ ଚର୍ଚ୍ଚା ସାଉଣ୍ଟୁଛନ୍ତି ବଲିଉଡ୍‌ର ୨ଜଣ ଅଭିନେତା ଓ ଅଭିନେତ୍ରୀ । ଆମେ କହୁଛୁ ସିଦ୍ଧାର୍ଥ ମଲ୍‌ହୋତ୍ରା ଓ କିଆରା ଆଡ୍‌ଭାନୀଙ୍କ କଥା । ଏବେ ଏବେ ଚର୍ଚ୍ଚା ଜୋର ଧରିଛି କି ସିଦ୍ଧାର୍ଥ ଓ କିଆରା କୁଆଡ଼େ ଖୁବ୍ ଶୀର୍ଘ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।Sidharth Malhotra fans to speculate his wedding with Kiara Advani :  सिद्धार्थ मल्होत्रा के फैंस उनकी और कियारा आडवाणी की शादी की लगा रहे अटकलेंଏହି ଖବର ବିଷୟରେ ସମ୍ପୂର୍ଣ୍ଣ ଘଟଣା ଜଣେଇ ଦେବା ପୂର୍ବରୁ ଆମେ ଆପଣଙ୍କୁ ଏଠାରେ କହି ରଖୁ କି ପୂର୍ବରୁ ଚର୍ଚ୍ଚା ଚାଲିଥିଲା କି ସିଦ୍ଧାର୍ଥ ଓ କିଆରା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତ ରେ ଏହା ମଧ୍ୟ ଜାଣିବାକୁ ମିଳିଥିଲା କି ଉଭୟଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ଫାଠକ ସୃଷ୍ଟି ହୋଇଯାଇଛି । କିନ୍ତୁ ଏବେ ପୁଣି ଥରେ ଉଭୟଙ୍କ ଲଭଷ୍ଟୋରୀ ଆରମ୍ଭ ହେବା ସହ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବା ଖବର ଫ୍ୟାନ୍ସ ମାନଙ୍କ ପାଖରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏବେ ଶୁଣିବାକୁ ମିଳୁଛି କି ୨୦୨୩ ଫେବୃଆରୀର ପ୍ରଥମ ସପ୍ତାହରେ ସିଦ୍ଧାର୍ଥ ଓ କିଆରା ବିବାହ କରିପାରନ୍ତି । ସେମାନେ ଜଏସଲମର୍‌ରେ ବିବାହ କରିପାରନ୍ତି ବୋଲି ମଧ୍ୟ ଗୁଜବ ସୃଷ୍ଟି ହେଉଥିବା ଜଣାପଡ଼ିଛି । ତେବେ ଉଭୟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନଥିଲେ ମଧ୍ୟ ଏବେ ସିଦ୍ଧାର୍ଥ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ କରିଥିବା ଏକ ପୋଷ୍ଟ ଫ୍ୟାନ୍ସ ମାନଙ୍କ ମନରେ ଆହୁରି ଆଶା ଜାଗ୍ରାତ କରିଛି ।Kiara Advani Spread Rumors About Her Wedding to Siddharth Malhotra by  Sharing These Shots, Videos Went Viralସିଦ୍ଧାର୍ଥ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ୨୯ଜାନୁଆରୀରେ ଏକ ପୋଷ୍ଟ କରି, ଫ୍ୟାନ୍ସଙ୍କ ପାଇଁ ସସ୍‌ପେନ୍ସ ଦେଇ ଲେଖିଛନ୍ତି, “ମତେ ଗୋଟିଏ ବୋଲ୍ଡ ଘୋଷଣା କରିବାର ଅଛି” । ଏନେଇ ସିଦ୍ଧାର୍ଥଙ୍କ ଫ୍ୟାନ୍ସ ଅନେକ ଆକଳନ କରିବାକୁ ଲାଗିଛନ୍ତି କିଏ କହିଛନ୍ତି ବାହା ହୋଇଯାଆନ୍ତୁ କିଆରାଙ୍କ ସହ ତ କିଏ କହିଛନ୍ତି ବାହାଘର? ନା ଏହା ଏକ ସୁଟ୍ ହୋଇଥାଇପାରେ ତ ପୁଣି କିଏ କହିଛନ୍ତି କି ସସ୍‌ପେନ୍ସ ରଖିବା ତାଙ୍କର ପରମ୍ପରା ।

https://www.instagram.com/p/Cn_NElBhVhM/?utm_source=ig_embed&ig_rid=59abe577-21f8-43e8-b5e4-3cc0bd4b9ade

ଏହା ବ୍ୟତୀତ ସିଦ୍ଧାର୍ଥଙ୍କ କାମ କଥା କହିବାକୁ ଗଲେ, ସିଦ୍ଧାର୍ଥ “ମିଶନ ମଞ୍ଜୁ”ରେ ସାଉଥ୍ ଅଭିନେତ୍ରୀ ରଶ୍ମି ମଣ୍ଡାନାଙ୍କ ସହ ନଜର ଆସିଛନ୍ତି । ଯାହାକି ନେଟ୍‌ଫ୍ଲିକ୍ସରେ ରିଲିଜ୍ ହୋଇଛି । ଏଥିରେ ତାଙ୍କ ଅଭିନୟ ପାଇଁ ଦର୍ଶକଙ୍କ ପ୍ରସଂଶା ସାଉଣ୍ଟି ପାରିଛନ୍ତି ସିଦ୍ଧାର୍ଥ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )