Thursday 20th March 2025
ରୋଜଗାର ମେଳାରେ ମୋଦି ଦେବେ ୭୧ ହଜାର ଆଶାୟୀଙ୍କୁ ଚାକିରୀ…

ରୋଜଗାର ମେଳାରେ ମୋଦି ଦେବେ ୭୧ ହଜାର ଆଶାୟୀଙ୍କୁ ଚାକିରୀ…

ରୋଜଗାର ମେଳା ଯୋଜନା ମାଧ୍ୟମରେ ମଙ୍ଗଳବାର (ଆଜି) ୭୧ ହଜାର ଯୁବପିଢ଼ିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଭାସି ମାଧ୍ୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୁବପିଢ଼ିଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରୋଜଗାର ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିବା ବେଳେ ଏହାର ପାଳନ ପୂର୍ବକ ଏହି ରୋଜଗାର ମେଳାର ଆୟୋଜନ କରାଯାଉଛି। ଏହାଦ୍ବାରା ଯୁବପିଢ଼ି ଚାକିରି ପାଇ ଦେଶର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ଆଶା ରହିଛି।

“ଚାକିରୀ ପାଇଁ ଭାରତୀୟ କାହିଁକି ଚିନ୍ତା କରିବେ ? ସେମାନଙ୍କ ଯୋଗ୍ୟତା ଅନୁସାରେ ତାଙ୍କୁ ଉଚିତ୍ ନିଯୁକ୍ତି ମିଳିବାର ପ୍ରତିଶୃତି ମୁଁ ଦେଉଛି ।” କିଛି ଏହିଭଳି ମନ୍ତବ୍ୟ ଦେଇଥିଲେ ଭାରତର ପ୍ରଦାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି । ହିନ୍ଦୀରେ ମଧ୍ୟ କୁହାଯାଏ କି- ମୋଦି ହେ ତୋ ମୁମକିନ୍ ହେ ।

ନେତା ଓ ରାଜନେତା ପ୍ରତିବର୍ଷ ପ୍ରତିଶୃତି ତ ଦିଅନ୍ତି । କିନ୍ତୁ ତାକୁ ପୂରଣ ବା କିଏ କରେ । ହେଲେ ମୋଦି ଅଛନ୍ତି ମାନେ ସେସବୁ ସମ୍ଭବ ହୋଇପାରିବ । ଏହା ଆମେ ନୁହେଁ ବରଂ ସାଧାରଣ ଜନତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି । ସାଧାରଣତଃ ଯୁବଗୋଷ୍ଠୀଙ୍କ ମୁହଁରୁ ମୋଦିଙ୍କ ଏହିଭଳି ପଦକ୍ଷେପ ବିଷୟରେ ଜାଣି ପ୍ରଶଂସାର ସୁଅ ଛୁଟୁଛି । ଗତ ଅକ୍ଟୋବର ମାସରେ ରୋଜଗାର ମେଳା ଅଧୀନରେ ୭୫ହଜାରରୁ ଉର୍ଦ୍ଦ ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଗୁଜୁରାଟ ଓ ହିମାଚଳପ୍ରଦେଶକୁ ଛାଡି ଦେଶର ପ୍ରାୟ ୪୫ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ବିବୃତିରେ କୁହାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲର୍ ଶୁଭାରମ୍ଭ କରିବେ । ଏହି ମଡ୍ୟୁଲାର ବିଭିନ୍ନ ସରକାରୀ ବିଭାଗରେ ନୂଆ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ଅନ୍ ଲାଇନ କୋର୍ସ । ଏଥିରେ ସରକାରୀ କର୍ମଚାରୀଙ୍କୁ ଆଚରଣ ସଂହିତା,କର୍ମକ୍ଷେତ୍ରରେ ନୈତିକତା,ମାନବସମ୍ବଳ ନୀତି ଆଦି ସାମିଲ ହେବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )