Wednesday 24th April 2024
ଡିଜିଟାଲ୍ ମାର୍କେଟିଙ୍ଗରେ କେଉଁ ମାଧ୍ୟମରେ କମାଇ ହେବ ଟଙ୍କା ! ଜାଣନ୍ତୁ

ଡିଜିଟାଲ୍ ମାର୍କେଟିଙ୍ଗରେ କେଉଁ ମାଧ୍ୟମରେ କମାଇ ହେବ ଟଙ୍କା ! ଜାଣନ୍ତୁ

ଡିଜିଟାଲ୍ ମାର୍କେଟିଙ୍ଗ ବିଷୟରେ ସବୁକିଛି ଜାଣିବା ଗୋଟିଏ ଆର୍ଟିକିଲରେ ସମ୍ଭବ ନୁହେଁ । ତେଣୁ ଆମେ ଆପଣଙ୍କୁ ସବୁଧରଣର ବିଷୟକୁ ଗୋଟିଏ ଗୋଟିଏ ଆର୍ଟକିଲ୍ ରେ ବୁଝାଇବାକୁ ଚେଷ୍ଟା କରୁଛୁ । ଜଣେ ଯଦି ଡିଜିଟାଲ୍ ମାର୍କେଟିଙ୍ଗ ର କୋର୍ସ କରୁଛି ତାହାଲେ ତାପରେ ସିଏ ଏଥିରୁ କ୍ୟାରିୟର କେମିତି କରିବ ପଇସା କେମିତି କମାଇବ ସେ ବିଷୟରେ ବି ଜାଣିବା ନିହାତି ଦରକାର । ତେବେ ଚାଲନ୍ତୁ ଆଜିର ଏହି ଆର୍ଟିକିଲରେ ଜାଣିବା କେଉଁ ଉପାୟରେ ଡିଜିଟାଲ ମାର୍କେଟିଙ୍ଗରୁ କରିହେବ ରୋଜଗାର ।

୧-Content Writing କମାନ୍ତୁ ଟଙ୍କା

ଡିଜିଟାଲ୍ ମାର୍କେଟିଙ୍ଗର ରୋଜଗାର କରିବାର ଏକ best ମାଧ୍ୟମ ହେଉଛି Content । ଯାହାଙ୍କ ଅର୍ନ୍ତଗତରେ ଆପଣ news website,blog ଓ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ content ଲେଖିପାରିବେ । ଯାହାଦ୍ୱାରା ଆପଣ ଭଲ ଟଙ୍କା କମେଇପାରିବେ । ଆଉ ଜଣେ ଭଲ content writer ହେବାକୁ ହେଲେ ଆପଣଙ୍କୁ କି word research ଆସୁଥିବା ବି ନିହାତି ଜରୁରୀ । ତେଣୁ ପ୍ରଥମେ ନିଷ୍ପତ୍ତି ନିଅନ୍ତୁ କେଉଁ field ରେ content ଲେଖିବେ ଓ ତାପରେ ସେଥିରେ କାମ କରିବା ଆରମ୍ଭ କରିବେ ।

୨-Affiliate Marketingରୁ କମାନ୍ତୁ ଟଙ୍କା-

Affiliate Marketing ମାର୍କେଟିଙ୍ଗ ବି ଡିଜିଟାଲ ମାର୍କେଟିଙ୍ଗ ରେ ଅର୍ନ୍ତଗତ । ଅନଲାଇନ୍ ଘର ବସି କାମ କରିବା ପାଇଁ ଭଲ ମଉକା । କିନ୍ତୁ ବହୁତ ଜଣ ଏଫିଲିଏଟ୍ ମାର୍କେଟିଙ୍ଗ ବିଷୟରେ ଜାଣିନଥାନ୍ତି ବୋଲି ଏଥିରେ ରୋଜଗାରର ବାଟ ଖୋଜି ପାଆନ୍ତି ନାହିଁ । affiliate ମାର୍କେଟିଙ୍ଗରେ ଆପଣଙ୍କୁ ଏକ ଲାଭଦାୟକ ପ୍ରଡକ୍ଟ ବାଛିବାକୁ ପଡିବ ଓ ତାକୁ ନିଜ କଷ୍ଟମୋରଙ୍କୁ ବିକିବା ପରେ ସେଥିରୁ ଲାଭ ମିଳିବା ସହ କମିଶନ ମଧ୍ୟ ମିଳିପାରିବ । ଆଉ ଏହାକୁ ଆପଣ chain system ଅନୁସାରେ ବି ଚଳାଇପାରିବେ ।

୩- ସୋସିଆଲ ମିଡିଆ ମାର୍କେଟିଙ୍ଗରୁ କମାନ୍ତୁ ଟଙ୍କା-

ସୋସିଆଲ ମିଡିଆ ମାର୍କେଟିଙ୍ଗ ଆଜିର ସମୟରେ ସବୁଠୁ ଅଧିକ ବ୍ୟବହାର ହେଉଥିବା Marketing Starategy । ଯଦି ଆପଣ ଏହାକୁ ଶିଖିଯିବେ ତାହାଲେ ଆପଣଙ୍କ ପାଖରେ କାମର ଅଭାବ ହେବ ନାହିଁ । କାରଣ ଆମ ସୋସାଇଟିରେ ଏମିତି ବହୁତ ଜଣଙ୍କର କମ୍ପାନୀ ଅଛି ଯେଉଁମାନେ ନିଜ ବିଜନେସ୍ କୁ ସୋସିଆଲ ମିଡିଆ ମାଧ୍ୟମରେ ଆଣିବାକୁ ଚାହୁଁଛନ୍ତି କିନ୍ତୁ ଉପାୟ ଜାଣିନାହାନ୍ତି । ସେଥିପାଇଁ ସେହି ଲୋକଙ୍କୁ ଆପଣଙ୍କର ଆବଶ୍ୟକତା ପଡିବ । ଆପଣ ସୋସିଆଲ ମିଡିଆ ମାର୍କେଟିଙ୍ଗ କରି ନିଜ clientର ପ୍ରଡକ୍ଟ ବା websiteକୁ ସବୁ ବର୍ଗର ଲୋକଙ୍କ ନିକଟରେ ପହଂଚାଇପାରିବେ । ତେଣୁକରି ଏହା ଆପଣ କାହା କମ୍ପାନୀ ସହ ଜଡିତ ହେଇ ଅଫିସ୍ ଯାଇ କରିପାରିବେ କିମ୍ବା ଘରେ ବସି ବି କରିପାରିବେ ।

୪-SEO ରୁ ଟଙ୍କା କମାଇବାର ଉପାୟ-

ଡିଜିଟାଲ୍ ମାର୍କେଟିଙ୍ଗର ସବୁଠୁ ମୁଖ୍ୟ ଉପାୟ ହେଉଛି SEO ଅର୍ଥାତ Search Engine Optimization । ଏହା ଏମିତି ଗୋଟିଏ ମାଧ୍ୟମ ଯାହା ସାହାର୍ଯ୍ୟରେ ଆପଣ ଲୋକଙ୍କ ପାଖରେ ଜଲଦି ପହଂଚିପାରିବେ । ସୋସିଆଲ ମିଡିଆ ହେଉ କି ଗୁଗଲ ଲୋକ ନିଜ ମୁତାବକ ଜିନିଷ କିଣିବା ପାଇଁ କିମ୍ବା ଜାଣିବା ପାଇଁ ସର୍ଚ କରନ୍ତି । ଆଉ ଭିନ୍ନ ଭିନ୍ନ ଲୋକ ଭିନ୍ନ ଭିନ୍ନ କଥା ଲେଖି ସର୍ଚ କରନ୍ତି । ତେଣୁ ଯଦି ସେହି ସର୍ଚ କରାଯାଉଥିବା wordକୁ ଆପଣ ନିଜ ୱେବସାଇଟ୍ ବା ପ୍ରଡକ୍ଟର କି ୱାର୍ଡ ଆଦିରେ ବ୍ୟବହାର କରିବେ ତାହାଲେ ଆପଣଙ୍କୁ ଅଧିକ visitors ମିଳିବେ । ଯଦି ଆପଣ ନିଜର ଗୋଟିଏ ବ୍ଲଗ ବନାଇ ତାକୁ goggle adsense ସହିତ monitize କରୁଛନ୍ତି ତାହାଲେ ବି ଆପଣ ଭଲ ଟଙ୍କା ପାଇପାରିବେ ।

୫-Email ମାର୍କେଟିଙ୍ଗ ରୁ ଟଙ୍କା କମାଇବାର ଉପାୟ-

ଇମେଲ୍ ମାର୍କେଟିଙ୍ଗର ବ୍ୟବହାର ବହୁତ ହିଁ ଅଧିକ କରାଯାଏ । କିନ୍ତୁ ଇମେଲ୍ ମାର୍କେଟିଙ୍ଗ ର କନଭରସନ୍ ରେଟ୍ ଅଧିକ ହୋଇନଥାଏ । କିନ୍ତୁ ତଥାପି ବହୁତ ବିଜନେସ୍ ଏହାର ବ୍ୟବହାର କରୁଛି । ଇମେଲ୍ ପଠାଇ ମାର୍କେଟିଙ୍ଗ କରିବାର ଉପାୟ ନିଜ ପ୍ରଡକ୍ଟ ପାଇଁ ବେଶି ଫାଇଦା ଦେଇଥାଏ । ତେଣୁ ସେଥିରେ ପ୍ରମୋଟ କରି ନିଜ ବିଜନେସ୍ କୁ ଆଗକୁ ନେଇ ଟଙ୍କା କମେଇପାରିବେ ଅଥବା ଅନ୍ୟମାନଙ୍କ ପାଇଁ ଇମେଲ୍ ମାର୍କେଟିଙ୍ଗ କରି ପଇସା କମେଇପାରିବେ ।

ଡିଜିଟାଲ୍ ମାର୍କେଟିଙ୍ଗ୍ ଜରିଆରେ ଟଙ୍କା କମାଇବା ପାଇଁ ଆହୁରୀ ଅନେକ ଉପାୟ ତ ରହିଛି । କିନ୍ତୁ ଆଜି ଏହି ୫ଟି ଉପାୟ ବିଷୟରେ ଆମେ ଆପଣଙ୍କୁ ଜଣାଇଲୁ । ଆଉ ଏକ ପୋଷ୍ଟ ରେ ଆମେ ଡିଜିଟାଲ ମାର୍କେଟିଙ୍ଗ ବିଷୟରେ ଆଉ କଣ କଣ ଟେକନିକ୍ ଅଛି ସେ ବିଷୟରେ ଜଣାଇବୁ ।

 

 

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )