Friday 29th March 2024
ଦେଶରେ କେବଳ ମୋଦି ନୁହନ୍ତି ଏହି ରାଜ୍ୟ ବି ଦେଉଛି ଚାକିରୀ…

ଦେଶରେ କେବଳ ମୋଦି ନୁହନ୍ତି ଏହି ରାଜ୍ୟ ବି ଦେଉଛି ଚାକିରୀ…

ଦେଶରେ ପ୍ରଗତି କେତେବେଳେ ହୁଏ ? ଏହି ପ୍ରଶ୍ନର ଉତ୍ତର ହେଲା- ଦେଶରେ ସବୁ କ୍ଷେତ୍ରରେ ଯଦି ପ୍ରଗତି ହେବ । ସବୁ କ୍ଷେତ୍ର ମଧ୍ୟରେ ଆଗରେ ଆସେ- ଶିକ୍ଷା,ସ୍ୱାସ୍ଥ୍ୟ,ଅର୍ଥନୀତି । ଏହି ୩ଟି ଭିତରୁ ଯଦି ଶିକ୍ଷାକୁ ଅଧିକ ଧ୍ୟାନ ଦେବା ତାହାଲେ ଆମେ ଜାଣିବାକୁ ପାଇବା ଶିକ୍ଷାର ପ୍ରଗତି ହେଲେ ରୋଜଗାରର ପନ୍ଥା ବି ବଢିବ । ଆଜିକାଲି ଆମ ଦେଶରେ ବେକାରୀ ସମସ୍ୟାକୁ ନେଇ ସରକାର ଅନେକ କଥା ଚିନ୍ତା କରୁଛନ୍ତି । କିନ୍ତୁ ଯଦି ଆମେ ପ୍ରତ୍ୟେକ ରାଜ୍ୟ ଅନୁସାରେ ଦେଖିବା ତାହାଲେ ଏମିତି ଗୋଟିଏ ରାଜ୍ୟ ଆମ ଦେଶରେ ଅଛି ଯିଏକି ସବୁଠୁ ଅଧିକ ରୋଜଗାର ଯୋଗାଇଦେଉଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରତ୍ୟେକ ରାଜ୍ୟକୁ ସବୁ ରାଜ୍ୟର ଲୋକ କାମ କରିବାକୁ ଯାଆନ୍ତି । ଓଡିଶାର ଲୋକ କେବଳ ଓଡିଶାରେ ହିଁ ଚାକିରୀ କରୁନାହାନ୍ତି ବରଂ ସବୁ ରାଜ୍ୟରେ କାମ କରୁଛନ୍ତି । ଏଥିରୁ ଜଣାପଡେ ଯେ ଅନ୍ୟାନ୍ୟ ରାଜ୍ୟରେ ରୋଜଗାର ଦେବାର ପନ୍ଥା ସୃଷ୍ଟି ହେଲେ ହିଁ ଏହିଭଳି ଜିନିଷ ହେଇପାରିବ ।

ନିଯୁକ୍ତି ମିସନର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୩୯ ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
ଏଥିରେ

ଡାକ ବିଭାଗର ସର୍ବାଧିକ ୮୯,

ଭୂବନେଶ୍ଵର ଆଇଆଇଟିରେ ୫୫

ଇଏସଆଇସିରେ ୨୭,

ଏସଏଲବିସିରୁ ୨୧ ଜଣ

ଏମିତି ମୋଟ ଏଗାରଟି ବିଭାଗର ମୋଟ ୨୩୯ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଆନୁକୂଲ୍ୟରେ ଚଳିତ ବର୍ଷ ” ଆଜାଦି କା ଅମୃତ ମହୋତ୍ସବ ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ ” ରୋଜଗାର ମିସନ ” ସର୍ବ ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ପ୍ରାରମ୍ଭ କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଭୁବନେଶ୍ବର ଓ କଟକରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି। କଟକରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ନିଯୁକ୍ତି ମିସନରେ ଦଶ ଲକ୍ଷ ନୂତନ ନିଯୁକ୍ତି ଲକ୍ଷ୍ୟ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ୭୫ ହଜାର ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ତେବେ ମୋଦୀ ସରକାର ଦୀପାବଳୀ ଅବସରରେ ଚାକିରୀ କୁ ନେଇ ଏକ ବଡ ଘୋଷଣା କରିଥିଲେ । ଆଉ ସେଥିରେ ୭୫ହଜାର ଯୁବାଙ୍କୁ ଚାକିରୀ ଦେବାର ପ୍ରତିଶୃତିକୁ ପୂରଣ ମଧ୍ୟ କଲେ । ଆଗାମୀ ସମୟରେ ଏହା ଦେଶର ପ୍ରଗତି ପାଇଁ ଏକ ବଡ ପଦକ୍ଷେପ ବୋଲି କୁହାଯାଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶନିବାର ’ରୋଜଗାର ମେଳା’ ର ଶୁଭାରମ୍ଭ କରିଛନ୍ତି । ଏହା ଅନୁଯାୟୀ ସମାରୋହରେ ୭୫ ହଜାର ନବନିଯୁକ୍ତ କର୍ମୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ଦ୍ବାରା ୨୦୨୩ ଡିସେମ୍ବର ସୁଦ୍ଧା ୧୦ ଲକ୍ଷ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରହିଛି। ମନୋନୀତ ହୋଇଥିବା କର୍ମୀଙ୍କୁ ଭାରତ ସରକାରଙ୍କ ୩୮ ମନ୍ତ୍ରାଳୟ/ବିଭାଗରେ ନିଯୁକ୍ତ କରାଯିବ। ତେବେ ଏହା ତ’ ଥିଲା ସରକାରୀ କ୍ଷେତ୍ର କଥା ।

କିନ୍ତୁ ସରକାରୀ ସ୍ତରରେ ଯାହା କିଛି ବି ଉନ୍ନତି ହେଉଛି ତାହାକୁ ସରକାର କରୁଛନ୍ତି । ହେଲେ ବେସରକାରୀ ସ୍ତରରେ ଯାହା ପ୍ରଗତି ହେଉଛି ସେଥିରେ ଅଧିକ ଭାଗିଦାରିତା ନେଉଥିବା ରାଜ୍ୟ ହେଉଛି ମୁମ୍ବାଇ । ମୁମ୍ବାଇ ଏମିତି ଏକ ସହର ଯେଉଁଠି ସବୁଠୁ ଅଧିକ ରୋଜଗାରର ପନ୍ଥା ରହିଛି..ବେସରକାରୀ କ୍ଷେତ୍ର କଥା କହିଲେ ଚାକିରୀ ଦେବାରେ ବୀମା କ୍ଷେତ୍ର ସବୁଠୁ ଆଗରେ ରହିଛି। ଏବେ ବି ସବୁଠୁ ଅଧିକ ଚାକିରି ମୁମ୍ବାଇ ସହରରେ ଦିଆଯାଉଛି । ଜବ୍ସପିକ୍ ଇଣ୍ଡେକ୍ସ ୨୦୨୨ ରେ ଏପରି ଦାବି କରାଯାଇଛି। ଜାଣନ୍ତୁ କ’ଣ କହୁଛି ଏହି ଜବ୍ ନିଯୁକ୍ତି ଟେଣ୍ଡ୍….

ଜବ୍ସପିକ୍ ଇଣ୍ଡେକ୍ସ ୨୦୨୨ ଅନୂଯାୟୀ ସବୁଠୁ ଅଧିକ ଚାକିରୀ ଦେଉଥିବା ଟପ୍-୫ ସେକ୍ଟର ମଧ୍ୟରୁ ବୀମା, ଟ୍ରାଭେଲ, ବ୍ୟାଙ୍କିଂ, ରିୟଲ ଏଷ୍ଟେଟ୍ ଏବଂ ରିଟେଲରେ ରହିଛି। ଦେଶର ଯୁବକଙ୍କୁ ଚାକିରି ଦେବାରେ ମହାନଗର ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ସବୁଠୁ ଆଗରେ ରହିଛନ୍ତି । ଏହା ପରକୁ ଦିଲ୍ଳୀ ଏନସିଆର ଚତୁର୍ଥ ସ୍ଥାନରେ ରହିଛି । ସେହିପରି ରିପୋର୍ଟ ଅନୁଯାୟୀ, ଏବେବି ୮ ରୁ ୧୬ ବର୍ଷର ଅନୁଭବ ରଖୁଥିବା ଆଶାୟୀଙ୍କୁ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଗତ ବର୍ଷ ଏବଂ ଚଳିତ ବର୍ଷ ସେପ୍ଟେମ୍ବର ତୁଳନାରେ ଫ୍ରେଶର୍ସଙ୍କ ଭର୍ତ୍ତିରେ ୬ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।

CATEGORIES
TAGS
Share This

COMMENTS

Wordpress (0)
Disqus (0 )