Friday 26th April 2024
Entertainment:ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସୁଛି ‘ଦମନ’…. ନଭେମ୍ବର ୪ ।  ଡିରେକ୍ଟରଙ୍କ ସହ ଆଲୋଚନା

Entertainment:ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସୁଛି ‘ଦମନ’…. ନଭେମ୍ବର ୪ । ଡିରେକ୍ଟରଙ୍କ ସହ ଆଲୋଚନା

କଣ ରହିଛି କାହାଣୀ,କଣ ରହିଛି ସଂଘର୍ଷ କେମିତି ହେବ ଫିଲ୍ମ ସବୁକିଛି ଜାଣନ୍ତୁ

ଦର୍ଶକଙ୍କ ମନ ବଦଳାଇବ ଦମନ

ସିନେମା ଏକ ଝିଲମିଲ ଦୁନିଆ । ଯେଉଁ ଦୁନିଆରେ କେତେବେଳେ ଯେ ରଙ୍ଗିନ କାହାଣୀ ଦେଖିବାକୁ ମିଳେ,ପୁଣି କେତେବେଳେ କଳାକାରର ଚତ୍ମକାରୀ ଅଭିନୟ । ହେଲେ ଗୋଟିଏ ସିନେମା ତିଆରି ହେବା ପରେ ପରଦାରେ ତାକୁ ଦେଖି ସବୁଠୁ ଅଧିକ ଭଲପାଇବା ଦିଅନ୍ତି ଦର୍ଶକ । ”ଦର୍ଶକଙ୍କ ବିନା କଣ ସିନେମାର ଅସ୍ତିତ୍ୱ ଥାଏ ? ବିଲକୁଲ ବି ନୁହେଁ ।”


ଆଜିକାଲି ଚଳଚିତ୍ରକୁ ନେଇ ସବୁଠି ଚର୍ଚ୍ଚା । ଓଡିଶାର ଚଳଚିତ୍ର କଥା ଯଦି କହିବା ତାହାଲେ ବର୍ତ୍ତମାନର ସ୍ଥିତି ବେହାଲ୍ ରହିଛି । ଦର୍ଶକ କହୁଛନ୍ତି ଆଉ ଭଲ ଓଡିଆ ଫିଲ୍ମ ହେଉନି ଓ ଫିଲ୍ମ ନିର୍ମାତା କହୁଛନ୍ତି ଦର୍ଶକଙ୍କ ଟେଷ୍ଟ ବଦଳିଗଲାଣି । ହେଲେ ଏ ଯୁକ୍ତିକୁ ବର୍ତ୍ତମାନ ବଦଳାଇବାକୁ ଆସୁଛି ଗୋଟିଏ ବଢିଆ ଚଳଚିତ୍ର । କାହାଣୀ,କଳାକାର,ସଂଗୀତ, କେଉଁଥିରେ ବି ଆପଣଙ୍କୁ କମ୍ ଦେଖିବାକୁ ମିଳିବନି । ବହୁତ ଦିନ ପରେ ଓଡିଆ ଦର୍ଶକଙ୍କ ଅଭିଯୋଗ ଦୂର ହେବ ବୋଲି ଆଶା କରିପାରିବା ।  ଦର୍ଶକଙ୍କ ମନକୁ ଛୁଇଁବାର ପ୍ରତିଶୃତି ନେଇ ଆସିଛି ଏହି ଖାସ୍ ଓଡିଆ ଚଳଚିତ୍ର ‘ଦମନ’ । ନଭେମ୍ବର ୪ ତାରିଖରେ ରିଲିଜ ହେବାକୁ ଯାଉଛି ଦମନ ॥ ତେବେ ଫିଲ୍ମକୁ ନେଇ ଏବେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ପ୍ରାୟତଃ ଅଧିକରୁ ଅଧିକ ଦର୍ଶକ ଦମନକୁ ଓଡିଶାର ସବୁ ହଲ୍ ରେ ରିଲିଜ୍ କରିବାକୁ ଦାବି କରୁଛନ୍ତି । କେବଳ ସେତିକି ନୁହେଁ ଏହି ଫିଲ୍ମ ପ୍ରତି ଲୋକଙ୍କର ଆବେଗ ଏତେ ରହିଛି ଯେ ସେମାନେ ସରକାର ତଥା ସିନେମା ଶିଳ୍ପ ସହ ଜଡିତ ସଂସ୍ଥାକୁ ବୀନିତ ଅନୁରୋଧ ମଧ୍ୟ କରୁଛନ୍ତି କି ଏହି ଫିଲ୍ମକୁ ସେତିକି ସୁଯୋଗ ଦିଆଯାଉ । ତେବେ ଚଳଚିତ୍ରର ଟ୍ରେଲର ବହୁତ ହିଁ ସୁନ୍ଦର ଓ ଭିନ୍ନଧରଣର ହୋଇଛି । ଯାହାକୁ ଦେଶ ବିଦେଶରେ ଥିବା ଓଡିଆ ଲୋକ ଗର୍ବର ସହ ଅନ୍ୟମାନଙ୍କ ସହ ସେୟାର କରୁଛନ୍ତି । ସବୁ ଭିତରେ ବି କିଛି ନା କିଛି ଅଭାବ ରହିଗଲା ଭଳି କାହିଁକି ଅନୁଭୂତ ହେଉଛି ? ଏ ବିଷୟରେ ଫିଲ୍ମ ନିର୍ମାତାଙ୍କ ସହ ଆଲୋଚନା କରିବା ପରେ ଅନେକ କଥା ସାମ୍ନାକୁ ଆସିଲା ସେ ବିଷୟରେ ଜାଣିବା ପାଇଁ ପୁରା article ଟିକୁ ପଢନ୍ତୁ ।


ଏହି ଚଳଚିତ୍ରର ପ୍ରଯୋଜକ ହେଉଛନ୍ତି ଦିପେନ୍ଦ୍ର ସାମଲ ଓ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦୁଇ ଯୁବ ଓ ଉଚ୍ଚାଭିଳାଷୀ ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ଓ ବିଶାଳ ମୋର୍ଯ୍ୟ ।

ସଂଘର୍ଷ ଓ ଦମନ

ବିଶାଳ ମୋର୍ଯ୍ୟ ଦେବୀ ପ୍ରସାଦ ଲେଙ୍କା –Directors Opinion

 

ଦମନକୁ ନେଇ କଣ ରହିଛି ଆପଣଙ୍କର ଆଶା ?

-”ଦମନ ଚଳଚିତ୍ରକୁ ନେଇ ବହୁତ କିଛି କଳ୍ପନା ଜଳ୍ପନା ତ ଲାଗିରହିଛି । କିନ୍ତୁ ତଥାପି ଆମେ ଆଶା ଛାଡିନୁ । ଆମେ ଦୁହେଁ ଗୋଟିଏ ଭଲ ଚଳଚିତ୍ର କରିବାର ପ୍ରତିଶୃତି ନେଇ ଦର୍ଶକଙ୍କ ପାଖକୁ ଆସିଛୁ । ଆଉ ଏବେ ଦର୍ଶକଙ୍କର ପାଳି । ସେମାନେ ଚଳଚିତ୍ର ଦେଖିବାକୁ ଆସିଲେ ହିଁ ଜଣାପଡିବ ଯେ ସେମାନେ ନିଜ ଭାଷାକୁ କେତେ ଗୁରୁତ୍ୱ ଦେବା ପାଇଁ ଚାହୁଁଛନ୍ତି । କାରଣ ଓଡିଆ ସିନେମା ଯଦି ଭଲ ହେବ ଆଉ ତା ପରେ ବି ଦର୍ଶକ ହଲ୍ କୁ ଆସିବେ ନାହିଁ ତାହାଲେ ଆମ ପୁରୁଣା ଦିନ କେମିତି ବା ଫେରିପାଇବ ? ଆମେ ଦୁହେଁ ନିର୍ଦ୍ଦେସକ ହିସାବରେ ଗୋଟିଏ ନିଚ୍ଛକ କାହାଣୀ ଏଇ ମାଟିର କଥା ଏଠିକାର ଓଡିଆ ଲୋକଙ୍କ ସଂସ୍କୃତି ସବୁକିଛିର ଆଧାର ନେଇ ବହୁତ ସଂଘର୍ଷ କରି ଫିଲ୍ମଟିଏ ବନେଇଛୁ ।”

 

-”ହେଲେ ଏହାକୁ ରିଲିଜ୍ କରିବା ପାଇଁ ବି ଆମେ ଅନେକ ଅସୁବିଧାର ସମ୍ମୁଖୀନ ହେଇଛୁ । ଫିଲ୍ମର କାମ ଶେଷ ହେବା ପରେ ଆମେ ଏହାକୁ ରଜରେ ରିଲିଜ୍ କରିବାର ଭରପୁର ଚେଷ୍ଟା କରିଥିଲୁ । କିନ୍ତୁ ଆମ ଓଡିଶାର ଥିଏଟର କାହାଣୀ ତ ସମସ୍ତଙ୍କୁ ଜଣା । ଓଡିଆ ଫିଲ୍ମକୁ ଥିଏଟର ହିଁ ମିଳୁନି ଏହାଠାରୁ ବଡ ଦୁଭାର୍ଗ୍ୟ ଆଉ କଣ ବା ହେଇପାରେ । ଏହି ଓଡିଶାରୁ ଏଭେଜଂର ଠାରୁ ଆରମ୍ଭ କରି ସାଉଥ୍ ଫିଲ୍ମ ପୁଷ୍ପା ପର୍ଯ୍ୟନ୍ତ ଅନେକ ଚଳଚିତ୍ରରୁ କୋଟି କୋଟି ଟଙ୍କା ଇନକମ୍ ହେଉଛି । କିନ୍ତୁ ସେଇ ସେତିକି ପରିମାଣର ହଲ୍ ରେ ଓଡିଆ ଫିଲ୍ମ ପାଇଁ ଶୋ ଟାଇମ୍ କି ଓଡିଆ ଫିଲ୍ମକୁ ପ୍ରଚାର କରିବାକୁ କାହାର ଇଚ୍ଚା ବି ନାହିଁ ।’‘ଆମେ ଏକୁଟିଆ ଏହି ସଂଘର୍ଷ କରିଛୁ ଆଗକୁ ବି କରିବୁ । କାରଣ ଆମ ଚଳଚିତ୍ର ପାଇଁ ନା ଅଛି ଓଏଫ୍‌ଡିସିର ସପୋର୍ଟ ନା ଅଛି ସିଣ୍ଡିକେଟର ସପୋର୍ଟ । ତେଣୁ ଓଡିଆଙ୍କ ମନରେ ପୁଣିଥରେ ଓଡିଆ ଫିଲ୍ମ ପାଇଁ ଭଲପାଇବା ଆଣିବାକୁ ଆମେ ଏକତରଫା ବହୁତ ଚେଷ୍ଟା କରୁଛୁ । ବାକି ଦର୍ଶକ ହେଉଛନ୍ତି ସବୁକିଛି । ଆମେ ସବୁକିଛି ସେମାନଙ୍କ ଉପରେ ହିଁ ଛାଡିଦେଇଛୁ । ଯଦି ତାଙ୍କର ଭଲ ପାଇବା ଦମନକୁ ମିଳିବ ତାହାଲେ ଓଡିଆ ସିନେ ଜଗତକୁ ବଦଳାଇବାର ଏକ ନୂଆ ବାଟ ଖୋଲିଯିବ ।”


ଦମନ କଣ ସତରେ ଓଡିଆଙ୍କ କାହାଣୀ ଆଣିବ ?

-ଖାଣ୍ଟି ଓଡିଆଙ୍କ ପାଇଁ ନିଚ୍ଛକ ଓଡିଆ କାହାଣୀ ବୋଲି ଆମେ ମିଛରେ ବିଲକୁଲ ବି କହିନାହୁଁ । କେମିତି ନିରବିଚ୍ଛନ ଅଂଚଳରେ ଲୋକେ ବାହ୍ୟ ଦୁନିଆରେ ଘଟୁଥିବା ଘଟଣା ବିଷୟରେ ନ ଜାଣି ନିଜ ବଣ ପାହାଡ ଜଙ୍ଗଲ ଭିତରେ ବନ୍ଦି ହୋଇ ଅନ୍ଧବିଶ୍ୱାସ କୁ ଜାବୁଡି ଧରିଛନ୍ତି ସେ ବିଷୟରେ ଲୋକଙ୍କୁ ଏକ ସତ କାହାଣୀ ଭେଟି ଦେବ ଦମନ । ଦମନରେ ନା ଆପଣଙ୍କୁ ହିରୋଇନ ଦେଖିବାକୁ ମିଳିବେ ନା ଅଧିକ ଆକ୍ସନ ସିନ୍ । ହେଲେ ଆମେ କଥା ଦେଉଛୁ ଏହି ଫିଲ୍ମ ପ୍ରତ୍ୟେକ ଟି ଓଡିଆଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିବ । ଦମନର ସୁଟିଙ୍ଗ ପାଇଁ ଆମ କଳାକାର ମାନେ ଦିନରାତି ପରିଶ୍ରମ କରିଛନ୍ତି । ଯଦି କେବଳ ବାବୁସାନ୍ କଥା ବି କହିବା ତାହାଲେ ସେ ତାଙ୍କ କ୍ୟାରିୟରରେ ଏହିଭଳି ରିଏଲିଷ୍ଟିକ ଚଳଚିତ୍ର କେବେ ବି କରିନଥିଲେ । ତେଣୁ ନିଜର ଅଭିନୟକୁ ଆହୁରୀ ସୁନ୍ଦର କରିବା ପାଇଁ ସେ ବି ବ୍ୟକ୍ତିଗତ ଭାବେ ବହୁତ ପରିଶ୍ରମ କରିଛନ୍ତି । ଦମନରେ ପ୍ରତ୍ୟେକ ଗୀତ ମନଛୁଆଁ । ଗୀତରେ ଓଡିଆ ଭାଷା,ଓଡିଆ ବାଦ୍ୟ ଯନ୍ତ୍ର,ଓଡିଶାର ସ୍ୱର ସବୁକିଛି ରହିଛି ।

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )