Friday 26th April 2024
Health-ଏବେ ମହିଳାଙ୍କୁ ସ୍ତନ କର୍କଟରୁ ମଳିବ ମୁକ୍ତି, କହିଲେ ଡାକ୍ତର ସନ୍ଦିପ୍ କୁମାର ମିଶ୍ର

Health-ଏବେ ମହିଳାଙ୍କୁ ସ୍ତନ କର୍କଟରୁ ମଳିବ ମୁକ୍ତି, କହିଲେ ଡାକ୍ତର ସନ୍ଦିପ୍ କୁମାର ମିଶ୍ର

ମଣିଷ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ରୋଗର ସାମ୍ନା କରିଥାଏ । ଏହି ସବୁ ରୋଗ ମାନଙ୍କ ମଧ୍ୟରୁ କ୍ୟାନ୍ସର ଅନ୍ୟତମ । ଯାହା କି ଉଭୟ ପୁରୁଷ ଓ ମହିଳା ମାନଙ୍କୁ ହୋଇଥାଏ, ଏହି ରୋଗ ବୟସ ଦେଖିନଥାଏ, ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ଏହି ରୋଗ ହୋଇପାରେ । କିନ୍ତୁ କେବଳ ମହିଳା ମାନଙ୍କ କଥା ଯଦି ଆମେ କହିବା ତେବେ ମହିଳା ମାନଙ୍କ ମଧ୍ୟରେ ସ୍ତନ କର୍କଟ ଜନିତ ସମସ୍ୟା ଦେଖିବାକୁ ମିଳେ । ଏହା ଏମିତି ଏକ ରୋଗ ଯାହା କ୍ୟାନ୍ସରର ଆଉ ଏକ ରୂପ ହୋଇ ନାରୀଙ୍କୁ ହୋଇଥାଏ । ଏହା କୌଣସି ଗୁପ୍ତ ରୋଗ ନୁହେଁ ଏସମ୍ବନ୍ଧରେ ଖୋଲାଖୋଲି ବିଚାର ବିମର୍ଶ କରିବା ଉଚିତ୍ । ଆମ ଓଡ଼ିଶାରେ ଆଜି ବି ଏହି ରୋଗକୁ ନେଇ କିଛି ସଚେତନତା ନାହିଁ । ତାହାଲେ ଚାଲନ୍ତୁ ଆଜି ଡାକ୍ତର ସନ୍ଦିପ କୁମାର ମିଶ୍ରଙ୍କ ସହ ଏହି ରୋଗ ସମ୍ବନ୍ଧରେ ସିଧାସଳଖ ଆଲୋଚନା କରିବା ଓ ଜାଣିବା କାହିଁକି ହୁଏ ସ୍ତନ କର୍କଟ ଏବଂ କଣ ରହିଛି ଏହାର ନିରାକରଣ । ଡାକ୍ତର ସନ୍ଦିପ ମିଶ୍ର ହେଉଛନ୍ତି ବିଶ୍ୱର ପ୍ରଥମ ଡାକ୍ତର ଯିଏ ସ୍ତନ କର୍କଟର ଉପଚାର ଔଷଧ ରୂପରେ ଖୋଜି ବାହାର କରିଛନ୍ତି ।

ସ୍ତନ କର୍କଟର ଲକ୍ଷଣ କ’ଣ?

ଉ- ସ୍ତ୍ରୀ ଲୋକ ମାନେ ଘରେ ବହୁତ ସହଜ ଉପାୟରେ ଜାଣିପାରିବେ କି ତାଙ୍କୁ ସ୍ତନ କର୍କଟ ହେଇଛି କି ନାହିଁ । “ବେଳେ ବେଳେ ଲକ୍ଷଣ ଜଣା ପଡ଼େ ନାହିଁ, କିନ୍ତୁ ଯଦି ସ୍ତନରେ ଗୋଟି ଭଳି ଲାଗେ, ମାଂସ ପେଶୀ ବଢ଼ିଲା ପରି ଲାଗେ କିମ୍ବା ଅସମାନତା ଦେଖାଗଲା ତେବେ ତାହା ଏକ ଲକ୍ଷଣ ହୋଇପାରେ ସ୍ତନ କର୍କଟ ହେବାର”

ସ୍ତନ କର୍କଟର ହେବାର କାରଣ କ’ଣ ରହିଥାଏ?

ଉ- କାରଣ ବହୁତ ଅଛି କିନ୍ତୁ ଏହା ଏକ “ ବଂଶଗତ ରୋଗ ହୋଇଥାଏ, ଯଦି ଆପଣଙ୍କ ପରିବାରରେ ଏହି ରୋଗ ଟି ଥିବ ତେବେ ଆପଣଙ୍କୁ ମଧ୍ୟ ହୋଇପାରେ । ଆଜିକାଲିର ଝିଅ ମାନେ ମାତ୍ରାଧିକ ଧୁମ୍ରପାନ କରୁଛନ୍ତି ଏହା ଏକ କାରଣ ହୋଇଥାଏ । ଚୁଲି ଜାଳି ଯେଉଁମାନେ ରୋଷେଇ କରୁଛନ୍ତି ସେମାନଙ୍କୁ ମଧ୍ୟ ସ୍ତନ କର୍କଟ ହୋଇପାରେ । ମାତ୍ରାଧିକ ଜଙ୍କ୍‌ଫୁଡ୍ ଖାଇବା ଏକ କାରଣ ହୋଇଥାଏ । ଏହା ବ୍ୟତିତ ଲାଇଫ୍ ଷ୍ଟାଇଲ ବଦଳିବା ସହ ମା’ ମାନେ ନିଜ ଛୁଆକୁ ସ୍ତନପାନ କରାଉନାହାଁନ୍ତି । କିମ୍ବା ଛୁଆକୁ ୩ ରୁ ୪ ମାସ ସ୍ତନପାନ କରେଇକି ନିଜ ନିଜ କାମରେ ରହିଯାଉଛନ୍ତି ତାହା ଏକ କାରଣ ହୋଇଥାଏ । ଶିଶୁକୁ କମ୍ ସେ କମ୍ ବର୍ଷେରୁ ଦେଢ଼ ବର୍ଷ ପର୍ଯ୍ୟନ୍ତ ସ୍ତନପାନ କରାଇବା କଥା, ତାହା ମା’ ପାଇଁ ଓ ଶିଶୁ ପାଇଁ ଉଭୟଙ୍କ ପାଇଁ ଭଲ ହୋଇଥାଏ ”।

ଓଡ଼ିଶାରେ ମହିଳା ମାନେ କେତେ ସଚେତନ?

ଉ- “ଗାଁ ଗହଳିରେ ଏତେ ଲୋକ ସଚେତନ ନାହାଁନ୍ତି । ସେମାନଙ୍କ ପାଇଁ କାର୍ଯ୍ୟକ୍ରମ କରିବାକୁ ପଡ଼ିବ ତାଙ୍କୁ ସଚେନ କରିବାକୁ ପଡ଼ିବ । କିନ୍ତୁ ସହରରେ ଲୋକ ମାନେ ଧିରେ ଧିରେ ଏନେଇ ସଚେତନ ହେଉଛନ୍ତି, ଲୋକ ମାନେ ଜାଣିଲେଣି ଏ ବିଷୟରେ”Breast Cancer Awareness Month Background Cartoon Illustration with Ribbon Pink and Woman for Disease Prevention Campaign or Healthcare 8652676 Vector Art at Vecteezy

ଆପଣ ଯେଉଁ ମେଡିସିନ୍ ଲୋକଲୋଚନକୁ ଆଣିଲେ, ତାହା ଲୋକ ମାନଙ୍କ ପାଖରେ କେବେ ପହଞ୍ଚିବ?

ଉ- “୧୦ ବର୍ଷର କଡ଼ା ପରିଶ୍ରମ ପରେ ଆମେ ଏହି ମେଡିସିନ୍‌କୁ ତିଆରି କରିପାରିଛୁ । ମେଡିସିନ୍ ଟିର ନା’ ହେଉଛି “ଡି.ଜି ନାପେ” । ଆମେ ତାକୁ ମୂଷାଙ୍କ ଉପରେ ପ୍ରୟୋଗ କରି ଦେଖେଛୁ ଯାହାକି ଏକ ସଫଳ ପରୀକ୍ଷଣ ହୋଇଛି । ଏହା ବ୍ୟତିତ ଆମକୁ ମଣିଷଙ୍କ ଉପରେ ପ୍ରୟୋଗ କରିବା ପାଇଁ ମଧ୍ୟ ଅନୁମତି ମିଳିସାରିଛି । କିନ୍ତୁ ଏପର୍ଯ୍ୟନ୍ତ ଆମେ ସେହି ପରୀକ୍ଷଣ କରିନାହୁଁ” । ବହୁତ ଜଲ୍‌ଦି ମଣିଷକୁ ନେଇକି ପରୀକ୍ଷା କରାଯିବ ଏବଂ ତାହା ସଫଳ ହେଲା ପରେ ଭାରତ ସରକାରଙ୍କ ଅନୁମତି ପରେ ମେଡିସିନ୍ ଷ୍ଟୋରକୁ ଆସିବ କି ନାହିଁ ଜଣା ପଡ଼ିବ ।

କେଉଁ ବୟସର ମହିଳା ମାନଙ୍କ ପାଖରେ ଏହି ରୋଗ ଦେଖାଯାଏ?

ଉ- “ସାଧାରଣତଃ ୪୦ ରୁ ୪୫ ବର୍ଷ ବୟସର ମହିଳା ମାନଙ୍କ ପାଖରେ ଏହି ରୋଗଟି ଦେଖାଯାଏ । ମାତ୍ର ଆଜି କାଲି ଯୁବତୀ ମାନଙ୍କ ମଧ୍ୟରେ ଏହି ରୋଗ ଦେଖାଗଲାଣି । କିନ୍ତୁ ୪୦ ବର୍ଷ ପରେ ପ୍ରତ୍ୟେକ ବର୍ଷ କିମ୍ବା ୬ମାସରେ ଥରେ ‘ମମୋଗ୍ରାଫି’ କରେଇବା ଉଚିତ୍ । ଯଦି କିଛି ଅସୁବିଧା ଥିବ ଆପଣଙ୍କ ସ୍ତନରେ ତେବେ ତାହା ଜଣା ପଡ଼ିଯାଇଥାଏ । ”

ଏହି ରୋଗରୁ ବଞ୍ଚିବା ପାଇଁ କେଉଁ ଭଳି ଖାଦ୍ୟ ଖାଇବା ଦରକାର?

ଉ- “ମହିଳା ମାନେ ଧୁମ୍ରପନାନ କରିବା କଥା ନୁହେଁ । କାକୁଡ଼ି, ଗାଜର, ବିଟ୍‌, ସଜନା ଶାଗ, ସଜନା ଛୁଇଁ ଆଦି ଖାଇବା ଦରକାର । ପ୍ରତ୍ୟେକ ଖାଦ୍ୟରେ ହଳଦୀ ବେଶୀ ମାତ୍ରାରେ ବ୍ୟବହାର କରିବା ଉଚିତ୍ । ଯାହା ଦ୍ୱାରା ମହିଳା ମାନଙ୍କର ସ୍ତନ କର୍କଟ ହେବା ଆଶଙ୍କା କମ୍ ଥାଏ ” ।

ଟିପ୍ସ-

ଗୋଟା ହଳଦୀ ରାତିରେ ବତୁରାଇକି ସକାଳୁ ସେହି ପାଣିରୁ ହଳଦୀକୁ ଛାଣି ପାଣିକୁ ପିଇବା ମଧ୍ୟ ସ୍ୱାସ୍ଥ୍ୟପ୍ରତି ଭଲ ହୋଇଥାଏ । ସେହିପରି ଜିରାକୁ ମଧ୍ୟ ରାତିରେ ବତୁରାଇକି ସକାଳୁ ସେହି ପାଣି ପିବା ମଧ୍ୟ ଭଲ ହୋଇଥାଏ । ଯାହାକି ସୁଗାର କୁ ମଧ୍ୟ ଠିକ୍ ରଖିଥାଏ ।”ଆମର ଆଶା ଏହି ରୋଗ ବିଷୟରେ ଆପଣଙ୍କୁ ନିଶ୍ଚିନ୍ତ କିଛି ଧାରଣା ଆସିଯାଇଥିବ, ଯଦି ଏହା ଆପଣ ମାନଙ୍କୁ ଉପକାରୀ ଲାଗେ ତେବେ ପୋଷ୍ଟଟିକୁ ଅନ୍ୟମାନଙ୍କୁ ସେୟାର କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )