Friday 29th March 2024
Career-Digital marketingରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି ? ଖବର ଟି ଆପଣଙ୍କ ପାଇଁ

Career-Digital marketingରେ କ୍ୟାରିୟର କରିବାକୁ ଚାହୁଁଛନ୍ତି କି ? ଖବର ଟି ଆପଣଙ୍କ ପାଇଁ

() ଆଜିକାଲି ଲୋକମାନେ ବାହାରକୁ ଯାଇ ଜିନିଷ କିଣିବାକୁ କମ୍ ଅନ୍‌ଲାଇନ୍‌ରୁ କିଣିବାକୁ ବେଶୀ ପସନ୍ଦ କରୁଛନ୍ତି । ନିଜ ଦରକାରୀ ଜିନିଷ କିଣିବା ପାଇଁ ଘରେ ବସି ହିଁ ଅର୍ଡର କରିନେଉଛନ୍ତି । କିଛି ବର୍ଷ ମଧ୍ୟରେ ଲୋକଙ୍କ କିଣିବାର ଶୈଳୀ ବଦଳିବାରେ ଲାଗିଛି । businessକୁ ସାହାର୍ଯ୍ୟ କରେ digital marketing । ଆଉ ଏବେର ଦୁନିଆ ବଦଳିବା ସହ ଅନେକ ପିଲା ଚାହୁଁଛନ୍ତି କି ଏହି digital marketingରେ କାମ କରି ନିଜ କ୍ୟାରିୟର ଗଢ଼ିବାକୁ । ତେବେ ଆସନ୍ତୁ ଜାଣିବା caki web digital companyର ମୁଖ୍ୟ ପାର୍ଥ ସାରଥୀ ଶତପଥୀଙ୍କ ଠାରୁ କି digital marketing କଣ ଓ ଏଥିରେ ଆପଣ ନିଜ କ୍ୟାରିୟର କେମିତି ଗଢ଼ି ପାରିବେ ।What is digital marketing? Definition and examples - Market Business Newsdigital marketing କଣ?

ଉ-ଆଜିକାଲି ପିଲାଠୁ ବୃଦ୍ଧ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ୨୪ଘଣ୍ଟା ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ସେ ଫେସବୁକ୍ ହେଉ କି ଇନ୍‌ଷ୍ଟାଗ୍ରାମ୍ କିମ୍ବା ଅନ୍ୟକୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ । ସେଠାରେ ସେ ଅନେକ ଆଡ୍‌ଭଟାଇଜ୍ ଦେଖି ନିଜ ପାଇଁ ହେଉ ଅଥବା ଘର ପାଇଁ ଅନ୍‌ଲାଇନ୍‌ରୁ ହିଁ ଅର୍ଡର କରିଥାନ୍ତି । ଅନେକ କମ୍ପାନୀ ଏହିଭଳି ଅନ୍‌ଲାଇନ୍‌ରେ ପୋଷ୍ଟ କରନ୍ତି digital marketing ଏଜେନ୍ସିଙ୍କ ମାଧ୍ୟମରେ । ସେହି ବିଜ୍ଞାପନକୁ କୁହାଯାଏ digital marketing । ଯାହାକି ଅଫଲାଇନ୍ ଅପେକ୍ଷା ଅନ୍‌ଲାଇନ୍‌ରେ ବେଶୀ କଷ୍ଟୋମର ବଢ଼ାଏ ।

 

ଆପଣ ଏହି digital marketing ପ୍ଲାଟଫର୍ମକୁ ଆସିଲେ କାହିଁକି?

ଉ- digital marketing ପ୍ଲାଟଫର୍ମ ଗୋଟିଏ ଭଲ ପ୍ଲାଟଫର୍ମ । ଯେଉଁଠି ବହୁତ କମ୍ ଟଙ୍କାରେ ଲୋକ ମାନେ ନିଜ businessକୁ ଆଗକୁ ବଢ଼େଇପାରିବେ । ଲୋକମାନଙ୍କ ବହୁତ ବେନିଫିଟ୍ ହୋଇଥାଏ ଏହି ମାଧ୍ୟମରେ ତେଣୁ ଏଠି ମୁଁ କ୍ୟାରିୟର କରିବାକୁ ମନସ୍ଥ କଲି । ଆମେ ଆମ କମ୍ପାନୀରେ ସେହି business ମ୍ୟାନଙ୍କୁ ସାହାର୍ଯ୍ୟ କରୁ ଯେଉଁ କମ୍ପାନୀରେ ଅଧିକ ଲୋକ କାମ କରନ୍ତି ଓ ସେମାନଙ୍କ ଆକାଉଣ୍ଟ ସମ୍ଭାଳିବା ପାଇଁ ପ୍ଲାନ ଦେବା, ସଫ୍ଟୱେୟାର ମ୍ୟାନେଜମେଣ୍ଟ କରିବାରେ ଆମେ ସାହାର୍ଯ୍ୟ କରିଥାଉ । କମ୍ ପଇସାରେ ଆପଣଙ୍କ business କେମିତି ଆଗକୁ ବଢ଼ିବ ସେହି ଉପରେ ଆମେ ବେଶୀ ଫୋକସ୍ କରିଥାଉ ।

ଆପଣ କେମିତି ବିଭିନ୍ନ ପ୍ରକାର clientଙ୍କ ସହ ଡିଲ୍ କରିଥାନ୍ତି?

ଉ- ପ୍ରଥମେ ଜାଣିବାକୁ ଚେଷ୍ଟା କରିଥାଉ କି ଆମ clientଙ୍କୁ କଣ ଦରକାର । କଣ ଅସୁବିଧା ହେଇଛି ତାଙ୍କର କମ୍ପାନୀକୁ ନେଇ । ଏମିତି ବି client ଥାନ୍ତି ଯେଉଁମାନେ ଷ୍ଟାଟ ଅପ୍ business କରୁଥିବେ । ତାଙ୍କ ପାଖରେ ସବୁ ଜିନିଷ ଥିବ କିନ୍ତୁ ଭଲ କଣ୍ଟେଣ୍ଟ ନଥିବ କିମ୍ବା କଣ୍ଟେଣ୍ଟ ଥିବ ମାତ୍ର ଭଲ ପ୍ଲାନିଂ ନଥିବ । ଏହା ବ୍ୟତୀତ ସେମାନଙ୍କ ୱେବ୍ ଡିଜାଇନ୍‌ରେ ମଧ୍ୟ ଆମେ ସାହାର୍ଯ୍ୟ କରିଥାଉ । ସେମାନଙ୍କ ଅସୁବିଧାକୁ ଜାଣି ସେମାନଙ୍କ ସହ ଆମକୁ ଡିଲ୍ କରିବାକୁ ପଡ଼େ।

ବିଜ୍‌ନେସ୍ ଆଗକୁ ବଢ଼ିବାରେ କେତେ ସାହାର୍ଯ୍ୟ କରେ digital marketing?

ଉ- businessକୁ ବହୁତ୍ ସାହାର୍ଯ୍ୟ କରେ digital marketing । କାରଣ ସମସ୍ତେ ଚାହାନ୍ତି ନିଜ businessକୁ ଆଗକୁ ବଢ଼େଇବାକୁ, ନିଜ କଷ୍ଟୋମର ବଢ଼େଇବାକୁ । ତେଣୁ ଆମର କାମ ଥାଏ ତାଙ୍କର ସାହାର୍ଯ୍ୟ କରି ତାଙ୍କ କମ୍ପାନୀର ସବୁ ଅସୁବିଧାକୁ ଠିକ୍ କରି ୱେସାଇଟ୍ ହେଉ କିମ୍ବା କଣ୍ଟେଣ୍ଟ ସବୁଥିରେ ଆମେ ତାଙ୍କୁ ସାହାର୍ଯ୍ୟ କରି କେମିତି ତାଙ୍କ କମ୍ପାନୀ ଆଗକୁ ବଢ଼ିବ ସେଥିରେ ଆମେ କାମ କରିଥାଉ । ତେଣୁ ନିଶ୍ଚିନ୍ତ business ପାଇଁ digital marketing ବହୁତ୍ ସାହାର୍ଯ୍ୟ କରେ ।

 

digital marketingରେ କ୍ୟାରିୟର ଗଢ଼ିବା ଯୁବପିଢ଼ିଙ୍କ ପାଇଁ ଏକ ଭଲ ପ୍ଲାଟଫର୍ମ କି?

ଉ-ଯୁବପିଢ଼ିଙ୍କ ପାଇଁ digital marketing ଗୋଟିଏ ଭଲ ପ୍ଲାଟଫର୍ମ କ୍ୟାରିୟର ଗଢ଼ିବା ପାଇଁ । କାରଣ ଆମ ଦୁନିଆ ଧିରେ ଧିରେ digital ମାଧ୍ୟମରେ ହିଁ କଣ୍ଟ୍ରୋଲ ହେବା ଆରମ୍ଭ ହୋଇଗଲାଣି । ଯୁବ ପିଢ଼ିଙ୍କ ପାଇଁ ଏବେ ଏକ ଭଲ ମୌକା କି ସେମାନେ ଏବେଠୁ ଏଥିରେ କ୍ୟାରିୟର ଆରମ୍ଭ କରନ୍ତୁ ଯାହା ଫଳରେ ତାଙ୍କୁ ଭବିଷ୍ୟତରେ କୌଣସି ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

 

ଡିଜିଟାଲ ମାକେଁଟିଂ ପାଇଁ ଆପଣ କଣ ଟିପ୍ସ ଦେବେ?

ଉ- digital marketing ଆଗକୁ ବଢ଼ିବାକୁ ହେଲେ ପ୍ରଥମେ ଆମ clientଙ୍କୁ ଭଲ କାମ କରିକି ଦେବାକୁ ପଡ଼ିବ । client ଆଗକୁ ବଢ଼ିଲେ ଆମେବି ଆଗକୁ ବଢ଼ିପାରିବା । ଖାଲି ପଇସାକୁ ଦେଖି କାମ କରିଲେ ଆଗକୁ ବଢ଼ିବା କଷ୍ଟକର ହୋଇଯିବ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )