Thursday 28th March 2024
ସାବଧାନ! Work from home scam ର ଆପଣ ବି ହେଇପାରନ୍ତି ଶିକାର!

ସାବଧାନ! Work from home scam ର ଆପଣ ବି ହେଇପାରନ୍ତି ଶିକାର!

Work from home ର ଅର୍ଥ ହେଉଛି ଘରେ ବସି କାମକରିବା । ତେବେ ଇଣ୍ଟରନେଟ୍ ର ଦୁନିଆରେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁ ମାନେ Work from home କୁ ନେଇ ଏବେ ବି ଅଜଣା । କୋଭିଡ୍ ମହାମାରୀ ସମୟରେ ଅନେକ  ଲୋକ Work from home କରୁଥିଲେ ।

ତେବେ ଆସନ୍ତୁ ଜାଣିବା Work from home କଣ ?

Private କିମ୍ୱା Government job ରେ  Work from office ଥାଏ । ଯେଉଁଥିରେ office କୁ ଯାଇ କାମ କରିବା ପାଇଁ ପଡିଥାଏ । ତେବେ ଆଜିକାଲି ଅନେକ ଲୋକ freelancing କାମ ସବୁକରୁଛନ୍ତି । freelancing କାମରେ କାମ ହିସାବରେ ଦରମା ଥାଏ । freelancing ରେ ଆପଣ ଏକାଥରକେ ଅନେକ  projects ରେ କାମକରିପାରିବେ । freelancing କାମରେ ସାଧାରଣ Private job ଅପେକ୍ଷା ଅଧିକ ଟଙ୍କା ମିଳିଥାଏ । ତେଣୁ Private job ଅପେକ୍ଷା freelancing କାମ ର ଅଧିକ ଚର୍ଚ୍ଚା ହୁଏ । Work from home କାମ ବି ଠିକ୍ ସେହିପରି । Work from home ମାନେ ଘରୁ ନ ବାହାରି ଘରେ ବସି କାମକରିବାକୁ ବୁଝାଯାଏ । Work from home ରେ office କୁ ଧାଁ ଧପଡ ନକରି ଘରେ କାମ କରିବା ର ସୁବିଧା ଥାଏ । office ର ସମୟ ହିସାବରେ ନୁହଁ ବରଂ ସୁବିଧାରେ ଘରେ ବସି କାମ କରିବା ହେଉଛି work from home । ଘରେ ବସି ସୁବିଧାରେ ଅର୍ଥ ଉପାର୍ଜନ କରିବା ସମସ୍ତଙ୍କୁ ପସନ୍ଦ । ଅନେକ ବ୍ୟକ୍ତି work from home କରିବାକୁ ପସନ୍ଦ କରନ୍ତି । ତେଣୁ ଅନ୍ୟମାନେ work from home କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ।

Scam ର ଅର୍ଥକଣ ?

Scam ମାନେ ହେଉଛି ଘୋଟାଲା । Scam କୌଣସି କ୍ଷେତ୍ରରେ ବି ହେଇପାରେ । ଅନେକ ପ୍ରକାରର  Scam ଅଛି । ତେବେ ଉପଯୁକ୍ତ ଜ୍ଞାନ ଅଭାବରୁ ଅନେକ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ Scam ରେ ପଡିଥାଆନ୍ତି । Scam ରେ ପଡି କିଏ ଟଙ୍କା ହରାଛି ତ ପୁଣି କିଏ Blackmail ର ଶିକାର ହେଇଛି ।

 

Work from home scam  କଣ ? ଏହା କିପରି ଆପଣଙ୍କ ସହ 

ହୋଇପାରେ ତାହା ଏହି article ଟି ପଢିଲେ ଜାଣିପାରିବେ ।

Work from home scam ର ଅର୍ଥ କଣ ?

ସରଳ ଭାଷାରେ କହିବାକୁ ଗଲେ Work from home job ର ଆଶା ଦେଖାଇ scammers ମାନେ ଟଙ୍କା ବା registration fees ମାଗିଥାନ୍ତି । Work from home ରେ କାମ କରାଇ କିଛି Fake company ଦରମା ଦେବେ କହି ଦେଇନଥାନ୍ତି । ଓଲଟା କାମରେ ଅନେକ ତ୍ରୁଟି ଅଛି ଦର୍ଶାଇ company ର ବହୁତ କ୍ଷତି ହୋଇଛି କହିଥାନ୍ତି । company ର କ୍ଷତି ପାଇଁ employee କୁ ଟଙ୍କା ମାଗିଥାନ୍ତି । ଟଙ୍କା ନଦେଲେ ଥାନା ଯିବାକୁ ପଡିପାରେ ବୋଲି ମଧ୍ୟ ଧମକ ଚମକ ଦେଇଥାନ୍ତି ।

ବର୍ତ୍ତମାନ ଭାରତରେ ଜନସଂଖ୍ୟାର ବିଷ୍ପୋରଣ ଘଟିଛି । ଦିନକୁ ଦିନ ବଢିଚାଲିଛି ଭାରତର ଜନସଂଖ୍ୟା ଏବଂ ତା ସହ ବଢିଛି ବେକାରୀ ସମସ୍ୟା । ବେକାରୀ ସମସ୍ୟା ବଢିବାର ମୁଖ୍ୟକାରଣ ହେଉଛି ଭାରତରେ ଚାକିରୀର ଅଭାବ । ତେଣୁ ଅନେକ ବ୍ୟକ୍ତି ପ୍ରତ୍ୟେକ ଦିନ  Internet ରେ Highest Paying Work from home Jobs in India 2023 ଲେଖି search କରୁଛନ୍ତି ।

ଘରେ ବସି ଚାକିରୀ କରିବା ପାଇଁ ଅଧିକାଂଶ ଆଶାୟୀ ଅଛନ୍ତି । ତେବେ ଏହି ଆବଶ୍ୟକତାକୁ ନେଇ scammers  ମାନେ ବିଭିନ୍ନ ପ୍ରକାରର scam କରିଥାନ୍ତି । ସେଥିମଧ୍ୟରୁ Work from home scam ଗୋଟିଏ ସହଜ ମାଧ୍ୟମ । Job scam ରେ ଚାକିରୀ କରେଇ ଦେବାପାଇଁ Job Recruitment Agency ଗୁଡିକ ଟଙ୍କା ମାଗିଥାଆନ୍ତି । good salary package ର ଲୋଭରେ ପଡି ଚାକିରୀ ଆଶାୟୀ ମାନେ scam ର ଶିକାର ହେଇଥାଆନ୍ତି । ତେବେ Work from home ର ଅଧିକ demand ଦେଖି scammers ମାନେ ଲୋକଙ୍କୁ target କରୁଛନ୍ତି । Internet ରେ Employment Agencies , Job Recruitment Agency, Jobs Recruitment Service , Placement Consultancy , Domestic Placement Company ଏବଂ Permanent Temporary Staffing ନାଁରେ ବିଭିନ୍ନ ପ୍ରକାରର  advertisement run କିମ୍ବା  Ad campaigns ଚଲାଇଥାନ୍ତି । ବିଭିନ୍ନ ବର୍ଗର ଲୋକଙ୍କୁ ଏହି advertisement ଗୁଡିକ show କରେ ।

ଚାକିରୀ ଆଶାୟୀ ମାନେ Internet ର ଏହି link ଗୁଡିକରେ Click କରି ନିଜର ବ୍ୟକ୍ତିଗତ ତଥ୍ୟ ଦେଇ Form fill-up କରିଥାନ୍ତି । ତାପରେ ଏହି website ଗୁଡିକ phone number ରେ ଆସିଥିବା OTP ଭରିବାକୁ କହିଥାଏ । ତାପରେ bank account ରୁ କଟିଯାଇଥାଏ ଟଙ୍କା । Job Registration କରିବା ବାହାନାରେ କିଛି phone call ଆସିଥାଏ । Job Registration ପାଇଁ OTP ମାଗିଥାନ୍ତି ଏବଂ କିଛି କ୍ଷଣ ମଧ୍ୟରେ bank account ରୁ କଟିଯାଇଥାଏ ଟଙ୍କା । ୨୦୧୭ ମସିହାରେ ପ୍ରକାଶିତ ଆମେରିକାର ଏକ ରିର୍ପୋଟରେ ଦର୍ଶାଯାଇଛି ଯେ , ପ୍ରାୟ ୪୦ ଲକ୍ଷ ଲୋକ କୌଣସି କାରଣରୁ ୫୦ ପ୍ରତିଶତ ସମୟ ଘରୁ କାମ କରିଥିଲେ ବା Work from home କରିଥିଲେ ।

ବିଭିନ୍ନ ସ୍ଥାନରେ ଟ୍ରାଫିକ୍ ର ଅସୁବିଧା ଥାଏ ତେଣୁ ବିଭିନ୍ନ ବ୍ୟକ୍ତି ମାନେ ଘରେ ବସି କାମ କରିବାର ଇଚ୍ଛା ପ୍ରକାଶ କରିଥାନ୍ତି । Work from home ରେ Office  କୁ ଯିବା ଆସିବାର ଅସୁବିଧା ନ ଥାଏ ଏବଂ ସମୟ ମଧ୍ୟ ବଞ୍ଚିଥାଏ ।

 

 ତେବେ କଣ ଏହି Work from home scam ଗୁଡିକ

1) ବିନା Interview ବା ବିନା ସାକ୍ଷାତକାରରେ ଚାକିରୀ କରିବା ପାଇଁ ଅଫର୍

 

ନିଜକୁ ପ୍ରତିଷ୍ଠିତ କମ୍ପାନୀର HR Manager କହି ତାଙ୍କ ଆଡୁ ଚାକିରୀ କରିବାର ଅଫର ଦେଇଥାନ୍ତି । ବହୁତ କମ Vacancy  ଅଛି କହି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ମାଗିନେଇଥାନ୍ତି । ପରେ କହିଥାନ୍ତି ଯେ ଆପଣ ଆମ company ରେ ଚାକିରୀ କରିବାର ସୁଯୋଗ ପାଇଛନ୍ତି । ତେବେ ଆପଣ Office କୁ ଆସି କିମ୍ବା ଘରେ ବସିମଧ୍ୟ କାମଟିକୁ କରିପାରିବେ । ବିଶ୍ୱାସ ଜମାଇ ସାରିଲାପରେ ଦିନେ ଦୁଇ ଦିନ ପରେ ଆପଣଙ୍କୁ ଭଲ କାମ କରିପାରୁଥିବାର ଆଶ୍ୱାସନା ଦେଇଥାନ୍ତି । ତେବେ କିଛି ଦିନପରେ କହିଥାନ୍ତି ଯେ ଆପଣଙ୍କ ଦରମା ଆସିବ, bank account details ଦିଅନ୍ତୁ । ପରେ ପରେ ଦରମା ଆସିବା ସମୟରେ କହନ୍ତି ଯେ ଆପଣଙ୍କ bank account Registration ହେବ Income Tax ପାଇଁ । ତେଣୁ ଆପଣ PAN CARD ଦିଅନ୍ତୁ । PAN CARD ଥିଲେ ମଧ୍ୟ କହନ୍ତି OTP ଗଲେ ଦେବେ Income Tax ପାଇଁ Registration ହେବ ।OTP ଦେଲାପରେ କିଛି ସମୟ ମଧ୍ୟରେ bank account ରୁ ଟଙ୍କା କଟିଯାଇଥାଏ । ଫୋନ୍ କଲେ ମଧ୍ୟ ଫୋନ୍ କେହି ଉଠେଇ ନଥାନ୍ତି । Company ବିଷୟରେ ବୁଝାବୁଝି କଲାବେଳକୁ Company ର କୌଣସି ଚିହ୍ନବର୍ଣ୍ଣ ନଥାଏ ।  CompanyE-mail ଏବଂ Phone ନମ୍ବର ଦୁଇଟି ଯାକ Fake ଥାଏ ।

2)  ଘରେ ବସି Part Time କାମ କରିବା ର ସୁଯୋଗ

“ଆପଣ ଘରେ ବସି ବସି Bore ହେଉଛନ୍ତିକି ? ଘରୁ ନ ବାହାରି କାମ କରିବାକୁ ଚାହୁଁଛନ୍ତି କି ? ତେବେ ଆପଣ ଘରେ ବସି ମାସକୁ ୨୫,୦୦୦ ରୁ ୫୦,୦୦୦ ପର୍ଯ୍ୟନ୍ତ ରୋଜଗାର କରିପାରିବେ । ବିଶେଷ କିଛି କରିବାର ଆବଶ୍ୟକତା ନାହିଁ । ନିଜ ଯୋଗ୍ୟତା ଅନୁସାରେ Typing , Translates , Social media Share ଏବଂ ଫୋନ ଜରିଆରେ ମାର୍କେଟିଂ କରିପାରିବେ । ”  – ଏପରି କହି ଘରେ ବସିଥିବା housewife , Competitive exams ପାଇଁ ପ୍ରସ୍ତୁତି କରୁଥିବା students , ଚାକିରୀ ଆଶାୟୀ ଏବଂ ବିଭିନ୍ନ ବର୍ଗର ଲୋକମାନଙ୍କୁ ନିଜର ଶିକାର ବନେଇଥାନ୍ତି scammer । କାମ କରେଇ ଦରମା ଦେଇ ନଥାନ୍ତି କିମ୍ୱା Part Time Job ନାଁ ରେ ମାଗିଥାନ୍ତି security deposit ଟଙ୍କା । ଏଥିରେ ସହଜରେ ଶିକାର ହେଇଥାନ୍ତି housewife , Competitive exams ପାଇଁ ପ୍ରସ୍ତୁତି କରୁଥିବା students ଏବଂ ଚାକିରୀ ଆଶାୟୀ ମାନେ ।

3) ଏହି Link ଟିକୁ Social media ରେ Share କରି ଘରେ ବସି ଟଙ୍କା ରୋଜଗାର କରନ୍ତୁ – 

Social media ରେ Link Share କରି ସହଜରେ ଟଙ୍କା ରୋଜଗାର କରିବାର ସହଜମାଧ୍ୟମ ବୋଲି ଦର୍ଶାଇ ଥାନ୍ତି scammer । Work from home ର ସୁଯୋଗ ନେଇ scammer  ଟାର୍ଗେଟ୍ କରିଥାନ୍ତି ସାଧାରଣ ଜନତାଙ୍କୁ । ଚାକିରୀ ଆଶାୟୀ ମାନେ ଅଳ୍ପ ସମୟରେ ଅଳ୍ପ ପରିଶ୍ରମରେ ଘରେ ବସି ୨୫,୦୦୦ ରୁ ୫୦,୦୦୦ ଟଙ୍କା ରୋଜଗାର କରିବାର ଲୋଭରେ ପଡି ଏହି scam ର ଶିକାର ହୋଇଥାନ୍ତି ।

4)  ଗୋଟେ ମାସର ଦରମା ପରେ ବ୍ଲାକ୍ ମେଲିଂ

ଗୋଟେ ମାସର  probation period କହି ଚାକିରୀରେ  Join କରାନ୍ତି । ପରେ ପରେ କାମ ଅନୁସାରେ ଦରମା ବଢିବାର ଆଶ୍ୱାସନା ଦେଇଥାନ୍ତି scammer । ଗୋଟେ ମାସର ଦରମା ଦେଇ Job permanent ର ବାହାନାରେ E-mail ଜରିଆରେ Digital agreement sign କିମ୍ବା E-mail approval କରେଇଥାନ୍ତି । Agreement ରେ ଥାଏ ଯେ, ଯଦି କାମରେ ୧୦ ପ୍ରତିଶତ ରୁ ଅଧିକ ତୃଟି ଥାଏ ତେବେ ଦରମା କଟିବ । ଅନ୍ୟପକ୍ଷରେ ପୁଣି scammer କହିଥାଏ ଯେ ଆପଣ ଭଲ କାମ କରୁଛନ୍ତି । ତେଣୁ ଆପଣଙ୍କୁ Bonus payment ଏବଂ ପଦୋନ୍ନତି ମିଳିବାର ସଂମ୍ଭାବନା ଅଧିକ । ଆପଣଙ୍କୁ ଚିନ୍ତାକରିବାର କୌଣସି ଆବଶ୍ୟକତା ନାହିଁ । ଠିକ୍ ଏହିପରି କହି ନିଜ ମାୟାଜାଲରେ ଫସାଇଥାନ୍ତି scammer । ପରେ ପରେ କାମରେ ଅନେକ ତ୍ରୁଟି ଦର୍ଶାଇ Company ର କ୍ଷତି ପୁରଣ ବାବଦକୁ ଲକ୍ଷ୍ୟାଧିକ ଟଙ୍କା ମାଗିଥାନ୍ତି । ଟଙ୍କା ନ ଦେଲେ ଥାନା ଯିବାକୁ ପଡିବ କିମ୍ବା ଜେଲ ହେବ ଆଦିର ଧମକ ଦେଇଥାନ୍ତି । ଏହି ପରି ଭାବରେ ବ୍ଲାକ୍ ମେଲିଂ କରି ଅନେକ ଟଙ୍କା ମାଗିଥାନ୍ତି ।

5) Work from home ବାହାନାରେ Mobile ରେ Application install କରେଇଥାନ୍ତି –

 

ପ୍ରଥମେ ଗୋଟିଏ Phone call ଆସେ । ତାପରେ Job Recruitment Agency ର ପରିଚୟ ଦେଇ ଚାକିରୀ କରିବାର ଇଚ୍ଛା ଅଛିକି ନାହିଁ ପଚାରି ବୁଝିଥାନ୍ତି । କୌଣସି ଲୋଭନୀୟ କଥା କହି ଚାକିରୀ ଆଶାୟୀ ମନରେ ଲୋଭ ସୃଷ୍ଟି କରିଥାନ୍ତି । Work from home ର ସୁବିଧା ଥିବା କଥା ମଧ୍ୟ କହିଥାନ୍ତି । ଯଦି ବ୍ୟକ୍ତି ଜଣକ ତାଙ୍କ କଥାରେ ରାଜିହେଇ ଗଲେ ,ତେବେ Company ତରଫରୁ ତାଙ୍କୁ ଗୋଟିଏ Application କହିକି install କରେଇଥାନ୍ତି । Application ଟି ସାଧାରଣତ Google play store ରେ ଉପଲବ୍ଧ ନଥାଏ ଏବଂ Application ଟି Phone hacking Application ହେଇପାରେ ।

 

ଥରେ Application ଟିକୁ Phone ରେ install କଲେ Phone ଟି ର ସଂମ୍ପୁର୍ଣ୍ଣ access ବା ନିୟନ୍ତ୍ରଣ scammer ପାଖରେ ଥାଏ । ଯାହାଫଳରେ scammer ପାଖରେ Contacts , Messages , Camera ଏବଂ ଅନ୍ୟ ଜିନିଷର access ଚାଲିଯାଏ । ଯାହାଫଳରେ ବ୍ୟକ୍ତିଗତ ତଥ୍ୟ କୁ scammer hacking କରି ବ୍ଲାକ୍ ମେଲିଂ କରିଥାନ୍ତି । ବ୍ଲାକ୍ ମେଲିଂ କରି ଅନ୍ୟ ଅପରାଧ ପାଇଁ ପ୍ରବର୍ତ୍ତାଇ ଥାନ୍ତି କିମ୍ବା ଟଙ୍କା ମାଗିଥାନ୍ତି ।

6) ଘରେ ବସି କେବଳ Phone call ରେ Work from home କରନ୍ତୁ

 

 

Call Centre ର କାମ ଏବେ ଘରେ ବସି କରନ୍ତୁ । Client services କିମ୍ବା Customer support କାମ ଘରେ ବସି କରିବାର ସୁବର୍ଣ୍ଣ ସୁଯୋଗ ଦେଇଥାନ୍ତି scammer । ଯାହା ଫଳରେ ଆପଣ ଅଜଣା ବ୍ୟକ୍ତି ମାନଙ୍କୁ ବିଭିନ୍ନ ଧରଣ fake messages ଏବଂ links କୁ Share କରିବା ପାଇଁ ପଡିଥାଏ । ଯେଉଁକାମ scammer ନିଜେ କରେ ସେହି କାମଟି ଆପଣଙ୍କୁ କରିବା ପାଇଁ ଦିଆଯାଇପାରେ । ଯେପରିକି Company ପାଇଁ Registration  fee ଆଦାୟ କରି Company କୁ ପଠେଇବା କୁ ପଡିଥାଏ । ଏହି କାମ ଏତେ ସହଜ ଭାବି ଅନେକ ବ୍ୟକ୍ତି କରିଥାନ୍ତି । କିନ୍ତୁ ପରେ Company ର କୌଣସି ଚିହ୍ନ ବର୍ଣ୍ଣ ନଥାଏ । ପରେ ଆପଣଙ୍କୁ ଥାନା ଯିବାକୁ ମଧ୍ୟ ପଡିପାରେ ।

ତେବେ ଏହି Work from home Scam ରୁ କିପରି ଦୁରେଇ ରହିବେ

 

ସୁବିଧାରେ କାମ କରିବା ଇଚ୍ଛା ସମସ୍ତଙ୍କର ଥାଏ । କିନ୍ତୁ କେତେ ଗୋଟି ଦିଗକୁ ଧ୍ୟାନ ଦେଲେ ଆପଣ ଏହି Scam ରୁ ବଞ୍ଚିପାରିବେ । ସମସ୍ତ Work from home job Fake ନଥାଏ । ଏମିତି ଅନେକ ପ୍ରତିଷ୍ଠିତ Company ଅଛନ୍ତି, ଯେଉଁମାନେ Work from Office  କିମ୍ବା Work from home ର ସୁବିଧା ଦେଇଥାନ୍ତି ।

ଯେପରିକି –

 

1)  Infosys-

2)  Oyo-

3)  Swiggy-

4)  Unacademy-

5)  Tata Consultancy Services (TCS)- 

6)  Razorpay-

7)  Microsoft –

8)  Amazon-

9) IBM India-

LinkedIn ରେ Company  Profile ଦେଖନ୍ତୁ

Google ରେ Company Review ଦେଖନ୍ତୁ

 

ଯଦି Company ବିଷୟରେ  ଅଧିକ ଜାଣିବାର ଅଛି , ତେବେ ସରକାରଙ୍କ Online

RTI Request Form ରେ Right to Information (RTI) file କରନ୍ତୁ-

 

 

 

CATEGORIES
TAGS
Share This

COMMENTS

Wordpress (0)
Disqus (0 )