Wednesday 24th April 2024
ଚାକିରୀ ପାଇବାକୁ ଚାହୁଁଛନ୍ତି କି ? ଅନଲାଇନ୍ ରେ ଫ୍ରି କୋର୍ସରେ ଜଏନ୍ କରି ନିଜ ଦକ୍ଷତା ବୃଦ୍ଧି କରନ୍ତୁ !

ଚାକିରୀ ପାଇବାକୁ ଚାହୁଁଛନ୍ତି କି ? ଅନଲାଇନ୍ ରେ ଫ୍ରି କୋର୍ସରେ ଜଏନ୍ କରି ନିଜ ଦକ୍ଷତା ବୃଦ୍ଧି କରନ୍ତୁ !

ପାଠ ପଢି ବଡ ମଣିଷ ହେବା ସମସ୍ତଙ୍କର ସ୍ୱପ୍ନ । ଗାଁ ହେଉ କିମ୍ବା ସହର ସମସ୍ତେ ଚାହାନ୍ତି ରୋଜଗାର କ୍ଷମ ହେବା ପାଇଁ । ରୋଜଗାର କ୍ଷମ ହେଇ ଆତ୍ମନିର୍ଭର ଶୀଳ ହେବା ପାଇଁ କାହାର ବା ଇଚ୍ଛା ନଥାଏ । ଟଙ୍କା ରୋଜଗାର କରି ଆତ୍ମନିର୍ଭର ଶୀଳ  ହେବା ସମସ୍ତଙ୍କ ଲକ୍ଷ୍ୟ । ବର୍ତ୍ତମାନ ସମୟରେ କିଛି ବ୍ୟକ୍ତି ଚାକିରୀ ଖଣ୍ତେ ପାଇଁ କେତେ ହନ୍ତ ସନ୍ତ ହେଉଛନ୍ତି । ଚାକିରୀ ଗୋଟିଏ କରିବା ବା ଚାକିରୀ ପାଇବା କେତେ କଷ୍ଟ ତାହା ପ୍ରତିଦିନ ଚାକିରୀ ଖୋଜୁଥିବା ଚାକିରୀ ଆଶାୟୀ ଙ୍କୁ ଭଲଭାବେ ଜଣା । ଭଲ ବିଶ୍ୱବିଦ୍ୟାଳୟ କିମ୍ବା ବଡ କଲେଜରେ ପାଠ ପଢି ଭଲ ନମ୍ବର ରଖି ମଧ୍ୟ ଆଜି ଭାରତରେ ଅନେକ ଯୁବକ ଯୁବତୀ ବେକାର ହୋଇ ବସି ରହିଛନ୍ତି । କିନ୍ତୁ ଅନେକ ଲୋକ ଚାକିରୀ କରି ମଧ୍ୟ ସନ୍ତୁଷ୍ଟ ନାହାନ୍ତି । ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଭଲ ଦରମା ପାଉଛନ୍ତି ସତ , କିନ୍ତୁ ଚାକିରୀ କରି ନିଜକୁ ବେକାରୀ ସଦୃଶ ମନେକରନ୍ତି । କାହିଁକିନା ଅନେକ ବ୍ୟକ୍ତି ମନ ମୁତାବକ ଦରମା କିମ୍ବା ଆବଶ୍ୟକତା ଅନୁସାରେ ଦରମା ପାଇ ନଥାନ୍ତି । ଅନ୍ୟ କିଛି କମ୍ପାନୀ ରେ ଦକ୍ଷତା ଅନୁସାରେ ଦରମା ମିଳେ ନାହିଁ । ଦକ୍ଷତା ନଥିଲେ ବେସରକାରୀ ଚାକିରୀରେ କୌଣସି ପ୍ରକାର ର ଡିଗ୍ରୀର କିଛିବି ମୂଲ୍ୟନାହିଁ । ଅନେକ କମ୍ପାନୀ ଦକ୍ଷତା କହିଲେ କାର୍ଯ୍ୟକାରୀତା କୁ ବୁଝନ୍ତି । ଯାହାର ଯେତେ ଦକ୍ଷତା , ସେ ସେତେ କାମ କରିପାରେ ଏବଂ ସଠିକ୍ ଢଙ୍ଗରେ କରିପାରେ ବୋଲି ବୁଝାଯାଏ । ଦକ୍ଷତା ହେଉଛି ପ୍ରତ୍ୟେକ କର୍ମଚାରୀ ଙ୍କ ପରିଚୟ । ଭାରତରେ କିଛି ବ୍ୟକ୍ତିଙ୍କ ପାଖରେ ପିଏଚଡି ଡିଗ୍ରୀ ଥାଇ ମଧ୍ୟ ସେମାନେ ଶିକ୍ଷକତା କିମ୍ବା କଲେଜରେ ଅଧ୍ୟାପକ ଚାକିରୀ କରିପାରିଲେ ନାହିଁ । ସବୁରି ମୁଳରେ ଦକ୍ଷତାର ଅଭାବ । ନିକଟରେ ଗଣ ମାଧ୍ୟମରେ ଏବିଷୟରେ  ଅନେକ ଖବର ପ୍ରସାରିତ ହୋଇଥିଲା । ଖବର ଅନୁସାରେ ପିଏଚଡି ଡିଗ୍ରୀ ଥାଇ ମଧ୍ୟ ସେମାନେ ରେଲଓ୍ୱେ ର ଗ୍ରୁପ୍ ଡି ପାଇଁ ଆବେଦନ କରିଥିଲେ । ତେବେ ଏହାର ଅନେକ କାରଣ ଥାଇପାରେ । ଦଶମ ପରେ ଦ୍ୱାଦଶ , ଦ୍ୱାଦଶ ପରେ ସ୍ନାତକ , ସ୍ନାତକ ପରେ ସ୍ନାତକୋତ୍ତୋର ଏବଂ ସ୍ନାତକୋତ୍ତୋର ପରେ ପିଏଚଡି ଡିଗ୍ରୀ ମିଳିଥାଏ । କୌଣସି କାରଣ ହେତୁ ଆଜିକାଲି ଅନେକ ଦ୍ୱାଦଶ ପରେ ଆଗକୁ ଉଚ୍ଚଶିକ୍ଷା ପାଇଁ ପଢିବାକୁ ମନବଳାଉ ନାହାନ୍ତି । ଲମ୍ବା ପାଠ୍ୟ ଖସଡା ଏବଂ ଦୀର୍ଘ ବର୍ଷ ର ସମୟ ସୀମା ଦେଖି ଅନେକ ଉଚ୍ଚଶିକ୍ଷା ପାଇଁ ମନରେ ଭୟପ୍ରକାଶ କରୁଛନ୍ତି । କିନ୍ତୁ ଏକାଡେମିକ କ୍ୟାରିୟରରେ ସବୁଠାରୁ ବଡ ଡିଗ୍ରୀ ପାଖରେ ଥାଇ ମଧ୍ୟ ସର୍ବନିମ୍ନ ଯୋଗ୍ୟତା ଦଶମ ଏବଂ ଦ୍ୱାଦଶ ଥିବା ଚାକିରୀ ପାଇଁ ଏତେ ବ୍ୟାକୁଳତା ର ସହ ଚାକିରୀ ଆଶାୟୀ ଆବେଦନ କରୁଛନ୍ତି । ଉଚ୍ଚଶିକ୍ଷିତ ହେବାରେ କୌଣସି ଅସୁବିଧା ନାହିଁ । ଉଚ୍ଚଶିକ୍ଷିତ ହେଲେ ସମାଜରେ ଏକ ନୂତନ ପରିଚୟ ସୃଷ୍ଟି ହୁଏ । କିନ୍ତୁ ଉଚ୍ଚଶିକ୍ଷିତ ହେବାସହ ଦକ୍ଷତା ବୃଦ୍ଧି କଲେ ଶୀଘ୍ର ଚାକିରୀ ମିଳେ । ତେବେ ଯେତେବେଳେ ଇଣ୍ଟରନେଟ୍ ର ସୁବିଧା ନଥିଲା ସେତେବେଳେ ଲୋକେ ଅଫଲାଇନ୍ ରେ ବିଭିନ୍ନ କୋର୍ସରେ ନାମ ଲେଖାଉଥିଲେ । ଥିଓରି ଅପେକ୍ଷା ପ୍ରାକ୍ଟିକାଲ୍ ଜ୍ଞାନର ଅଧିକ ଆବଶ୍ୟକତା ପଡେ । ପ୍ରାକ୍ଟିକାଲ୍ ଜ୍ଞାନ ଥିଲେ ଆପଣ ଯେକୌଣସି ସ୍ଥାନରେ ସହଜରେ ଚାକିରୀ ପାଇପାରିବେ । ଦକ୍ଷତା ବୃଦ୍ଧି କରିବାପାଇଁ ଅନେକ ଗୁଡିଏ କୋର୍ସ ଅଛି । ଆପଣ ଚାହିଁଲେ ସେଇ କୋର୍ସରେ ନାମ ଲେଖାଇ ପାରିବେ । ନିଜ ଦକ୍ଷତାର ଅଭିବୃଦ୍ଧି  କରିପାରିବେ । ତେବେ ଅନେକ କୋଚିଂ ସେଣ୍ଟରରେ ବିଭିନ୍ନ ପ୍ରକାରର କୋର୍ସ ଉପଲବ୍ଧ ରହୁଛି । କିନ୍ତୁ ବ୍ୟସ୍ତ ବହୁଳ ଜୀବନରେ ଅନେକ ଲୋକ ଏଥିପାଇଁ ସମୟ ଦେଇପାରୁନାହାନ୍ତି । ଇଚ୍ଛା ଥିଲେ ମଧ୍ୟ ଅର୍ଥ ଅଭାବରୁ ଅନେକ ଏହି କୋର୍ସରେ ନାମ ଲେଖାଇ ପାରିନଥାନ୍ତି । କିଛି କୋଚିଂ ସେଣ୍ଟର ଆପଣ ରହୁଥିବା ସ୍ଥାନରୁ ବହୁ ଦୂରରେ ଥାଏ । ତେଣୁ ଏଥିପ୍ରତି ଅନେକ ଲୋକଙ୍କ ଇଚ୍ଛା ଥିବା ସତ୍ୱେ ସେମାନେ ଏଥିପ୍ରତି ମନ ବଳାନ୍ତି ନାହିଁ ।

ଯଦି ଆପଣଙ୍କୁ କୁହାଯିବ ଯେ ଆପଣ ଘରେ ଥାଇ ମଧ୍ୟ ଯେକୌଣସି କୋର୍ସରେ ନାମ ଲେଖାଇ ପାରିବେ ଏବଂ ହାତ ପାହାନ୍ତାରେ ଆପଣ ନିଜ ଦକ୍ଷତାର ଅଭିବୃଦ୍ଧି କରିପାରିବେ । ତେବେ ହୁଏତ ଆପଣଙ୍କୁ ଏ କଥାରେ ବିଶ୍ୱାସ ହେବ ନାହିଁ । ଆପଣଙ୍କ ପାଖରେ ଅର୍ଥର ଅଭାବ ଥିଲେ ମଧ୍ୟ ଆପଣ ଏହି କୋର୍ସ ଗୁଡିକରେ ପଞ୍ଜୀକରଣ କରାଇ ପାରିବେ । ଘରେ ଥାଇ କୌଣସି ଆଡେ ଧାଁ ଧପଡ ନକରି ମଧ୍ୟ ଆପଣ ମାଗଣାରେ ଏହାର ଫାଇଦା ଉଠାଇ ପାରିବେ । ଯାହାକି ଆପଣଙ୍କର ଭବିଷ୍ୟତ ପାଇଁ କାମରେ ଆସିବ ଏବଂ ଆପଣଙ୍କ ଭବିଷ୍ୟତ ଉଜ୍ୱଳ ହେବ । ଆପଣ ଚାକିରୀ ଆଶାୟୀ ହେଇଥିଲେ ଆପଣଙ୍କୁ ଚାକିରୀ ପାଇବାରେ ଏହା ଅନେକ ସାହାଯ୍ୟ କରିବ ।

 ଅନଲାଇନ୍ କୋର୍ସ କେବଳ ଆପଣଙ୍କର ଦକ୍ଷତା ଏବଂ ଜ୍ଞାନକୁ ବିସ୍ତାର କରେ ନାହିଁ  ବରଂ  ଘରୋଇ କିମ୍ବା ସରକାରୀ ଚାକିରୀ ପାଇବା ପାଇଁ ମଧ୍ୟ ସାହାଯ୍ୟ କରେ । ଅନଲାଇନ୍ କୋର୍ସ ଗୁଡିକ ଆପଣଙ୍କର ରିଜ୍ୟୁମ୍ କୁ  ଅଧିକ ଆକର୍ଷଣୀୟ କରିଥାଏ । ମାଗଣା  ଅନଲାଇନ୍ ପାଠ୍ୟକ୍ରମଗୁଡ଼ିକ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବିଶେଷଜ୍ଞଙ୍କଠାରୁ ଶିଖିବାର ସୁଯୋଗ ଦେଇଥାଏ । ଇଣ୍ଟରନେଟ୍ ର ସୁଯୋଗ କିମ୍ବା ପାଖରେ ଇଣ୍ଟରନେଟ୍ ଥିଲେ ଆପଣ ବି ଏହି ସବୁ କୋର୍ସ ଘରେ ବସି କରିପାରିବେ । ଇଣ୍ଟରନେଟ୍ ରେ ବିଭିନ୍ନ ପ୍ରକାର ଓ୍ୱେବସାଇଟ୍ ଅଛି । କିଛି ଓ୍ୱେବସାଇଟ୍ ଅଛି ଯେଇଁଥିରୁ ଆପଣ ମାଗଣା ରେ ଶିକ୍ଷିପାରିବେ ।

 

ତେବେ ସେହି କୋର୍ସ ବା ପାଠ୍ୟକ୍ରମ ଗୁଡିକ କେଉଁ ଓ୍ୱେବସାଇଟ୍ ରେ ଉପଲବ୍ଧ ? 

 

୧) କୋର୍ସରା – 

୨୦୧୨ ରେ ଷ୍ଟାନଫୋର୍ଡ ୟୁନିଭରସିଟି ର କମ୍ପ୍ୟୁଟର ସାଇନ୍ସ ପ୍ରଫେସର ଆଣ୍ଡ୍ରିୟୁ ନଗ ଏବଂ ଡଫନେ କୋଲେର ଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏହି ପ୍ଲାଟଫର୍ମ । ଏହା ଏକ ୟୁଏସ୍ – ଆଧାରିତ ବୃହତ ଓପେନ୍ ଅନଲାଇନ୍ ପାଠ୍ୟକ୍ରମ ପ୍ରଦାନକାରୀ ଓ୍ୱେବସାଇଟ୍ । ବିଭିନ୍ନ ବିଷୟଗୁଡ଼ିକରେ ଅନଲାଇନ୍ ପାଠ୍ୟକ୍ରମ , ପ୍ରମାଣପତ୍ର ଏବଂ ଡିଗ୍ରୀ ପ୍ରଦାନ କରିବା ପାଇଁ କୋର୍ସେରା ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସଂସ୍ଥା ସହିତ କାର୍ଯ୍ୟ କରେ । ବୃତ୍ତିଗତ ବିକାଶ ଏବଂ ଚାକିରୀ ଦକ୍ଷତା ଠାରୁ ଆରମ୍ଭ କରି ମନୋବିଜ୍ଞାନ, ଇତିହାସ ଏବଂ ସାହିତ୍ୟ ପର୍ଯ୍ୟନ୍ତ ଏହି ୱେବସାଇଟ୍ ଉପଲବ୍ଧ । ସମସ୍ତ ପ୍ରକାରର ପାଠ୍ୟକ୍ରମ ଏଠାରେ ଉପଲବ୍ଧ । କିଛି ପାଠ୍ୟକ୍ରମରେ ଆପଣ ସାର୍ଟିଫିକେସନ୍ ପାଇଁ ଆବେଦନ କଲାବେଳେ ଆପଣଙ୍କୁ କିଛି ଫି ବା ମୂଲ୍ୟ ଦେବାକୁ ପଡିପାରେ । କିନ୍ତୁ ଯଦି ଆପଣ ଶିକ୍ଷିବା ପାଇଁ ଆଗ୍ରହୀ ଅଛନ୍ତି , ତେବେ ଏଠାରେ ଅନେକ ପାଠ୍ୟକ୍ରମ ଉପଲବ୍ଧ । ଆପଣ ଚାହିଁଲେ ଶିକ୍ଷିପାରିବେ ।

ଏହି ଲିଙ୍କଟିକୁ କ୍ଲିକ୍ କଲେ ଓ୍ୱେବସାଇଟ୍ ଟିକୁ ପରିଦର୍ଶନ କରିପାରିବେ –

https://in.coursera.org/ 

 

୨) ଲିଙ୍କଡଇନ୍ ଲର୍ନିଂ – 

ଲିଙ୍କଡଇନ୍ ଲର୍ନିଂ ହେଉଛି ଏକ ଆମେରିକୀୟ ଅନଲାଇନ୍ ଶିକ୍ଷା ପ୍ରଦାନକାରୀ ସଂସ୍ଥା । ସଫ୍ଟୱେର୍ , ସୃଜନଶୀଳ ଏବଂ ବ୍ୟବସାୟ ଦକ୍ଷତା କ୍ଷେତ୍ରରେ ଶିଳ୍ପ ବିଶେଷଜ୍ଞଙ୍କ ଦ୍ୱାରା ଏହା ଭିଡିଓ ପାଠ୍ୟକ୍ରମ ପ୍ରଦାନ କରେ ।  କିଛି ପାଠ୍ୟକ୍ରମ ମାଗଣାଥାଏ ଏବଂ କିଛି ପାଠ୍ୟକ୍ରମ ରେ କମ୍ ଫିସ୍ ଥାଏ । ଲିଙ୍କଡଇନ୍ ର ସମସ୍ତ ପାଠ୍ୟକ୍ରମ ଚାରୋଟି ଶ୍ରେଣୀରେ ବିଭକ୍ତ:

୧) ବ୍ୟବସାୟ 

୨) କ୍ରିଏଟିଭ୍ 

୩) ଟେକ୍ନୋଲୋଜି 

୪) ସାର୍ଟିଫିକେସନ୍ ପାଠ୍ୟକ୍ରମ

 

ଏହି ଲିଙ୍କଟିକୁ କ୍ଲିକ୍ କଲେ ଓ୍ୱେବସାଇଟ୍ ଟିକୁ ପରିଦର୍ଶନ କରିପାରିବେ –

https://www.linkedin.com/learning/

 

୩) ସ୍କିଲ୍ ସେୟାର –

ବର୍ତ୍ତମାନ ସମୟରେ ସ୍କିଲ୍ ସେୟାର ଅଧିକ ପପୁଲାର । କାହିଁକିନା ଏଠାରେ ଅନେକ ଦକ୍ଷତା ବୃଦ୍ଧି କଲାପରି ପାଠ୍ୟକ୍ରମ ଉପଲବ୍ଧ । ଯାହାକୁ ଆପଣାଇ ଆପଣବି ହେଇପାରିବେ ଦକ୍ଷତା ସଂମ୍ପନ୍ନ । ଏଥିରେ ୨୭,୦୦୦ ରୁ ଅଧିକ ମାଗଣା ଏବଂ ପ୍ରିମିୟମ୍ କ୍ଲାସ୍ ଅଛି । ଯେପରିକି ଚଳଚ୍ଚିତ୍ର ଜନିତ ପାଠ୍ୟକ୍ରମ , ଲେଖା ବା କଣ୍ଟେଟ୍ ରାଇଟିଂ , ବୈଷୟୀକ , ଭିଜୁଆଲ୍ ଆର୍ଟ, ଉତ୍ପାଦକତା ଏବଂ ଉଦ୍ୟୋଗୀତା ବିଷୟରେ ରହିଛି ଅନେକ ପାଠ୍ୟକ୍ରମ । ପ୍ରତ୍ୟେକ ଦିନ ପନ୍ଦର ମିନିଟ୍ ଦେଲେ ଆପଣବି ହେଇପାରିବେ ଦକ୍ଷତା ସଂମ୍ପନ୍ନ ।

 

ଏହି ଲିଙ୍କଟିକୁ କ୍ଲିକ୍ କଲେ ଓ୍ୱେବସାଇଟ୍ ଟିକୁ ପରିଦର୍ଶନ କରିପାରିବେ –

https://www.skillshare.com/

 

୪) ଆଡୋବି – 

ଆପଣଙ୍କ ର ଫୋଟୋ ଏଡିଟିଙ୍ଗ୍ ରେ ଇଚ୍ଛା ଅଛିକି । ଗ୍ରାଫିକ୍ସ ଡିଜାଇନିଂ କିମ୍ବା ଭିଡିଓ ଏଡିଟିଂ କରିବା ପାଇଁ ଚାହୁଁଛନ୍ତି କି । କେଉଁ କୋର୍ସରେ କେଉଁଠି ନାମ ଲେଖାଇବେ କିଛି ବୁଝି ପାରୁନାହାନ୍ତି । ତେବେ ଆପଣ ଆଡୋବି କୁ ଗୁରୁତ୍ୱ ଦିଅନ୍ତୁ । ଆଡୋବି ଆପଣଙ୍କୁ ଏଡିଟିଙ୍ଗ୍ ହେଉ କିମ୍ବା ଡିଜାଇନିଂ , ସବୁକିଛି ପାଇଁ ବିଭିନ୍ନ ପ୍ରକାର ର ସଫ୍ଟଓ୍ୱେୟାର ପ୍ରଦାନ କରିଥାଏ । ତେବେ ଆପଣ ଜାଣି ଆଶ୍ଟର୍ଯ୍ୟ ହେବେ ଯେ ଆଡୋବି ରେ ମଧ୍ୟ ଲାର୍ନିଂ ପ୍ଲାଟଫର୍ମ ଅଛି । 

ଏହି ଲିଙ୍କଟିକୁ କ୍ଲିକ୍ କଲେ ଓ୍ୱେବସାଇଟ୍ ଟିକୁ ପରିଦର୍ଶନ କରିପାରିବେ –

https://helpx.adobe.com/creative-cloud/tutorials-explore.html

 

୫) ଉଡେମି –

ଉଡେମି ମଧ୍ୟ ଏକ ଅନଲାଇନ୍ ପ୍ଲାଟଫର୍ମ । ଯେଉଁଥିରେ ଏଣ୍ଟରପ୍ରେନରସିପ୍ , ବିଜନେସ୍ , ଟେକ୍ନୋଲୋଜି ସଂମ୍ପର୍କିତ , ପର୍ସନାଲ୍ ଡେଭଲ୍ପମେଣ୍ଟ୍ , ଡିଜାଇନିଂ , ଲାଇଫ ଷ୍ଟାଇଲ୍ , ସ୍ୱାସ୍ଥ୍ୟ ଫିଟ୍ ନେସ୍ ଏବଂ ଅନେକ କିଛି ବିଷୟରେ ଉପଲବ୍ଧ ରହୁଛି ବିଭିନ୍ନ କୋର୍ସ । ଯେଉଁଥିରୁ ଆପଣ ଶିକ୍ଷିପାରିବେ ଅନେକ କିଛି । ଯାହା ଫଳରେ ଆପଣଙ୍କର ବୃଦ୍ଧି ହେବ ଜ୍ଞାନ ଏବଂ ବଢିବ ଦକ୍ଷତା । ତେଣୁ ଆପଣ କିଛି କୋର୍ସ ମାଗଣାରେ ଏବଂ କିଛି କୋର୍ସ ସ୍ୱଳ୍ପ ମୂଲ୍ୟରେ ଶିକ୍ଷିପାରିବେ । 

ଏହି ଲିଙ୍କଟିକୁ କ୍ଲିକ୍ କଲେ ଓ୍ୱେବସାଇଟ୍ ଟିକୁ ପରିଦର୍ଶନ କରିପାରିବେ –

https://rb.gy/x4foqh

 

୬) ଗୁଗଲ୍ ସ୍କିଲ୍ ସୋପ୍ – 

ଇଣ୍ଟରନେଟ୍ ର ସମୟରେ ଗୁଗଲ୍ ର ନାଁ କିଏବା ଜାଣି ନଥିବ । ସମସ୍ତେ ପ୍ରାୟ ଗୁଗଲ୍ ର ନାଁ ଟିକୁ ଜାଣିଛନ୍ତି । ପ୍ରତିଦିନ ଗୁଗଲ୍ କୁ ବ୍ୟବହାର କରୁଛନ୍ତି । ଗୁଗଲ୍ ରେ ପ୍ରତିଦିନ ଚାକିରୀ ହେଉ କିମ୍ବା କ୍ୟାରିୟର ବିଷୟରେ ସର୍ଚ୍ଚ କରୁଛନ୍ତି । ସର୍ଚ୍ଚ ରେଜଲ୍ଟରେ କିଛି ଫ୍ରି କୋର୍ସ ଏବଂ କିଛି ପେଡ୍ କୋର୍ସ ବିଷୟରେ ଆପଣ ନିଶ୍ଚୟ ପାଉଥିବେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୁଗଲ୍ ରେ ମଧ୍ୟ ସ୍କିଲ୍ ଶିକ୍ଷିବା ପାଇଁ ଅନେକ ଗୁଡିଏ ପ୍ଲାଟଫର୍ମ ଅଛି । ସେଥିମଧ୍ୟରୁ ଗୁଗଲ୍ ସ୍କିଲ୍ ସୋପ୍ ଅନ୍ୟତମ । ତେବେ ଏଥିରୁ ଆପଣ ଅନେକ ସ୍କିଲ୍ ଶିକ୍ଷିପାରିବେ ।

 

ଏହି ଲିଙ୍କଟିକୁ କ୍ଲିକ୍ କଲେ  ଓ୍ୱେବସାଇଟ୍ ଟିକୁ ପରିଦର୍ଶନ କରିପାରିବେ –

https://skillshop.withgoogle.com/

 

 

) ଫ୍ୟୁଚର୍ ଲାର୍ନ –

ଫ୍ୟୁଚର୍ ଲାର୍ନ ରେ ପ୍ରାୟ ଅନେକ କିଛି ମାଗଣା ଶିକ୍ଷିବାକୁ ମିଳେ । ଏଥିରେ ରହିଛି ବିଭିନ୍ନ ବର୍ଗର ବିଭିନ୍ନ ପ୍ରକାର ର ପାଠ୍ୟକ୍ରମ ବା କୋର୍ସ । ସେଥିମଧ୍ୟରୁ କିଛି କିଛି କୋର୍ସରେ ଫି ଦେବାକୁ ପଡିଥାଏ ସତ , କିନ୍ତୁ ଅନେକ କିଛି ମାଗଣା ଯୋଗାଇଥାଏ ଏହି ଓ୍ୱେବସାଇଟ୍ । ତେଣୁ ଏଥିରୁ ଆପଣ ଅଧିକ ଲାଭବାନ୍ ହେବେ । ବହୁତ କିଛି ଶିକ୍ଷିବାକୁ ପାଇବେ । 

ଏହି ଲିଙ୍କଟିକୁ କ୍ଲିକ୍ କଲେ ଓ୍ୱେବସାଇଟ୍ ଟିକୁ ପରିଦର୍ଶନ କରିପାରିବେ –

https://www.futurelearn.com/courses?filter_availability=upcoming

 

ଉପରୋକ୍ତ ଓ୍ୱେବସାଇଟ୍ ଗୁଡିକ ରେ ଆପଣ ଖୋଜି ପାଇବେ ଆପଣଙ୍କ ମନ ପସନ୍ଦର କୋର୍ସ ଗୁଡିକ । କିଛି କୋର୍ସ ର କୋର୍ସ ଫି ସ୍ୱଳ୍ପ ଥିବାବେଳେ କିଛି କୋର୍ସ ର କୋର୍ସ ଫି ମାଗଣା ରହିଛି । ତେଣୁ ଓ୍ୱେବସାଇଟ୍ କୁ ଭିଜିଟ୍ କରି ଶୀଘ୍ର ସାଇନଅଫ୍ କରନ୍ତୁ ଏବଂ ପ୍ରତ୍ୟେକ ଦିନ କିଛି ନୁଆଁ ଶିକ୍ଷନ୍ତୁ । 

JOB UPDATE ରହିବାପାଇଁ  https://odiadaily.in/ website କୁ ପ୍ରତ୍ୟେକ ଦିନ Visit କରନ୍ତୁ ।

CATEGORIES
TAGS
Share This

COMMENTS

Wordpress (0)
Disqus (0 )