Thursday 28th March 2024
ଆଜି ନେପାଳ ପାଳନ କରୁଛି ରାଷ୍ଟ୍ରୀୟ ଶୋକ

ଆଜି ନେପାଳ ପାଳନ କରୁଛି ରାଷ୍ଟ୍ରୀୟ ଶୋକ

ନେପାଳ ପୋଖରା ବିମାନ ଦୁର୍ଘଟଣା । ୭୨ ଜଣଙ୍କ ମଧ୍ୟରୁ ଉଦ୍ଧାର ହୋଇଛି ୬୮ଜଣଙ୍କର ମୃତଦେହ । ଏବେ ବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ୟେଟି ବିମାନଟି ବହୁ ପୁରୁଣା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଟ୍ୱେଂଟି ଫର ଅନୁଯାୟୀ, ୟେଟି ଏୟାରଲାଇନ୍ସର ବିମାନ ୧୫ ବର୍ଷ ପୁରୁଣା ଥିଲା । ନେପାଳ ବିମାନ ଦୁର୍ଘଟଣା ପରେ ନିଖୋଜ ହୋଇଯାଇଥିବା ଯାତ୍ରୀଙ୍କ ସନ୍ଧାନ ଅଭିଯାନ ଆଜି ସକାଳେ ପୁଣି ଥରେ ଆରମ୍ଭ ହେବା ବ‌େଳେ ଉଦ୍ଧାରକାରୀମାନେ ଦୁର୍ଘଟଣାସ୍ଥଳରୁ ବିମାନର ‘ବ୍ଲାକ୍‌ବକ୍ସ୍‌’ ପାଇଥିବା କଥା ଜଣେ ବିମାନ ବନ୍ଦର ଅଧିକାରୀ କହିଛନ୍ତି। କାଠମାଣ୍ଡୁ ବିମାନ ବନ୍ଦର ଅଧିକାରୀ, ଶେର୍‌ ବାହାଦୁର୍‌ ଠାକୁର କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ବିମାନର ‘ବ୍ଲାକ୍‌ବକ୍ସ୍‌’ ମିଳିଛି। ‘ବ୍ଲାକ୍‌ବକ୍ସ୍‌’ କୁହାଯାଉଥିବା ‘କକ୍‌ପିଟ୍‌ ଭଏସ୍‌ ରେକର୍ଡର୍‌ ତଥା ଫ୍ଲାଇଟ୍‌ ଡାଟା ରେକର୍ଡର୍‌’ରେ ଥିବା ‘ଡାଟା’ରୁ ବିମାନ ଦୁର୍ଘଟଣାର କାରଣ ନିରୂପଣ କରାଯାଇପାରେ। ଆଜି ଉଦ୍ଧାର କରାଯାଇଥିବା ‘ବ୍ଲାକ୍‌ବକ୍ସ’ ଭଲ ଅବସ୍ଥାରେ ଥିବାରୁ ପାଗ ଭଲ ଥିବା ସତ୍ତ୍ବେ ଅବତରଣ ପୂର୍ବରୁ ଦୁଇ ଇଞ୍ଜିନ୍‌ବିଶିଷ୍ଟ ବିମାନ ‘ଏଟିଆର୍‌ ୭୨’ କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହା ନିରୂପଣ କରିବାରେ ତଦନ୍ତକାରୀମାନଙ୍କୁ ସାହାଯ୍ୟ କରିପାରିବ।Death toll in Nepal plane crash rises to 67; 5 Indians among 72 on board | Deccan  Heraldଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିମାନଟି ଏକ ପୁରୁଣା ଟ୍ରାନ୍ସପଣ୍ଡର ସହିତ ଚାଲିଥିଲା । ଗତକାଲି ପୋଖରା ବିମାନ ବନ୍ଦରରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୭୨ ଜଣ । ଯେଉଁଥିରେ ୫ ଜଣ ଭାରତୀୟ ଥିଲେ । ଏଥିମଧ୍ୟରୁ ୪ ଜଣ ଉତ୍ତରପ୍ରଦେଶର ଗାଜୀପୁର ଜିଲ୍ଲାର । ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନେପାଳରେ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି । ଏହି ବିମାନ ଦୁର୍ଘଟଣା ଗତ ୩୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ଦୁର୍ଘଟଣା ମଧ୍ୟରୁ ଗୋଟିଏ । ଚୀନ ସହାୟତାରେ ତିଆରି ହୋଇଥିବା ଏହି ବିମାନ ବନ୍ଦର ଜାନୁଆରୀ ୧ରେ ଉଦଘାଟନ ହୋଇଥିଲା । ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏହି ବିମାନ ବନ୍ଦରର ଉଦଘାଟନ କରିଥିଲେ । କୁହାଯାଉଛି ୧୪ ଦିନ ପୂର୍ବରୁ ଏହି ବିମାନ ବନ୍ଦରର ଉଦଘାଟନ ହୋଇଥିଲା । ଉଦଘାଟନ ବେଳେ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ କହିଥିଲେ ଏହି ବିମାନ ବନ୍ଦର ଜରିଆରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )