Friday 19th April 2024
ଦେଖନ୍ତୁ ପାର୍ଲେଜିର ଏହି ନୂଆରୂପ…..

ଦେଖନ୍ତୁ ପାର୍ଲେଜିର ଏହି ନୂଆରୂପ…..

ଭାରତରେ ପାର୍ଲେଜି ବିସ୍କୁଟ ଏକ ସାଧାରଣ ସ୍ନାକ୍ସ ନୁହେଁ ଏହା ଏକ ଅନୁଭବ । ପିଲାଦିନୁ ଏହି ବିସ୍କୁଟ ଖାଇବାର ଯେଉଁ ସ୍ମୃତି ରହିଛି ତାହା ତ ସହଜରେ ବର୍ଣ୍ଣନା କରିହେବ ନାହିଁ । କପେ ଚା ହେଉ କିମ୍ବା ଗିଲାସେ କ୍ଷୀର ଉଭୟ ସାଙ୍ଗରେ ପାର୍ଲେଜିର ମଜା ନିଆରା । ସତରେ କେମିତି ଏତେ ବର୍ଷଧରି ବିସ୍କୁଟ ସମସ୍ତଙ୍କର ପ୍ରିୟ ହେଇ ରହିଛି କେଜାଣି । ଏହାର ସ୍ୱାଦ ବି ସେଇ ପୁରୁଣା ୯୦ଦଶକର ସ୍ମୃତି ତାଜା କରାଇଦେଇ ।

ସେତେବେଳେ ସିନା ଛୋଟ ଦୋକାନରେ ଏହି ବିସ୍କୁଟ ସଜାଯାଇଥିବାର ଆମେ ଦେଖୁଥିଲେ । କିନ୍ତୁ ଆଜିର ମଡର୍ଣ୍ଣ ଓ ପ୍ରତିଯୋଗିତା ଭରା ଦୁନିଆରେ ବି ନିଜର ସ୍ଥାନ ସେହିଭଳି ବଜାଇ ରଖିଛି ପାର୍ଲେଜି ବିସ୍କୁଟ । ପାର୍ଲେ କମ୍ପାନୀ ଦ୍ୱାରା ତିଆରି ଏହି ବିସ୍କୁଟକୁ ନେଇ ଅନେକ କାହାଣୀ ତ ରହିଛି ହେଲେ ଆଜି ଆମେ ପାର୍ଲେଜି ବିସ୍କୁଟର ନୂଆ ଏକ ଅବତାର ବିଷୟରେ କଥା ହେବା ଓ ଜାଣିବା ଏହି ନୂଆ ରଙ୍ଗ ରୂପ ଓ ସ୍ୱାଦକୁ ନେଇ କେମିତି ରହିଛି ଚାହିଦା ।

 

ପାର୍ଲେଜିର ପୁରୁଣା ବିସ୍କୁଟ କଭର ଆପଣଙ୍କର ନିଶ୍ଚୟ ମନେଥିବ । କିନ୍ତୁ ପାର୍ଲେଜି କମ୍ପାନୀ ଏହି ଭଳି ବିଭିନ୍ନ ଧରଣର ନୂଆ ନୂଆ ବିସ୍କୁଟ ତିଆରି କରିସାରିଛନ୍ତି । ହେଲେ ପୁରୁଣା ବିସ୍କୁଟର ସ୍ୱାଦକୁ କେହି ବଦଲାଇପାରିନାହାନ୍ତି । ହେଲେ ବର୍ତ୍ତମାନ ପାର୍ଲେଜିର ଏକ ନୂତନ ଫ୍ଲେଭର ଆସିଛି ।  ପାର୍ଲେଜି ଓଟ୍ସ ଏଣ୍ଡ ବେରିଜ୍  । ଏହି ୧୦୦ ଗ୍ରାମ ପ୍ୟାକେଟର ମୂଲ୍ୟ ୧୦ ଟଙ୍କା ରଖାଯାଇଛି ।

ଜଣେ ଟୁଇଟର ୟୁଜର ପାର୍ଲେଜିର ଏହି ନୂଆ ପ୍ୟାକେଟର ଫୋଟକୁ ପୋଷ୍ଟ କରି କହିଥିଲେ-ମାର୍କେଟକୁ ନୂଆ ପାର୍ଲେଜି ଆସିଗଲା । ଆଉ ଏହି ପୋଷ୍ଟରେ ପାଖାପାଖି ୧୮୭.୫ କେ ଭିୁ୍ୟ ଓ ୩କେ ଲାଇକ୍ ଓ କେତେ ସଂଖ୍ୟାରେ କମେଣ୍ଟ ମଧ୍ୟ ଆସିଥିଲା । ସେହି କମେଣ୍ଟରେ କିଛି ଲୋକ ନିଜର ମତାମତ ରଖି ପାର୍ଲେଜି ପ୍ରତି ଥିବା ପୁରୁଣା ସ୍ମୃତି ବିଷୟରେ କହୁଥିଲେ ଆଉ କିଛି ଲୋକ ପାର୍ଲେଜିର ଏହି ନୂଆ ଫ୍ଲେଭର କେମିତି ଜାଣିବା ପାଇଁ ଖୁବ୍ ଇଚ୍ଛା ପ୍ରକାଶ କରୁଥିଲେ । ଏହାପରେ ସୋସିଆଲ ମିଡିଆରେ ପାର୍ଲେଜିର ଫୋଟ ଭାଇରାଲ୍ ହେବା ଆରମ୍ଭ କରିଦେଲା ।

 

କେତେକ ବିଶେଷଜ୍ଞଙ୍କ ମତରେ ପୁରୁଣା ପାର୍ଲେ-ଜିର ଚାହିଦା ଏବେ କିଛିଟା ଶିଥିଳ ପଡ଼ିଥିବାରୁ କମ୍ପାନି ପକ୍ଷରୁ ଆଧୁନିକ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନୂଆ ନୂଆ ପ୍ରକାର ଓ ସ୍ବାଦର ବିସ୍କିଟ୍ ବଜାରକୁ ଛଡ଼ାଯାଉଛି । ସେଗୁଡ଼ିକ ମଧ୍ୟରେ ରହିଛି  ପାର୍ଲେ-ଜି କିସମି, ପାର୍ଲେ-ଜି ଗୋଲ୍ଡ ଓ ପାର୍ଲେ-ଜି ଛୋଟା ଭୀମ, ପାର୍ଲେ-ଜି ରୟାଲ ଇତ୍ୟାଦି ।

ଏଠାରେ ଦେଖିବାର କଥା ଯେ କମ୍ପାନି ପକ୍ଷରୁ ପାର୍ଲେ-ଜିର ଭିନ୍ନ ଭିନ୍ନ ପ୍ରକାର ବଜାରକୁ ଛଡ଼ାଯାଇଥିଲେ ବି ଅଧିକାଂଶ ପ୍ୟାକେଟରେ ପୁରୁଣା ପାର୍ଲେ-ଜିର ଶିଶୁ ଫଟୋ ରହିଛି ।

CATEGORIES
TAGS
Share This

COMMENTS

Wordpress (0)
Disqus ( )