Thursday 25th April 2024
ଶତ୍ରୁ ସହ ଲଢ଼ିବ ମାନବବିହୀନ ବୋଟ୍

ଶତ୍ରୁ ସହ ଲଢ଼ିବ ମାନବବିହୀନ ବୋଟ୍

ବଦଳୁଛି ଦେଶ,ବଦଳୁଛି ଦେଶର ଶକ୍ତି । ଆମ ହେଉଛୁ ସଶକ୍ତ । ଆମ ଦେଶତ୍ତବର୍ତ୍ତମାନ ଶତ୍ରୁଦେଶ ସହ ଲଢିବା ପାଇଁ ହୋଇଚାଲିଛି ଅଧିକରୁ ଅଧିକ ସୁଦୃଢ । ଶତ୍ରୁ ସହ ଲଢିବା ପାଇଁ ଡିଆରଡିଓ ପ୍ରସ୍ତୁତ କରିଛି ବହୁ ଉନ୍ନତଧରଣର ଟେକ୍‌ନ୍ନୋଲୋଜୀ । ଡିଆରଡିଓ ଏବେ ପୁନେରେ ପ୍ରସ୍ତୁତ କରିଛି ୩ଟି ଅତ୍ୟାଧୁନିକ ସଶସ୍ତ୍ର ମାନବବିହୀନ ବୋଟ୍ । ଶତ୍ରୁ ସହ ଲଢ଼ିବ ମାନବବିହୀନ ବୋଟ୍ । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ୩ଟି ସଶସ୍ତ୍ର ମାନବବିହୀନ ବୋଟ ପ୍ରସ୍ତୁତ କରାଯାଇଛି । ପୁନେରେ ଡିଆରଡିଓ ପକ୍ଷରୁ ଏହି ମାନବବିହୀନ ବୋଟ୍ର ସଫଳ ପରୀକ୍ଷଣ କରାଯାଇଛି । ଡିଆରଡିଓ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ ଏହା ସମୁଦ୍ରରେ ଶତ୍ରୁର ଗତିବିଧି ଉପରେ ନଜର ରଖିବ । ୨୪ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ରହି ପେଟ୍ରୋଲିଂ କରି ପାରିବ ।

ବୋଟରେ ଲାଗିଥିବା ସର୍ଭିଲାନ୍ସ କ୍ୟାମେରା ସାହାଯ୍ୟରେ ୩୬୦ ଡିଗ୍ରୀ ଲାଇଭ୍ ଫିଡ୍ ଦେଖିହେବ । ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ବୋଟରେ ଅସ୍ତ୍ରଶସ୍ତ୍ର ଲଗାଯାଇଛି । ରିମୋର୍ଟ ଦ୍ୱାରା ଏହାକୁ କଣ୍ଟ୍ରୋଲ କରାଯିବ । ଗୋଟିଏ ବଟନ୍ ଦ୍ୱାରା କଣ୍ଟ୍ରୋଲ ରୁମରେ ବସି ଶତ୍ରୁକୁ ମାତ୍ ଦିଆଯାଇପାରିବ । ସାଗର ଡିଫେନ୍ସ ଇଞ୍ଜିନିୟରିଂ ନାମକ କମ୍ପାନୀ ଡିଆରଡିଓ ସହ ମିଶି ଏହି ବୋଟ୍ ନିର୍ମାଣ କରିଛି । ଏହି ବୋଟର ଏପର୍ଯ୍ୟନ୍ତ କୌଣସି ନାମକରଣ କରାଯାଇନାହିଁ ।

CATEGORIES
TAGS
Share This

COMMENTS

Wordpress (0)
Disqus ( )