Friday 26th April 2024
”Realestate ପାଇଁ ବଦଳିଛି ମୋର ପରିଚୟ”ବିଜନେସ୍ ମ୍ୟାନ ସୌମ୍ୟରଞନ ରାଣା…

”Realestate ପାଇଁ ବଦଳିଛି ମୋର ପରିଚୟ”ବିଜନେସ୍ ମ୍ୟାନ ସୌମ୍ୟରଞନ ରାଣା…

ଟଙ୍କା ରୋଜଗାର କରିବାର କିଛି short cut ନଥାଏ । କିନ୍ତୁ ଯଦି ସଠିକ୍ ଜାଗାରେ ସଠିକ୍ ଉପାୟରେ ନିବେଶ କରା୍‌ଯାଏ ତାହାଲେ ସବୁ ଧିରେ ଧିରେ ଅଭିବୃଦ୍ଦି ହୁଏ । ଟଙ୍କା କମାଇବାର ଅନେକ ଉପାୟ ରହିଛି । କିନ୍ତୁ ସେମାନଙ୍କ ଭିତରୁ realestate ସବୁଠୁ ଅଧିକ ଲାଭଜନକ ରାସ୍ତା । ଆଜିର ସମୟରେ ବହୁତ ଲୋକ ନିଜ ଜୀବିକାକୁ ବଢାଇବା ପାଇଁ କିଛି ନା କିଛି ଉପାୟ ଆପଣାଉଛନ୍ତି । କିନ୍ତୁ ଚାକିରି ଅପେକ୍ଷା ବିଜନେସ୍ ରେ ହିଁ ଅଧିକ ନିବେଶ କରୁଛନ୍ତି । ଆଉ ବର୍ତ୍ତମାନ ଭାରତରେ realestate ହିଁ ସବୁଠୁ ଅଧିକ ବ୍ୟବସାୟ କରୁଛି । ତେବେ ଆଜି ଆମେ ସେମିତି ଜଣେ ସଫଳ ବିଜନେସ୍ ମ୍ୟାନ ସୌମ୍ୟରଞନ ରାଣାଙ୍କ ସହ କଥା ହେବା ଯିଏ Realestate ରେ ଖୁବ୍ ଭଲ ନାଁ କରିଛନ୍ତି । ସେ Dibyansh Infratech and Multiproject Pvt Ltd ର ଚିଫ୍ ଜେନେରାଲ୍ ମ୍ୟାନେଜର ଅଛନ୍ତି ।

 

ରିଅଲଇଷ୍ଟେଟ୍ ହିଁ କାହିଁକି ? ଅନ୍ୟ କିଛିରେ କ୍ୟାରିୟର କାହିଁକି ନୁହେଁ ?

Automobile,ଟେଲିକୋମ୍‌ ,ଛୋଟ ବିଜନେସ୍‌,cab services,merchant navy ,ଏସବୁଥିରେ ନିଜର luck ଆଉ ନିଜର ସମୟ invest କଲା ପରେ ଯାଇ ମୁଁ ରିଅଲଇଷ୍ଟେଟ୍ ଲାଇନ୍ କୁ ଆସିଲି । ପ୍ରଥମରୁ ରିଅଲଇଷ୍ଟେଟ୍ କୁ ଆସିବାର ସ୍ୱପ୍ନ ମୁଁ ଦେଖିନଥିଲି । କିନ୍ତୁ ଯେତିକି ଜାଗାରେ କାମ କରିଛି ସେମାନଙ୍କ ଦ୍ୱାରା ରିଅଲଇଷ୍ଟେଟ୍ ସହ ଅଳ୍ପ ବହୁତ ଜଡିତ ଥିଲେ । ବାଣୀବିହାରରେ MBA କରିସାରିବା ପରେ ମୁଁ ସବୁ ଜାଗାରେ ବର୍ଷେ ଦେଢବର୍ଷ ଭଳି ସମୟ ବ୍ୟବଧାନରେ କାମ କଲି । କିନ୍ତୁ ମଚେଣ୍ଟ ନେଭୀରେ ଭଲ ଟଙ୍କା ପାଇଲା ପରେ ମୋତେ ଆହୁରୀ ଭଲ ଇନକମ୍ ପାଇଁ ରିଅଲଇଷ୍ଟେଟ୍ ରେ ପଶିବାକୁ ଇଚ୍ଛା ହେଲା । ୨୦୧୨ ରୁ ୨୦୨୨ ଯାଏଁ ମୁଁ ରିଅଲଇଷ୍ଟେଟ୍ ରେ ହିଁ କାମ କରୁଛି ।

 

ଓଡିଶାରେ ରିଅଲଇଷ୍ଟେଟ୍ ର ମାର୍କେଟ କେମିତି ?

-”ଓଡିଶା ହେଉଛି ଗୋଟିଏ Cultural Market । ଆଉ realestate ବି ପୁରା ପୁରି Cultural Business । ଆଉ ଏଥିରେ ଲୋକଙ୍କର ଭାବନା ଗଭୀର ଭାବରେ ଜଡିତ ଥାଏ । ଲୋକ ନିଜର ଟଙ୍କା ଆଉ ନିଜର ସ୍ୱପ୍ନ ଏହି ଦୁଇଟି ଜିନିଷ ପାଇଁ ଖୁବ୍ ଭାବପ୍ରବଣ ଥାଆନ୍ତି । ତେଣୁକରି ଯଦି ରିଅଲଇଷ୍ଟେଟ୍ କୁ ଏକ systematic ରାସ୍ତାରେ ସଚ୍ଚୋଟତା ସହକାରେ ନିଆଯାଏ ତାହାଲେ ଓଡିଶାରେ ରିଅଲଇଷ୍ଟେଟ୍ ମାର୍କେଟ ଆହୁରୀ ଜଲଦୀ ବଢିବ ।”

ଆପଣଙ୍କ ପାଖକୁ କେଉଁଭଳି Client ଆସନ୍ତି ?

-ଦେଖନ୍ତୁ ରିଅଲଇଷ୍ଟେଟ୍ ରେ ବିଭିନ୍ନ ଧରଣର Client ମିଳିବେ । କାହାକୁ ଘର ଦରକାର,କାହାକୁ ଜମି ଦରକାର, କେବେବି ଗୋଟିଏ ପ୍ରକାରର ଲୋକ ଆସିବେ ନାହିଁ । କିନ୍ତୁ ଜଣେ ବିଜନେସ୍ ମ୍ୟାନ୍ ହିସାବରେ ମୁଁ ସେମାନଙ୍କର ଇଚ୍ଚା ମୁତାବିକ ଯଦି ସୁବିଧା ଯୋଗେଇପାରୁଛି ତାହାଲେ ଲୋକଙ୍କ ସହ ଭଲ ସଂପର୍କ ସ୍ଥାପନା ହେଇଯାଏ । ଆଉ ମୁଁ ଆରମ୍ଭରୁ ମୋର PR କୁ Strong ରଖିଛି । ସେଥିପାଇଁ ଆଜିର ଡେଟ୍ ରେ ମୋ ପାଖରେ,NRI,ସରକାରୀ ଅଫିସର,Software,defence,railway,ସବୁ ଧରଣର Client ଅଛନ୍ତି । ତେଣୁ ଯିଏ ଯେତେ ଭଲ ଭାବରେ Client Deal କରିପାରେ ତାର connection ମଧ୍ୟ ସେତେ ଭଲ ହେଇଯାଏ । ଆଉ ବିଜନେସ୍ ଆଗକୁ ଆଗକୁ ବଢିଚାଲେ ।

 

ସଂଘର୍ଷ ଓ ସଫଳତା ଏହି ଦୁଇଟି ଜିନିଷରେ ଆପଣଙ୍କ ଅଭିଜ୍ଞତା କଣ ?

-”ସଂଘର୍ଷ ବିନା ସଫଳତାର କିଛି ମୂଲ୍ୟ ନଥାଏ । ମୁଁ ଆଜି ୩୫ ବର୍ଷ ବୟସରେ ପହଂଚିଲିଣି କିନ୍ତୁ ୩୨ ବର୍ଷ ଯାଏଁ ମୁଁ ଷ୍ଟ୍ରଗଲ୍ କରୁଥିଲି ବୋଲି କହିପାରିବି । କାରଣ ମୁଁ MBA ପରେ ଯେତେବେଳେ ମୋର କ୍ୟାରିୟର ଆରମ୍ଭ କଲି ,ପ୍ରଥମରୁ ମୁଁ ଗ୍ରାଉଣ୍ଡ ଲେଭଲ୍ ମାର୍କେଟିଙ୍ଗ ଆରମ୍ଭ କରିଥିଲି ,ଟେଲିକମ୍ ରେ କାମ କଲା ବେଳେ ତ Door to Door ମାର୍କେଟିଙ୍ଗ ମୁଁ କରିଛି । ସେତେବେଳେ ନା ହିଁ ଟିମ୍ ଥାଏ ନା ହିଁ ଅଫିସ ରେ ବସି କାମ ହୁଏ । ବାସ୍ ନିଜେ ମାର୍କେଟରେ ବୁଲି ସର୍ଭେ କରିବାକୁ ପଡୁଥିଲା ଓ ଲୋକଙ୍କ interest ବିଷୟରେ ଜାଣିବାକୁ ପଡୁଥିଲା ଓ ସେହି ହିସାବରେ ମୋତେ ଲୋକ ଧିରେ ଧିରେ ଜାଣିଗଲେ । ଓ ସେମାନଙ୍କ ସହ ଏକ ଭଲ ସମ୍ପର୍କ ସ୍ଥାପନା କରି ରଖିଥିଲି ବୋଲି ଆଜି ମୋ ନିଜ କମ୍ପାନୀ ପାଇଁ ମୋତେ ସବୁକିଛି ସହଜ ହେଲା । ଆଉ ବାକି ରହିଲା ସଫଳତାର କଥା ,ସଫଳତା ଯେତେ ମିଳିଲେ ବି ମନ ଭରେନା,ଆଉ ମୋର ଯାହା ଲକ୍ଷ୍ୟ ଅଛି ସେଥିପାଇଁ ମୋତେ ଆହୁରୀ ୮ ରୁ ୧୦ ବର୍ଷ ଲାଗିବ । କିନ୍ତୁ ମୁଁ ଏବେ ସବୁ ଦୃଷ୍ଟିରୁ ସକ୍ଷମ ଓ ମୋଟାମୋଟି ସଫଳ ବୋଲି କହିପାରିବି ।”

 

୧୦ବର୍ଷ ତଳେ ମାର୍କେଟିଙ୍ଗ କେମିତି ଥିଲା ଆଉ ଏବେ କେମିତି ଅଛି ?

-”ସମୟ ତ ବଦଳୁଛି ଆଜିକାଲି ସବୁଠୁ ଅଧିକ ଅନଲାଇନ୍ ମାର୍କେଟିଙ୍ଗ ଡିଜିଟାଲ ମାର୍କେଟିଙ୍ଗର ଯୁଗ ହେଲାଣି । କିନ୍ତୁ ୧୦ ବର୍ଷ ତଳେ ଅଫଲାଇନ୍ ମାର୍କେଟିଙ୍ଗ ବେଶି ହେଉଥିଲା ଓ ତାର ମୂଲ୍ୟ ମଧ୍ୟ ଅଧିକ ଥିଲା । ମୁଁ ତ ଆଜି ବି ଅଫ୍ ଲାଇନ୍ ମାର୍କେଟିଙ୍ଗ କୁ ବିଶ୍ୱାସ କରେ କାରଣ ଯେତିକି ରିଆଲିଟି ଅଫ୍ ଲାଇନ୍ ମାର୍କେଟିଙ୍ଗ ରେ ଥାଏ ସେତିକି ଅନଲାଇନ୍ ରେ ନଥାଏ । କିନ୍ତୁ ଆମ ଜେନେରେସନ୍ ଅପଡେଟ୍ ହେଉଛନ୍ତି ତେଣୁ ଆମକୁ ବି ହେବାକୁ ପଡିବ । ତେଣୁକରି ସେ ଦୃଷ୍ଟିରୁ ମୁଁ ଦୁଇଟି ଯାକ ଷିଷ୍ଟମକୁ ମୋ ବିଜନେସ୍ ରେ ଲଗାଇଉଛି ।”

ନିଜ କମ୍ପାନୀ ବିଷୟରେ କିଛି କୁହନ୍ତୁ ?

-”ମୁଁ ୬ ରୁ ୭ ବର୍ଷ ରିଅଲଇଷ୍ଟେଟ୍ ରେ କ୍ୟାରିୟର କରିବା ପରେ ବର୍ତ୍ତମାନ ପାର୍ଟନରସିପ୍ ରେ ନିଜର ଏକ କମ୍ପାନୀ ଖୋଲିଛି । ଏଥିରେ ଆମେ ୩ ଜଣ ଡାଇରେକ୍ଟର ଅଛୁ ,ତାସହ ୧୫ ଜଣଙ୍କର ଏକ ଟିମ୍ ରଖି ମୁଁ ଦିବ୍ୟାଂଶ ଇନ୍‌ଫ୍ରାଟେକ୍ ଏଣ୍ଡ ମଲ୍ଟି ପ୍ରଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍ ଚଲାଉଛି । ଚଳିତ ବର୍ଷ ଆରମ୍ଭରେ ହିଁ ମୁଁ ମୋ କମ୍ପାନୀ ରେଜିଷ୍ଟର କରିଥିଲି ଆଉ ଚାକିରୀ ଛାଡିବା ପରେ ଯାହା ବି ମୋର ପରସୋନାଲ୍ କଣ୍ଟାକ୍ଟ ହେଇଥିଲେ ସେମାନଙ୍କ ପାଇଁ ମୁଁ ଭଲ business profit ଏବର୍ଷ କମାଇପାରିଛି । କିନ୍ତୁ ଅଳ୍ପରେ ସନ୍ତୁଷ୍ଟ ହେଇ ବସିବା ଲୋକ ମୁଁ ନୁହେଁ ,ମୁଁ ଆଗାମୀ ୧୫ ବର୍ଷକୁ ଆଖି ଆଗରେ ରଖି planning ,strategy ସବୁକିଛି ତିଆରି କରିଛି ଆଉ ସମୟ ଅନୁସାରେ ସେଥିରେ changes ମଧ୍ୟ ଆଣୁଛି । ଆଉ ମୋ କମ୍ପାନୀ service ଉପରେ ବେଶି କାମ କରେ । ତେଣୁ ମୋର ଯାହା ବି ଲକ୍ଷ୍ୟ ଅଛି ତାକୁ ପୁରା କରିଲେ ମୋର ସବୁ staff ଆଗାମୀ ଦିନରେ best best position ରେ ଥିବେ ।”

 

କେମିତି ନିଜ Clientକୁ ବୁଝନ୍ତି ?

-ଯେହେତୁ ଏ ଲାଇନରେ ବିଭିନ୍ନ ଧରଣର Client ଥାଆନ୍ତି । ସେମାନଙ୍କୁ ବୁଝିବା ପାଇଁ ବି ଭିନ୍ନ ଭିନ୍ନ Technic ଆପଣାଇବାକୁ ପଡେ । କିଛି ଲୋକ ଅଧିକ ଉତ୍ସାହର ସହ ଆଗେଇ ଆସନ୍ତି କିନ୍ତୁ ତାଙ୍କ ସହ deal final ହେଇପାରେନି । କିନ୍ତୁ କିଛି ଲୋକ କମ୍ କଥା କୁହନ୍ତି ଓ ସେମାନଙ୍କର ଉତ୍ସାହ ବାହାରକୁ ଦେଖାଯାଏନି ହେଲେ ସେହିଭଳି Clientଙ୍କ ସହ ଜଲଦୀ deal final ହେଇଯାଏ । ମୁଁ ନିଜେ ବି ବହୁତ ଥର ଆଶ୍ଚର୍ଯ୍ୟ ହେଇଯାଏ ,ଯେ ଯାହାକୁ ମୁଁ ଭାବୁଥିବି ସେ ଫାଇନାଲ୍ ନ ହେଇ ଆଉ ଜଣେ ଠିକ୍ ହେଇଯାଆନ୍ତି । ତେଣୁକରି ନିଜେ ମୁଁ active ରୁହେ ଏସବୁ କ୍ଷେତ୍ରରେ ଏବଂ ସହଜ ଓ ସରଳ ଉପାୟରେ Client ଙ୍କ ସହ Deal କରେ ।

ରିଅଲଇଷ୍ଟେଟ୍ ରେ କ୍ୟାରିୟର କରିବାକୁ କଣ ଟିପ୍ସ ଦେବେ ?

-”ବିଶ୍ୱ ମାର୍କେଟରେ ଇନକମ୍ ର ସବୁଠୁ ବଡ ର‌୍ୟାଙ୍କରେ ଅଛି ରିଅଲଇଷ୍ଟେଟ୍ । ହେଲେ ଏଥିରେ କ୍ୟାରିୟର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ମୁଁ ଏତିକି କହିବି-ଏଥିରେ ସଂଘର୍ଷ ଥିଲେ ବି ଭବିଷ୍ୟତ Bright । ଆଉ ପୁରା ପୁରି Secure। ଯେଉଁମାନେ ନିଜର ସାଧାରଣ ଇନକମ୍ ରେ ଖୁସି ନୁହେଁ luxury ବଂଚିବାର ଆଶା ରଖନ୍ତି । ସେମାନଙ୍କ ପାଇଁ ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ପନ୍ଥା ହେଉଛି ରିଅଲଇଷ୍ଟେଟ୍ । ସବୁ ଜିନିଷ ପାଇଁ ଏକ ସମୟ ଦରକାର ଆଉ ଇଚ୍ଛା ଶକ୍ତି ବି ଦରକାର । କ୍ୟାରିୟର ପାଇଁ ଯଦି କିଏ dedicated ଥିବ ଆଉ ସବୁ ଧରଣର problem କୁ face କରିବା ପାଇଁ ନିଜକୁ ପ୍ରସ୍ତୁତ କରିଥିବ । ତାହାଲେ ବହୁତ ହିଁ best career option ହେଉଛି ରିଅଲଇଷ୍ଟେଟ୍ ।”

କଣ କଣ ପ୍ରଜେକ୍ଟ ନେଇକି ଆପଣ କାମ କରନ୍ତି ?

-ଦେଖନ୍ତୁ ଏବେ ଆମେ ଜାଗାବାଡିର ପ୍ରଜେକ୍ଟ ଅନୁସାରେ କାମ କରୁଛୁ ଓ ଆଗାମୀ ୬ ମାସ ଭିତରେ ଆମେ କନଷ୍ଟ୍ରକସନ୍ କାମ ଧରିବୁ । ଏକାସାଙ୍ଗରେ ବିଭିନ୍ନ ଧରଣର କାମକୁ ଚଲେଇବୁ । ଆଉ Construction ଉପରେ ସରକାରଙ୍କର ବିଭିନ୍ନ project ଆସୁଛି ସେଥିରେ ଆମେ ସେମାନଙ୍କ ଗାଇଡ୍ ଲାଇନ ଅନୁସାରେ କାମ କରିବାକୁ ଯୋଜନା କରୁଛୁ ।

ରିଅଲଇଷ୍ଟେଟ୍‌ରେ ଓଡିଶାର ଭବିଷ୍ୟତ କଣ ?

– ମୋର କମ୍ପାନୀର ଟ୍ୟାଗ ହେଉଛି-we build dreams । ତେଣୁ ସମସ୍ତଙ୍କର ସ୍ୱପ୍ନ ପୁରା ହେବ ବୋଲି ମୋର ଆଶା । ଆଉ ଓଡିଶା ସରକାରଙ୍କର ବି ରିଅଲଇଷ୍ଟେଟ୍ ବିଜନେସ୍ ପାଇଁ ରୁଚି ଅଧିକ ଅଛି scope ଭଲ ମିଳୁଛି । ତେଣୁ ଏଥିରେ ଓଡିଶାର ଭବିଷ୍ୟତ ଖୁବ୍ ଆଗରେ ପହଂଚିବ ବୋଲି ମୋର ଆଶା ।

CATEGORIES
TAGS
Share This

COMMENTS

Wordpress (2)
  • comment-avatar
    Sudha 1 year

    A proud moment for dibyansh family. It’s time to change the real estate traditional concept and take a step ahead…

  • Disqus (0 )